ମେଟ୍ରୋ

୫ବର୍ଷରେ ମହିଳା ସହଯୋଗ କେନ୍ଦ୍ର ‘ମାଧ୍ୟମ’: ୨୩୦୩ ମାମଲାରୁ ସମାଧାନ ହୋଇଛି ୧୪୪୯

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ) : କମିଶନରେଟ ପୋଲିସ ଅଞ୍ଚଳରେ ହିଂସା ପୀଡିତା ମହିଳାଙ୍କ ସମସ୍ୟାର ସମାଧାନ ପାଇଁ ସହଯୋଗର ହାତ ବଢାଇଥିବା ‘ମାଧ୍ୟମ’ ମଙ୍ଗଳବାର ୫ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ କମିଶନରେଟ ପୋଲିସ ମୁଖ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ...

ଆଇନଜୀବୀ ଦୀପାଳି ମୃତ୍ୟୁ ଘଟଣା:ଘଟଣା ଦିନ ପ୍ରେମିକଙ୍କ ସହ ଚିକେନ ଖାଇ ଲୁଡୁ ଖେଳିଥିଲେ

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ):ଆଇନଜୀବୀ ଦୀପାଳି ମୃତ୍ୟୁ ଘଟଣା ଦିନକୁ ଦିନ ଅଧିକ ରହସ୍ୟ ଘେରକୁ ଟାଣି ହୋଇଯାଉଛି। ଦୀପାଳି ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ଲାଗିରହିଛି ସସ୍‌ପେନ୍ସ। ଏହି କ୍ରମରେ ମଙ୍ଗଳବାର ଆଉ ଏକ ତଥ୍ୟ ସାମ୍ନାକୁ...

‘ବାଲ୍ୟ ବିବାହ କରିବୁନି କି କରିବାକୁ ଦେବୁନି’

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ) :ନିଜେ ବାଲ୍ୟ ବିବାହ କରିବେ ନାହିଁ କି ଅନ୍ୟମାନଙ୍କୁ କରିବାକୁ ଦେବେନାହିଁ। ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଆମ ସମାଜରୁ ମୂଳପୋଛ କରିବେ। ବାଲ୍ୟ ବିବାହର କୁପରିଣାମ ସମ୍ପର୍କରେ ଅତି କମ୍‌ରେ ୧୦ କିଶୋର, କିଶୋରୀ, ଯୁବକ, ଯୁବତୀଙ୍କୁ...

ନୂଆ ବିମାନ ସେବା ପାଇଁ ବୁକିଂ ଆରମ୍ଭ କଲା ଏୟାର ଏସିଆ

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ):ଏୟାର ଏସିଆ ଭୁବନେଶ୍ୱରରୁ ବେଙ୍ଗାଲୁରୁ, କଲିକତା ଓ ହାଇଦ୍ରାବାଦକୁ ନୂଆ ବିମାନ ଉଡ଼ାଇବ। ଆସନ୍ତା ନଭେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ଏହି ସେବା ପାଇଁ ବୁକିଂ ଆରମ୍ଭ ହୋଇଛି। ଦୈନିକ ବେଙ୍ଗୁଲୁରୁକୁ ୩, କଲିକତାକୁ ୨ ଓ...

ବିଜେପୁର: ବିଜୟ ନେଇ ସମସ୍ତେ ଆଶାବାଦୀ

ଭୁବନେଶ୍ୱର,୨୩-୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ବିପୁଳ ଭୋଟରେ ବିଜୟୀ ହେବା ନେଇ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ମଙ୍ଗଳବାର କହିଛନ୍ତି। ସେ କହିଛନ୍ତି ଯେ, ପୂର୍ବ ୨ଟି ନିର୍ବାଚନ ଅପେକ୍ଷା ଚଳିତଥର ଅଧିକ ଏକପାଖିଆ ଜନମତ ହୋଇଛି।...

୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ସମସ୍ତଙ୍କ ଘରେ ଲାଗିବ ପାଣି ଟ୍ୟାପ୍‌

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ):୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ପ୍ରତ୍ୟେକଙ୍କ ଘରେ ପାଣି ଟ୍ୟାପ୍‌ ଲାଗିବ। ଫଳରେ ଲୋକଙ୍କୁ ଆଉ କଷ୍ଟ କରି ଘର ବାହାରକୁ ଆସି ପାଣି ସଂଗ୍ରହ କରିବାକୁ ପଡ଼ିବନାହିଁ। ଏହି ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ଜିଲା ସ୍ତରରେ...

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି:ବାଣୀବିହାର-ରାଜମହଲ ରାସ୍ତା ଜୟୀ ରାଜଗୁରୁଙ୍କ ନାମରେ ନାମିତ ହେଉ

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ):ଭୁବନେଶ୍ୱରର ବାଣୀବିହାର ଛକରୁ ରାଜମହଲ ଛକ, ଯାହାକୁ ଏବେ ଜନପଥ ବୋଲି କୁହାଯାଉଛି। ସେହି ରାସ୍ତାର ନାମକୁ ”ଜୟୀ ରାଜଗୁରୁ ଜନପଥ“ କରାଯାଉ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି...

ରକ୍ତାଭାବ ଦୂର କରିବ ଭ୍ରାମ୍ୟମାଣ ରକ୍ତସଂଗ୍ରହ ଯାନ

ଭୁବନେଶ୍ୱର,୨୩-୧୦(ବ୍ୟୁରୋ):ରାଜ୍ୟରେ ରକ୍ତାଭାବ ସମସ୍ୟାକୁ ଦୂର କରିବା ସହ ଅପହଞ୍ଚ ଅଞ୍ଚଳରେ ରକ୍ତଦାନକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଭ୍ରାମ୍ୟମାଣ ରକ୍ତସଂଗ୍ରହ ଯାନର ଶୁଭାରମ୍ଭ କରାଯାଇଛି। ଉପଯୁକ୍ତ ଭିତ୍ତିଭୂମି ଅଭାବ ପାଇଁ ଯେଉଁ ଅଞ୍ଚଳରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର...

ଭୁବନେଶ୍ୱରରେ ଇଏସ୍‌ଆଇସି ମେଡିକାଲ କଲେଜ ସ୍ବପ୍ନ ମଉଳିଲା

ଭୁବନେଶ୍ୱର,୨୩-୧୦(ବ୍ୟୁରୋ):ଶ୍ରମିକମାନଙ୍କ ପାଇଁ ଭୁବନେଶ୍ୱରରେ ହେବାକୁ ଥିବା ପ୍ରସ୍ତାବିତ କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସ୍‌ଆଇସି) ମେଡିକାଲ କଲେଜ ହେବ ନାହିଁ। ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଶ୍ରମ ଓ କର୍ମଚାରୀ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଏହି ସୂଚନା ଦେଇଛନ୍ତି। ମଙ୍ଗଳବାର ଏଠାରେ...

ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ, ଆଜି ୮ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ):ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର, ତାମିଲନାଡ଼ୁ ଉପକୂଳରେ ସୃଷ୍ଟି ଘୂର୍ଣ୍ଣିବଳୟ ସକ୍ରିୟ ହେବାରେ ଲାଗିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା...

ନନ୍ଦନକାନନକୁ ଦୀପାବଳି ଭେଟି:ଉପହାରରେ ମିଳିଲା ୮ ହଳଦିଆ ଆନ୍ନାକୋଣ୍ଡା, ନାଇଲ କୁମ୍ଭୀର

ବାରଙ୍ଗ,୨୩-୧୦(ଡି.ଏନ.ଏ.):ନନ୍ଦନକାନନକୁ ମିଳିଛି ଦୀପାବଳି ଭେଟି। ଏହି ଅବସରରେ ନୂଆ ଅତିଥି ଭାବେ ୮ ହଳଦିଆ ଆନ୍ନାକୋଣ୍ଡା ଓ ୩ ନାଇଲ କୁମ୍ଭୀର ମଙ୍ଗଳବାର ସନ୍ଧ୍ୟାରେ ନନ୍ଦନକାନନରେ ପହଞ୍ଚତ୍ଛି। ଏହି ୧୧ଟି ଅତିଥିଙ୍କୁ ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କ ଟ୍ରଷ୍ଟ ଉପହାରରେ ନନ୍ଦନକାନନକୁ...

ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ:ଜିଲା ଗସ୍ତବେଳେ ସ୍କୁଲ, ଅନାଥାଶ୍ରମରେ ମଧ୍ୟାହ୍ନ ଭୋଜନ ଖାଅ

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମାନଙ୍କୁ ନୂଆ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ସମୟରେ ଅଲଗା ଅଲଗା କାର୍ଯ୍ୟରେ ମନ୍ତ୍ରୀମାନେ ଜିଲା ଗସ୍ତ କରିବା ସମୟରେ ବାହାରେ ମଧ୍ୟାହ୍ନ ଭୋଜନ କରିବେ ନାହିଁ। ସେହି ଜିଲାରେ ଥିବା ଅନାଥ ଆଶ୍ରମ, ଭିନ୍ନକ୍ଷମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri