ମେଟ୍ରୋ

ପୁରୀ ଜିଲାର ୩ ବୁଥ୍‌ରେ ଆଜି ସାନି ମତଦାନ

ପୁରୀ ଅଫିସ,୧୯ା୫: ପୁରୀ ଜିଲାର ୩ଟି ବୁଥ୍‌ରେ ରବିବାର ସାନି ମତଦାନ ଅନୁଷ୍ଠିତ ହେବ। ଏହି ବୁଥ୍‌ଗୁଡ଼ିକ ହେଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ୨୨୨ନଂ. କମାଶାସନ ପ୍ରୋଜେକ୍ଟ ୟୁପି ସ୍କୁଲ, କମାଶାସନ, ୬୨ନଂ. ଗାଦିବ୍ରହ୍ମ ପ୍ରାଇମେରୀ ସ୍କୁଲ, ବାଘମୁଣ୍ଡା ଏବଂ ସତ୍ୟବାଦୀ ନିର୍ବାଚନମଣ୍ଡଳୀ…

ବାତ୍ୟା ବିପନ୍ନଙ୍କୁ ସମବେଦନା ଜଣାଇଲେ ବିଦେଶିନୀ

ଭୁବନେଶ୍ୱର, ୧୯ା୫(ବ୍ୟୁରୋ)- ବାତ୍ୟା ‘ଫନୀ’ ପରେ ଏବେ ଓଡ଼ିଶାକୁ ବିଭିନ୍ନ ଦେଶ ସହଯୋଗ ହାତ ବଢ଼ାଉଛନ୍ତି। ଏହି ଭୟଙ୍କର ବାତ୍ୟାରେ ବିପନ୍ନ ଓଡ଼ିଶାବାସୀଙ୍କୁ ବିଭିନ୍ନ ଆଡୁ ସମବେଦନା ମିଳିବାରେ ଲାଗିଛି। ଫ୍ରାନ୍ସର ଜଣେ ଯୁବତୀ ତଥା ଓଡ଼ିଶୀ ନୃତ୍ୟାଙ୍ଗନା ମହିନା ଖାନୁମ୍‌…

ଅସହାୟଙ୍କୁ ସହାୟତାର ହାତ ବଢ଼ାଇଲା ସମୁତ୍କର୍ଷ

ବଳଙ୍ଗା, ୧୯ା୫(ଡି.ଏନ୍‌.ଏ.)-ପ୍ରଳଙ୍କରୀ ବାତ୍ୟା ଫନୀରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ ଜିଲା। ବାତ୍ୟାରେ ନିଜର ସର୍ବସ୍ବ ହରାଇ ବେସାହାରା ହୋଇପଡ଼ିଛନ୍ତି ଲକ୍ଷ ଲକ୍ଷ ଲୋକ। ବାତ୍ୟାକୁ ୧୬ଦିନ ବିତିଥିଲେ ବି ଅନେକଙ୍କ ପାଖରେ କୌଣସି ସରକାରୀ ସହାୟତା ପହଞ୍ଚତ୍ ପାରିନାହିଁ। ଲୋକଙ୍କ…

ରାଜ୍ୟ ସଂଗ୍ରହାଳୟ ଖୋଲିବା ବିଳମ୍ବିତ ହେବ, କ୍ଷୟକ୍ଷତି ଅନୁଧ୍ୟାନ କଲେ ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର, ୧୯ା୫(ବ୍ୟୁରୋ)- ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶନିବାର ପୂର୍ବାହ୍ନରେ ବାତ୍ୟାରେ କ୍ଷତିଗ୍ରସ୍ତ ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ବିଭିନ୍ନ କ୍ଷୟକ୍ଷତି ଅନୁଧ୍ୟାନ କରିବା ସହିତ କ୍ଷତିଗ୍ରସ୍ତ ଗୃହ, ଗ୍ୟାଲେରୀ ଓ ପରିସର…

ନିଶାଦିଆ ଲୁଟେରାଙ୍କୁ ଧରିବାରେ ପୋଲିସ ନିଷ୍କ୍ରିୟ: ପୁଣି ଶିକାର ହେଲେ ୩ ଯାତ୍ରୀ

ଭୁବନେଶ୍ୱର,୧୯ା୫(ବ୍ୟୁରୋ)-ବାରମ୍ବାର ଥାନାରେ ଅଭିଯୋଗ ହେଲେ ମଧ୍ୟ ପୋଲିସ ନିଶାଦିଆ ଲୁଟେରାଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ଫଳରେ ଦିନକୁ ଦିନ ରାଜଧାନୀର ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌, ରେଲ୍‌ଓ୍ବେ ଷ୍ଟେଶନରେ ଲୁଟପାଟ୍‌ ବଢ଼ିଚାଲିଛି। ଶନିବାର ପୁଣି ୩ଜଣ ଯାତ୍ରୀଙ୍କୁ ନିଶା ଦେଇ ହଜାର ହଜାର…

ଚକାଫାଟିବାରୁ ଦୁର୍ଘଟଣା: ଡିଭାଇଡର ଡେଇଁ ଅନ୍ୟ କାର ସହ ପିଟିହେଲା ଓ୍ବାଗ୍‌ନର, ୩ ଗୁରୁତର

ଭୁବନେଶ୍ୱର,୧୯।୫(ବ୍ୟୁରୋ)- ଶହୀଦନଗର ଥାନା ଅନ୍ତର୍ଗତ ଆଚାର୍ଯ୍ୟବିହାର ଓଭରବ୍ରିଜ୍‌ ଉପରେ ଶନିବାର ରାତି ପ୍ରାୟ ୯ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଚକା ଫାଟିଯିବାରୁ ଏକ ଓ୍ବାଗନର କାର (ଓଆର୦୨ବିଭି୯୦୦୮) ଭାରସ୍ୟାମ ହରାଇ ଡିଭାଇଡର ଡେଇଁ ଅନ୍ୟ ଏକ ଜୁପିଟର କାର (ଓଆର୦୨ବିଏ୬୩୯୯)କୁ…

