ଖାକିକୁ କରୋନା ଚିନ୍ତା: ଭୟ, ଆଶଙ୍କାରେ ସାହସୀ ଯୋଦ୍ଧା

ଭୁବନେଶ୍ୱର,୧୯। ୭ (ବ୍ୟୁରୋ):କରୋନା ଲଢ଼େଇରେ ପ୍ରମୁଖ ଭୂମିକା ନେଉଛନ୍ତି ପୋଲିସ କର୍ମଚାରୀ। ଏମାନଙ୍କୁ ସାହସୀ ଯୋଦ୍ଧା କୁହାଯାଉଛି। ବିଶେଷକରି ରାଜଧାନୀରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କର ଗୁରୁଦାୟିତ୍ୱ ରହୁଛି। ହେଲେ ଏଠାରେ ବଢ଼ି ଚାଲିଥିବା ସଂକ୍ରମଣକୁ ନେଇ ପୋଲିସ କର୍ମଚାରୀ ମଧ୍ୟ ଭୟଭୀତ ହୋଇପଡିଲେଣି। ପ୍ରଥମେ ଦେଖାଉଥିବା ସାହସ ଆଉ ଦେଖିବାକୁ ମିଳୁନି। କେତେଜଣ ପୋଲିସ କର୍ମଚାରୀ ସଂକ୍ରମଣର ଶିକାର ହେବା ପରେ ଥାନାଠୁ ଆରମ୍ଭ କରି ରାସ୍ତା, ବଜାର ଓ କଲୋନୀରେ କାର୍ଯ୍ୟରତ ପୋଲିସଙ୍କ ମୁହଁରେ ଭୟର ଚିହ୍ନ ଉଙ୍କି ମାରିଲାଣି। ଇତିମଧ୍ୟରେ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ୧୪ ଦିନିଆ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଇଛି। ଏଥର କଟକଣା ପୂର୍ବାପେକ୍ଷା କଡ଼ାକଡ଼ି କରିବାକୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ହେଲେ ଖାକିକୁ କରୋନା ଭୟ ଘାରିଥିବାରୁ କଡା କଟକଣା କିପରି କାର୍ଯ୍ୟକାରୀ ହେବ ତାହାକୁ ନେଇ ପ୍ରଶ୍ନ ଉଠୁଛି।

ପୂର୍ବରୁ ମାର୍ଚ୍ଚରୁ ମେ’ ଲକ୍‌ଡାଉନ୍‌ ଲାଗୁ ହୋଇଥିଲା। ସେତେବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାରରେ ରହିଥିବାବେଳେ ପରବର୍ତ୍ତୀ ଦେଢ଼ମାସ ଭିତରେ ସଂକ୍ରମଣ ୧୬ ହଜାର ପାର କରିଛି। କେବଳ ଭୁବନେଶ୍ୱରରେ ହଜାରେ ପାଖାପାଖି ହେଲାଣି। ତେଣୁ ଫ୍ରଣ୍ଟଲାଇନ୍‌ ଯୋଦ୍ଧା ଭାବେ ଲଢୁଥିବା ପୋଲିସ ଏବେ ଅଧିକ ଭୟରେ ରହିଛି। ରାଜଧାନୀର ବିଭିନ୍ନ ଛକରେ ଯାଞ୍ଚ, ଅପରାଧୀଙ୍କୁ ଧରିବା ବେଳେ ଲୋକଙ୍କ ସଂସ୍ପର୍ଶରେ ସିଧାସଳଖ ଆସୁଥିବାରୁ ସଂକ୍ରମଣ ସମ୍ଭାବନା ଅଧିକ ରହୁଛି। ଇଣ୍ଡିଆନ୍‌ ପୋଲିସ ଫାଉଣ୍ଡେଶନ (ଆଇପିଏଫ) ତଥ୍ୟ ଅନୁଯାୟୀ, ଦେଶରେ ୨୨ ହଜାର ୯୨୫ ପୋଲିସ କର୍ମଚାରୀ କରୋନା ସଂକ୍ରମଣର ଶିକାର ହୋଇଥିବା ବେଳେ ୧୪୯ ଜଣଙ୍କ ମୃତ୍ୟୁ ଘଟିଛି। ଓଡ଼ିଶାରେ ୪୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ୪ଜଣଙ୍କ ମୃତ୍ୟୁ ଘଟିଲାଣି। ଅଧିକ ସତର୍କତାର ସହ କାର୍ଯ୍ୟ ନ କଲେ ବାରୁଦ ଗଦାରେ ନିଅଁା ଲାଗିବା ଭଳି ପୂରା ପୋଲିସ କର୍ମଚାରୀ ସଂକ୍ରମିତ ହୋଇଯିବାର ଆଶଙ୍କା ରହିଛି।

ଏହାବାଦ୍‌ ଖାକି ସଂକ୍ରମଣର ଅନେକ କାରଣ ରହିଛି। ମୁମ୍ବାଇ ଭଳି ଭୁବନେଶ୍ୱରରେ ମଧ୍ୟ ବସ୍ତିରେ ରହୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ସଂକ୍ରମଣ ଆରମ୍ଭ ହୋଇଛି। ରାଜଧାନୀର ବିଭିନ୍ନ ଥାନାରେ କାର୍ଯ୍ୟ କରୁଥିବା ଏକାଧିକ ହୋମ୍‌ଗାର୍ଡ ଏବଂ କନ୍‌ଷ୍ଟେବଳ ଏବେ ସଂକ୍ରମଣ ବ୍ୟାପୁଥିବା ସାଲିଆସାହି, ପଥରବନ୍ଧ ଆଦି ବହୁ ବସ୍ତିରେ ରହୁଛନ୍ତି। ଏମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହେବା ସହ କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କୁ ସଂକ୍ରମଣ ବାଣ୍ଟିପାରନ୍ତି। କାରଣ ସେମାନେ ଥାନାରେ ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କୁ ଚା’ ଖାଦ୍ୟ ଦେବାରେ ସହଯୋଗ କରନ୍ତି। ଏଥିସହ ଥାନାକୁ ଆସୁଥିବା ଅଭିଯୋଗକାରୀ ଓ ରାସ୍ତାରେ ଯାଞ୍ଚବେଳେ ଗାଡ଼ିମୋଟରକୁ ଧରିଥାନ୍ତି। ଯାଞ୍ଚ ଓ ଜରିମାନା ଆଦାୟବେଳେ ଅଧିକାଂଶ ପୋଲିସ ଗ୍ଲୋବ୍ସ ଓ ସାନିଟାଇଜର ବ୍ୟବହାର କରୁ ନ ଥିବାରୁ ଅଜାଣତରେ ସଂକ୍ରମିତ ହେବାର ମଧ୍ୟ ସମ୍ଭାବନା ରହୁଛି। ଜରିମାନା କାଟିବା ସମୟରେ ପୋଲିସ ଧରୁଥିବା କଲମ ସେମାନଙ୍କୁ ଦସ୍ତଖତ କରିବାକୁ ଦେଉଛି। ବିନା ଗ୍ଲୋବ୍ସରେ ଲୋକଙ୍କଠାରୁ ଜରିମାନା ଟଙ୍କା ନେଉଛି। ସେମାନେ ମଧ୍ୟ ବାରାକ୍‌ ଆସି ଏକାଧିକ ଫୋର୍ସ ଓ ଘରେ ପରିବାର ସଦସ୍ୟଙ୍କ ସହ ମିଳାମିଶା କରୁଛନ୍ତି। ତେଣୁ ସଂକ୍ରମଣ ସହଜରେ ବ୍ୟାପିବା ଆଶଙ୍କାକୁ ଏଡାଇ ଦେଇହେଉନି।

ଲୋକମାନଙ୍କ ମଧ୍ୟରେ ସଚେତନତା ନାହିଁ। ସେମାନଙ୍କୁ ବାରମ୍ବାର ସଚେତନ କଲେ ମଧ୍ୟ ବୁଝୁନାହାନ୍ତି। ବିନା କାମରେ ଘରୁ ବାହାରି ବିପଦକୁ ଡାକି ନେଉଛନ୍ତି। ପୂର୍ବ ଲକ୍‌ଡାଉନ ଅପେକ୍ଷା ଏବେ ଡ୍ୟୁଟି କଲାବେଳେ ଅଧିକ ଭୟ ଲାଗୁଛି। ଆମେ ନିଜକୁ ନିଜେ ସୁରକ୍ଷିତ ବୋଲି ଭାବି ପାରୁନୁ। ତଥାପି କର୍ତ୍ତବ୍ୟ ହିଁ କରିବାକୁ ପଡିବ।
– ସୁରେଶଚନ୍ଦ୍ର ଦାଶ, ହାବିଲଦାର

ମନରେ କେଉଁଠି ନା କେଉଁଠି ଭୟ ତ ନିଶ୍ଚିତ ରହୁଛି। ହେଲେ ଜନତାଙ୍କ ସେବା କରିବା ପାଇଁ ପୋଲିସ ଚାକିରି ବାଛିଛୁ। ରୋଗର ଭୟଠାରୁ ଲୋକଙ୍କ ସେବାରେ ଅନେକ ଆନନ୍ଦ ମିଳୁଛି। ଏହା ଆଗକୁ କାମ କରିବା ପାଇଁ ପ୍ରେରଣା ଯୋଗାଉଛି।
– ସନ୍ତୋଷିନୀ ବେହେରା, ଏସ୍‌ଆଇ

ଭୁବନେଶ୍ୱରରେ ଯେପରି ସଂକ୍ରମଣ ବଢ଼ୁଛି, ଆଗ ଅପେକ୍ଷା ଏବେ ଅଧିକ ଭୟ ଲାଗୁଛି। ଆମେ ସତର୍କତାର ସହ ଚେକିଂ କରିବା ସହ ଜରିମାନା କାଟୁଛୁ। କ’ଣ କରିବା, ଆଗକୁ ଯାହା ହେବା କଥା ହେବ।
– ଜୟ କିଶୋର ପଟ୍ଟନାୟକ, ଏଏସ୍‌ଆଇ

ଆମେ ପୋଲିସ ଚାକିରି କରିଛୁ, ସବୁବେଳେ ପରିସ୍ଥିତିକୁ ଚ୍ୟାଲେଞ୍ଜ କରୁଛି। ଏବେ କରୋନାର ମୁକାବିଲା କରୁଛୁ। ଅଜଣା ଶତ୍ରୁ ହେଉ ଅବା ଅଜଣା ରୋଗ, ଡ୍ୟୁଟି ସମୟରେ ସବୁ ଭୟ ଛାଡ଼ିବାକୁ ହେବ। କରୋନା ଭଳି ଅଦୃଶ୍ୟ ଭାଇରସ୍‌ ସହ ଲଢେଇ କରୁଛୁ, ବିଜୟ ନିଶ୍ଚିତ ହେବୁ।
– ଦୋଳଗୋବିନ୍ଦ ଦାସ, ଏସ୍‌ଏସ୍‌ବି

ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?