୬ ଜିଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୮।୨(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟାରେ ୬ ଜିଲାରେ ହାଲ୍କା ବର୍ଷା ସମ୍ଭାବନା ରହିଛି। କନ୍ଧମାଳ, ନୟାଗଡ଼, ଗଜପତି, ଗଞ୍ଜାମ, କଟକ, ଢେଙ୍କାନାଳ ଜିଲାରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଥିସହ ଦକ୍ଷିଣ ଉପକୂଳ ଓଡ଼ିଶାରେ ମଧ୍ୟମ…
ସ୍ବାସ୍ଥ୍ୟବସ୍ଥାକୁ ନେଇ ଚାଲିଥିବା ଗୁଜବକୁ ଖଣ୍ଡନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୮।୨(ବ୍ୟୁରୋ): ନିଜ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚାଲିଥିବା ଗୁଜବ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଯେବେ ନିର୍ବାଚନ ଆସେ ମୋ ସ୍ବାସ୍ଥ୍ୟକୁ ନେଇ ଗୁଜୁବ ପ୍ରଚାର ଆରମ୍ଭ ହୁଏ। ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି,…
ଟିକା କରଣରେ ଓଡ଼ିଶାର ରେକର୍ଡ: ନେଲେଣି ୬ କୋଟି ୨୮ ହଜାର
ଭୁବନେଶ୍ୱର,୧୮।୨(ବ୍ୟୁରୋ):ଟିକାକରଣରେ ଓଡ଼ିଶା ମାଇଲଖୁଣ୍ଟ ଅତିକ୍ରମ କରିଛି । ୬ କୋଟି ୨୮ହଜାର ଡୋଜ କରୋନା ଟିକା ଦିଆସରିଛି। ସେଥିରୁ ୩କୋଟି ଲୋକଙ୍କୁ ପ୍ରଥମ ଡୋଜ୍ ଦିଆଯାଇ ଥିବାବେଳେ ୨କୋଟି ୬୬ଲକ୍ଷଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି। ୭ଲକ୍ଷ ୬୧ହଜାର ଲୋକଙ୍କୁ ବୁଷ୍ଟର ଡୋଜ୍…
ପୌର ନିର୍ବାଚନ ପ୍ରସ୍ତୁତି: ମାଷ୍ଟର ଟ୍ରେନରଙ୍କୁ ମିଳିଲା ଇଭିଏମ ଟ୍ରେନିଂ
ଭୁବନେଶ୍ୱର,୧୮।୨(ବ୍ୟୁରୋ): ଆଗକୁ ପୌର ନିର୍ବାଚନ । ଏଥିପାଇଁ ନିର୍ବାଚନ କମିଶନ ପ୍ରସ୍ତୁତିକୁ ଜୋରଦାର ଆରମ୍ଭ କରିଦେଇଛନ୍ତି । ନିର୍ବାଚନ ପାଇଁ ଇଭିଏମ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ପ୍ରତି ଜିଲାର ମାଷ୍ଟର ଟ୍ରେନରମାନଙ୍କୁ ଇଭିଏମ ପରିଚାଳନା ବାବଦରେ ଏକ୍ସପର୍ଟ ତାଲିମ ଦେଉଛନ୍ତି…
ଲିଙ୍ଗରାଜରେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୮।୨(ବ୍ୟୁରୋ): ଚମକୁଛି ଏକାମ୍ର କ୍ଷେତ୍ର । ଐତିହ୍ୟର ସଂରକ୍ଷଣ ସହ ଆଗେଇଛି ସୌନ୍ଦର୍ଯ୍ୟକରଣ । ଲିଙ୍ଗରାଜ ମନ୍ଦିର ନିକଟ ୬୬ ଏକର ଜମିରେ ଏକାମ୍ର ପ୍ରକଳ୍ପ ଚାଲିଛି । ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ଦିରରେ…
ଶନିବାର ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ଭୁବନେଶ୍ୱର,୧୮।୨(ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆସନ୍ତାକାଲି ରାଷ୍ଟ୍ରପତି ସ୍ବତନ୍ତ୍ର ବିମାନ ଯୋଗେ ୧୨ଟା ୨୫ରେ ଦିଲ୍ଲୀରୁ ବାହାରି ଅପରାହ୍ନ ୨ଟା୪୫ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ…
ରାଜ୍ୟରେ ହଟିଲା ରାତ୍ରିକାଳୀନ କର୍ଫ୍ୟୁ
ଭୁବନେଶ୍ୱର,୧୮।୨(ବ୍ୟୁରୋ): ରାଜ୍ୟରେ କରୋନା ପ୍ରକୋପ ଧିରେ ଧିରେ କମିବାରେ ଲାଗିଛି। ଦୀର୍ଘ ଦିନ ପରେ ଓଡ଼ିଶାରେ କରୋନା ଗ୍ରାଫ୍ ତଳକୁ ଖସିଛି। କରୋନା ପ୍ରକୋପ କମିବାରୁ ରାଜ୍ୟ ସରକାର ପୂର୍ବରୁ ଲାଗିଥିବା କେତେକ କଟକଣାକୁ କୋହଳ କରିଛନ୍ତି। ଇତିମଧ୍ୟରେ ଶୁକ୍ରବାର ରାଜ୍ୟର…
ଆଜି ସରିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର, ୨୦ରେ ଭୋଟ୍
ଭୁବନେଶ୍ୱର,୧୮ା୨(ବ୍ୟୁରୋ): ସାରା ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଚଳିତମାସ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବାବେଳେ ଆଜି ରାଜ୍ୟରେ ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଆଉ ଦିନକ ପରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।…
ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮,୯୭୬କୁ ବୃଦ୍ଧି
ଭୁବନେଶ୍ୱର,୧୮ା୨(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ହେଁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି। ଶୁକ୍ରବାର ଆଉ ୧୫ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ…
ଆଜି ରାଜ୍ୟରୁ ୬୭୧ ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ
ଭୁବନେଶ୍ୱର,୧୮ା୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୬୭୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୧,୪୫୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୩୯୩ ଜଣ ଚିହ୍ନଟ ହୋଇଥିବା…
ଲିଫ୍ଟ ଦେବା ଆଳରେ ଲୁଟ୍ ର଼୍ୟାକେଟ ଧରାପଡ଼ିଲା
ଭୁବନେଶ୍ୱର, ୧୮।୨(ବ୍ୟୁରୋ): ଲିଫ୍ଟ ଦେବା ଆଳରେ ନିଶା ଦେଇ ଲୁଟୁଥିଲେ। ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଜିଲାରେ ସକ୍ରିୟ ଥିବା ଏହି ଲୁଟେରା ଗ୍ୟାଙ୍ଗ୍କୁ କମିଶନରେଟ ପୋଲିସ ଧରିଛି। ଗ୍ୟାଙ୍ଗ ୨ଜଣ ସଦସ୍ୟଙ୍କୁ ଶହୀଦନଗର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍…
ଡିଜିଟାଲ ହେବ ଡ୍ରାଇଭିଂ ଟେଷ୍ଟ ପ୍ରକ୍ରିୟା
ଭୁବନେଶ୍ୱର,୧୮ା୨(ବ୍ୟୁରୋ): ଡ୍ରାଇଭିଂ ଲାଇସେନ୍ସ କରିବାକୁ ହେଲେ ଆମକୁ ପ୍ରଥମେ ଜଣେ ଇନ୍ସ୍ପେକ୍ଟରଙ୍କ ଉପସ୍ଥିତିରେ ଡ୍ରାଇଭିଂ ସ୍କିଲ୍ ଟେଷ୍ଟ ଦେବାକୁ ପଡୁଥିଲା। ବର୍ତ୍ତମାନ କ୍ୟାମେରା, ସେନ୍ସର ଏବଂ କମ୍ପ୍ୟୁଟର ଦ୍ୱାରା ଡ୍ରାଇଭିଂ ଟେଷ୍ଟ ନିଆଯିବ ଅର୍ଥାତ୍ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଡିଜିଟାଲ ହେବ।…
Archives


