ଭିଜିଲାନ୍ସ ଜାଲରେ ଯନ୍ତ୍ରୀ
ଭୁବନେଶ୍ୱର, ୨୫।୯(ବ୍ୟୁରୋ): କଟକ ସ୍ବେରେଜ ବୋର୍ଡ ପ୍ରକଳ୍ପ ଯନ୍ତ୍ରୀଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତିି ଠୁଳ ଅଭିଯୋଗରେ ଯନ୍ତ୍ରୀ ପ୍ରମୋଦ ସାହୁଙ୍କ ନୂଆପଲ୍ଲୀସ୍ଥିତ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି।...
ବିଜେପୁର ଉପନିର୍ବାଚନ: ୩୦ରେ ବିଜେଡିର ନାମାଙ୍କନ
ଭୁବନେଶ୍ୱର,୨୫।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ନବୀନ ନିବାସରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ବୈଠକ ଶେଷରେ ଏମ୍ପି ପ୍ରସନ୍ନ ଆଚାର୍ଯ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି...
‘ମୋ ସରକାର’ କାର୍ଯ୍ୟକ୍ରମ ପାଇଁ ଡିଜିପିଙ୍କ କଲ୍ସେଣ୍ଟର ପରିଦର୍ଶନ: ୩ ଅଭିଯୋଗକାରୀଙ୍କଠାରୁ ରିପୋର୍ଟ ନେଲେ
ଭୁବନେଶ୍ୱର,୨୫-୯(ବ୍ୟୁରୋ):ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଥାନାରେ ସ୍ବଚ୍ଛତା ଆସିବ। ମିଳିବ ନ୍ୟାୟ ଓ ପୋଲିସର ଉତ୍ତମ ବ୍ୟବହାର। ଏନେଇ ରାଜ୍ୟ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଥାନାଗୁଡିକୁ ଆସୁଥିବା ଅଭିଯୋଗକାରୀଙ୍କଠାରୁ...
ଦୁର୍ଗାପୂଜା ପାଇଁ ୧୦ ସ୍ବତନ୍ତ୍ର ଟ୍ରେନ
ଭୁବନେଶ୍ୱର, ୨୫-୯(ବ୍ୟୁରୋ):ଦୁର୍ଗାପୂଜା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୧୦ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ଯାତ୍ରୀ ସଂଖ୍ୟା ବୃଦ୍ଧି ସମ୍ଭାବନା ଥିବାରୁ ଚଳାଚଳ କରୁଥିବା ଟ୍ରେନଗୁଡିକର ଅତିରିକ୍ତ କୋଚ୍ ବ୍ୟବସ୍ଥା କରାଯାଇଛି। ନିୟମିତ ଟ୍ରେନଗୁଡିକରେ ମାତ୍ରାଧିକ ଅପେକ୍ଷା ସୂଚୀ ଏଡାଇବାକୁ...
ଅନ୍ୱାର ଖାନ୍ଙ୍କୁ ତଟରକ୍ଷକ ସାହସିକତା ପଦକ:ପ୍ରଥମ ଓଡ଼ିଆ ଭାବେ ମିଳିଲା ସମ୍ମାନ
ଭୁବନେଶ୍ୱର, ୨୫-୯(ବ୍ୟୁରୋ):କୋଷ୍ଟ ଗାର୍ଡର ଡିଆଇଜି ଅନ୍ୱାର ଖାନ୍ଙ୍କୁ ତଟରକ୍ଷକ ସାହସିକତା ପଦକ ପ୍ରଦାନ କରାଯାଇଛି। ଏହି ପଦକ ପାଇବାରେ ସେ ପ୍ରଥମ ଓଡ଼ିଆ ଅଫିସର। ମଙ୍ଗଳବାର ଚେନ୍ନାଇଠାରେ ଆୟୋଜିତ ଏକ ବଣ୍ଣର୍ର୍ାଢ଼୍ୟ ଉତ୍ସବରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ...
‘ଅକ୍ଷରଧାମ’ରେ ବିରାଜିବେ ମା’
ଭୁବନେଶ୍ୱର, ୨୫-୯(ବ୍ୟୁରୋ):ଆସୁଛି ପାର୍ବଣ, ଆସୁଛନ୍ତି ମା’। ଆଉ ମା’ଙ୍କ ସ୍ବାଗତ ପାଇଁ ସଜେଇ ହେଉଛି ରାଜଧାନୀ। ଭିନ୍ନ ଭିନ୍ନ ଡିଜାଇନର୍ ତୋରଣ ସାଙ୍ଗକୁ ଆଖି ଝଲସା ସାଜସଜ୍ଜାକୁ ନେଇ ରାଜଧାନୀର ବିଭିନ୍ନ ମଣ୍ଡପଗୁଡ଼ିକ ମଧ୍ୟରେ ଚାଲିଛି ପ୍ରତିଦ୍ୱନ୍ଦ୍ୱିତା। ତେବେ ଏହି...
ବିଧାନସଭା: ୪ ଯୁଗ୍ମ ସଚିବଙ୍କ ପାହ୍ୟା ହ୍ରାସ
ଭୁବନେଶ୍ୱର,୨୫-୯(ବ୍ୟୁରୋ)ଓଡ଼ିଶା ବିଧାନସଭା ସଚିବାଳୟରେ କାର୍ଯ୍ୟରତ ୪ ଯୁଗ୍ମ ସଚିବଙ୍କ ପାହ୍ୟା ହ୍ରାସ କରାଯାଇଛି। ଏହି ଅଧିକାରୀମାନେ ହେଉଛନ୍ତି-ଶିଶିରକାନ୍ତ ସ୍ବାଇଁ, ସୁଶୀଳା ମଲିକ, ବିଜୟ ସାହୁ ଏବଂ ଅନିଲ ଚନ୍ଦ୍ର ପଟ୍ଟନାୟକ। ଏମାନଙ୍କ ମଧ୍ୟରୁ ବିଜୟ ଏବଂ ଅନିଲ ସରକାରୀ ଚାକିରିରୁ...
ଭୁବନେଶ୍ୱରକୁ ନୂଆ ଅନ୍ତର୍ଜାତୀୟ ବିମାନ
ଭୁବନେଶ୍ୱର, ୨୫-୯(ବ୍ୟୁରୋ): ପ୍ରଥମେ ଏୟାର ଇଣ୍ଡିଆ ଓ ପରେ ଏୟାର ଏସିଆ ଭୁବନେଶ୍ୱର ବିମାନ ବନ୍ଦରରୁ ଅନ୍ତର୍ଜାତୀୟ ବିମାନ ସେବା ପ୍ରତ୍ୟାହାର କରିସାରିଲେଣି। ହେଲେ ଏବେ ଖୁସି ଖବର ଆସିଛି। ‘ବ୍ୟାଙ୍ଗକକ୍ ଏୟାରଓ୍ବେଜ’ ନାମକ ଉଡାଣ ସଂସ୍ଥା ଭୁବନେଶ୍ୱର ସହ...
ପ୍ଲାଷ୍ଟିକ କଟକଣାକୁ ମାନୁ ନାହାନ୍ତି ସରକାରୀ କର୍ମଚାରୀ:ନିର୍ଦ୍ଦେଶନାମା ଜାରି କଲା ସାଧାରଣ ପ୍ରଶାସନ ବିଭାଗ
ଭୁବନେଶ୍ୱର,୨୫-୯(ବ୍ୟୁରୋ): ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ କିମ୍ବା ୫୦ ମାଇକ୍ରନରୁ କମ ମୋଟେଇ ପଲିଥିନ ପରିବେଶ ପାଇଁ ମାରାତ୍ମକ । ଏହାର ବ୍ୟବହାରକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ସମ୍ପୂର୍ଣ୍ଣ ବାରଣ କରିଛନ୍ତି। ୨୦୧୮ ଅକ୍ଟୋବର ୨...
ଏଣିକି ମାସର ଶେଷ ଦିନରେ ଦରମା
ଭୁବନେଶ୍ୱର,୨୫-୯(ବ୍ୟୁରୋ):ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଏଣିକି ମାସର ଶେଷ କାର୍ଯ୍ୟ ଦିବସରେ କର୍ମଚାରୀଙ୍କୁ ଦରମା ମିଳିବ। ଏ ସମ୍ପର୍କିତ ଏକ ବିଜ୍ଞପ୍ତି ମଙ୍ଗଳବାର ଅର୍ଥ ବିଭାଗ ପକ୍ଷରୁ ଜାରି କରାଯାଇଛି। ପୂର୍ବରୁ ପରବର୍ତ୍ତୀ ମାସର ପ୍ରଥମ ଦିନରେ...
୭୦୦କୋଟିର କାର୍ଯ୍ୟ ଯୋଜନା ଅନୁମୋଦିତ
ଭୁବନେଶ୍ୱର,୨୫-୯(ବ୍ୟୁରୋ)ରାଜ୍ୟରେ ଚିହ୍ନଟ କରାଯାଇଥିବା ୯ଟି ରୁର୍ବାନ ଅଞ୍ଚଳ ପାଇଁ ସରକାର ୭୦୦ କୋଟି ଟଙ୍କାର କାର୍ଯ୍ୟ ଯୋଜନାକୁ ଅନୁମୋଦନ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କ୍ଷମତାସମ୍ପନ୍ନ କମିଟି ବୈଠକରେ ଏହି ଅନୁମୋଦନ ମିଳିଛି।...
ସିଇଓଙ୍କ ଅଧ୍ୟକ୍ଷତାରେ ବସିଲା ସର୍ବଦଳୀୟ ବୈଠକ:ଯୋଗଦେଲେନି କଂଗ୍ରେସର ପ୍ରତିନିଧି
ଭୁବନେଶ୍ୱର, ୨୫-୯(ବ୍ୟୁରୋ):ବିଜେପୁର ଉପନିର୍ବାଚନ ନିମନ୍ତେ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ସୁରେନ୍ଦ୍ର କୁମାର ଭାରତ ନିର୍ବାଚନ ଆୟୋଗଙ୍କ ଦ୍ବାରା ବିଜେପୁର ଉପନିର୍ବାଚନ...
Archives


