ମେଟ୍ରୋ

ପ୍ରାଣୀଧନ ନିରୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୫ା୫(ବ୍ୟୁରୋ): ରଘୁନାଥପୁର କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ଓ କଟକ ଜିଲାର ଏକକାଳୀନ ୯ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି। ଭୁବନେଶ୍ୱର ରଘୁନାଥପୁର…

ରାଜ୍ୟରେ ଆଉ ୧୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୫।୫(ବ୍ୟୁରୋ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୧୧ କ୍ୱାରେଣ୍ଟାଇନ୍‌ରୁ ଥିବା ବେଳେ ୭ ଲୋକାଲ କେସ୍‌ ରହିଛି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ…

ହଡ଼ପ ଟଙ୍କାରେ ମଉଜ

ଭୁବନେଶ୍ୱର,୫।୫(ବ୍ୟୁରୋ): ସିଭି ରମଣ ବିଶ୍ୱବିଦ୍ୟାଳୟର ୯୭ ଲକ୍ଷ ଟଙ୍କା ହଡ଼ପ ଘଟଣାରେ ଗିରଫ ହୋଇଥିବା ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ର ଓ ପ୍ରେମିକ ବିକାଶ କୁମାରଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବ କମିଶନରେଟ ପୋଲିସ। ଉଭୟଙ୍କୁ ୭ଦିନ ରିମାଣ୍ଡରେ ଆଣିବାକୁ…

୨୦୨୩ ଡିସେମ୍ବର ସୁଦ୍ଧା ୧୭ ସହରାଞ୍ଚଳରେ ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’

ଭୁବନେଶ୍ୱର,୫।୫(ବ୍ୟୁରୋ): ୨୦୨୩ ଡିସେମ୍ବର ସୁଦ୍ଧା ୧୭ ପ୍ରମୁଖ ସହରରେ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ମିଶନ୍‌ ପାଇଁ ଲକ୍ଷ୍ୟ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାର ସହରାଞ୍ଚଳରେ ଆରମ୍ଭ କରିଥିବା ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଡ୍ରିଙ୍କ୍‌ ଫ୍ରମ୍‌…

ଚିଲିକା ବିଧାୟକଙ୍କ ଅନ୍ତରୀଣ ଜାମିନ ଅବଧି ବଢ଼ିଲା

ଭୁବନେଶ୍ୱର,୪ା୫(ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଅନ୍ତରୀଣ ଜାମିନ ଅବଧି ବଢ଼ିଛି। ସ୍ବାସ୍ଥ୍ୟଗତ କାରଣ ଯୋଗୁ ବୁଧବାର ହାଇକୋର୍ଟ ତାଙ୍କ ଅନ୍ତରୀଣ ଜାମିନ ଅବଧିକୁ ଆଉ ୭ ଦିନ ବଢ଼ାଇଥିବା ବିଧାୟକଙ୍କ ଓକିଲ ଅଭିନବ ଚାନ୍ଦ ସୂଚନା ଦେଇଛନ୍ତି। ଏପ୍ରିଲ ୨୨ରେ…

ପୁଣି କରୋନା ଚିନ୍ତା: ଦିଲ୍ଲୀରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୪।୫(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ ଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଦିଲ୍ଲୀ ଓ ଏହାର ପାଖାପାଖି ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏଠାରୁ ଆସୁଥିବା ବିମାନ ଯାତ୍ରୀଙ୍କ…

ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଲେ ପ୍ରତୀକ ସିଂ

ଭୁବନେଶ୍ୱର,୪ା୫(ବ୍ୟୁରୋ): ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ଆଇପିଏସ୍‌ ପ୍ରତୀକ ସିଂ। ୨୦୧୪ ବ୍ୟାଚ୍‌ର ଆଇପିଏସ ପ୍ରତୀକ ସିଂଙ୍କୁ ଡିସିପି ଅଫିସରେ ଅତିରିକ୍ତ ଡିସିପି, ଏସିପି ଓ ଆଇଆଇସିମାନେ ସ୍ବାଗତ କରିଥିଲେ। ଭୁବନେଶ୍ୱରରେ କାମ କରିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ହେବ…

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୪ା୫(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୮,୮୨୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଶହୀଦ ସହାୟତା ରାଶି ବଢ଼ିଲା

ଭୁବନେଶ୍ୱର,୪ା୫(ବ୍ୟୁରୋ): ଯୁଦ୍ଧ ତଥା ଆତଙ୍କବାଦର ମୁକାବିଲା ସମୟରେ ଶହୀଦ ହେଉଥିବା ଓଡ଼ିଆ ଯବାନମାନଙ୍କ ଆତ୍ମୀୟସ୍ବଜନଙ୍କ ନିମନ୍ତେ ସହାୟତା ରାଶି ବୃଦ୍ଧି ପାଇଛି। ଏହି ସହାୟତା ରାଶି ୫ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ…

ଆସୁଛି ଲଘୁଚାପ: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର,୪ା୫(ବ୍ୟୁରୋ): ଅଶାନ୍ତ ହେଉଛି ଦକ୍ଷିଣ ଆଣ୍ଡାମାନ ସାଗର। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ଆଜି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

୨୦ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୪।୫(ବ୍ୟୁରୋ): ଗତ କିଛି ଦିନରୁ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ତତଲା ପବନ ସାଙ୍ଗକୁ ମୁଣ୍ଡ ଫଟା ତାତି ଯୋଗୁ ସକାଳ ୯ଟାରୁ ଲୋକଙ୍କ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ତେବେ ଏହି ତାତିରୁ ମଙ୍ଗଳବାର ରାଜ୍ୟବାସୀଙ୍କୁ ସାମନ୍ୟ…

ଆଜି ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେବେ ପ୍ରତୀକ ସିଂ

ଭୁବନେଶ୍ୱର,୪।୫(ବ୍ୟୁରୋ): ଆଇପିଏ୍‌ସ ପ୍ରତୀକ ସିଂ ବୁଧବାର ଭୁବନେଶ୍ୱର ସହରାଞ୍ଚଳ ଜିଲା ପୋଲିସ (ୟୁପିଡି)ର ଡିସିପି ଭାବେ ଦାୟିତ୍ୱ ନେବେ । ସେ ବର୍ତ୍ତମାନ କଟକ ଡିସିପି ଦାୟିତ୍ୱରେ ଅଛନ୍ତି । ସୂଚନାଯୋଗ୍ୟ, ୨୦୧୪ ବ୍ୟାଚ ଆଇପିଏସ୍‌ ସିଂ ୨୦୧୬ରେ ବ୍ରହ୍ମପୁର ଏସ୍‌ପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?