ମେଟ୍ରୋ

ଆଜି ରାଜ୍ୟରେ ୫୬୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୬୩ ଜଣ ଅଛନ୍ତି। ଏହି ୫୬୫ ଜଣଙ୍କ ମଧ୍ୟରୁ ୩୨୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୩୭…

ହାଇ ପ୍ରୋଫାଇଲ ଆନ୍ତଃରାଜ୍ୟ ଠକ ଗିରଫ

ଭୁବନେଶ୍ୱର,୨୯।୯(ବ୍ୟୁରୋ):ଦାମୀ ପୋଷାକ ପିନ୍ଧିବା ସହ ଦାମୀ ଗାଡ଼ି ଚଢୁଥିଲେ। ନିଜକୁ ସମ୍ଭ୍ରାନ୍ତ ଶ୍ରେଣୀର ପରିଚୟ ଦେଇ ଠକେଇର ନୂଆ କୌଶଳ ଆପଣାଇଥିଲେ। ଦୋକାନୀଙ୍କୁ ଟଙ୍କା ଟ୍ରାନ୍ସଫର୍‌ର ଫେକ୍‌ ସ୍କ୍ରିନଶଟ୍‌ ଦେଖାଇ ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଯାଉଥିଲେ। ରାଜ୍ୟରୁ ରାଜ୍ୟ ବୁଲି ଏଭଳି…

ଲଘୁଚାପ: ୪ ଯାଏ ବର୍ଷିବ

ଭୁବନେଶ୍ୱର,୨୯।୯(ବ୍ୟୁରୋ): ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ତଥା ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇପାରେ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର କେତେକ…

କରୋନା ମୃତକଙ୍କ ପରିବାରକୁ ମିଳିବ ୫୦ହଜାର ଟଙ୍କା

ଭୁବନେଶ୍ୱର, ୨୯।୯(ବ୍ୟୁରୋ):କରୋନାରେ ମୃତ୍ୟୁ ହୋଇଥିଲେ ପରିବାରକୁ ମିଳିବ ୫୦ ହଜାର ଟଙ୍କା। ଏହି ସହାୟତା ଦେବେ ରାଜ୍ୟ ସରକାର। ଏନେଇ ଡିଏମ୍‌ଇଟି ଡା. ସିବିକେ ମହାନ୍ତି ମଙ୍ଗଳବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ସହାୟତା ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର…

ଫେକ୍‌ ସ୍କ୍ରିନଶଟ୍‌ ଦେଖାଇ ଗହଣା ଦୋକାନରୁ ନେଇଥିଲେ ଲକ୍ଷାଧିକ ଟଙ୍କାର ଗହଣା

ଭୁବନେଶ୍ୱର,୨୮।୯(ବ୍ୟୁରୋ):ଗହଣା ଦୋକନୀଙ୍କୁ ଚୂନ ଲଗାଇ ଠକୁଥିଲେ ଯୁବକ। ରାଜଧାନୀରେ ସୁନା ଦୋକାନୀଙ୍କୁ ଟ୍ରାଞ୍ଜାକ୍ସନର ଫେକ୍‌ ସ୍କ୍ରିନଶଟ୍‌ ଦେଖାଇ ଠକିଥିବା ଜଣେ ଯୁବକଙ୍କୁ କମିଶନରେଟ ପୋଲିସ କୋଲକାତାରୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେ ହେଲେ ମୁମ୍ବାଇରେ ରହୁଥିବା ରାଜିବ…

ରାଜ୍ୟରୁ ପୁଣି ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୮।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୧୮୭କୁ ବୃଦ୍ଧି ପାଇଛି। ୭ ମୃତକଙ୍କ ମଧ୍ୟରେ ଜଗତ୍‌ସିଂହପୁରରୁ ୨ ଜଣ ଥିବା ବେଳେ ଖୋର୍ଦ୍ଧା, କଟକ, ଗଞ୍ଜାମ, ଯାଜପୁର ଓ…

ବଢ଼ୁଛି ପିଲାଙ୍କ ଚିନ୍ତା: ଆଜି ରାଜ୍ୟରେ ୭୪ ଛୁଆ କରୋନା ସଂକ୍ରମିତ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୫୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୪ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ । ଆକ୍ରାନ୍ତଙ୍କ ମଧ୍ୟରୁ ୩୧୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୨୬ ଜଣ ଲୋକାଲ…

ଆୟୁଷ୍ମାନ୍‌ ଭାରତ ଡିଜିଟାଲ ମିଶନ ଶୁଭାରମ୍ଭକୁ ଧର୍ମେନ୍ଦ୍ରଙ୍କ ସ୍ବାଗତ

ଭୁବନେଶ୍ୱର,୨୮।୯(ବ୍ୟୁରୋ):  ସାମଗ୍ରିକ ଏବଂ ସମାବେଶୀ ସ୍ବାସ୍ଥ୍ୟ ମଡେଲ ତଥା ଗରିବ ଏବଂ ମଧ୍ୟବିତ୍ତ ବର୍ଗ ଲୋକଙ୍କ ଚିକିତ୍ସା ପାଇଁ ହେଉଥିବା ସମସ୍ୟା ଦୂରକରିବା ଦିଗରେ ସୋମବାର ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

କଲେଜ ଛାତ୍ର ମୃତ୍ୟୁ ଘଟଣା ପଛରେ ପ୍ରେମିକା ସହ ଧରମ ଭାଇର ହାତ

କଟକ ଅଫିସ,୨୮ା୯: ଖ୍ରୀଷ୍ଟ କଲେଜ ଛାତ୍ର ମୃତ୍ୟୁ ଘଟଣାର ପୋଲିସ ସୋମବାର ପର୍ଦ୍ଧାଫାଶ କରିଛି। ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତ୍ୟୁ ଘଟଣାରେ ଜଗତପୁର ପୋଲିସ ୨ ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ କଟକ ଦରଘାବଜାର…

କଟ୍‌ ଅଫ୍‌ ମାର୍କରେ ରେଭେନ୍ସା ଆଗରେ

ଭୁବନେଶ୍ୱର, ୨୭।୯(ବ୍ୟୁରୋ): ଯୁକ୍ତ୨ରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ସୋମବାର ପ୍ରକାଶ ପାଇଛି। ଏଥିରେ ମୋଟ ୫୪,୬୩୩ ଛାତ୍ରୀଛାତ୍ର ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୫,୭୮୭ ଛାତ୍ରୀ ଥିବା ବେଳେ ୨୮,୮୪୪ ଜଣ ଛାତ୍ର ଏବଂ ୨ଜଣ କିନ୍ନର…

ଏବେ ବି ଖୁସି ହେବାର ଆବଶ୍ୟକତା ନାହିଁ

ଭୁବନେଶ୍ୱର,୨୭।୯(ବ୍ୟୁରୋ): ଓଡ଼ିଶାରେ କରୋନା ତୃତୀୟ ଲହରର ବିଶେଷ କିଛି ପ୍ରଭାବ ପଡ଼ି ନ ପାରେ। ବର୍ତ୍ତମାନ ରାଜ୍ୟରେ ଯେଉଁ ସଂକ୍ରମଣ ବଢ଼ିଛି ତାହା ସେତେ ଅଧିକ ନୁହେଁ। ସେହି ଟ୍ରେଣ୍ଡକୁ ଦେଖିଲେ ଓଡ଼ିଶା ଭଲ ସ୍ଥିତିରେ ରହିବା ପରି ଲାଗୁଛି ବୋଲି…

ଭୁବନେଶ୍ୱର କ୍ଲବ ସଭାପତି ହେଲେ ଅସିତ ତ୍ରିପାଠୀ

ଭୁବନେଶ୍ୱର,୨୭।୯(ବ୍ୟୁରୋ): ଅସିତ ତ୍ରିପାଠୀ ହେଲେ ଭୁବନେଶ୍ୱର କ୍ଲବର ନୂତନ ସଭାପତି। କ୍ଲବର ସଭାପତି ପଦ ପାଇଁ ରାଜ୍ୟର ଦୁଇ ସଚିବଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା। ଏଥିରେ ବିଜୟ ଲାଭ କରିଛନ୍ତି ଅସିତ ତ୍ରିପାଠୀ। ତାଙ୍କ ବିପକ୍ଷରେ ଲଢ଼ୁଥିବା ବିଜୟ ପଟ୍ଟନାୟକଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri