କୋମାରେ କମିଶନରେଟ୍‌ ପୋଲିସ

ଭୁବନେଶ୍ୱର, ୧ା୮(ବ୍ୟୁରୋ): କୋମା ସ୍ଥିତିକୁ ଚାଲିଗଲାଣି କମିଶନରେଟ ପୋଲିସ। ରାଜଧାନୀ ଭୁବନେଶ୍ୱରରେ ଲୁଟେରା ରାଜ୍‌ କଲେଣି। ସକାଳୁ ରାତି ପର୍ଯ୍ୟନ୍ତ ଫୁଟୁଛି ଗୁଳି, ବୁଲୁଛି ଖଣ୍ଡା ଭୁଜାଲି। ସହରରେ ପ୍ରତିଦିନ ଘଟିଚାଲିଛି ଲୁଟ୍‌ପାଟ ଓ ଡକାୟତି। ମଙ୍ଗଳବାର ଗୋଟିଏ ଥାନାଞ୍ଚଳରେ ୪ରୁ ଊର୍ଦ୍ଧ୍ୱ ବଡ଼ ଘଟଣା ଘଟାଇବା ପରେ ସହରବାସୀ ଆତଙ୍କିତ ହୋଇପଡ଼ିଲେଣି। ଲୁଟେରାମାନେ ବାଇକ୍‌ରେ ଗୋଟିକ ପରେ ଗୋଟିଏ ଘଟଣା ଘଟାଇ ଚାଲିଥିବାବେଳେ ଅତ୍ୟାଧୁନିକ ବ୍ୟବସ୍ଥା ସହ ଥିବା ପୋଲିସ ସତେ ଯେମିତି ଶୋଇଯାଇଥିଲା। ରାଜଧାନୀର ଏପରି ଅସୁରକ୍ଷିତ ସ୍ଥିତିକୁ ନେଇ ବୁଧବାର ସକାଳେ ଉତ୍ତ୍ୟକ୍ତ ଲୋକେ ରାଜରାସ୍ତାକୁ ଓହ୍ଲାଇଥିଲେ। ପୋଲିସ ବିରୋଧରେ ରାଜଧାନୀ ରାଜପଥରେ ଜଳିଥିଲା ନିଆଁ। ଅପାରଗ ପୋଲିସ ଅଧିକାରୀଙ୍କୁ ବଦଳି ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ସାଧାରଣ ଲୋକେ। ଫଳରେ ରସୁଲଗଡ଼ ଛକରେ ଦୀର୍ଘ ସମୟ ଧରି ଯାତାୟାତ ଠପ୍‌ ହୋଇଯାଇଥିଲା।
ମଙ୍ଗଳବାର ଭୋର୍‌ରୁ ଲୁଟେରା ଗ୍ୟାଙ୍ଗ୍‌ ପୋଲିସକୁ ଚ୍ୟାଲେଞ୍ଜ କରି ଆରମ୍ଭ କରିଥିଲେ ଅପରେଶନ। ସକାଳ ପ୍ରାୟ ୫ଟାରେ ପ୍ରଥମେ ଗାଡ଼କଣ ଆଦିମାତା କଲୋନୀରେ ରେଲ୍‌ଓ୍ବେ କର୍ମଚାରୀ ଉମାକାନ୍ତ ମିଶ୍ର ଓ ତାଙ୍କ ପରିବାର ସଦସ୍ୟଙ୍କଠାରୁ ବନ୍ଧୁକ ଦେଖାଇ ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ। ଏହାର ଅଧଘଣ୍ଟା ପରେ ଉକ୍ତ କଲୋନୀରେ ରହୁଥିବା ବରିଷ୍ଠ ନାଗରିକ ଦମ୍ପତି ତଥା ଅବସରପ୍ରାପ୍ତ ବ୍ୟାଙ୍କ୍‌ ମ୍ୟାନେଜର ସଦାନନ୍ଦ ବିଶ୍ୱାଳଙ୍କୁ ଲୁଟେରାମାନେ ଭୁଜାଲି ଦେଖାଇ ଘରେ ପଶିଥିଲେ। ଆଲମାରିରୁ ୪ଲକ୍ଷ ଟଙ୍କାର ସୁନା ମୁଦି ଓ ଚେନ୍‌ ନେଇ ଫେରାର ହୋଇଯାଇଥିଲେ। ତୃତୀୟ ଘଟଣା ଘଟିଥିଲା କଟକ-ପୁରୀ ବାଇପାସ୍‌ ଜଗନ୍ନାଥ ସଡ଼କରେ। ମହିମା ମୋଟର୍ସ ନାମକ ଏକ ବ୍ୟବହୃତ କାର୍‌ ଶୋ’ରୁମ୍‌ରେ ଲୁଟେରାମାନେ ପହଞ୍ଚତ୍ ଆତଙ୍କ ଖେଳାଇଥିଲେ। ମାଲିକ ତାପସ କୁମାର ପରିଡ଼ା ଓ ଜଣେ ଗ୍ରାହକ ଭିକି ଶର୍ମାଙ୍କୁ ଭୁଜାଲିରେ ହାଣି ସୁନା ଚେନ୍‌ ସହ ୨ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଆକ୍ରମଣରେ ବହୁ ଆହତ ହୋଇଥିବାବେଳେ ତାପସ ଓ ଭିକିଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚତୁର୍ଥ ଘଟଣା ଘଟିଥିଲା ରାତି ପ୍ରାୟ ସାଢ଼େ ୧୨ଟାରେ। ମଞ୍ଚେଶ୍ୱର ଥାନା ନିକଟରେ ଥିବା ତୃପ୍ତି ହୋଟେଲର ମାଲିକ ବୁଲୁ ସାମନ୍ତରାୟ ବାଇକରେ ଘରକୁ ଫେରୁଥିବାବେଳେ ରସୁଲଗଡ଼ ପାଲାମଣ୍ଡପ ନିକଟରେ ଲୁଟେରାମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣିବା ସହ ସେ ପିନ୍ଧିଥିବା ୫ଲକ୍ଷ ଟଙ୍କାର ସୁନାଚେନ୍‌ ଓ ବ୍ରେସ୍‌ଲେଟ୍‌ ଲୁଟିନେଇଥିଲେ। ଏହି ଘଟଣାକୁ ନେଇ ବୁଧବାର ସକାଳ ୯ଟାରେ ସ୍ଥାନୀୟ ବାସିନ୍ଦା ରସୁଲଗଡ଼ ଛକରେ ଧାରଣା ଦେବା ସହ ଟାୟାର ଜାଳି ପ୍ରତିବାଦ କରିଥିଲେ। ପୋଲିସ ଡାଉନ୍‌ ଡାଉନ୍‌ ଆଦି ନାନା ନାରାବାଜି ଦେବା ସହ ସହରବାସୀଙ୍କ ଜନଜୀବନର ସୁରକ୍ଷା ଓ ଅପରାଧୀଙ୍କୁ ଗିରଫ ଦାବି କରିଥିଲେ। ଫଳରେ ପ୍ରାୟ ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଗାଡିମୋଟର ଅଟକି ରହିଥିଲା। ମଞ୍ଚେଶ୍ୱର ଥାନା ଅଧିକାରୀ ଯତୀନ୍ଦ୍ର ନାଥ ସେଠୀ ଓ ଜୋନ୍‌ ଏସିପି ଅନିଲ କୁମାର ମିଶ୍ର ଲୋକଙ୍କୁ ବୁଝାଶୁଝା କରି ବିଫଳ ହେବା ପରେ ପୋଲିସ କମିଶନର ସତ୍ୟଜିତ ମହାନ୍ତି ଏବଂ ଡିସିପିିି ଅନୁପ ସାହୁ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସ୍ପେଶାଲ ସ୍କ୍ବାଡ୍‌ ଘଟଣାର ତଦନ୍ତ କରି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ କମିଶନର ମହାନ୍ତି ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବ ବୋଲି କହିବା ପରେ ଲୋକେ ଆନ୍ଦୋଳନରୁ ହଟିଥିଲେ।
ଅନ୍ୟପକ୍ଷରେ ଅପରାହ୍ନରେ ଡିସିପିଙ୍କ କାର୍ଯ୍ୟାଳରେ ରସୁଲଗଡ଼ ବାସିନ୍ଦାଙ୍କୁ ନେଇ ପୋଲିସ ପକ୍ଷରୁ ଏକ ବୈଠକ ବସିଥିଲା। ଅପରାଧୀଙ୍କୁ ଧରିବା ସହ ଅପରାଧ ରୋକିବାରେ ପୋଲିସ ଜନସାଧାରଣଙ୍କ ସହଯୋଗ ଲୋଡ଼ିଥିଲେ। ପେସାଦାର ଅପରାଧୀ ଓ ନିଶା ବେପାରୀଙ୍କୁ ଚିହ୍ନଟ କରିବାରେ ଯୁବକମାନେ ସହଯୋଗ କରିବେ ବୋଲି କହିଥିଲେ। ହେଲେ ଘଟଣାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ କମିଶନରେଟ ପୋଲିସ କୌଣସି ଲୁଟେରାଙ୍କୁ ଧରିପାରିନି। ମଞ୍ଚେଶ୍ୱର ଥାନା ଅଞ୍ଚଳରେ ନିଶା କାରବାର ଓ ଲୁଟପାଟ ବଢିବା ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ଯଦି ପୋଲିସ ଯେସାକୁ ତେସା ନୀତି ଆପଣାଇବ ତେବେ ଆଗାମୀ ପରିସ୍ଥିତି ଭୟଙ୍କର ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri