ଚିକେନ୍, ଅଣ୍ଡା ଘରେ ପହଞ୍ଚାଇବ ଓପୋଲଫେଡ୍
ଭୁବନେଶ୍ୱର,୧୫ା୬(ବ୍ୟୁରୋ)- ଓପୋଲ୍ଫେଡ୍ ତରଫରୁ ରଜ ସଂକ୍ରାନ୍ତି ଉପଲକ୍ଷେ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। କରୋନା ସଂକ୍ରମଣକୁ ରୋକିବା ଲାଗି ଓପୋଲ୍ଫେଡ୍ ପକ୍ଷରୁ ଗ୍ରାହକଙ୍କ ଘରେ ସେବା ଯୋଗାଇଦେବାର ବ୍ୟବସ୍ଥା କରିଛି। ଭୁବନେଶ୍ୱରର ଗ୍ରାହକଙ୍କ ପାଇଁ ସୋମବାରଠାରୁ ଏହି ଅନ୍ଲାଇନ୍ ସେବାର…
ବଢ଼ିଲା ସ୍ବତନ୍ତ୍ର ଓଜେଇଇ ଆବେଦନ ଅବଧି
ଭୁବନେଶ୍ୱର, ୧୫।୬(ବ୍ୟୁରୋ)- ସ୍ବତନ୍ତ୍ର ଓଜେଇଇ ପାଇଁ ଅନ୍ଲାଇନ୍ ଆବେଦନ ଓ ଫି’ ଦାଖଲ ଅବଧି ବୃଦ୍ଧି କରାଯାଇଛି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ବି. ଟେକ୍ ସ୍ବତନ୍ତ୍ର ଓଜେଇଇ ପାଇଁ ଅନ୍ଲାଇନ୍ ଆବେଦନ ଦାଖଲର ଶେଷ ତାରିଖ ଜୁନ୍ ୩୦କୁ ବୃଦ୍ଧି…
୧୯ରେ ଆଉ ଏକ ଲଘୁଚାପ: ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୫।୬(ବ୍ୟୁରୋ)- ଆସନ୍ତା ୧୯ ତାରିଖରେ ପଶ୍ଚିମବଙ୍ଗ ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…
CORONAVIRUS UPDATE: ରାଜ୍ୟରେ ପୁଣି ୧୪୬ ପଜିଟିଭ୍: ୪୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର,୧୫ା୬(ବ୍ୟୁରୋ) : ସୋମବାର ରାଜ୍ୟରେ ଆଉ ୧୪୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦୦ ଟପିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟରରୁ…
ସ୍ବତନ୍ତ୍ର ଓଜେଇଇ ଅନ୍ଲାଇନ୍ ଆବେଦନ ଅବଧି ବୃଦ୍ଧି
ଭୁବନେଶ୍ୱର,୧୫ା୬(ବ୍ୟୁରୋ) : ସ୍ବତନ୍ତ୍ର ଓଜେଇଇ ଅନ୍ଲାଇନ୍ ଆବେଦନ ଅବଧି ବୃଦ୍ଧି କରାଯାଇଥିବା ନେଇ ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କରୋନା ଭାଇରସ୍ ଯୋଗୁ ବି-ଟେକ୍ ସ୍ପେଶାଲ ଓଜେଇଇର ଅନ୍ଲାଇନ୍ ଆବେଦନ କରିବାର ଶେଷ ତାରିଖ ଜୁନ୍ ୩୦ ଯାଏ ବୃଦ୍ଧି କରାଯାଇଛି।…
ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ବିଫଳ: ମାସେ ଭିତରେ ଫେରିଯିବ ‘ସୁନ୍ଦରୀ’
ଭୁବନେଶ୍ୱର,୧୫ା୬(ବ୍ୟୁରୋ): ସାତକୋଶିଆରେ ଥିବା ବାଘୁଣୀ ‘ସୁନ୍ଦରୀ’ ମାସକ ଭିତରେ ମଧ୍ୟପ୍ରଦେଶ ଫେରିଯିବ। ଏଥିପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍ଟିସିଏ) ରାଜ୍ୟ ସରକାରଙ୍କୁ ତୃତୀୟ ଚିଠି ଲେଖିଛନ୍ତି। ଗତ ଡିସେମ୍ବରରେ ବାଘୁଣୀକୁ ଫେରାଇ ଦେବାକୁ ଏନ୍ଟିସିଏ ଓଡ଼ିଶା ସରକାରଙ୍କୁ ପ୍ରଥମେ ଚିଠି ଦେଇଥିଲେ।…
ଫନୀରେ ଓଡ଼ିଶା ସହ ଛିଡ଼ାହେବାକୁ କହିଥିଲେ ସୁଶାନ୍ତ
ଭୁବନେଶ୍ୱର,୧୫।୬(ବ୍ୟୁରୋ): ‘ଏମ୍.ଏସ୍. ଧୋନୀ’ ଫିଲ୍ମରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ନାହାନ୍ତି। ହେଲେ ତାଙ୍କୁ ଆଜି ସମସ୍ତେ ଝୁରୁଛନ୍ତି। ରିଲ୍ ଲାଇଫରେ ଜଣେ ସାଦାସିଧା ଯୁବକଭାବେ ଅଧିକାଂଶ ଫିଲ୍ମରେ ନଜରକୁ…
ଖୁବ୍ଶୀଘ୍ର ପୁରୀ, କୋଣାର୍କକୁ ଗଡ଼ିବ ମୋ ବସ୍
ଭୁବନେଶ୍ୱର, ୧୪ା୬ (ବ୍ୟୁରୋ)- ଖୁବ୍ଶୀଘ୍ର ଭୁବନେଶ୍ୱରରୁ ଭାୟା ପିପିଲି ଦେଇ ପୁରୀ ଓ କୋଣାର୍କକୁ ମୋ ବସ୍ ସେବା ଆରମ୍ଭ ହେବ। ଏନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ କେବଳ ସରକାରଙ୍କ…
୪ ଦିନ ପ୍ରବଳ ବର୍ଷା
ଭୁବନେଶ୍ୱର, ୧୪।୬(ବ୍ୟୁରୋ)- ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ପରେ ବର୍ଷା ଲାଗି ରହିଛି। ଏହା ପ୍ରଭାବରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। କିଛି ସ୍ଥାନରେ ପ୍ରବଳ ବର୍ଷା ଓ ଆଉ କିଛି ସ୍ଥାନରେ…
ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର,୧୪ା୬(ବ୍ୟୁରୋ) : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ରବିବାର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ଖବର ଏକପ୍ରକାର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ୍ କରି…
ୟୁଏଇରୁ ଫେରିଲେ ୨୧୫ ପ୍ରବାସୀ ଓଡିଆ
ଭୁବନେଶ୍ୱର,୧୪।୬(ବ୍ୟୁରୋ)-ୟୁଏଇର ସାରଜାହା ବିମାନ ବନ୍ଦରରୁ ୨୧୫ ଜଣ ପ୍ରବାସୀ ଓଡିଆଙ୍କୁ ନେଇ ଏକ ସ୍ବତନ୍ତ୍ର ବିମାନ ରବିବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ କ୍ୱାରାଣ୍ଟାଇନରେ ରଖାଯିବ। ମହାମାରୀ କରୋନା ଭାଇରସ ପାଇଁ ଦେଶରେ ଲାଗୁ ହୋଇଥିବା ଲକଡାଉନ…
ଭୁବନେଶ୍ୱରରେ ଆଉ ୧୬ ପଜିଟିଭ୍ ଚିହ୍ନଟ: ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨
ଭୁବନେଶ୍ୱର,୧୪ା୬(ବ୍ୟୁରୋ) : ରବିବାର ଭୁବନେଶ୍ୱରରେ ଆଉ ୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ଜଣ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା ବେଳେ ୨ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଟୁଇଟ୍ ଯୋଗେ ସୂଚନା…

