ମେଟ୍ରୋ

ନନ୍ଦନକାନନ ଆସିଲା ଆନାକୋଣ୍ଡା

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ଗୋଟିଏ ପଟେ ବନ୍ୟଜନ୍ତୁଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାରେ ରହୁଥିବା ନନ୍ଦନକାନନକୁ ମଙ୍ଗଳବାର ପୁଣି ନୂତନ ଅତିଥି ଆସିଛନ୍ତି। ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କରୁ ନନ୍ଦନକାନନ ଆସିଛି ହଳଦିଆ ଆନାକୋଣ୍ଡା। ଏଥିରେ ୪ଟି ଅଣ୍ଡିରା ଥିବା ବେଳେ ୪ଟି ମାଇ ରହିଛିି।...

ଲଘୁଚାପ: ବୁଧବାରରୁ ବର୍ଷା

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବୁଧବାରଠାରୁ ରାଜ୍ୟର କେତୋଟି ଜିଲାରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀ ଆଦି ଜିଲାରେ ବର୍ଷା ହେବା ନେଇ ଆଞ୍ଚଳିକ...

ଏଣିକି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଏକକ ପରୀକ୍ଷା: ଗୋଟିଏ ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଏଣିକି ଗୋଟିଏ ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ। ଚଳିତ ବର୍ଷଠାରୁ ଷାଣ୍ମାସିକ ଏବଂ ବାର୍ଷିକ ପରୀକ୍ଷାରେ ଏଭଳି ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଏବଂ...

୪ ଜିଲା ପରିଷଦ ଆସନରେ ଉପନିର୍ବାଚନ: ୨୯ରେ ଜାରି ହେବ ନୋଟିସ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜ୍ୟର ୪ ଜିଲା ପରିଷଦ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଛତ୍ରପୁର, ଦାନଗଦି, ପଟ୍ଟାଙ୍ଗୀ ଏବଂ ଦଶରଥପୁର ପାଇଁ ଏହି ଉପନିର୍ବାଚନ ହେବ। ସେହିପରି ୧୭ ସରପଞ୍ଚ, ୨୧ ସମିତିସଭ୍ୟ, ୩୦୩ ଓ୍ବାର୍ଡମେମ୍ବର ପାଇଁ ମଧ୍ୟ ଉପନିର୍ବାଚନ କରାଯିବ।...

ଛାତରୁ ପଡ଼ି ଆଇଆଇଟି ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ଭୁବନେଶ୍ୱର ଆଇଆଇଟି ପରିସରରେ ମଙ୍ଗଳବାର ଛାତରୁ ପଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ସେ ହେଲେ ମହାରାଷ୍ଟ୍ରର ଚିରାଗ ଜୈନ୍‌। ଚିରାଗଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ବ୍ୟାଙ୍କ ମ୍ୟାନେଜରଙ୍କୁ ଘରେ ବନ୍ଦକରି ସର୍ବସ୍ବ ଲୁଟିନେଲେ ଲୁଟେରା

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଓ ଏହାର ଉପକଣ୍ଠ ଅଞ୍ଚଳରେ ଡକାୟତ ଗ୍ୟାଙ୍ଗ ସକ୍ରିୟ ହୋଇଉଠିଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୁଣା ଭୁବନେଶ୍ୱର ସାମନ୍ତରାପୁର ଦିବ୍ୟବିହାର ଅଞ୍ଚଳରେ। ସୋମବାର ବିଳମ୍ବିତ ରାତିରେ ଦିବ୍ୟବିହାର ଅଞ୍ଚଳର ଜଣେ ବ୍ୟାଙ୍କ...

ମହିଳା ଆଇନଜୀବୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ପ୍ରେମିକଙ୍କ ଟେର ପାଉନି ପୋଲିସ

ଭୁବନେଶ୍ୱର,୨୨ା୧୦(ବ୍ୟୁରୋ): ଧଉଳି ଥାନା ଅଧୀନ ଲିଙ୍ଗିପୁର ବିଜୟବିହାରରେ ଭଡ଼ାରେ ରହୁଥିବା ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ଜେନା(୨୯)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଏବେବି ସସ୍‌ପେନ୍ସ ଲାଗିରହିଛି। ତାଙ୍କର ପୁରୁଷ ବନ୍ଧୁ ବିକ୍ରମ କେଶରୀ ମିଶ୍ର ହତ୍ୟା କରିଛନ୍ତି ନା ଏହା...

ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ; ବନ୍ଦ ପାଳନ କରିବନି କଂଗ୍ରେସ: ନିରଞ୍ଜନ

ଭୁବନେଶ୍ୱର,୨୨ା୧୦(ବ୍ୟୁରୋ): ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟିଥିବା ଗେଷ୍ଟ ହାଉସରେ ମୁଖ୍ୟ ଅଭିଯୁକ୍ତ ତଥା ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ବ୍ୟତୀତ ଅନ୍ୟ ୩ଜଣ ବିଜେଡି ନେତା ସେଠାରେ ଉପସ୍ଥିତ ଥିଲେ। ଏପରିକି ଏକ ସିମେଣ୍ଟ କମ୍ପାନୀର ଜଣେ ଉଚ୍ଚପଦସ୍ଥ ଅଧିକାରୀ...

କଟକରେ ବ୍ୟାପିଲା ଡେଙ୍ଗୁ

କଟକ ଅଫିସ,୨୨ା୧୦ – କଟକରେ ଡେଙ୍ଗୁର ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୩ ଦିନ ମଧ୍ୟରେ ୯ଟି ସ୍ଥାନରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି। ସେହିପରି ଗତ ଦୁଇମାସ ମଧ୍ୟରେ କାଠଗଡ଼ା ସାହି ଓ ଜଗତ୍‌ପୁର...

ସିମେଣ୍ଟ ଫ୍ୟାକ୍ଟ୍ରିକୁ ଶୁଖିଲା ପ୍ଲାଷ୍ଟିକ୍‌ ବର୍ଜ୍ୟ ବିକିବ ବିଏମ୍‌ସି

ଭୁବନେଶ୍ୱର, ୨୨ା୧୦:ସହରର ପରିମଳ ବ୍ୟବସ୍ଥାକୁ ସୁଧାରିବାକୁ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ପରେ ସବୁ ଠିକା ସଂସ୍ଥାକୁ ସଫେଇ କରିବା ନେଇ ତାଗିଦ୍‌, ଆଉ ଏବେ ଆରମ୍ଭ ହେବାକୁ ଯାଉଛି ମ୍ୟାଟେରିଆଲ...

ଅଖିଳ ଭାରତୀୟ ମୋଟର ପରିବହନ କଂଗ୍ରେସର ଉପାଧ୍ୟକ୍ଷ ଭାବେ ରବିନାରାୟଣ ଶତପଥୀ ନିର୍ବାଚିତ

କଟକ ଅଫିସ, ୨୨ା୧୦: ଓଡ଼ିଶା ରାଜ୍ୟ ଟ୍ରକ ମାଲିକ ମହାସଂଘର ସାଧାରଣ ସମ୍ପାଦକ ରବିନାରାୟଣ ଶତପଥୀ ଅଖିଳ ଭାରତୀୟ ମୋଟର ପରିବହନ କଂଗ୍ରେସର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଅଖିଳ ଭାରତୀୟ ମୋଟର ପରିବହନ କଂଗ୍ରେସରେ ସମସ୍ତ ପରିବହନ କମ୍ପାନୀର...

ସରକାରୀ ବାବୁଙ୍କୁ ଓଡ଼ିଆ ଭାଷାର ପ୍ରଶିକ୍ଷଣ

ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ):  ଓଡ଼ିଆ ଭାଷାରେ ପାଠ ପଢ଼ିବେ ସରକାରୀ ବାବୁ ଓ କର୍ମଚାରୀମାନେ। ପ୍ରଶାସନିକ କାର୍ଯ୍ୟରେ ଆବଶ୍ୟକ ହେଉଥିବା ଏବଂ ରାଜ୍ୟର ସାଧାରଣ ଲୋକ ବୁଝିପାରୁଥିବା ଓଡ଼ିଆ ଭାଷାରେ ବାବୁମାନଙ୍କ ଜ୍ଞାନ ରହିବା ଜରୁରୀ। ଏଣୁ ସୋମବାରଠାରୁ ସରକାରୀ କର୍ମଚାରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri