ମେଟ୍ରୋ

ଆଜି ପ୍ରକାଶ ପାଇବ ମହାନଗର ନିଗମର ସାନି ଚିଠା ସଂରକ୍ଷଣ ତାଲିକା

ଭୁବନେଶ୍ୱର,୭।୧ (ବ୍ୟୁରୋ): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ମହାନଗର ନିଗମର ସାନି ଚିଠା ଆସନ ସଂରକ୍ଷଣ ଓ ସୀମା ପୁନଃନିର୍ଦ୍ଧାରଣ ତାଲିକା ପ୍ରକାଶ କରିବ ଗୃହ ଓ ନଗର ଉନ୍ନୟନ ବିଭାଗ। ଆସନ୍ତା ୧୬ ତାରିଖ ସୁଦ୍ଧା ଅଭିଯୋଗ ଓ ପ୍ରସ୍ତାବ…

ଆକାଂକ୍ଷୀ ଜିଲାରେ ମଜଭୁତ ହେବ ୪-ଜି ସେବା

ଭୁବନେଶ୍ୱର,୭ା୧(ବ୍ୟୁରୋ): ରାଜ୍ୟର ଦୁର୍ଗମ ତଥା ଆଭ୍ୟନ୍ତରୀଣ ଗ୍ରାମରେ ଇଣ୍ଟରନେଟ୍‌ ସେବା ମଜଭୁତ୍‌ କରିବା ଲାଗି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ୧୦ ଆକାଂକ୍ଷୀ ଜିଲାର ୩,୯୩୩ ଗ୍ରାମରେ ୪-ଜି ସଂଯୋଗୀକରଣ ପାଇଁ ନୂତନ ମୋବାଇଲ୍‌ ଟାୱାର ସ୍ଥାପନ କରିବାକୁ ଘୋଷଣା କରିଛନ୍ତି।…

ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୭।୧(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନା ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୬୮କୁ ବୃଦ୍ଧି ପାଇଛି। କେବଳ ଖୋର୍ଦ୍ଧା ଜିଲାରୁ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…

ବଢି ଚାଲିଛି କରୋନା ସଂକ୍ରମଣ,ରାଜ୍ୟରେ ୨୭୦୩ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୭।୧(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୨୭୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୦୯ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍‌। ଆକ୍ରାନ୍ତଙ୍କ ମଧ୍ୟରୁ ୧୫୭୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୧୨୪ ଜଣ ଲୋକାଲ କେସ…

ଆଜିଠୁ ଷଷ୍ଠରୁ ଯୁକ୍ତ ୨ କ୍ଲାସ୍‌ ବନ୍ଦ

ଭୁବନେଶ୍ୱର,୭।୧(ବ୍ୟୁରୋ): କୋଭିଡ୍‌ ସଂକ୍ରମଣର ଦ୍ରୁତଗତି ଏବଂ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ରାଜ୍ୟ ସରକାର ଆସନ୍ତା ୭ ତାରିଖଠାରୁ କଟକଣାକୁ ଅଧିକ କଡ଼ାକଡ଼ି କରିଛନ୍ତି। ପ୍ରାଥମିକ ସ୍କୁଲଠାରୁ ଆରମ୍ଭ କରି ଯୁକ୍ତ ୨ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ଘୋଷଣା…

ଆଜିଠାରୁ ଭୁବନେଶ୍ୱର ବିମାନବନ୍ଦର ଯାତ୍ରୀଙ୍କର ଆର୍‌ଟି-ପିସିଆର ଟେଷ୍ଟ

ଭୁବନେଶ୍ୱର,୭ା୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ମଧ୍ୟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଇଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ଭୁବନେଶ୍ୱର ବିମାନବନ୍ଦର ପାଇଁ ସ୍ବତନ୍ତ୍ର ଗାଇଡ୍‌ଲାଇନ ଜାରି କରିଛି। ବିମାନରେ…

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର(ବ୍ୟୁରୋ)/ ମାହାଙ୍ଗା(ସ୍ବ.ପ୍ର.),୭ା୧:ମାହାଙ୍ଗା ଡବଲ ମର୍ଡର ଘଟଣାକୁ ବର୍ଷେ ପୂରିଛି। ଏହି ଅବସରରେ ଗୁରୁବାର ମାହାଙ୍ଗାରେ ଆୟୋଜିତ ଏକ ସ୍ମୃତିସଭାରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବର୍ଷକ ତଳେ ମାହାଙ୍ଗାରେ ଭାଜପା…

ଆଜିଠାରୁ ୫୦%ରେ ଚାଲିବ ଅଫିସ

ଭୁବନେଶ୍ୱର,୭ା୧(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ମହାମାରୀର ପ୍ରକୋପ ପୁଣି ବୃଦ୍ଧି ପାଇଛି। କୋଭିଡ୍‌ର ନୂଆ ଭାରିିଆଣ୍ଟ ଓମିକ୍ରନ୍‌ ଯୋଗୁ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାନୁୟାରୀ ମାସ ପାଇଁ କଟକଣାକୁ କଡ଼ାକଡ଼ି କରିଛନ୍ତି। ଶୁକ୍ରବାରଠାରୁ…

ରାଜଧାନୀର ୯ଟି ସ୍ଥାନରେ କଣ୍ଟେନ୍‌ମେଣ୍ଟ ଜୋନ୍‌

ଭୁବନେଶ୍ୱର,୬।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଲାଣି। ସହରର ଏକାଧିକ ସ୍ଥାନରେ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଫଳରେ ସଂକ୍ରମଣକୁ ରୋକିବା ପାଇଁ ବିଏମ୍‌ସି ପକ୍ଷରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଉଛି। ଗୁରୁବାର ସହରର ୯ଟି ସ୍ଥାନକୁ କଣ୍ଟେନ୍‌ମେଣ୍ଟ ଜୋନ୍‌…

ଏବେ ବି ଟିକା ନେଇନାହାନ୍ତି ୨୭ ଲକ୍ଷ

ଭୁବନେଶ୍ୱର,୬।୧(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବାକୁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ସମସ୍ତ ଲୋକେ ଯେପରି ସୁବିଧାରେ ଟିକା ନେଇପାରିବେ ସେ ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। ଏହାସତ୍ତ୍ୱେ ରାଜ୍ୟରେ ପ୍ରାୟ ୨୭ଲକ୍ଷ ଲୋକ ପ୍ରଥମ ଡୋଜ୍‌ ଟିକା ନେଇ…

ଗୋଟିଏ ଦିନ ଆଗରୁ ବନ୍ଦ ହେଲା ଶିଶିର ସରସ ମେଳା

ଭୁବନେଶ୍ୱର,୫।୧(ବ୍ୟୁରୋ): କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଶିଶିର ସରସ ମେଳାକୁ ଗୁରୁବାର ବନ୍ଦ କରି ଦିଆଯାଇଛି। ହେଲେ ଗୋଟିଏ ଦିନ ଆଗରୁ ମେଳା ବନ୍ଦ କରିବା ନିଷ୍ପତ୍ତି ଉଭୟ ବିକ୍ରେତା ଏବଂ ଗ୍ରାହକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଯୋଗ୍ୟ,…

କ୍ୟାପିଟାଲ ହସ୍ପିଟାଲର ଜଣେ ଡାକ୍ତରଙ୍କ ସମେତ ୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୬ା୧(ବ୍ୟୁରୋ): ରାଜଧାନୀସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସମେତ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟ ଦୁଇ ଜଣଙ୍କ ମଧ୍ୟରେ ଜଣେ ମ୍ୟାନେଜର ଜଣେ ଫାର୍ମାସିଷ୍ଟ ଅଛନ୍ତି। ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ନେଇ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?