ଅମରେଶ ହତ୍ୟା ଘଟଣା: ସ୍ପେଶାଲ ସ୍କ୍ବାଡ୍ ନେତୃତ୍ୱରେ ଗଠନ ହେଲା ଟିମ୍
ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ):ଏୟାରଫିଲ୍ଡ ଥାନା ଭୀମଟାଙ୍ଗୀସ୍ଥିତ ଏକାମ୍ର କଲେଜ ପଛ ପଡ଼ିଆରେ ରବିବାର ରାତିରେ ଅମରେଶ ନାୟକଙ୍କୁ ଭୁଜାଲିରେ ହାଣି ମୁଣ୍ଡକୁ ଛେଚି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ୪୮ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ହତ୍ୟାକାରୀଙ୍କୁ ଗିରଫ କରିପାରିନି।…
୧ରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ପାନ, ଗୁଟ୍ଖା ମନା
ପୁରୁଣାଭୁବନେଶ୍ୱର,୩୦ା୧୦ (ଡି.ଏନ.ଏ.):ନଭେମ୍ବର ୧ରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ପାନ ଗୁଟ୍ଖା ସମ୍ପୂର୍ଣ୍ଣ ମନା କରାଯିବ। ଏଥିରେ ବ୍ୟତିକ୍ରମ ହେଲେ ୧୦୦ଟଙ୍କା ଫାଇନ ଦେବାକୁ ହେବ ବୋଲି ମଙ୍ଗଳବାର ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ କାର୍ଯ୍ୟାଳୟ ପରିସରରେ ଆୟୋଜିତ ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟବୋର୍ଡର ଏକ ବୈଠକରେ ଏହା…
ନୂଆ ମୋଟର ଯାନ ଆଇନ: କୋହଳ ଅବଧି ଆଉ ମାସେ
ଭୁବନେଶ୍ୱର, ୨୯ା୧୦(ବ୍ୟୁରୋ):ନୂଆ ମୋଟର ଆଇନ ଲାଗୁ ହେବା ପରେ କଡାକଡି ଯାଞ୍ଚ କରାଯାଇ ମୋଟାଅଙ୍କର ଜରିମାନା ଆଦାୟ ହୋଇଥିଲା। ଲୋକଙ୍କୁ ଗାଡ଼ି କାଗଜପତ୍ର କରିବାକୁ ସମୟ ଦିଆ ନ ଯାଇ ହଠାତ୍ ଏଭଳି ଜରିମାନା ଆଦାୟକୁ ନେଇ ଚାରିଆଡ଼େ ତୀବ୍ର ବିରୋଧ…
୪ ସ୍ଥାନରେ ସ୍ବତନ୍ତ୍ର କ୍ରୀଡ଼ା ବିଦ୍ୟାଳୟ
ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ଉପରେ ସ୍ବତନ୍ତ୍ର ଗୁରୁତ୍ୱ ଦିଆଯାଉଛି। କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ରାଜ୍ୟର ୪ଟି ସ୍ଥାନରେ ସ୍ବତନ୍ତ୍ର କ୍ରୀଡ଼ା ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏହି ସ୍ଥାନରେ ପୂର୍ବରୁ ରହିଥିବା କ୍ରୀଡ଼ା…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୟୁଏସ୍ଏ କନ୍ସଲ୍ ଜେନେରାଲ
ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଙ୍ଗଳବାର ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍ଏ)ର ବାଣିଜ୍ୟ ଦୂତ (କନ୍ସଲ୍ ଜେନେରାଲ୍) ଜୋଏଲ୍ ରେଫ୍ମ୍ୟାନ୍ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ରାଜ୍ୟର ଅର୍ଥନୀତି, ଦ୍ୱିପାକ୍ଷିକ ସମ୍ପର୍କ, ଗ୍ରାମୀଣ ଅର୍ଥନୀତି, କୃଷି ଏବଂ କୃଷକଙ୍କ ସାମାଜିକ ଅର୍ଥନୈତିକ…
ତୃତୀୟ କମାଣ୍ଡାଣ୍ଟ୍ସ ସମ୍ମିଳନୀ:ଇ-ଅଫିସ ଯୋଜନାରେ ସାମିଲ ହେଲା ୫ ବାଟାଲିୟନ
ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):ପୋଲିସ ବିଭାଗରେ କାର୍ଯ୍ୟକାରୀ ହୋଇଥିବା ଇ-ଅଫିସ ଯୋଜନାରେ ପ୍ରଥମଥର ପାଇଁ ସାମିଲ ହୋଇଛି ସ୍ପେଶାଲ ଆର୍ମ୍ଡ ପୋଲିସ ବାଟାଲିୟନ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଢେଙ୍କାନାଳ, କଟକ, ମାଲକାନଗିରି, ଖୋର୍ଦ୍ଧା ଓ ରାଉରକେଲାରେ ଥିବା ୫ ବାଟାଲିୟନ ଯୋଡ଼ିହୋଇଛି। ମଙ୍ଗଳବାର ଚନ୍ଦ୍ରଶେଖରପୁରସ୍ଥିତ ପୋଲିସ…
୫ ଜିଲାରେ ଆରମ୍ଭ ହେବ ମିଶନ ଇନ୍ଦ୍ରଧନୁଷ୍-୨
ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ):ରାଜ୍ୟର ୫ ଜିଲାରେ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ମିଶନ ଇନ୍ଦ୍ରଧନୁଷ୍-୨ ଆରମ୍ଭ ହେବ। ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ମିଶନ ଇନ୍ଦ୍ରଧନୁଷ୍ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଲାଗି ପୂର୍ଣ୍ଣ ପ୍ରସ୍ତୁତି ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ…
କୋରାପୁଟରେ ହେବ ସିପେଟ୍
ଭୁବନେଶ୍ୱର, ୩୦-୧୦(ବ୍ୟୁରୋ):ଭୁବନେଶ୍ୱର ଭଳି କୋରାପୁଟରେ ସିପେଟ୍ (ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ୍ ପ୍ଲାଷ୍ଟିକ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି) ପ୍ରତିଷ୍ଠା ହେବ ବୋଲି କହିଛନ୍ତି ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନ ରସାୟନ ଏବଂ ପେଟ୍ରୋକେମିକାଲ୍ସ ବିଭାଗ ସଚିବ ପି. ରାଘବେନ୍ଦ୍ର ରାଓ। ମୁଖ୍ୟ…
ବିଧାନସଭା ଗୃହ କମିଟି : ଅରୂପ କୋଅପ୍ଟେଡ୍ ସଦସ୍ୟ
ଭୁବନେଶ୍ୱର,୩୦-୧୦(ବ୍ୟୁରୋ): ବମ୍ବେର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ବିଧାନସଭା ଗୃହ କମିଟି (ପରିବେଶ ପ୍ରଦୂଷଣ ସମ୍ପର୍କିତ)ର କୋଅପ୍ଟେଡ୍ ସଦସ୍ୟଭାବେ ମନୋନୀତ କରାଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ବିଧାନସଭା ସଚିବାଳୟରୁ ଏନେଇ ଅରୂପଙ୍କୁ ପତ୍ର ଲେଖି ଅବଗତ କରାଯାଇଛି।
ସ୍ମିତାରାଣୀ ମୃତ୍ୟୁ ଘଟଣା:ସିବିଆଇ ତଦନ୍ତ ଦାବିରେ ୩୧ରେ ଧାରଣା ଦେବ କଂଗ୍ରେସ
ଭୁବନେଶ୍ୱର, ୩୦-୧୦(ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ଭିଏଲ୍ଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ରହସ୍ୟର ସିବିଆଇ ତଦନ୍ତ ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି)ପକ୍ଷରୁ ଆସନ୍ତା ୩୧ରେ ଧାରଣା ଓ ପ୍ରତିବାଦ ସଭା କରାଯିବ। ଦଳ ପକ୍ଷରୁ ରାଜଭବନ…
ଛଟ୍ ପୂଜା ପାଇଁ ପୁରୀରୁ ସ୍ବତନ୍ତ୍ର ଟ୍ରେନ
ଭୁବନେଶ୍ୱର,୩୦-୧୦(ବ୍ୟୁରୋ):ଛଟ୍ ପୂଜାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରାଯାଇଛି। ହଟିୟା, ପାଟନା ଓ ଭାଗଲପୁରକୁ ସ୍ବତନ୍ତ୍ର ଭାବେ ଏହି ଟ୍ରେନ ଚଳାଚଳ କରିବ। ହଟିୟାକୁ ଚଳାଚଳ କରିବାକୁ ଥିବା ସ୍ବତନ୍ତ୍ର ଟ୍ରେନ ପୁରୀରୁ ଅପରାହ୍ନ ୧ଟା…
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା:୫-ଟି ଆଧାରରେ ରତ୍ନଭଣ୍ଡାର ଅଳଙ୍କାର ଯାଞ୍ଚ ହେଉ
ଭୁବନେଶ୍ୱର, ୩୦-୧୦(ବ୍ୟୁରୋ):ରତ୍ନଭଣ୍ଡାର ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି। ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ଦେଢ଼ବର୍ଷରୁ ଅଧିକ ଦିନ ବିତିଗଲାଣି। ରତ୍ନଭଣ୍ଡାର ଚାବି ହଜିବା ପରେ ଏଥିରେ ଥିବା କୋଟି କୋଟି ଟଙ୍କା ମୂଲ୍ୟର ଅଳଙ୍କାର ବାସ୍ତବରେ ସୁରକ୍ଷିତ କି ନାହିଁ ତାହା…
Archives


