ମେଟ୍ରୋ

କରୋନା ସଂକ୍ରମଣ କେବେ କମିବ କହି ହେବନି

ଭୁବନେଶ୍ୱର,୯।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ସଂକ୍ରମଣ ପ୍ଲାଟୋ ଷ୍ଟେଜକୁ ନ ଆସିବା ଯାଏ କେବେ କମିବ କହି ହେବନି । ସଂକ୍ରମଣ ରୋକିବାକୁ…

ସଂକ୍ରମଣକୁ ତାଳ ଦେଇ ବଢ଼ିଚାଲିଛି କୋଭିଡ୍‌ କଣ୍ଟେନ୍‌ମେଣ୍ଟ ଜୋନ୍‌; ଆଜି ଆଉ ୭ ଅଞ୍ଚଳ…

ଭୁବନେଶ୍ୱର,୯।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ବଢ଼ୁଛି କରୋନା ସଂକ୍ରମଣ। ଏଥିସହ ତାଳ ଦେଇ ବଢ଼ି ଚାଲିଛି କଣ୍ଟେନମେଣ୍ଟ ଜୋନ୍‌ । ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନରେ ରବିବାର ଆଉ ୭ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଏକାଧିକ ପଜିଟିଭ୍‌ ଚିହ୍ନଟ ପରେ ବିଏମ୍‌ସି…

ରାଜଧାନୀରେ ବଢ଼ିଲା କୋଭିଡ୍‌ ହସ୍ପିଟାଲ୍‌, ଶଯ୍ୟା ସଂଖ୍ୟା

ଭୁବନେଶ୍ୱର, ୯।୧(ବ୍ୟୁରୋ): ଭୁବନେଶ୍ୱରରେ କୋଭିଡ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ପୂର୍ବରୁ ସମ୍‌ ଓ ଆଦିତ୍ୟ-ଅଶ୍ୱିନୀ ହସ୍ପିଟାଲକୁ ଏ ନେଇ…

ରେକର୍ଡ ଭାଙ୍ଗୁଛି ସଂକ୍ରମଣ: ଡରାଇଲେଣି ୩ ଜିଲା

ଭୁବନେଶ୍ୱର, ୯।୧(ବ୍ୟୁରୋ): ରାଜ୍ୟରେ କୋଭିଡ ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି । ଗତ ୫ ତାରିଖରେ ରାଜ୍ୟରେ କୋଭିଡ ଟେଷ୍ଟ ପଜିଟିଭ ରେଟ ୧.୭୭ ପ୍ରତିଶତ ଥିଲା । ମାତ୍ର ୫ ଦିନ ଭିତରେ ସଂକ୍ରମଣ ବଢ଼ିବା ସହ ଟିପିଆର୍‌…

କଂଗ୍ରେସ ଭବନରେ ବୋମାମାଡ଼

ଭୁବନେଶ୍ୱର,୯ା୧(ବ୍ୟୁରୋ): ଗୋଷ୍ଠୀ କନ୍ଦଳକୁ ନେଇ ଶନିବାର ବିଳମ୍ବିତ ରାତିରେ କଂଗ୍ରେସ ଭବନରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ସନ୍ଧ୍ୟାରେ ଦୁର୍ଗା ମାଧବ ମହଲା ନାମକ ଜଣେ ଯୁବକକୁ କଂଗ୍ରେସ ଭବନ ସାମ୍ନାରେ ଆକ୍ରମଣ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି…

ଆଜି ରାଜ୍ୟରୁ ୪୭୧୪ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ରେକର୍ଡ ସଂଖ୍ୟକ

ଭୁବନେଶ୍ୱର,୯ା୧(ବ୍ୟୁରୋ): ରବିବାର ରାଜ୍ୟରୁ ୪୭୧୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୭୦,୮୬୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୭୫୫ ଜଣ ଚିହ୍ନଟ ହୋଇଥିବା…

୧୨ରେ ୬ ଜିଲାକୁ ପ୍ରବଳ ବର୍ଷା

ଭୁବନେଶ୍ୱର, ୯।୧(ବ୍ୟୁରୋ): ରାଜ୍ୟରେ ରବିବାରଠାରୁ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ। ଏହା ୪ରୁ ଅଧିକ ଦିନ ଧରି ଜାରି ରହିପାରେ। ୧୨ ତାରିଖରେ ୬ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।…

୫୦ ହଜାର ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା

ଭୁବନେଶ୍ୱର,୮ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ପଞ୍ଚାୟତରେ ସେବା ଯୋଗାଉଥିବା ୫୦ ହଜାର ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ସମସ୍ତ ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କୁ ବାର୍ଷିକ ପୋଷାକ ଭତ୍ତା ଭାବରେ ୧୦୦୦ ଟଙ୍କା…

ଅଙ୍ଗନଓ୍ବାଡ଼ି କର୍ମୀ, ସହାୟିକାଙ୍କ ପ୍ରୋତ୍ସାହନ ରାଶି ବଢ଼ିଲା

ଭୁବନେଶ୍ୱର,୮ା୧(ବ୍ୟୁରୋ): ରାଜ୍ୟ ସରକାର ଶନିବାର ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଅଙ୍ଗନଓ୍ବାଡ଼ି କର୍ମୀ, ମିନି ଅଙ୍ଗନଓ୍ବାଡ଼ି କର୍ମୀ ଏବଂ ସହାୟିକାମାନେ ୬୨ ବର୍ଷ ବୟସରେ ସେବା ନିବୃତ ହେବା ସମୟରେ ସେମାନଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଉଥିବା…

ଏକ୍ସଆଇଏମ୍‌ବିରୁ ଚିହ୍ନଟ ହେଲେ ୩୦ ସଂକ୍ରମିତ

ଭୁବନେଶ୍ୱର,୮।୧(ବ୍ୟୁରୋ): ରାଜଧାନୀର ଏକ ଶିକ୍ଷାନୁଷ୍ଠାନରେ ଫୁଟିଛି କରୋନା ବୋମା। ଭୁବନେଶ୍ୱରସ୍ଥିତ ଜାଭିୟର ଇନଷ୍ଟିଚ୍ୟୁଟରେ ଏକା ସଙ୍ଗେ ୩୦ରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ସମ୍ପୃକ୍ତ ହଷ୍ଟେଲକୁ ଶନିବାର କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏହି ସମୟରେ ସମ୍ପୃକ୍ତ ହଷ୍ଟେଲ…

ବଢ଼ିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ଚିହ୍ନଟ ହେଲେ ଆଉ ୧୪

ଭୁବନେଶ୍ୱର, ୮।୧(ବ୍ୟୁରୋ): ରାଜ୍ୟରେ ଆଉ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଇନ୍‌ଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସେସ (ଆଇଏଲ୍‌ଏସ୍‌) ପକ୍ଷରୁ ଶନିବାର ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ଏଥିସହ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି।…

ବିମାନବନ୍ଦରରେ କମୁଛି ଯାତ୍ରୀଙ୍କ ସଂଖ୍ୟା

ଭୁବନେଶ୍ୱର, ୮।୧(ବ୍ୟୁରୋ): କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବଢିଚାଲିଛି। ଏଥି ଯୋଗୁ ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀ ସଂଖ୍ୟା ହ୍ରାସ ପାଇଛି। ଏ ନେଇ ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ସୂଚନା ଦେଇଛନ୍ତି। ଦୈନିକ ଯାତ୍ରୀ ସଂଖ୍ୟା ୧୨ ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?