ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ବିଫଳ: ମାସେ ଭିତରେ ଫେରିଯିବ ‘ସୁନ୍ଦରୀ’

ଭୁବନେଶ୍ୱର,୧୫ା୬(ବ୍ୟୁରୋ): ସାତକୋଶିଆରେ ଥିବା ବାଘୁଣୀ ‘ସୁନ୍ଦରୀ’ ମାସକ ଭିତରେ ମଧ୍ୟପ୍ରଦେଶ ଫେରିଯିବ। ଏଥିପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ) ରାଜ୍ୟ ସରକାରଙ୍କୁ ତୃତୀୟ ଚିଠି ଲେଖିଛନ୍ତି। ଗତ ଡିସେମ୍ବରରେ ବାଘୁଣୀକୁ ଫେରାଇ ଦେବାକୁ ଏନ୍‌ଟିସିଏ ଓଡ଼ିଶା ସରକାରଙ୍କୁ ପ୍ରଥମେ ଚିଠି ଦେଇଥିଲେ। ପରେ ରାଜ୍ୟ ସରକାର ମଧ୍ୟପ୍ରଦେଶ ସରକାରଙ୍କୁ ଚିଠି ଲେଖି ସାତକୋଶିଆରୁ ବାଘୁଣୀକୁ ନେଇଯିବା ପାଇଁ କହିଥିଲେ। ଏବେ ବାନ୍ଧବଗଡ଼କୁ ଫେରିଯିବ ସୁନ୍ଦରୀ। ଫଳରେ ‘ସୁନ୍ଦରୀ’କୁ ଆଣି ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପର ଯେଉଁ ସ୍ବପ୍ନ ଥିଲା ତାହା ବିଫଳ ହୋଇଯାଇଛି। ଏଥିପାଇଁ ସାତକୋଶିଆ କର୍ତ୍ତୃପକ୍ଷଙ୍କ ଅପାରଗତାକୁ ଦାୟୀ କରାଯାଉଥିବାବେଳେ ଏଥିପାଇଁ ପ୍ରାୟ ୧୦କୋଟି ଟଙ୍କା ପାଣିରେ ପଡ଼ିଥିବା ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି। ସେପଟେ ବାନ୍ଧବଗଡ଼କୁ ଫେରିଲେ ମଧ୍ୟ ସେ ଆଉ ଜଙ୍ଗଲରେ ରହିପାରିବ ନାହିଁ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ସେମାନଙ୍କ କହିବାନୁଯାୟୀ, ଗତ ଦେଢ଼ବର୍ଷ ହେବ ସୁନ୍ଦରୀ ଏନ୍‌କ୍ଲୋଜରରେ ରହିବା ଫଳରେ ତା’ର ଜଙ୍ଗଲୀ ପ୍ରକୃତି ହରାଇ ପୋଷା ଭଳି ହୋଇଗଲାଣି। ଶିକାର କରିବା ଖାଇବା ଭୁଲି ଯାଇଥିବ। ଜଙ୍ଗଲରେ ଛାଡ଼ି ଦେଲେ ସେ ଖୁବ୍‌ଶୀଘ୍ର ମରିଯାଇପାରେ। ତେଣୁ ସେ ବାନ୍ଧବଗଡ଼ ଗଲେ ମଧ୍ୟ ତାକୁ ସେହିଭଳି ଏନ୍‌କ୍ଲୋଜରରେ ରଖାଯାଇ ଅନୁଧ୍ୟାନ କରିବା ଉଚିତ୍‌।
ସୂଚନାଯୋଗ୍ୟ, ରାଜ୍ୟରେ ବ୍ୟାଘ ସଂଖ୍ୟା ବୃଦ୍ଧି କରିବା ପାଇଁ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା ହୋଇଥିଲା। ସାତକୋଶିଆରେ ବାଘ ଛାଡ଼ିବା ପାଇଁ ୨୦୧୭ ସେପ୍ଟେମ୍ବର ୧ରେ ଏନ୍‌ଟିସିଏ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ପର୍ଯ୍ୟାୟକ୍ରମେ ୬ଟି ବାଘ ଅଣାଯିବ ବୋଲି ଯୋଜନା ହୋଇଥିଲା। ୨୦୧୮ ଜୁଲାଇ ୬ରେ ପ୍ରଥମେ ମଧ୍ୟପ୍ରଦେଶର କାହ୍ନା ଟାଇଗର ରିଜର୍ଭରୁ ୩ବର୍ଷର ‘ମହାବୀର’ ନାମକ ମହାବଳ ବାଘକୁ ଅଣାଯାଇ ସାତକୋଶିଆରେ ଛଡ଼ା ଯାଇଥିଲା। ସେହିବର୍ଷ ଅଗଷ୍ଟ ୧୭ରେ ମଧ୍ୟପ୍ରଦେଶର ବାନ୍ଦବଗଡ଼ରୁ ବାଘୁଣୀ ‘ସୁନ୍ଦରୀ’କୁ ସାତକୋଶିଆ ଅଣାଯାଇଥିଲା। ସୁନ୍ଦରୀ ମଣିଷ ମାରିବା ଅଭିଯୋଗ ଆସିବା ପରେ ତାକୁ ୨୦୧୮ ନଭେମ୍ବର ୬ରେ ଜଙ୍ଗଲରୁ ଏନ୍‌କ୍ଲୋଜରରେ ରଖାଗଲା। ସେପଟେ ସୁନ୍ଦରୀର ଚର୍ଚ୍ଚା ଥମି ନ ଥିବା ବେଳେ ‘ମହାବୀର’ର ମୃତ୍ୟୁ ହୋଇଗଲା। ସୁନ୍ଦରୀକୁ ଧରାଯିବାର ୮ଦିନ ପରେ ଅର୍ଥାତ୍‌ ନଭେମ୍ବର ୧୪ରେ ସାତକୋଶିଆର କୋର୍‌ ଏରିଆରରେ ‘ମହାବୀର’ର ମୃତ ଶରୀର ଠାବ କରାଯାଇଥିଲା। ପ୍ରଥମେ ମହାବୀର ଝିଙ୍କ ଦ୍ୱାରା ମରିଥିବା ବନ ବିଭାଗ କହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମହାବୀରକୁ ଶିକାର କରାଯାଇଥିବା ଜଣାପଡ଼ିଥିଲା। ଏହାପରେ ବନବିଭାଗର କାର୍ଯ୍ୟକଳାପ ଉପରେ ଅନେକ ପ୍ରଶ୍ନ ଉଠିଥିଲା। ଦୁଇ ଦୁଇଟି ବାଘକୁ ସୁରକ୍ଷା ଦେଇ ନ ପାରିବାରୁ ଏତେବଡ଼ ପ୍ରକଳ୍ପ ଅନ୍ଧାର ଘେରକୁ ଚାଲିଗଲା ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?