ଅନୁଭବ ଇସ୍ତଫା ନ ଦେଲେ ଭୁଲ୍ ବାର୍ତ୍ତା ଯିବ: ଭାଜପା
ଭୁବନେଶ୍ୱର,୮।୯(ବ୍ୟୁରୋ): କାହାର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ ଆଦୌ ଉଚିତ୍ ନୁହେଁ। ମାତ୍ର ଯେତେବେଳେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି କିମ୍ବା ରୋଲ୍ ମଡେଲ ମହିଳା ହିଂସାରେ ଲିପ୍ତ ରହିବା ଘଟଣା ସାମ୍ନାକୁ ଆସିବ ସେତେବେଳେ ସୁରକ୍ଷା ଦୃଷ୍ଟିରୁ ଏହାକୁ ପ୍ରତିବାଦ କରିବା ଆମର…
ବିଧାୟକ, ମନ୍ତ୍ରୀଙ୍କ ହେବ କରୋନା ପରୀକ୍ଷା
ଭୁବନେଶ୍ୱର, ୮।୯(ବ୍ୟୁରୋ): ଚଳିତମାସ ଶେଷ ସୁଦ୍ଧା ବିଧାନସଭା ଅଧିବେଶନ ବସିବ। ବୈଠକ ବସିବାର ଦୁଇଦିନ ପୂର୍ବରୁ ମନ୍ତ୍ରୀ, ବିଧାୟକ ଓ କର୍ମଚାରୀମାନଙ୍କର କୋଭିଡ-୧୯ ପରୀକ୍ଷା କରାଯିବ। ଅଧିବେଶନର ପ୍ରସ୍ତୁତି ଓ ବିଧାୟକମାନଙ୍କର କରୋନା ପରୀକ୍ଷା ନେଇ ସୋମବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ…
ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୮।୯(ବ୍ୟୁରୋ): କଟକ ଓ ଭୁବନେଶ୍ୱର ମହାନଗର ନିଗମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। କେତେକ ବ୍ୟକ୍ତି କୋଭିଡ ଗାଇଡ ଲାଇନରେ ଥିବା କଟକଣାକୁ ଅଣ ଦେଖା କରୁଛନ୍ତି। କେତେକ ଲୋକ ବିନା ମାସ୍କରେ ଗହଳି କରୁଛନ୍ତି। ସନ୍ଧ୍ୟା…
ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଦେଉନି ଜେଲ ବିଭାଗ
ଭୁବନେଶ୍ୱର,୮।୯ (ବ୍ୟୁରୋ): ଜେଲରେ ରହୁଥିବା କଏଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସବୁ ରାଜ୍ୟର ଜେଲ ବିଭାଗ ଗୁରୁତ୍ୱ ଦେଉଛନ୍ତି। କଏଦୀମାନେ ଜେଲରୁ ମୁକ୍ତ ହେବାପରେ ଯେପରି ଅପରାଧରେ ଲିପ୍ତ ନ ରହି ସ୍ବାବଲମ୍ବୀ ହୋଇ ସମାଜରେ ଅନ୍ୟମାନଙ୍କ…
ଆଉ ଜଣେ ନିର୍ଦ୍ଦେଶକଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ
ଭୁବନେଶ୍ୱର,୮।୯(ବ୍ୟୁରୋ): ବହୁ କୋଟି ଟଙ୍କାର କ୍ୟୁ ନେଟ୍ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଅନ୍ୟତମ ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ସେ ହେଲେ ପଟିଆ ମାରୁତି ଭିଲାର ଏମ୍ଆଇଜି-୧୦ରେ ରହୁଥିବା ପ୍ରଶାନ୍ତ କୁମାର ମହାନ୍ତି(୩୭)। ତାଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ଦଫା…
୧୨ ପଇସା କମିଲା ଡିଜେଲ
ଭୁବନେଶ୍ୱର,୮।୯: ସୋମବାର ଭୁବନେଶ୍ୱରରେ ଡିଜେଲ ଦର ୧୨ ପଇସା କମିଛି। ଏଠାରେ ଡିଜେଲ ଦର ଲିଟର ପିଛା ୧୨ ପଇସା ହ୍ରାସ ପାଇ ୭୯.୬୦ ଟଙ୍କା ସ୍ତରରେ ରହିଛି। ଏଠାରେ ପେଟ୍ରୋଲ ଦର ଅପରିବର୍ତ୍ତିତ ୮୨.୬୪ ଟଙ୍କା ଥିବା ଜଣାପଡିଛି। ଦେଶର…
ବିସ୍ମିତ, ବିଦ୍ୟାଶ୍ରୀଙ୍କ ନାମରେ ମାମଲା
ଖଇରା, ୮।୯(ଡି.ଏନ.ଏ.) : ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା ଦିନକୁ ଦିନକୁ ଦିନ ନୂଆମୋଡ ନେବାରେ ଲାଗିଛି। ଆଦିତ୍ୟଙ୍କ ସହ ସମ୍ପର୍କ ଥିବା ଖଇରା ଅଞ୍ଚଳର ଝିଅ ଚିନ୍ମୟୀ ମହାପାତ୍ର (୨୨)ଙ୍କୁ ସାଇକୋ ଲେଡିର ଆଖ୍ୟା ଦେଇ ବଦନାମ କରାଯାଇଥିବା…
୬୪ ଓଇଏସଙ୍କ ପଦୋନ୍ନତି
ଭୁବନେଶ୍ୱର,୮।୯(ବ୍ୟୁରୋ): ରାଜ୍ୟର ୬୪ଜଣ ଓଇଏସ ଅଧିକାରୀଙ୍କୁ ସୋମବାର ରାଜ୍ୟ ସରକାର ପଦୋନ୍ନତି ଦେଇଛନ୍ତି। ସରକାର ପଦୋନ୍ନତି ଦେଇଥିବା ଗ୍ରୁପ-ବି ଓଇଏସ ଅଧିକାରୀଙ୍କୁ ଗ୍ରୁପ-ଏକୁ ପଦୋନ୍ନତି କରିଛନ୍ତି। ଏହି ପ୍ରକ୍ରିୟାରେ ବହୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅନ୍ୟ ସ୍ଥାନକୁ ବଦଳି କରାଯାଇଥିବା ବେଳେ…
୯ ବର୍ଷରେ ଗଲାଣି ୩୩୧୫ ଜୀବନ
ଭୁବନେଶ୍ୱର, ୮।୯(ବ୍ୟୁରୋ): ବନ୍ୟା, ବାତ୍ୟା ଭଳି ବଜ୍ରପାତ ମଧ୍ୟ ରାଜ୍ୟରେ ଅନ୍ୟ ଏକ ଭୟଙ୍କର ବିପତ୍ତି ଭାବେ ଦେଖାଦେଇଛି। ପ୍ରତ୍ୟେକ ବର୍ଷ ବଜ୍ରପାତରେ ୩୦୦ରୁ ୪୦୦ ଲୋକଙ୍କର ଜୀବନ ଯାଉଛି। ଜଳବାୟୁରେ ପରିବର୍ତ୍ତନ ଏବଂ ଆଗୁଆ ସୂଚନା ନ ମିଳିବାରୁ ବହୁ…
ରାଜଧାନୀରେ ବ୍ୟାଙ୍କ୍ ଲୁଟ୍: କର୍ମଚାରୀଙ୍କ ମୁଣ୍ଡରେ ଖେଳନା ବନ୍ଧୁକ ଲଗାଇ ଲୁଟିନେଲେ ୨.୮୦ଲକ୍ଷ
ଭୁବନେଶ୍ୱର,୭ା୯ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ବଡ଼ ଧରରଣ ଲୁଟ୍ ହୋଇଛି। ଏଥର ଲୁଟେରାମାନେ ବ୍ୟାଙ୍କକୁ ଟାର୍ଗେଟ କରିଛନ୍ତି। କର୍ମଚାରୀଙ୍କ ମୁଣ୍ଡରେ ଖେଳଣା ବନ୍ଧୁକ ଲଗାଇ ୨ଲକ୍ଷ ୮୦ହଜାର ଟଙ୍କା ଲୁଟି ନେଇଛନ୍ତି। ଇନ୍ଫୋସିଟି ଥାନା ଅନ୍ତର୍ଗତ ନନ୍ଦନବିହାରସ୍ଥିତ ଇଣ୍ଡିଆ…
ଏଣିକି ରାତି ସାଢେ ୧୦ଟା ଯାଏ ଖୋଲିବ ମଦ ଦୋକାନ
ଭୁବନେଶ୍ୱର,୬।୮(ବ୍ୟୁରୋ)-ଏଣିକି ସମଗ୍ର ରାଜ୍ୟରେ ଦିନ ୧୦ଟାରୁ ରାତି ୧୦ଟା ୩୦ ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହିବ। ଏ ନେଇ ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଦେଶୀ, ବିୟର, ଦେଶୀ ମଦ ଦୋକନ ରାତି ସାଢେ…
ଭୁବନେଶ୍ୱରରୁ ୩୯୪ କରୋନା ଆକ୍ରାନ୍ତ ଚିହ୍ନଟ: ସେଥିରୁ ୨୩୫ ଲୋକାଲ କେସ୍
ଭୁବନେଶ୍ୱର,୭।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ୩୯୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୧୫୯ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୨୩୫ ରହିଛି। ସେହିପରି ଆଜି ୩୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ସୁଦ୍ଧା…
Archives


