ମେଟ୍ରୋ

ଲୁଟେରା, ନିଶା ମାଫିଆଙ୍କୁ ଧରାଇବେ ସ୍ଥାନୀୟ ଯୁବକ

୪ ଲୁଟ୍‌ ଓ ଡକାୟତି ଘଟଣାକୁ ନେଇ ଲୋକେ ରାସ୍ତାକୁ ଓହ୍ଲାଇବା ପରେ କମିଶନରେଟ ପୋଲିସର ନିଦ ହଜିଛି। ରସୁଲଗଡ଼ରେ ରାସ୍ତାରୋକୋ ଓ ପୋଡ଼ାଜଳାସ୍ଥଳରେ ପହଞ୍ଚତ୍ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବା ସହ ଆଲୋଚନା ପାଇଁ ଡାକିଥିଲେ।…

ଆତଙ୍କର ସହର ଭୁବନେଶ୍ୱର

କମିଶନରେଟ ପୋଲିସ ଇଲାକାରେ ରହିଛି ରାଜଧାନୀ ଭୁବନେଶ୍ୱର। ଏଠି ସୁରକ୍ଷା ଅପହଞ୍ଚ, ଅପରାଧୀଙ୍କୁ ଛାଡ଼ି ପୋଲିସ ହେଲ୍‌ମେଟ୍‌ରେ ବ୍ୟସ୍ତ। ଉନ୍ନତ ଟେକ୍ନୋଲୋଜି, ଦକ୍ଷ ଅଧିକାରୀ ରହିଥିବା ସତ୍ତ୍ୱେ ସହରରେ ବଢ଼ି ଚାଲିଛି ହତ୍ୟା, ଲୁଟ୍‌ ପରି ଅପରାଧ। ବିଶେଷକରି ଲୁଟେରା ଗ୍ୟାଙ୍ଗ୍‌…

ଏଚ୍‌ସିଜିର ନୂଆ ଡେ କ୍ୟାନସର କେୟାର ସେଣ୍ଟର

ଭୁବନେଶ୍ୱର,୧।୮(ବ୍ୟୁରୋ): ଏଚ୍‌ସିଜି ସୁପର ସ୍ପେଶିଆଲିଷ୍ଟ କ୍ୟାନସର ନିରାକରଣ ହସ୍ପିଟାଲ ପକ୍ଷରୁ ଭୁବନେଶ୍ୱର ଜୟଦେବ ବିହାରଠାରେ ନୂଆ ଡେ କ୍ୟାନସର କେୟାର ସେଣ୍ଟର ସ୍ଥାପନ କରାଯାଇଛି। କ୍ୟାନସର ରୋଗର ନିରାକରଣ ଲାଗି ଚିକିତ୍ସା ସୁବିଧା ସହଜରେ ଉପଲବ୍ଧ କରାଇବା ଲାଗି ଏଭଳି ସେଣ୍ଟର…

ସିସିଡି ପ୍ରତିଷ୍ଠାତାଙ୍କ ଓଡ଼ିଶା ଲିଙ୍କ୍‌: ଏମ୍‌ସିଏଲ୍‌ର ୨ ଖଣିରେ କାମ କରୁଛି ଲଜିଷ୍ଟିକ୍‌ କମ୍ପାନୀ

ଭୁବନେଶ୍ୱର,୧ା୮ (ବ୍ୟୁରୋ): ଋଣ ଚାପରେ ଆତ୍ମହତ୍ୟା କରିଥିବା କ୍ୟାଫେ କଫି ଡେ (ସିସିଡି) ମାଲିକ ଭି.ଜି.ସିଦ୍ଧାର୍ଥଙ୍କ ଓଡିଶା ଲିଙ୍କ୍‌ ରହିଛି। ତାଙ୍କର ସିକାଲ ଲଜିଷ୍ଟିକ କମ୍ପାନୀ ରାଜ୍ୟର ମହାନଦୀ କୋଲ୍‌ ଫିଲ୍ଡସ ଲିମିଟେଡ(ଏମ୍‌ସିଏଲ୍‌)ର ୨ ଖଣିରେ ଏବେ କାର୍ଯ୍ୟ କରୁଛି। ତାଳଚେରର…

ନଦୀ ଜଳ ବିବାଦ ବିଚାର ପାଇଁ ବିଲ୍‌ ଲୋକ ସଭାରେ ଗୃହୀତ ଗୋଟିଏ ଟ୍ରିବ୍ୟୁନାଲରେ ସମାଧାନ

ନୂଆଦିଲ୍ଲୀ,୧ା୮ (ପି.ଟି./ଆଇଏଏନ୍‌ଏସ୍‌) ଆନ୍ତଃ ରାଜ୍ୟ ନଦୀଜଳ ବିବାଦର ବିଚାରକୁ ସରଳ ଓ ସୁସଙ୍ଗତ କରିବା ପାଇଁ ଉଦ୍ଦିଷ୍ଟ ଇଣ୍ଟର ଷ୍ଟେଟ୍‌ ରିଭର ଓ୍ବାଟର ଡିସ୍‌ପ୍ୟୁଟ୍‌ (ଆମେଣ୍ଡମେଣ୍ଟ) ବିଲ୍‌, ୨୦୧୯ ବିଲ୍‌ ବୁଧବାର ଲୋକ ସଭାରେ ଗୃହୀତ ହୋଇଛି। ଏହି ବିଧେୟକରେ ବିଭିନ୍ନ…

୭ ଖଣି ନିଲାମ ପାଇଁ ବିଜ୍ଞପ୍ତି: ଖଣି ହାତେଇବାକୁ ଦୌଡ଼

ଭୁବନେଶ୍ୱର,୧।୮(ବ୍ୟୁରୋ): ରାଜ୍ୟର ୭ଟି ଖଣିର ନିଲାମୀ ପାଇଁ ବୁଧବାର ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ମଧ୍ୟରେ ୪ଟି ଚୂନ ପଥର ଖଣି. ୨ଟି କ୍ରୋମାଇଟ୍‌ ଏବଂ ଗୋଟିଏ ଗ୍ରାଫାଇଟ୍‌ ଖଣି ରହିଛି। ସବୁ ଖଣିକୁ ଇ-ଅକ୍ସନ କରାଯିବ…

କୋମାରେ କମିଶନରେଟ୍‌ ପୋଲିସ

ଭୁବନେଶ୍ୱର, ୧ା୮(ବ୍ୟୁରୋ): କୋମା ସ୍ଥିତିକୁ ଚାଲିଗଲାଣି କମିଶନରେଟ ପୋଲିସ। ରାଜଧାନୀ ଭୁବନେଶ୍ୱରରେ ଲୁଟେରା ରାଜ୍‌ କଲେଣି। ସକାଳୁ ରାତି ପର୍ଯ୍ୟନ୍ତ ଫୁଟୁଛି ଗୁଳି, ବୁଲୁଛି ଖଣ୍ଡା ଭୁଜାଲି। ସହରରେ ପ୍ରତିଦିନ ଘଟିଚାଲିଛି ଲୁଟ୍‌ପାଟ ଓ ଡକାୟତି। ମଙ୍ଗଳବାର ଗୋଟିଏ ଥାନାଞ୍ଚଳରେ ୪ରୁ…

ମହାପ୍ରଭୁଙ୍କୁ ଦର୍ଶନ କଲେ ନେପାଳ ରାଜଗୁରୁ

ପୁରୀ ଅଫିସ, ୩୧ା୭: ନେପାଳର ରାଜଗୁରୁ ତଥା ବୌଦ୍ଧିକ ସାଧକ ଅର୍ଜୁନ ପ୍ରସାଦ ବାସ୍ତୋଲା ବୁଧବାର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୂର୍ବାହ୍ନ ପ୍ରାୟ ୧୦ଟାରେ ବାସ୍ତୋଲା ତାଙ୍କ ସହଯୋଗୀମାନଙ୍କ ସହ ଆସି ସିଂହଦ୍ୱାରରେ ପହଞ୍ଚତ୍ବା ପରେ ଓଡ଼ିଶା ଇଣ୍ଟରନ୍ୟାଶନାଲ ସେଣ୍ଟର(ଓଆଇସି) ପକ୍ଷରୁ…

ରାଜ୍ୟରେ ଭାଜପା-ବିଜେଡି ସରକାର ଚାଲିଛି: ତାରା

ଭୁବନେଶ୍ୱର,୩୧।୭(ବ୍ୟୁରୋ): କେନ୍ଦ୍ର ସରକାର ମଙ୍ଗଳବାର ପାର୍ଲାମେଣ୍ଟରେ ‘ତିନି ତଲାକ୍‌ ବିଲ୍‌’ ପାସ୍‌ କରିଛନ୍ତି। ଏହି ବିଲ୍‌କୁ ସମର୍ଥନ କରିବା ପାଇଁ ବିଜେଡି ହୁଇପ୍‌ ଜାରି କରିଥିଲା। ଏଠାରେ ଭାଜପା-ବିଜେଡି ସରକାର ଚାଲିଛି ନା କ’ଣ ସେ ବିଷୟରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ।…

ରାଜ୍ୟକୁ କମିଲା କିରୋସିନ କୋଟା: ଅଗଷ୍ଟରୁ ମିଳିବ ୨ ଲିଟର

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟର ୪ଟି ଜିଲା କଟକ, ଖୋର୍ଦ୍ଧା, ସମ୍ବଲପୁର ଓ ସୁନ୍ଦରଗଡ଼କୁ ଅଣ-ସବ୍‌ସିଡି କିରୋସିନ ଯୋଗାଇ ଦିଆଯାଉଛି। ଅନ୍ୟ ଜିଲାଗୁଡ଼ିକରେ କେତେ ଅଣ-ସବ୍‌ସିଡି କିରୋସିନ ଦରକାର ସେନେଇ ଏକ ତାଲିକା ଦେବା ଲାଗି ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସରକାର ରାଜ୍ୟ…

୪୪୧ ସ୍କୁଲରେ ଛାତ୍ରୀ, ୧୪୮୫ ସ୍କୁଲରେ ଛାତ୍ରଙ୍କ ପାଇଁ ଶୌଚାଳୟ ନାହିଁ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟରେ ୪୪୧ଟି ବାଳିକା ବିଦ୍ୟାଳୟ ଏବଂ ୧୪୮୫ଟି ସ୍କୁଲରେ ଛାତ୍ରଙ୍କ ପାଇଁ ଶୌଚାଳୟ ନାହିଁ। ୨୦୧୭-୧୮ ତଥ୍ୟ ଅନୁଯାୟୀ, ରାଜ୍ୟରେ ମୋଟ ୫୪,୨୯୮ଟି ସରକାରୀ ସ୍କୁଲ ମଧ୍ୟରୁ ୫୩,୭୬୩ ସ୍କୁଲରେ ବାଳିକା ଶୌଚାଳୟ ଏବଂ ୫୨,୫୨୧ ସ୍କୁଲରେ ବାଳକ ଶୌଚାଳୟ…

ତୃପ୍ତି ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା: ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ଅବରୋଧ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରସୁଲଗୁଡ଼ସ୍ଥିତ ତୃପ୍ତି ହୋଟେଲ ମାଲିକ ବୁଲୁ ସାମନ୍ତରାୟଙ୍କୁ ମଙ୍ଗଳବାର ରାତିରେ ଆକ୍ରମଣ କରି ସୁନାଚେନ୍‌, ବ୍ରେସଲେଟ୍‌ ଓ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ଏହାର ପ୍ରତିବାଦ ସହ ଅଭିଯୁକ୍ତଙ୍କ ଗିରଫ ଦାବିରେ ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ବାସିନ୍ଦା ଟାୟାର ଜାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?