ଜଗିଲେ ୧୬ ଯୁବକ, ଆତଙ୍କ ଖେଳାଇଲେ ୩୦ ମହିଳା

ଭୁବନେଶ୍ୱର,୧୦।୨(ବ୍ୟୁରୋ): ଶହୀଦନଗର ଥାନାଞ୍ଚଳରେ କେତେଜଣ ମହିଳା ଆତଙ୍କରାଜ ଚଳାଇଛନ୍ତି। ରବିବାର ୩୦ରୁ ଊର୍ଦ୍ଧ୍ୱ ମହିଳା ଜିଏ ପ୍ଲଟ୍‌ ନଂ.୧୩୩ରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ଆସବାବପତ୍ର ବାହାରକୁ ଫିଙ୍ଗାଫୋପଡ଼ା କରିଥିଲେ। ଏଥିସହ ପରିବାର ସଦସ୍ୟଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଧମକ ଦେଇଥିଲେ। ଜଣେ ୬୦ ବର୍ଷର ବୃଦ୍ଧା ଓ ଅନ୍ୟମାନଙ୍କୁ ଘୋଷାରି ନେବା ସହ ଟେକି ଆଣି ଘର ବାହାରେ କଚାଡ଼ି ଦେଇଥିଲେ। ମହିଳାମାନେ ଏପରି କାଣ୍ଡ ଘଟାଉଥିବାବେଳେ ସେମାନଙ୍କୁ ଧରି ଆସିଥିବା ୧୬ରୁ ଊର୍ଦ୍ଧ୍ୱ ଯୁବକ ଘର ବାହାରେ ଘେରାଉ କରି ରହିଥିଲେ। ସେମାନେ ହାତରେ ଲୁହାରଡ ଓ ଠେଙ୍ଗାଧରି ଜଗି ରହିଥିବାରୁ ସ୍ଥାନୀୟ ଲୋକେ ଭୟରେ ପ୍ରତିବାଦ କରିବାକୁ ସାହାସ କରି ନ ଥିଲେ। ପରିବାର ସଦସ୍ୟଙ୍କ ମଧ୍ୟରୁ କେହିଜଣେ ପୋଲିସକୁ ଫୋନ୍‌ କରିଥିଲେ ମଧ୍ୟ କେହି ଆସି ନ ଥିଲେ। ପୋଲିସ କମିଶନର ଓ ଡିସିପିଙ୍କ ନିକଟରେ ଖବର ପହଞ୍ଚତ୍ବା ପରେ ପୋଲିସ ଟିମ୍‌ ପହଞ୍ଚତ୍ ଏକାଧିକ ମହିଳାଙ୍କୁ ଧରି ଥାନାକୁ ନେଇଥିଲା। ହେଲେ ଆଶ୍ଚର୍ଯ୍ୟର କଥା ସେମାନେ ପୁଣି ଆସି ଫିଙ୍ଗା ହୋଇଥିବା ସାମଗ୍ରୀକୁ ଭଙ୍ଗାରୁଜା କରିଥିଲେ। ଏଭଳି ଆତଙ୍କ ରଚାଇଥିବା ମହିଳାମାନେ ସାଲିଆସାହିର ହୋଇଥିବା ପୋଲିସ ଜାଣିବାକୁ ପାଇଛି। ଉକ୍ତ ଘରେ ରହୁଥିବା ଛବିରାଣୀ ମହାପାତ୍ରଙ୍କ ଅଭିଯୋଗକ୍ରମେ ଶହୀଦନଗର ଥାନା ପୋଲିସ କେସ୍‌ ନଂ-୭୦/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଉକ୍ତ ଘରଟି ଛବିରାଣୀଙ୍କ ବାପା ବଂଶୀଧର ନାୟକଙ୍କ ନାମରେ ରହିଛି। ଉକ୍ତ ଘରକୁ ନେଇ ଭୁବନେଶ୍ୱର କୋର୍ଟରେ ମାମଲା ବିଚାରାଧୀନ ରହିଛି। ଛବିରାଣୀ ଅଭିଯୋଗ କରିଛନ୍ତି ଯେ, ପୂର୍ବାହ୍ନ ସାଢେ ୧୦ଟାରେ ୩୦ଜଣ ମହିଳା ଘରେ ପଶି ଏଭଳି କାଣ୍ଡ ଘଟାଇଥିଲେ। ପୋଲିସକୁ ଫୋନ୍‌ କରିବା ପରେ ପିସିଆର ଭ୍ୟାନ୍‌ ଆସି ଉକ୍ତ ମହିଳାମାନଙ୍କୁ ଥାନାକୁ ନେଇଥିଲା। ହେଲେ ମଧ୍ୟାହ୍ନ ୧୨ ଟା ପରେ ସମ୍ପୃକ୍ତ ମହିଳାମାନେ ପୁଣି ଆସି ଘରେ ପଶି ଆସବାବପତ୍ର ଫିଙ୍ଗାଫିଙ୍ଗି କରିଥିଲେ। ଏହାପରେ ଫୋନ୍‌ କରିଥିଲେ ମଧ୍ୟ ପୋଲିସ ଆସି ନ ଥିତ୍ବା ସେ ଅଭିଯୋଗ କରିଛନ୍ତି।
ଥାନା ଅଧିକାରୀ ବିରଞ୍ଚତ୍ ନାରାୟଣ ପତି କହିଛନ୍ତି, ଅଭିଯୋଗ କରିଥିବା ମହିଳାଙ୍କ ବାପା ବଂଶୀଧର ନାୟକ ୨୦୦୮ରେ ଉକ୍ତ ଘରକୁ ବିକ୍ରି କରି ଦେଇଛନ୍ତି। ଏପରି କି ତାଙ୍କୁ ଉକ୍ତ ଘରୁ ବାହରିଯିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବା ସତ୍ତ୍ୱେ ମଧ୍ୟ ସେମାନେ ଛାଡୁ ନାହାନ୍ତି। ତେବେ ପ୍ରତିପକ୍ଷ ଘରେ ପଶି ଭଙ୍ଗାରୁଜା ଓ ଆକ୍ରମଣ ଭଳି ଘଟଣା ଘଟାଇବା ଆଇନ ଅନୁଯାୟୀ ଅପରାଧ। ଏନେଇ ଏକ ମାମଲା କରାଯାଇ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ପ୍ରତିପକ୍ଷ କୋର୍ଟ ଅର୍ଡର ଅନୁସାରେ ପୋଲିସ ସହାୟତାରେ ସେମାନଙ୍କୁ ଘରୁ ବାହାର ନ କରି ଆଇନକୁ ହାତକୁ ନେଲେ କାହିଁକି?


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

ପିଲାଙ୍କ ଧରିତ୍ରୀ

Why Dharitri