ମେଟ୍ରୋ

କରୋନା କାୟା: ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଲା

ଭୁବନେଶ୍ୱର,୧୯।୭(ବ୍ୟୁରୋ): ରାଜଧାନୀରେ ରବିବାର ୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୮୨କୁ ବୃଦ୍ଧି ପାଇଛି। ସେଥିରୁ ୬୪୬ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୨୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।...

ଓଡ଼ିଶାରେ ସଫଳ ହେଲା ପ୍ଲାଜମା ଥେରାପି

ଭୁବନେଶ୍ୱର,୧୯।୭(ବ୍ୟୁରୋ): ରାଜ୍ୟରେ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପି ସଫଳ ହୋଇଛି। ୬ ଜଣ ଗୁରୁତର ରୋଗୀଙ୍କ ମଧ୍ୟରୁ ଯେଉଁମାନେ ବର୍ତ୍ତମାନ ପ୍ଲାଜମା ଥେରାପିରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ବାସ୍ଥାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି।...

ପ୍ଲାଜମା ଦାନ କରିବା ନେଇ ଅଗ୍ନିଶମ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,୧୯ା୭(ବ୍ୟୁରୋ): ଅଗ୍ନିଶମ କର୍ମଚାରୀ ଗୁରୁତର ଅସୁସ୍ଥ କରୋନା ରୋଗୀଙ୍କୁ ପ୍ଲାଜମା ଦାନ କରିବେ। ପ୍ରଥମ ପର୍ଯ୍ୟାୟରେ ୧୦ ଜଣ କର୍ମଚାରୀ ପ୍ଲାଜମା ଦାନ କରିବେ। କଟକ ଏସ୍‌ସିବି ମେଡିକାଲରେ ସେମାନଙ୍କଠାରୁ ପ୍ଲାଜମା ସଂଗ୍ରହ କରାଯିବ ବୋଲି ଶନିବାର ଅଗ୍ନିଶମ ଡିଜି...

ରାଜ୍ୟରେ ଆଉ ୫ ଜୀବନ ନେଲା କରୋନା: ମୃତ୍ୟୁସଂଖ୍ୟା ୯୧କୁ ବୃଦ୍ଧି

ଭୁବନେଶ୍ୱର,୧୯ା୭(ବ୍ୟୁରୋ): ରବିବାର ଆଉ ୫ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୧ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକମାନଙ୍କ ମଧ୍ୟରେ ଗଞ୍ଜାମର ୩...

ଖାକିକୁ କରୋନା ଚିନ୍ତା: ଭୟ, ଆଶଙ୍କାରେ ସାହସୀ ଯୋଦ୍ଧା

ଭୁବନେଶ୍ୱର,୧୯। ୭ (ବ୍ୟୁରୋ):କରୋନା ଲଢ଼େଇରେ ପ୍ରମୁଖ ଭୂମିକା ନେଉଛନ୍ତି ପୋଲିସ କର୍ମଚାରୀ। ଏମାନଙ୍କୁ ସାହସୀ ଯୋଦ୍ଧା କୁହାଯାଉଛି। ବିଶେଷକରି ରାଜଧାନୀରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କର ଗୁରୁଦାୟିତ୍ୱ ରହୁଛି। ହେଲେ ଏଠାରେ ବଢ଼ି ଚାଲିଥିବା ସଂକ୍ରମଣକୁ ନେଇ ପୋଲିସ କର୍ମଚାରୀ ମଧ୍ୟ...

ବାପାଙ୍କୁ ହତ୍ୟାକଲେ ଡାକ୍ତର ପୁଅ

ଭୁବନେଶ୍ୱର,୧୯। ୭(ବ୍ୟୁରୋ): ସନ୍ଦେହରୁ ପାରିବାରିକ ଅଶାନ୍ତି। ସ୍ଥିତି ଏପରି ହେଲା ଶେଷରେ ବାପାଙ୍କୁ ବିଧାମାରି ହତ୍ୟାକଲେ ଡାକ୍ତର ପୁଅ। ଖଣ୍ଡଗିରି ଥାନା ଅନ୍ତର୍ଗତ ଜଗମୋହନ ନଗରରେ ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି। ମୃତକ ହେଲେ କୃଷି ବିଭାଗର ପୂର୍ବତନ...

କରୋନାଠୁ ବଳିଗଲା ବିଏମ୍‌ସିର ଅବହେଳା

ଭୁବନେଶ୍ୱର,୧୯। ୭: ରାଜଧାନୀରେ ବର୍ତ୍ତମାନ କରୋନା ହୁହୁ ହୋଇ ମାଡ଼ି ଚାଲିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ମୋଟ ୬୭ ଓ୍ବାର୍ଡ ମଧ୍ୟରୁ ପାଖାପାଖି ୫୦ଟିରେ ଏହି ମହାମାରୀ ଠାବ ହୋଇସାରିଲାଣି। ବର୍ତ୍ତମାନ କରୋନାକୁ ନେଇ ଓ୍ବାର୍ଡବାସୀ ନାନା ଭୟ...

ସାଇବର ଅପରାଧୀଙ୍କ ଟାର୍ଗେଟ୍‌ ମହିଳା

ଭୁବନେଶ୍ୱର,୧୯।୭(ବ୍ୟୁରୋ): କରୋନାଜନିତ ଲକ୍‌ଡାଉନ୍‌ ସମୟରେ ରାଜ୍ୟରେ ମହିଳା ବିରୋଧୀ ହିଂସା ବୃଦ୍ଧିପାଇଛି। କେବଳ ଘରୋଇ ହିଂସା କି ବଳାତ୍କାର, ନିର୍ଯାତନା ନୁହେଁ, ମହିଳା ବିରୋଧୀ ସାଇବର ଆପରାଧିକ ମାମଲା ଏବେ ଶୀର୍ଷରେ ପହଞ୍ଚତ୍ଛି। ଲୋକେ ଘରେ ରହୁଥିବାରୁ ଅଧିକାଂଶ ସମୟ...

ଏଣିକି ବିନା ଆଙ୍ଗୁଳି ଛାପରେ ନେଇପାରିବେ ରାଶନ

ଭୁବନେଶ୍ୱର,୧୮ା୭(ବ୍ୟୁରୋ)-ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ସ୍କିମ୍‌ରେ ଖାଦ୍ୟ ସାମଗ୍ରୀ ପାଉଥିବା ହିତାଧିକାରୀମାନେ ଏଣିକି ସେମାନଙ୍କର ରାଶନ କେବଳ କାର୍ଡ ଦେଖାଇ ନେଇପାରିବେ। ସେମାନଙ୍କୁ ଇ-ପିଓଏସ୍‌ରେ ଆଙ୍ଗୁଳି ଛାପ ଦେବାକୁ ପଡ଼ିବ ନାହିଁ। ପରବର୍ତ୍ତୀ...

ଜୁଲାଇ ୨୨ରେ ଶପଥ ନେବେ ୪ ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟ

ଭୁବନେଶ୍ୱର,୧୮ା୭(ବ୍ୟୁରୋ)-ଆସନ୍ତା ୨୨ ତାରିଖରେ ଓଡିଶାରୁ ନବ ନିର୍ବାଚିତ ୪ ଜଣ ରାଜ୍ୟ ସଭା ସଦସ୍ୟ ପାର୍ଲାମେଣ୍ଟର ହାଉସ ଅଫ ଚାମ୍ବରରେ ଶପଥ ଗ୍ରହଣ କରିବେ। ସାମାଜିକ ଦୂରତ୍ୱ ରକ୍ଷା କରି ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନୂତନ...

୩୧ ଯାଏ ୪ ଜିଲା, ରାଉରକେଲାରେ କୋର୍ଟ ବନ୍ଦ

କଟକ ଅଫିସ,୧୮ା୭-ରାଜ୍ୟର ଖୋର୍ଦ୍ଧା, ଗଞ୍ଜାମ, କଟକ, ଯାଜପୁର ପରି ୪ଟି ଜିଲା ଓ ରାଉରକେଲା ପୌରାଞ୍ଚଳକୁ ସରକାର ହଟ୍‌ସ୍ପଟ୍‌ ଭାବେ ଘୋଷଣା କରିଛନ୍ତି। ଏଠାରେ ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ ଜାରି କରାଯାଇଛି। ତେଣୁ ସେ ପର୍ଯ୍ୟନ୍ତ ଏହି ଅଞ୍ଚଳର...

ଅଗଷ୍ଟ ୩୧ ପର୍ଯ୍ୟନ୍ତ ସ୍ବତନ୍ତ୍ର ସ୍କୁଲ ବନ୍ଦ

ଭୁବନେଶ୍ୱର, ୧୮।୭(ବ୍ୟୁରୋ)- ମହାମାରୀ କରୋନା ଯୋଗୁ ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ସମସ୍ତ ସ୍ବତନ୍ତ୍ର ସ୍କୁଲ ବନ୍ଦ ରହିବ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସବୁ ସ୍ବତନ୍ତ୍ର ସ୍କୁଲଗୁଡ଼ିକ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri