ଜଗିଲେ ୧୬ ଯୁବକ, ଆତଙ୍କ ଖେଳାଇଲେ ୩୦ ମହିଳା
ଭୁବନେଶ୍ୱର,୧୦।୨(ବ୍ୟୁରୋ): ଶହୀଦନଗର ଥାନାଞ୍ଚଳରେ କେତେଜଣ ମହିଳା ଆତଙ୍କରାଜ ଚଳାଇଛନ୍ତି। ରବିବାର ୩୦ରୁ ଊର୍ଦ୍ଧ୍ୱ ମହିଳା ଜିଏ ପ୍ଲଟ୍ ନଂ.୧୩୩ରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ଆସବାବପତ୍ର ବାହାରକୁ ଫିଙ୍ଗାଫୋପଡ଼ା କରିଥିଲେ। ଏଥିସହ ପରିବାର ସଦସ୍ୟଙ୍କୁ...
ଶ୍ରୀଲିଙ୍ଗରାଜଙ୍କ ଜମିରେ ବେଆଇନ ନିର୍ମାଣ
ପୁରୁଣା ଭୁବନେଶ୍ୱର,୧୦।୨(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ଓ ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କ ବିରାଟ ଯୋଜନା କାର୍ଯ୍ୟ କରିବାକୁ ସମସ୍ତ ବିଭାଗ ମିଳିତ ଭାବେ କାମ କରୁଛନ୍ତି। ହେଲେ କେତେଜଣ ଜବରଦଖଲକାରୀ, ଅବୈଧ ନିର୍ମାଣକାରୀଙ୍କ ଯୋଗୁ ଅଧିକାରୀଙ୍କ ପାରିବା ପଣିଆ...
ଠିକାଦାରି ପ୍ରୀତିରେ ଚାଲିଛି ଏକାମ୍ର କ୍ଷେତ୍ର ବିକାଶ
ପୁରୁଣା ଭୁବନେଶ୍ୱର,୧୦।୨(ଡି.ଏନ.ଏ.): ଶ୍ରୀକ୍ଷେତ୍ର ଭଳି ଏକାମ୍ର କ୍ଷେତ୍ରରେ ପର୍ଯ୍ୟଟନର ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଯୋଜନାକୁ ବିଭିନ୍ନ ଅଧିକାରୀ ଏକ ପ୍ରହସନରେ ପରିଣତ କରିଛନ୍ତି। ସରକାରୀ, ଘରୋଇ ଓ ଦେବୋତ୍ତର ଜମିରୁ ଉଚ୍ଛେଦ ପରେ ସରକାରୀ ତହବିଲକୁ ଜମି...
କୃଷି ବିଭାଗ: ଓଭରସିୟରଙ୍କୁ ଏଏଓକୁ ପଦୋନ୍ନତି
ଭୁବନେଶ୍ୱର,୧୦।୨(ବ୍ୟୁରୋ)- କୃଷି ବିଭାଗରେ କାର୍ଯ୍ୟରତ ଓଭରସିୟରମାନଙ୍କୁ ସହକାରୀ କୃଷି ଅଧିକାରୀ (ଏଏଓ) ଭାବେ ପଦୋନ୍ନତି ଦିଆଯାଇଛି। ଓଡ଼ିଶା କୃଷି ଓ ଖାଦ୍ୟ ଉତ୍ପାଦନ ସେବା (ନିଯୁକ୍ତି ପଦ୍ଧତି ଓ ସେବାସର୍ତ୍ତ) ନିୟମ-୨୦୧୨ ଏବଂ ସଂଶୋଧିତ ଆଇନ୍ ୨୦୧୭ର ନିୟମ-୫(୨)ଗ ଅନୁସାରେ...
ଧରାପଡ଼ିଲେ ବ୍ରାଉନସୁଗାର ଡିଲର ଲାଡେନ, ରାଜୁ
ଭୁବନେଶ୍ୱର(ବ୍ୟୁରେ)/ବାଲିଅନ୍ତା (ଡି.ଏନ୍.ଏ.),୧୦।୨: ଅପରେଶନ ପଏଣ୍ଟ ଥିଲା ଫୁଲନଖରା ଛକରୁ ସିମ୍ପୋନୀ ମଲ୍ ସମ୍ମୁଖ ଜାତୀୟ ରାଜପଥ। ଟାର୍ଗେଟ ଥିଲା ବାଲେଶ୍ୱରରୁ ଭୁବନେଶ୍ୱର ଆସୁଥିବା ବ୍ରାଉନସୁଗାର ମାଫିଆ ଲାଡେନ। ଓଭରବ୍ରିଜ, ଜଳଖିଆ ଦୋକାନ, ଟ୍ରକ୍, ବସ୍ଷ୍ଟପ୍ରେ ବିଭିନ୍ନ ଛଦ୍ମବେଶରେ ଜଗି ରହିଥିଲେ...
ପୁଣି ଚର୍ଚ୍ଚାରେ ଶାହାଙ୍କ ଗସ୍ତ: ବିଶାଳ ସାଧାରଣ ସଭା କରିବାକୁ ଯୋଜନା କରୁଛି ଭାଜପା
ଭୁବନେଶ୍ୱର,୧୦।୨(ବ୍ୟୁରୋ): ପୂର୍ବାଞ୍ଚଳ ପରିଷଦ ବୈଠକ ଚଳିତ ମାସ ଶେଷସୁଦ୍ଧା ଓଡିଶା ଲୋକସେବା ଭବନରେ ଅନୁଷ୍ଠିତ ହେବ ବୋଲି ଶୁଣିବାକୁ ମିଳୁଛି। ଉକ୍ତ ବୈଠକ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଦୀର୍ଘ ୨୯ବର୍ଷ ପରେ ଏହି ବୈଠକ ଓଡିଶାରେ...
ଯାତ୍ରା ଆୟୋଜକ, ପାର୍ଟି ମ୍ୟାନେଜର, ଡ୍ୟାନ୍ସରଙ୍କ ନାଁରେ ମାମଲା
ଭୁବନେଶ୍ୱର,୧୦।୨(ବ୍ୟୁରୋ): କଟକଣା ସତ୍ତ୍ୱେ ଖଣ୍ଡଗିରି ଯାତ୍ରାରେ ନଗ୍ନ ନୃତ୍ୟ ପ୍ରଦର୍ଶନକୁ ନେଇ କଳିଙ୍ଗ ଗଣନାଟ୍ୟ ପାଇଁ ଅଡୁଆ ବଢ଼ିଛି। ପାର୍ଟି ମ୍ୟାନେଜର, ଯାତ୍ରା ଆୟୋଜକ ଓ ନଗ୍ନ ନୃତ୍ୟ ପ୍ରଦର୍ଶନ କରିଥିବା ଡ୍ୟାନ୍ସର ଲଭ୍ଲୀଙ୍କ ନାମରେ ଖଣ୍ଡଗିରି ଥାନାରେ ଆଇପିସି...
ଜାପାନରୁ ଫେରିଲା ୨ ଓଡ଼ିଆଙ୍କ ମୃତଦେହ
ଭୁବନେଶ୍ୱର,୧୦।୨(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏବଂ ଓଡ଼ିଶା: ମୋ ପରିବାର ସଙ୍ଗଠନ ପ୍ରଚେଷ୍ଟା କ୍ରମେ ଜାପାନରୁ ୨ ଓଡ଼ିଆଙ୍କ ମୃତଦେହ ଶୁକ୍ରବାର ଫେରିପାରିଛି। ଜାପାନର ଟୋକିଓ ସହରରେ ରୋଷେୟା କାମ କରୁଥିବା ୨ ଓଡ଼ିଆଙ୍କ କିଛିଦିନ ତଳେ ମୃତ୍ୟୁ ହୋଇଥିଲା।...
ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ
ଭୁବନେଶ୍ୱର,୧୦।୨(ବ୍ୟୁରୋ): ଚଳିତବର୍ଷ ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ବଜେଟରେ ୪୩୭୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ଗତବର୍ଷ ବ୍ୟୟ ବରାଦଠାରୁ ୨୨୦କୋଟି ଟଙ୍କା କମ୍ ରହିଛି। ପୂର୍ବତଟ ରେଳପଥ ଲାଗି ଚଳିତ ଥର ୫୮୬୫...
ଆଜି ଶପଥ ନେବେ ହାଇକୋର୍ଟର ନୂତନ ବିଚାରପତି
କଟକ ଅଫିସ,୧୦।୨: ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ନିଯୁକ୍ତି ପାଇଥିବା ଆଇନଜୀବୀ ସଞ୍ଜୀବ କୁମାର ପାଣିଗ୍ରାହୀ ସୋମବାର ଶପଥ ଗ୍ରହଣ କରିବେ। ଅପରାହ୍ନ ୨ଟାରେ ହାଇକୋର୍ଟ ପୁରୁଣା କୋଠାର ନୂତନ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ...
ବର୍ଷା ପରେ ଥରାଇବ ଶୀତ
ଭୁବନେଶ୍ୱର,୧୦।୨(ବ୍ୟୁରୋ): ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ଗତ ୩ଦିନ ଧରି ବର୍ଷା ଲାଗିରହିଛି। ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବାବେଳେ କେନ୍ଦୁଝରରେ ସର୍ବାଧିକ ୨୨.୪ ମିମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି ବୌଦ୍ଧ ୧୫.୩,...
ମନୋଜ ଦାସଙ୍କୁ କଳିଙ୍ଗ ସାହିତ୍ୟ ସମ୍ମାନ
ଭୁବନେଶ୍ୱର, ୯ା୨(ବ୍ୟୁରୋ): ମିଷ୍ଟିକ୍ କଳିଙ୍ଗ ସାହିତ୍ୟ ମହୋତ୍ସବର ଚତୁର୍ଥ ସଂସ୍କରଣ ଶନିବାର ସ୍ଥାନୀୟ ଏକ ହୋଟେଲରେ ଉଦ୍ଘାଟିତ ହୋଇଛି। ଦୁଇଦିନ ଧରି ହେବାକୁ ଥିବା ଏହି ମହୋତ୍ସବର ପ୍ରଥମ ଦିବସରେ କଥାକାର ତଥା ବିଶିଷ୍ଟ ସାହିତ୍ୟ ଲେଖକ ମନୋଜ ଦାସ...
Archives