ରାଜଧାନୀ ଓଭରବ୍ରିଜ୍‌ରେ ମାତିଲେ ଲୁଟେରା: ଅଧଘଣ୍ଟାରେ ସିରିଜ୍‌ ଲୁଟ୍‌; ଚେନ୍‌, ଭ୍ୟାନିଟି ଝାମ୍ପିନେଲେ;ଦୁଇ ମହିଳାଙ୍କ ମୁଣ୍ଡ ଫାଟିଲା

ଭୁବନେଶ୍ୱର, ୧୯।୫(ବ୍ୟୁରୋ)- ରାଜଧାନୀରେ ପୁଣି ସକ୍ରିୟ ହୋଇଉଠିଛି ଲୁଟେରା ଗ୍ୟାଙ୍ଗ୍‌। ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ ହୋଇଥିବା ସିରିଜ ଲୁଟ୍‌ ମାମଲାରେ ପୋଲିସ ଏଯାଏ ଲୁଟେରାଙ୍କୁ ଠାବ କରିପାରି ନ ଥିବାବେଳେ ଶନିବାର ଅଧଘଣ୍ଟା ଭିତରେ ଜାତୀୟ ରାଜପଥରେ ଏକାଧିକ ଲୁଟ୍‌ ହୋଇଛି। ରସୁଲଗଡ ଓ…

ପୁନରୁଦ୍ଧାର ହେବ ଉପକୂଳ ସବୁଜିମା: ୫ବର୍ଷରେ ଖର୍ଚ୍ଚ ହେବ ୨୦୦ କୋଟି, ୮ ହଜାର ହେକ୍ଟର ଅଞ୍ଚଳରେ ହେବ ବୃକ୍ଷରୋପଣ

ଭୁବନେଶ୍ୱର, ୧୯।୫(ବ୍ୟୁରୋ)- ବାତ୍ୟା ‘ ଫନୀ’ରେ ଉପକୂଳ ଅଞ୍ଚଳରେ ଜଙ୍ଗଲ ଓ ବୃକ୍ଷ ସମ୍ପଦ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ସବୁଜିମା ଉଜୁଡି ଯାଇଛି। ତେଣୁ ଉପକୂଳ ସବୁଜିମାର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି। ଶନିବାର ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ…

ଆଣ୍ଡାମାନ ଛୁଇଁଲା ମୌସୁମୀ, ଜୁନ୍‌ରେ ଓଡ଼ିଶା ଆସିବ; ଜଳୁଛି ସାରା ଓଡ଼ିଶା, ୪୫.୮ ଡିଗ୍ରୀରେ ଟିଟିଲାଗଡ଼

ଭୁବନେଶ୍ୱର, ୧୯।୫(ବ୍ୟୁରୋ)/ରଣପୁର (ସ୍ବ.ପ୍ର.)- ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାତିରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ। ରାଜ୍ୟର ଅଧିକାଂଶ ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ପ୍ରବଳ ଗରମକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ପୂର୍ବାହ୍ନ ୧୦ଟାପରେ…

ପୁରୀରେ ମୁଖ୍ୟମନ୍ତ୍ରୀ : ଶ୍ରୀମନ୍ଦିର କ୍ଷୟକ୍ଷତିର କଲେ ଅନୁଧ୍ୟାନ

ପୁରୀ ଅଫିସ,୧୮ା୫: ବାତ୍ୟାରେ ଶ୍ରୀମନ୍ଦିରରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସିଂହଦ୍ୱାରଠାରେ ପହଞ୍ଚିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ ପୂର୍ବକ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ଏହା…

ଖୋର୍ଦ୍ଧାରେ ଏନ୍‌କାଉଣ୍ଟର : ୨ ଅପରାଧୀ ଗୁରୁତର

ଖୋର୍ଦ୍ଧା ଅଫିସ/ବେଗୁନିଆ,୧୮ା୫ (ଡି.ଏନ.ଏ.): ଖୋର୍ଦ୍ଧା ଜିଲା ପୋଲିସ ପକ୍ଷରୁ ବେଗୁନିଆ ଥାନା ଅନ୍ତର୍ଗତ ତାଳଚୁଆ ପାହାଡ଼ ନିକଟରେ ଶନିବାର ପୋଲିସ ଏବଂ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।  ଏଥିରେ ୨ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ଜଣେ ହେଲେ ବେଗୁନିଆ ଥାନା…

ବଦଳିଲେ ପୁରୀ ସିଡିଏମ୍‌ଓ, ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ଲାଗି ୪ ଡାକ୍ତର ନିଲମ୍ବିତ

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଶନିବାର ବଦଳିଛନ୍ତି ପୁରୀ ସିଡିଏମ୍‌ଓ। ତାଙ୍କ ସ୍ଥାନରେ ଡା. ଅମରେନ୍ଦ୍ର ନାଥ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ଏହାଛଡ଼ା ବାତ୍ୟା ‘ଫନୀ’ ସମୟରେ କାର୍ଯ୍ୟରେ ଅବହେଳାକୁ ନେଇ ପୁରୀ ଜିଲାର ୪ଜଣ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। ସେମାନେ ହେଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri