ମେଟ୍ରୋ

ରାଜଧାନୀରେ କୁକୁର ବନ୍ଧ୍ୟାକରଣ ଆରମ୍ଭ

ଭୁବନେଶ୍ୱର, ୧୯।୯(ବ୍ୟୁରୋ): ଭୁବନେଶ୍ୱରରେ ବୁଲା କୁକୁରଙ୍କ ଉତ୍ପାତ ବଢ଼ି ଚାଲିଛି। ଏଥିଯୋଗୁ ଦୁର୍ଘଟଣା ଘଟୁଥିବାବେଳେ ବହୁ ଲୋକ କୁକୁର କାମୁଡ଼ାର ଶିକାର ହେଉଛନ୍ତି। ସେମାନଙ୍କ ବଂଶବୃଦ୍ଧି ଉପରେ ରୋକ୍‌ ଲଗାଇବା ସହ ସହରବାସୀଙ୍କୁ ଏଭଳି ବିପଦରୁ ରକ୍ଷାକରିବା ପାଇଁ ବିଏମ୍‌ସି...

ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବାଲିଅନ୍ତା ବିଇଓ ଅଫିସ୍‌ ଗସ୍ତ: ଅନୁପସ୍ଥିତ କର୍ମଚାରୀଙ୍କ ଦିନକ ଦରମା ବନ୍ଦ

ଭୁବନେଶ୍ୱର(ବ୍ୟୁରୋ)/ବାଳକାଟୀ(ଡି.ଏନ.ଏ),୧୯।୯: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ବାଲିଅନ୍ତା ବ୍ଲକ୍‌ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ବାଳକାଟୀସ୍ଥିତ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନ କରିଥିଲେ। ଏହି ଗସ୍ତବେଳେ ୧୦ଟା ୧୫ରୁ ୧୦ଟା ୪୦ ସୁଦ୍ଧା କାର୍ଯ୍ୟାଳୟରେ ଅପେକ୍ଷା କରିଥିଲେ।...

ବିଏମ୍‌ସିର ପଲିଥିନ ବ୍ୟାନ୍‌ ବାଟବଣା

ଭୁବନେଶ୍ୱର, ୧୯।୯(ବ୍ୟୁରୋ): ଗତବର୍ଷ ଅକ୍ଟୋବର ୨ରୁ ରାଜ୍ୟରେ ପ୍ଲାଷ୍ଟିକ୍‌ ଓ ପଲିଥିନ ବ୍ୟବହାର ବନ୍ଦ କରାଯାଇଛି। ରାଜଧାନୀକୁ ସ୍ବଚ୍ଛ ଓ ସୁନ୍ଦର ସହରରେ ପରିଣତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମଧ୍ୟ ଏହି ନିୟମକୁ କଡ଼ାକଡ଼ି ଲାଗୁ...

ବ୍ରାଉନ୍‌ସୁଗାର ଡିଲର ସେକ୍‌ ରାଜାଙ୍କ ଘର ଉପରେ ଚଢ଼ାଉ: ସିସି କ୍ୟାମେରା ଜଗୁଥିଲା କଳାବେପାର

ଭୁବନେଶ୍ୱର, ୧୯।୯(ବ୍ୟୁରୋ)/ ବାଲେଶ୍ୱର ଅଫିସ: ବ୍ରାଉନ୍‌ସୁଗାର ଡିଲର ସେକ୍‌ ରାଜା କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ହାତରେ ଧରାପଡିବା ପରେ ଅନେକ ଗୁମର ଫିଟିବାରେ ଲାଗିଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ରାଜସ୍ଥାନ, ନେପାଳ, ବାଂଲାଦେଶ, ଗୋଆରେ ରାଜାଙ୍କର ନେଟ୍‌ଓ୍ବର୍କ ରହିଛି।...

ଶୋଭାପାଇବ ପ୍ୟାରିସ୍‌ର ଡିଜ୍‌ନିଲ୍ୟାଣ୍ଡ ପାର୍କ

କଟକ ରୋଡ,୧୯।୯(ଡି.ଏନ୍‌.ଏ.): ଚଳିତବର୍ଷ ଝାରପଡ଼ା ଦୁର୍ଗାପୂଜା ସମିତି ନବମ ବର୍ଷରେ ପହଞ୍ଚିଛି। ପୂର୍ବରୁ ବିଭିନ୍ନ ସମୟରେ ଆକର୍ଷଣୀୟ ତୋରଣ ନିର୍ମାଣ କରି ଚର୍ଚ୍ଚାକୁ ଆସିଥିବା ପୂଜା ସମିତି ଚଳିତଥର ପ୍ୟାରିସ୍‌ର ଡିଜ୍‌ନିଲ୍ୟାଣ୍ଡ ପାର୍କ ନିର୍ମାଣ କରିବାକୁ ଯାଉଛି। ଏହା ମୁଖ୍ୟ...

ପୂର୍ବତଟ ରେଳପଥରେ ଆରମ୍ଭ ହେଲା ‘ଇ-କାର୍ଯ୍ୟାଳୟ’

ଭୁବନେଶ୍ୱର,୧୯।୯(ବ୍ୟୁରୋ): ପୂର୍ବତଟ ରେଳପଥରେ ବୁଧବାର ‘ଇ-କାର୍ଯ୍ୟାଳୟ’ ପ୍ରଣାଳୀ ଉଦ୍‌ଘାଟନ ହୋଇଛି। ଏହି ପ୍ରଣାଳୀକୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଉଦ୍‌ଘାଟନ କରିଥିବାବେଳେ କାଗଜ ବିହୀନ ସବୁଜ ରେଳପଥ, କାର୍ଯ୍ୟଶୈଳୀରେ ସ୍ବଚ୍ଛତା ଆଣିବା ସକାଶେ ରେଳପଥ ପକ୍ଷରୁ ‘ଏନଆଇସି (ନ୍ୟାଶନାଲ ଇନଫରମେଟିକ୍ସ...

ସ୍ବେଚ୍ଛାସେବୀଙ୍କ ବନୀକରଣ ସଚେତନତାର ପ୍ରଶଂସା: ସିଡ୍‌ବଲ୍‌ରେ ‘ଧରିତ୍ରୀ’ ଲେଖି ସଜାଇଲେ

ପୁରୁଣା ଭୁବନେଶ୍ୱର,୧୯।୯ (ଡି.ଏନ.ଏ.): ବନୀକରଣ ପାଇଁ ଦୈନିକ ଖବରକାଗଜ ‘ଧରିତ୍ରୀ’ ସଚେତନତା ଓ ଉତ୍ସାହ ସୃଷ୍ଟି କରୁଥିବା ଦର୍ଶାଇ ନିଆରା ଢଙ୍ଗରେ ସମ୍ମାନ ଜଣାଇଛନ୍ତି ବହୁ ସ୍ବେଚ୍ଛାସେବୀ। ବନୀକରଣ କାର୍ଯ୍ୟରେ ନିୟୋଜିତ ଏହି ସ୍ବେଚ୍ଛସେବୀମାନେ ସିଡ୍‌ବଲ୍‌ ବା ବିହନ ପିଣ୍ଡୁଳାରେ...

ଆରମ୍ଭ ହେବ ‘ଜେଲ୍‌ ରେଡିଓ’: ଜେଲ ଅନ୍ତେବାସୀ ହେବେ ରେଡିଓ ଜକି

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଅନ୍ୟ ରାଜ୍ୟ ପରି ଓଡିଶାର ବିଭିନ୍ନ ଜେଲ୍‌ରେ ରହୁଥିବା ଅନ୍ତେବାସୀମାନେ ରେଡିଓ ଜକି (ଆର୍‌ଜେ) ହୋଇ ଶୁଣାଇବେ ନିଜ ମନର କଥା। ଲୋକେ ଶୁଣିବେ ସେମାନଙ୍କ ଜୀବନର କାହାଣୀ। ଏଥିପାଇଁ ଆରମ୍ଭ ହେବ ‘ଜେଲ୍‌ ରେଡିଓ’। ପ୍ରାଥମିକ ପର୍ଯ୍ୟାୟରେ...

ପିଆଜ ଦର ବୃଦ୍ଧି ନେଇ ଖାଉଟି ଅସନ୍ତୁଷ୍ଟ

ଭୁବନେଶ୍ୱର, ୧୯।୯(ବ୍ୟୁରୋ): ରାଜ୍ୟରେ ପିଆଜ ଦର ବୃଦ୍ଧି ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନିତ୍ୟ ବ୍ୟବହାର୍ଯ୍ୟ ଏହି ସାମଗ୍ରୀ କିଲୋ ପିଛା ୩୮ରୁ ୪୨ ଟଙ୍କାରେ ବିକ୍ରି ହେଉଛି। ଖୁଚୁରା ପିଆଜ ବ୍ୟବସାୟୀମାନେ ଅଧିକ ପିଆଜ ରଖିବାକୁ...

ମାସେ ବନ୍ଦ ରହିବ ଭୁବନେଶ୍ୱର-ବ୍ୟାଙ୍କକ୍‌ ବିମାନ ସେବା

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଭୁବନେଶ୍ୱରକୁ ବ୍ୟାଙ୍କକ୍‌କୁ ଚଳାଚଳ କରୁଥିବା ଏୟାର ଇଣ୍ଡିଆର ଡାଇରେକ୍ଟ ଫ୍ଲାଇଟ୍‌ ସେବା ସେପ୍ଟେମ୍ବର ୨୩ରୁ ଅସ୍ଥାୟୀଭାବେ ବନ୍ଦ ରହିବ। ଏହା ଅକ୍ଟୋବର ଶେଷ କିମ୍ବା ନଭେମ୍ବର ଆରମ୍ଭରୁ ପୁଣି ଚଳାଚଳ କରିବ। ବୁଧବାର ଏନେଇ ସୂଚନା ଦେଇଛନ୍ତି ରାଜ୍ୟ...

ର଼୍ୟାଗିଂକୁ ନେଇ ଓଏଚ୍‌ଆର୍‌ସିଙ୍କ ଉଦ୍‌ବେଗ: ୫ ବିଭାଗକୁ ରିପୋର୍ଟ ତଲବ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନଗୁଡିକରେ ର଼୍ୟାଗିଂ ମୁଖ୍ୟ ସମସ୍ୟା ଭାବେ ଦେଖା ଦେଇଛି। ନିକଟରେ ସମ୍ବଲପୁରଠାରେ ଏକ ଘରୋଇ କଲେଜରେ ଜଣେ ଛାତ୍ରଙ୍କୁ ସହପାଠୀମାନେ ର଼୍ୟାଗିଂ କରିବା ଘଟଣା ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଓଡ଼ିଶା ମାନବାଧିକାର କମିଶନ(ଓଏଚ୍‌ଆରସି)...

ନଭେମ୍ବର ୧ରୁ ଧାନ ସଂଗ୍ରହ

ଭୁବନେଶ୍ୱର,୧୯ା୯(ବ୍ୟୁରୋ): ଆସନ୍ତା ନଭେମ୍ବର ୧ରୁ ଖରିଫ ଧାନ ସଂଗ୍ରହ ହେବ। ଧାନ ବିକ୍ରି କରିବାକୁ ଚଳିତବର୍ଷ ୧୧ ଲକ୍ଷ ୫୪ ହଜାର ୧୩୦ ଜଣ ଚାଷୀ ନାମ ପଞ୍ଜୀକୃତ କରିଛନ୍ତି। ଆସନ୍ତା ୨୨ ତାରିଖ ସୁଦ୍ଧା ସମସ୍ତ ଡାଟା ଏଣ୍ଟ୍ରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri