ମେଟ୍ରୋ

କୋଭିଡ-୧୯ ପରିଚାଳନା ହେବ ବିରୋଧୀଙ୍କ ମୁଖ୍ୟ ଅସ୍ତ୍ର

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଅଧିବେଶନର ଅବଧିକୁ ୮ ଦିନରେ ସୀମିତ କରାଯାଇଛି। ତେବେ ସ୍ବଳ୍ପ ସମୟ ପାଇଁ ବସୁଥିବା ଏହି ଅଧିବେଶନ ବେଶ୍‌ ସରଗରମ ହେବ ।…

କୃଷି ବିଲ୍‌ ଅନୁଧ୍ୟାନ ପାଇଁ ହେବ କମିଟି

ଭୁବନେଶ୍ୱର,୨୯।୯(ବ୍ୟୁରୋ): ଚାଷୀମାନଙ୍କ ବିକାଶ ପାଇଁ ବିଜେଡି ବହୁ ପଦକ୍ଷେପ ନେଇଛି। ଏମ୍‌.ଏସ୍‌ ସ୍ବାମୀନାଥନଙ୍କ ସୁପାରିସ ଅନୁଯାୟୀ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଦେବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଦିଗରେ ଦଳ ଲଢ଼େଇ ଜାରି ରଖିବ ବୋଲିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।…

ଡିଜେଲ ୯ ପଇସା କମିଲା

ଭୁବନେଶ୍ୱର, ୨୯।୯: ଡିଜେଲ ଦରରେ ଲଗାତର ହ୍ରାସ ଧାରା ଜାରି ରହିଛି। ସୋମବାର ଭୁବନେଶ୍ୱରରେ ଡିଜେଲ ୯ ପଇସା କମି ୭୬.୯୫ ଟଙ୍କାକୁ ଖସିଛି। ଏଠାରେ ପେଟ୍ରୋଲ ଅପରିବର୍ତ୍ତିତ ୮୧.୬୦ ଟଙ୍କା ରହିଥିବା ଜଣାପଡିଛି। ଦେଶର ମେଟ୍ରୋ ସହରଗୁଡିକରେ ଡିଜେଲ ସୋମବାର…

ମାସନ ଟ୍ରେନିଂ: ଶ୍ରମିକଙ୍କୁ ମିଳୁନି ଟଙ୍କା

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ରାଜ୍ୟର ଅଣକୁଶଳୀ ଶ୍ରମିକଙ୍କୁ କୁଶଳୀ କରିବା ଲାଗି ସରକାର ମାସନ (ରାଜମିସ୍ତ୍ରି) ଟ୍ରେନିଂ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ହେଲେ ଏହି କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ମାସନ୍‌ ଟ୍ରେନିଂ କାର୍ଯ୍ୟକ୍ରମ ଜରିଆରେ ଶ୍ରମିକଙ୍କୁ ଘରୋଇ ସଂସ୍ଥା(ଥାର୍ଡ…

ଆଜିଠାରୁ ବିଧାନସଭା

ଭୁବନେଶ୍ୱର,୨୯।୯(ବ୍ୟୁରୋ): ଷୋଡ଼ଶ ବିଧାନସଭା ମୌସୁମୀ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଅଧିବେଶନ ସେପ୍ଟେମ୍ବର ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ଯାଏ ଚାଲିବ। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ବିଧାନସଭା ବନ୍ଦ ରହିବ। ତେବେ ରବିବାର ଅକ୍ଟୋବର ୪ ତାରିଖରେ…

ବିଧାନସଭା ପୂର୍ବରୁ ୧୪ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ

ଭୁବନେଶ୍ୱର,୨୮ା୯(ବ୍ୟୁରୋ)- ବିଧାନସଭା ପୂର୍ବରୁ ରାଜ୍ୟର ୧୪ ଜଣ ମନ୍ତ୍ରୀ ଓ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରବିବାର ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ବଡମ୍ବା ବିଧାୟକ ଦେବୀ ମିଶ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।…

ରାଜଧାନୀରେ ପୁଣି ବ୍ୟାଙ୍କ ଲୁଟ୍‌: ବନ୍ଧୁକ ଦେଖାଇ ନେଇଗଲେ ୧୦ ଲକ୍ଷ

ଭୁବନେଶ୍ୱର,୨୮।୯(ବ୍ୟୁରୋ)-ରାଜଧାନୀରେ ପୁଣି ମାତିଛନ୍ତି ଦୁର୍ବୃତ୍ତ। ସୋମବାର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ବରିମୁଣ୍ଡିସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ଖବରପାଇ ସ୍ପେଶାଲ ସ୍କ୍ବାଡ୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ଏବେ ଖୋଲିବନି ମନ୍ଦିର

ଭୁବନେଶ୍ୱର,୨୮।୯(ବ୍ୟୁରୋ)-ଏବେ ମନ୍ଦିର ଖୋଲିବା ସମ୍ଭବ ନୁହେଁ। ଏ ନେଇ ହାଇକୋର୍ଟରେ ନିଜର ଜବାବ ଦାଖଲ କଲେ ରାଜ୍ୟ ସରକାର। ରାଜ୍ୟରେ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ସମ୍ପର୍କିତ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ ହୋଇଛି। ବର୍ତ୍ତମାନ ମନ୍ଦିର ଖୋଲିବା…

ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କୁ କରୋନା

ଭୁବନେଶ୍ୱର/ଛେଣ୍ଡିପଦା,୨୮।୯ (ବ୍ୟୁରୋ/ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ବିଧାୟକ ସୁଶାନ୍ତ ବେହେରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ପୂର୍ବରୁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ପାଲଲହଡ଼ା ବିଧାୟକ ମୁକେଶ ପାଳ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ…

ସୁର ସାମ୍ରାଜ୍ଞୀଙ୍କୁ ବାଲୁକାକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କର ସୋମବାର ହେଉଛି ଜନ୍ମଦିନ। ସେ ସେପ୍ଟେମ୍ବର ୨୮, ୧୯୨୯ ମସିହାରେ ପ୍ରସିଦ୍ଧ ସଙ୍ଗୀତକାର ଦିନାଥ ମଙ୍ଗେସକରଙ୍ଗ କୋଳରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ। ଲତା ଏବେ ୯୧ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ…

ଉପବାଚସ୍ପତିଙ୍କୁ କରୋନା

ଭୁବନେଶ୍ୱର,୨୮।୯(ବ୍ୟୁରୋ): ମହାମାରୀ କରୋନା ରାଜ୍ୟରେ କାୟା ବିସ୍ତାର କରିଚାଲିଛି। ରାଜ୍ୟରେ ପ୍ରତିଦିନ ୪ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସୁଛି। ମନ୍ତ୍ରୀ ଏବଂ ବିଧାୟକ ମଧ୍ୟ କରୋନା ଆକ୍ରାନ୍ତ ହେଉଛନ୍ତି। ସୋମବାର ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂଙ୍କୁ କରୋନା ହୋଇଥିବା ଜଣାପଡିଛି।…

ଯୁକ୍ତ ତିନି ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ କଟ୍‌ଅଫ୍‌ ମାର୍କ ପ୍ରକାଶ

ଭୁବନେଶ୍ୱର,୨୮ା୯(ବ୍ୟୁରୋ): ରାଜ୍ୟର ବିଭିନ୍ନ ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ତିନିରେ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ କଟ୍‌ଅଫ୍‌ ମାର୍କ ସୋମବାର ପ୍ରକାଶ ପାଇଛି। ଏକ୍ଷେତ୍ରରେ ଭୁବନେଶ୍ୱରର ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଆଗରେ ରହିଛି। ଏହି ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନରେ ପ୍ରଥମ ପର୍ଯ୍ୟାୟ କଟ୍‌ଅଫ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?