ଆଜି ଶପଥ ନେବେ ହାଇକୋର୍ଟର ନୂତନ ବିଚାରପତି

କଟକ ଅଫିସ,୧୦।୨: ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ନିଯୁକ୍ତି ପାଇଥିବା ଆଇନଜୀବୀ ସଞ୍ଜୀବ କୁମାର ପାଣିଗ୍ରାହୀ ସୋମବାର ଶପଥ ଗ୍ରହଣ କରିବେ। ଅପରାହ୍ନ ୨ଟାରେ ହାଇକୋର୍ଟ ପୁରୁଣା କୋଠାର ନୂତନ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ସଞ୍ଜୁ ପଣ୍ଡା ଯୋଗଦେଇ ପାଣିଗ୍ରାହୀଙ୍କୁ ଶପଥ ପାଠ କରାଇବେ। ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ଅନ୍ୟ ବିଚାରପତିଙ୍କ ସହ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ହାଇକୋର୍ଟର ଡେପୁଟି ରେଜିଷ୍ଟ୍ରାର୍‌ ଜ୍ୟୋତି ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଶୁକ୍ରବାର ହାଇକୋର୍ଟ ନୂତନ ବିଚାରପତି ଭାବେ ସଞ୍ଜୀବଙ୍କୁ ନିଯୁକ୍ତି ମିଳିଥିବା ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ତାଙ୍କ ନାମ ଘୋଷଣା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

ବଡ଼ଗୁଡା ନିକଟରେ ମୁହାଁମୁହିଁ ଧକ୍କା ହେଲେ ଦୁଇ ବାଇକ, ମୃତ୍ୟୁ ସଂଖ୍ୟା….

ଗୁଣପୁର,୧୪।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଏବଂ ଗଜପତି ଜିଲe କାଶୀନଗର ରାସ୍ତାର ବଡଗୁଡ଼ା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ…

ବିଜେଡିକୁ ନେଇ ବଡ଼ କଥା କହିଲେ ପ୍ରଭାତ ବିଶ୍ୱାଳ: କୁରୁବଂଶ ଭଳି…

ଭୁବନେଶ୍ୱର, ୧୩।୭: ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ପୁଣି ଥରେ ବୟାନବାଜି ଜୋର ଧରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ‘ବିଶ୍ୱାସଘାତକ’ ବୋଲି କହିଥିବା ପ୍ରସଙ୍ଗରେ…

ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୪।୭: ରାଜ୍ୟ ସରକାର ଏକ ନିଷ୍ପତ୍ତି ନେଇଛନ୍ତି। ଏଣିକି ରାଜ୍ୟର ସବୁ ଔଷଧ ଦୋକାନ ଆଗରେ ରେଟ୍‌ ଚାର୍ଟ ଲାଗିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏପରିକି…

ଜମନକିରାରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

ଜମନକିରା,୧୪।୭(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ସଦର ମହକୁମା ଅନ୍ତର୍ଗତ ରାଧାକୃଷ୍ଣପଡ଼ା ଅଞ୍ଚଳରେ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପୋଖରୀରେ ବୁଡ଼ି…

ଶାସ୍ତ୍ରୀ ନଗର ଦୁର୍ଘଟଣା ମାମଲାରେ କାର୍ଯ୍ୟାନୁଷ୍ଠାନ: କିଲର ଡ୍ରାଇଭର ଗିରଫ

ଭୁବନେଶ୍ୱର,୧୩।୭: ରାଜଧାନୀ ଭୁବନେଶ୍ୱରର ଶାସ୍ତ୍ରୀ ନଗରରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମାମଲାରେ କମିଶନରେଟ୍ ପୋଲିସ ବଡ଼ ସଫଳତା ପାଇଛି। ଦୁର୍ଘଟଣା ଘଟାଇ ଜଣଙ୍କ ମୃତ୍ୟୁର କାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri