ନନ୍ଦନକାନନକୁ ଦୀପାବଳି ଭେଟି:ଉପହାରରେ ମିଳିଲା ୮ ହଳଦିଆ ଆନ୍ନାକୋଣ୍ଡା, ନାଇଲ କୁମ୍ଭୀର

ବାରଙ୍ଗ,୨୩-୧୦(ଡି.ଏନ.ଏ.):ନନ୍ଦନକାନନକୁ ମିଳିଛି ଦୀପାବଳି ଭେଟି। ଏହି ଅବସରରେ ନୂଆ ଅତିଥି ଭାବେ ୮ ହଳଦିଆ ଆନ୍ନାକୋଣ୍ଡା ଓ ୩ ନାଇଲ କୁମ୍ଭୀର ମଙ୍ଗଳବାର ସନ୍ଧ୍ୟାରେ ନନ୍ଦନକାନନରେ ପହଞ୍ଚତ୍ଛି। ଏହି ୧୧ଟି ଅତିଥିଙ୍କୁ ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କ ଟ୍ରଷ୍ଟ ଉପହାରରେ ନନ୍ଦନକାନନକୁ ଦେଇଛି। ନନ୍ଦନକାନନ କେବଳ ଆଣିବା ଖର୍ଚ୍ଚକୁ ବହନ କରିଥିବା ଜଣାପଡ଼ିଛି। ପର୍ଯ୍ୟଟକ ପରିଚାଳନା ଦାୟିତ୍ୱରେ ଥିବା ଏସିଏଫ ଅମୂଲ୍ୟ କୁମାର ପରିଡାଙ୍କ ନେତୃତ୍ୱରେ ଏକ ଚାରିଜଣିଆ ଦଳ ଗତ ବୁଧବାର ସକାଳେ ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କ ଟ୍ରଷ୍ଟ ଅଭିିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏହି ଦଳ ସେଠାରୁ ୩ଟି ମାଈ ନାଇଲ କୁମ୍ଭୀର, ୧.୨ମିଟର ଲମ୍ବର ୪ଅଣ୍ଡିରା ଓ ୪ଟି ମାଈ ହଳଦିଆ ଆନ୍ନାକୋଣ୍ଡାକୁ ସାଙ୍ଗରେ ନେଇ ନନ୍ଦନକାନନ ଫେରିଛନ୍ତି। ଏହି ୧୧ଜଣ ଅତିଥିଙ୍କୁ ସରୀସୃପ ଉଦ୍ୟାନରେ ରଖାଯିବା ପାଇଁ ନନ୍ଦନକାନନ ପକ୍ଷରୁ ପୂର୍ବପ୍ରସ୍ତୁତି ହୋଇଥିଲା। ଏମାନେ ଆସିବା ପରେ ସରୀସୃପ ଉଦ୍ୟାନର ଏନକ୍ଲୋଜର ନଂ. ୪୫କେ’ର କ୍ୱାରେଣ୍ଟଟାଇନରେ ହଳଦିଆ ଆନ୍ନାକୋଣ୍ଡା ଓ ଏନକ୍ଲୋଜର ନଂ ୪୬ଏ’ର କ୍ୱାରେଣ୍ଟଟାଇନରେ ନାଇଲ କୁମ୍ଭୀରକୁ ରଖାଯାଇଛି। ଏମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ପାଇଁ କିଛିଦିନ ପାଇଁ କ୍ୱାରେଣ୍ଟଟାଇନରେ ରହିବା ପରେ ଏନ୍‌କ୍ଲୋଜରରେ ପର୍ଯ୍ୟଟକଙ୍କ ଦେଖିବା ପାଇଁ ଛଡାଯିବ। ଏହି ୧୧ ଅତିଥି ଆସିବାପରେ ନନ୍ଦନକାନନରେ ପ୍ରଜାତି ସଂଖ୍ୟା ବୃଦ୍ଧିପାଇ ୧୫୮ରେ ପହଞ୍ଚତ୍ଛି ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି। ମିଶରରେ ଦେଖାଯାଉଥିବା କୁମ୍ଭୀର ପ୍ରଜାତିରେ ବଡ ନାଇଲ କୁମ୍ଭୀର ଓ ହଳଦିଆ ଆନ୍ନାକୋଣ୍ଡା ଆସିବାପରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି ହେବାର କର୍ତ୍ତୃପକ୍ଷ ଆଶା ରଖିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?