ପରପାରିରେ ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝି
ଭୁବନେଶ୍ୱର,୧୧।୧(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ନୂଆପଡା ଜିଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ମାଝିଙ୍କର ସୋମବାର ବିଳମ୍ବିତ ରାତିରେ ଭୁବନେଶ୍ୱରରେ ପରଲୋକ ଘଟିଛି। ଏ ନେଇ ତାଙ୍କ ପୁଅ କୃଷ୍ଣସିଂହ ମାଝି ସୂଚନା ଦେଇଛନ୍ତି । ଭୁବନେଶ୍ୱରସ୍ଥିତ ସରକାରୀ…
ରାଜ୍ୟରୁ ପୁଣି ଜଣଙ୍କ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୪୬୯କୁ ବୃଦ୍ଧି ପାଇଛି। ମୃତକ ଜଣକ ବଲାଙ୍ଗୀର ଜିଲାର। ତେବେ ଆଜି ରାଜ୍ୟରେ ୭,୦୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ରାଜଧାନୀର ଆଉ ୧୨ ଅଞ୍ଚଳ କଣ୍ଟେନ୍ମେଣ୍ଟ
ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜ୍ୟରେ ସଂକ୍ରମଣ ଦୃତ ଗତିରେ ବଢୁଛି । ଏନେଇ ବିଏମ୍ସି ପକ୍ଷରୁ ଜୋରଦାର କଟକଣା କରାଯାଉଛି। ତେବେ ରାଜଧାନୀର ଆଉ ୧୨ ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏକାଧିକ କୋଭିଡ ପଜିଟିଭ ବାହାରିବା ପରେ…
ଚିନ୍ତା ବଢାଇଲାଣି କରୋନା, ହୁ ହୁ ହୋଇ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୭୦୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦୭ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍। ଆକ୍ରାନ୍ତଙ୍କ ମଧ୍ୟରୁ ୪୧୨୮ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୨୯୪୩ ଜଣ ଲୋକାଲ କେସ…
୫୧ ପଦକ ସହ ଶୀର୍ଷରେ ଓଡ଼ିଶା
ଭୁବନେଶ୍ୱର, ୧୧।୧(ବ୍ୟୁରୋ): ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି। ନୂଆଦିଲ୍ଲୀସ୍ଥିତ ତାଲକଟୋରା ଇନ୍ଡୋର୍ ଷ୍ଟାଡିୟମଠାରେ ଆୟୋଜିତ ଇଣ୍ଡିଆ ସ୍କିଲ୍ସ ୨୦୨୧ ପ୍ରତିଯୋଗିତାରେ ସର୍ବାଧିକ ପଦକ ଜିତି ସ୍କିଲ-ଇନ୍-ଓଡ଼ିଶା ପ୍ରତିଯୋଗୀ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। କୌଶଳ ବିକାଶ…
ବିଦ୍ୱାନ୍ ବ୍ୟକ୍ତି, ପ୍ରଗତିଶୀଳ ସମାଜ ଲାଗି ଚେଷ୍ଟା କରିଥାଏ: ଧର୍ମେନ୍ଦ୍ର
ଭୁବନେଶ୍ୱର,୧୧।୧(ବ୍ୟୁରୋ): ଜଣେ ବିଦ୍ୱାନ୍ ବ୍ୟକ୍ତି ହିଁ ନ୍ୟାୟପୂର୍ଣ୍ଣ ଏବଂ ପ୍ରଗତିଶୀଳ ସମାଜ ଗଠନ କରିବାକୁ ଚେଷ୍ଟା କରିଥାଏ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସୋମବାର ଡୁନ୍ ସ୍କୁଲ ପକ୍ଷରୁ ଆୟୋଜିତ ୮୨ତମ ଇଣ୍ଡିଆନ ପବ୍ଲିକ୍ ସ୍କୁଲ କନ୍ଫରେନ୍ସ(ଆଇପିଏସ୍ସି) ପ୍ରିନ୍ସିପାଲ୍ସ କନ୍କ୍ଲେଭରେ…
ରାଜ୍ୟରେ ବର୍ଷା ଆରମ୍ଭ
ଭୁବନେଶ୍ୱର, ୧୧।୧(ବ୍ୟୁରୋ): ଓଡ଼ିଶାକୁ ପଶ୍ଚିମା ଝଡ଼ର ଆଗମନ ଯୋଗୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି। ସୋମବାର ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ବର୍ଷା ହୋଇଛି। ଏଥିସହିତ ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଛି। ମଙ୍ଗଳବାର ବିଶେଷକରି ପଶ୍ଚିମ ଓଡ଼ିଶାରେ ଅଧିକ…
ଲାଟେରାଲ ଏଣ୍ଟ୍ରି ଫର୍ମୁଲା ଆପଣାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ଅମର
ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜ୍ୟରେ ସରକାରୀ ଚାକିରି କରିବେ ଘରୋଇ କର୍ମଚାରୀ। କେନ୍ଦ୍ରର ଲାଟେରାଲ ଏଣ୍ଟ୍ରି ଫର୍ମୁଲା ଓଡ଼ିଶାରେ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ସଭା ଏମ୍ପି ଅମର ପଟ୍ଟନାୟକ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି। ସେ ତାଙ୍କ ଚିଠିରେ ଉଲ୍ଲେଖ…
୫-ଟି ଯୋଜନାର ସଫଳ ରୂପାୟନ ଲାଗି ଗଠନ ହେଲା ଟିମ୍
ଭୁବନେଶ୍ୱର,୧୧।୧(ବ୍ୟୁରୋ): ସହରାଞ୍ଚଳରେ ୫-ଟି ଆଧାରରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର କିଭଳି ସଫଳ ରୂପାୟନ ଏବଂ ତଦାରଖ ହୋଇପାରିବ ସେଥିପାଇଁ ରାଜ୍ୟସ୍ତରୀୟ ୩ୟ ପକ୍ଷ ଗୁଣାତ୍ମକ ମାନ ନିର୍ଦ୍ଧାରଣ ଟିମ୍ ଗଠନ ହୋଇଛି। ଏହି କ୍ରମରେ ରାଜ୍ୟସ୍ତରୀୟ ୩ୟ ପକ୍ଷ ଗୁଣାତ୍ମକ ମାନ…
ରାଜଧାନୀରେ ଯୁବତୀଙ୍କୁ ତଣ୍ଟିଚିପି ହତ୍ୟା
ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଆଉ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବତୀଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି। ସୋମବାର ଭରତପୁର ଥାନା ଅନ୍ତର୍ଗତ ତାରିଣୀ ବସ୍ତିର ଏକ ଭଡ଼ାଘରୁ ଉକ୍ତ ଯୁବତୀଙ୍କ ମୃତଦେହକୁ ପୋଲିସ ଜବତ କରିଛି। ସେ ହେଲେ ପୁରୀ ଜିଲା…
ଛାତ୍ର ନେତା ଇତିଶଙ୍କ ସମେତ ୨ ଗିରଫ
ଭୁବନେଶ୍ୱର,୧୧।୧(ବ୍ୟୁରୋ): କଂଗ୍ରେସ ଭବନରେ ପେଟ୍ରୋଲ ପକାଇ ନିଆଁ ଲଗାଇବା ଘଟଣାରେ କ୍ୟାପିଟାଲ ଥାନା ପୋଲିସ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଛାତ୍ରନେତା ତଥା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି…
ପଞ୍ଚାୟତିରାଜ ବିଭାଗରେ ୨୧୦ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତି
ଭୁବନେଶ୍ୱର,୧୧ା୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ୨୧୦ ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତି ମିଳିଛି। ସେମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଗ୍ରାମୀଣ ଗୃହ ନିର୍ମାଣ ଓ ପାନୀୟ ଜଳ ଯୋଗାଣ…
Archives


