ମେଟ୍ରୋ

ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ରାଜ୍ୟର ୨୦ ସହରରେ ଶନିବାର ଅନୁଷ୍ଠିତ ହେବ। ୫୩ କେନ୍ଦ୍ରରେ ଦୁଇଟି ସିଟିଂରେ ଅଫ୍‌ଲାଇନ୍‌ ପରୀକ୍ଷା ହେବ। ଏଥିଲାଗି ୨୯ହଜାର ୯ଶହ ଛାତ୍ରୀଛାତ୍ର ପଞ୍ଜୀକରଣ କରିଛନ୍ତି। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ବି.ଫାର୍ମ…

ସ୍ବାସ୍ଥ୍ୟ ବିଭାଗର ସୂଚନା: ପୁରୀ ଜିଲାରେ ହଇଜା ହୋଇନି

ଭୁବନେଶ୍ୱର,୧୮।୫(ବ୍ୟୁରୋ): ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଜିଲାର କୌଣସି ଅଞ୍ଚଳରେ ହଇଜା ଦେଖାଦେଇ ନାହିଁ। ଯେଉଁ କେତେଜଣ ଝାଡ଼ାବାନ୍ତି ରୋଗୀ ଚିକିତ୍ସାଳୟ ଆସୁଛନ୍ତି, ସେମାନଙ୍କ ମଧ୍ୟରୁ ସଂଖ୍ୟାଧିକ ବାସିଖାଦ୍ୟ ଓ ଭୋଜି ଖାଇ ଏଭଳି ଅସୁସ୍ଥ ହୋଇପଡ଼ୁଛନ୍ତି। କିନ୍ତୁ ଗୋଟିଏ ହେଲେ ନମୁନା…

ଆଜି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ: ଧ୍ୱସ୍ତବିଧ୍ୱସ୍ତ ସଂଗ୍ରହାଳୟ ସୌନ୍ଦର୍ଯ୍ୟ

ଭୁବନେଶ୍ୱର,୧୮।୫(ସସ୍ମିତା ପାଇକରାୟ): କିଛି ଘଣ୍ଟାର ତାଣ୍ଡବ ମଧ୍ୟରେ ସବୁକିଛି ଉଜାଡ଼ିଦେଇ ଚାଲିଗଲା ଫନୀ। ଏହାର ପ୍ରକୋପରୁ ବାଦ୍‌ ପଡ଼ିଲାନି ଇତିହାସକୁ ସାଇତି ରଖୁଥିବା ସଂଗ୍ରହାଳୟ। ପୁରାତନ ସଭ୍ୟତାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନୂତନ ସଭ୍ୟତା ପାଖରେ ପହଞ୍ଚାଇବାରେ ପ୍ରମୁଖ…

ବିଏମ୍‌ସି ମୁଖ୍ୟାଳୟରେ ସମୀକ୍ଷା ବୈଠକ: ସୋମବାର ସୁଦ୍ଧା ଜଳିବ ସବୁ ଷ୍ଟ୍ରିଟଲାଇଟ୍‌

ଭୁବନେଶ୍ୱର,୧୮।୫(ବ୍ୟୁରୋ): ବାତ୍ୟା ‘ଫନୀ’ର ପ୍ରଳୟରେ ଭୁବନେଶ୍ୱରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଯାବତ୍‌ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସେବା ସ୍ବାଭାବିକ ହୋଇପାରି ନ ଥିବା ବେଳେ ମୁଖ୍ୟ ରାସ୍ତାଗୁଡ଼ିକୁ ଛାଡ଼ିଦେଲେ ଅନ୍ୟ ରାସ୍ତାରେ ଲଗାଯାଇଥିବା ଷ୍ଟ୍ରିଟଲାଇଟ୍‌ଗୁଡ଼ିକ ଜଳୁନାହିଁ। ଏ ନେଇ ଶୁକ୍ରବାର ଭୁବନେଶ୍ୱର…

ବାତ୍ୟା ପରେ ବିଗୁଡୁଛି ପରିମଳ ବ୍ୟବସ୍ଥା: କୋମାରେ ଗାଁ କଲ୍ୟାଣ ସମିତି

ବ୍ରହ୍ମଗିରି, ୧୭ା୫(ଡି.ଏନ୍‌.ଏ.)-ପ୍ରଳୟଙ୍କରୀ ବାତ୍ୟା ଫନୀ ପୁରୀ ଜିଲାରେ ତାଣ୍ଡବ ରଚିଛି। ଏଥିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବ୍ରହ୍ମଗିରି ବ୍ଲକ। ବାତ୍ୟା ପରେ ବିଗୁଡୁଛି ଗାଁ ପରିମଳ ବ୍ୟବସ୍ଥା। ଗାଁ ଚାରିପଟେ ଗଦାହୋଇଛି କୁଢ କୁଢ ଆବର୍ଜନା। ପରିବେଷ ଏବେ ଦୁଷିତ।…

ଫନୀରେ ଧ୍ୱସ୍ତ ବିଧ୍ୱସ୍ତ ରତ୍ନବଟ ଆଶ୍ରମ: ଆଜି ପ୍ରାଚୀ ଉପତ୍ୟକାରେ ବାରଗାଦି ମେଳଣ

କାକଟପୁର, ୧୭।୫(ଡି.ଏନ୍‌.ଏ.):ପବିତ୍ର ବୁଦ୍ଧ ପୂର୍ଣ୍ଣମୀ ଅର୍ଥାତ୍‌ ବୈଶାଖ ପୂର୍ଣ୍ଣୀମାରେ ଶନିବାର କାକଟପୁରର ରତ୍ନବଟ ଆଶ୍ରମରେ ଅନୁଷ୍ଠିତ ହେବ ବାରଗାଦି ମେଳଣ। ଦିନକ ପାଇଁ ଉତ୍ସବ ମୁଖର ହୋଇପଡ଼ିବ ରତ୍ନବଟ ଆଶ୍ରମ। ମାତ୍ର ଫନୀର ତାଣ୍ଡବରେ ରତ୍ନବଟ ଆଶ୍ରମର ବୃକ୍ଷରାଜୀ ଧ୍ୱସ୍ତ ବିଧ୍ୱସ୍ତ…

ରାସ୍ତା ମଝିରେ ଖରାପ ହେଲା ଅଳିଆ ବୋଝେଇ ହାଇଓ୍ବା: କଟକ ରୋଡ୍‌ରେ ଟ୍ରାଫିକ୍‌ ଜାମ ପରିସ୍ଥିତି

କଟକ ରୋଡ୍‌,୧୭।୫(ଡି.ଏନ୍‌.ଏ.): ସ୍ଥାନୀୟ ଲକ୍ଷ୍ମୀସାଗର ଟ୍ରାଫିକ୍‌ ଛକ ନିକଟରେ ଶୁକ୍ରବାର ଏକ ଅଳିଆ ବୋଝେଇ ହାଇଓ୍ବା ଖରାପ ହେବା ପରେ କଟକ ରୋଡ୍‌ ଅଞ୍ଚଳରେ ନାହିଁ ନ ଥିବା ଟ୍ରାଫିକ୍‌ ସମସ୍ୟା ଉପୁଜିଛି। ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ରେ ଡାଳପତ୍ର ସାଙ୍ଗକୁ…

ଧରିତ୍ରୀ ପ୍ରଭାବ: ଫନୀ ପ୍ରଭାବିତ ଅଞ୍ଚଳରେ ଘରଭଙ୍ଗା ସର୍ଭେ, ବିପନ୍ନଙ୍କ ଭଙ୍ଗାଘରର ଜିଓ ଟ୍ୟାଗ୍‌ ବାଧ୍ୟତାମୂଳକ

କଟକ ସଦର,୧୭।୫(ଡି.ଏନ୍‌.ଏ.): ବାତ୍ୟା ‘ଫନୀ’ ପ୍ରଭାବରେ ଗୃହଶୂନ୍ୟ ବ୍ୟକ୍ତିମାନଙ୍କୁ ପକ୍କାଘର ଯୋଗାଇ ଦେବା ଲାଗି ରାଜ୍ୟ ସରକାର ଘୋଷଣା କରିବା ପରେ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିଙ୍କର ତତ୍ପରତା ବୃଦ୍ଧି ପାଇଥିଲା। ଏ ସମ୍ପର୍କରେ ୧୬।୫।୧୯ରେ ଧରିତ୍ରୀର ଭୁବନେଶ୍ୱର ସଂସ୍କରଣର ଫନୀ ତାଣ୍ଡବ…

କଟକ କେନ୍ଦ୍ରାଞ୍ଚଳ ଗୋଇନ୍ଦା ବିଭାଗର ଚଢ଼ାଉ: ୫୩ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଅଭିଯୁକ୍ତ ଗିରଫ

କଟକ ରୋଡ୍‌,୧୭।୫(ଡି.ଏନ୍‌.ଏ.): କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଶୁକ୍ରବାର ରାଜଧାନୀର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଚଢ଼ାଉ କରି ଜଣେ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ଅଭିଯୁକ୍ତଜଣଙ୍କ ହେଲେ ଉକ୍ତ ଥାନା ଅଧୀନ କଳାରାହାଙ୍ଗ ଗ୍ରାମର କୃଷ୍ଣଚନ୍ଦ୍ର ନାଥ। ତାଙ୍କଠାରୁ ୫୩…

କଣ୍ଟାପଡା, ନିଆଳି ବ୍ଲକ ସମ୍ପୂର୍ଣ୍ଣ ବାତ୍ୟା ପ୍ରଭାବିତ ନେଇ ଘୋଷଣା: ରାଶନ କାର୍ଡ ନ ଥିବା ବିପନ୍ନଙ୍କୁ ମିଳିବ ୫୦ କିଲୋ ଚାଉଳ

କଣ୍ଟାପଡା,୧୭।୫(ଡି.ଏନ୍‌.ଏ.): ଜନପ୍ରତିନିଧିଙ୍କ ଆନ୍ଦୋଳନ ଓ ସ୍ଥାନୀୟ ବାତ୍ୟା ପ୍ରଭାବିତଙ୍କ ଦାବି ପରେ ଗୁରୁବାର ରାଜ୍ୟସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନର କଣ୍ଟାପଡା ଓ ନିଆଳି ବ୍ଲକକୁ ସମ୍ପୂର୍ଣ୍ଣ ଫନୀ ପ୍ରଭାବିତ ବୋଲି ଘୋଷଣା କରିଛନ୍ତି। ଉଭୟ ବ୍ଲକର ବାତ୍ୟା ପ୍ରଭାବିତଙ୍କୁ ରିଲିଫ କୋଡ୍‌…

ବାତ୍ୟା ବାହାନା:ଦରଦାମ୍‌ ଆକାଶଛୁଆଁ

ଭୁବନେଶ୍ୱର,୧୭।୫(ବ୍ୟୁରୋ):ବାତ୍ୟା ‘ଫନୀ’ ପୁରୀ ଓ ଭୁବନେଶ୍ୱର ସହରକୁ ଉଜାଡି ଦେଇଛି। ଭାଙ୍ଗିଦେଇଛି ଲୋକଙ୍କ ଆର୍ଥିକ ମେରୁଦଣ୍ଡ। ବାତ୍ୟା ଯିବାର ୧୪ ଦିନ ପରେ ମଧ୍ୟ ଅଣ୍ଟା ସଳଖି ପାରିନାହାନ୍ତି ଖୋର୍ଦ୍ଧା, କଟକ, ପୁରୀ ଜିଲାର ଜନସାଧାରଣ। ବିଦ୍ୟୁତ୍‌ ଓ ପାଣି ପାଇଁ…

ବ୍ୟାଙ୍କିଙ୍ଗ୍‌, ଇନ୍‌ସ୍ୟୁରାନ୍ସ ସେବା ସ୍ବାଭାବିକ ପାଇଁ କେନ୍ଦ୍ର ଓ ରାଜ୍ୟ ଅଧିକାରୀଙ୍କ ବୈଠକ:ଓଡ଼ିଶା ଆପଣାଇବ କେରଳ ମଡେଲ

ଭୁବନେଶ୍ୱର,୧୭।୫(ବ୍ୟୁରୋ):ବାତ୍ୟା ଫନୀ ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ ଓ ବୀମା ସେବାକୁ ପୂର୍ବଭଳି ସ୍ବାଭାବିକ କରିବାକୁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ଏ ନେଇ ଗୁରୁବାର ରାଜ୍ୟ ଅତିଥି ଭବନଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ର ଅର୍ଥ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri