ମେଟ୍ରୋ

ବିପର୍ଯ୍ୟୟ ପରିଚାଳନା ପାଠ ପଢ଼ିବେ ପିଲା

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ଆସନ୍ତା ଶିକ୍ଷାବର୍ଷ ଅର୍ଥାତ ୨୦୨୩ରୁ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବିପର୍ଯ୍ୟୟ ପରିଚାଳନା କୋର୍ସ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତା’ର ପାଠ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି। ୨୦୨୩ ପାଇଁ ଯେଉଁ ବହି ପ୍ରିଣ୍ଟ ହେଉଛି, ସେଥିରେ ଏହି ପାଠ୍ୟକ୍ରମ ରହିବ…

ରାତି ଅଧରେ ରାଜଧାନୀରେ ଏନ୍‌କାଉଣ୍ଟର: ଅପରାଧୀ ଚକରା ଆହତ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ। ବୁଧବାର ମଧ୍ୟରାତ୍ରରେ ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ହୋଇଥିବା ଏନକାଉଣ୍ଟରରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ସବୁ ବନ୍ଦରରୁ ହଟିଲା ବାତ୍ୟା ବିପଦ ସଙ୍କେତ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ‘ଅସାନି’ ବାତ୍ୟା ସ୍ଥଳଭାଗ ଛୁଇଁ ସାରିଥିବାରୁ ଓଡ଼ିଶାର ସବୁ ବନ୍ଦରରୁ ବିପଦ ସଙ୍କେତ ଉଠାଇ ଦିଆଯାଇଛି। ଫଳରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବାର ସମ୍ଭାବନା ରହିଛି। ଗୁରୁବାରଠାରୁ ରାଜ୍ୟରେ ପାଣିପାଗ ବଦଳିବ। ମେଘମୁକ୍ତ ଆକାଶ ସହ ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ।…

୨୪ ଘଣ୍ଟାରେ ୧୪: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ମଧ୍ୟରେ ୪ଜଣ ସଂକ୍ରମିତ ଥିବା ବେଳେ କ୍ୱାରାଣ୍ଟାଇନ୍‌ରୁ ୮ ଏବଂ ଲୋକାଲ କେସ୍‌ ୬ ରହିଛି। ଏନେଇ ରାଜ୍ୟ ସୂଚନା ଓ…

୧୧ ଏଏସ୍‌ପିଙ୍କୁ ଏସ୍‌ପି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ରାଜ୍ୟ ସରକାର ୧୧ ଜଣ ଓଡ଼ିଶା ପୋଲିସ ସେବା (ଓପିଏସ୍‌) ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି। ସେହି ଅଧିକାରୀମାନଙ୍କୁ ଆଡିଶନାଲ ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ(ଏଏସ୍‌ପି)ରୁ ଏସ୍‌ପି(ସୁପରଟାଇମ ସ୍କେଲ)କୁ ପଦୋନ୍ନତି ଦିଆଯାଇଛି। ଏ ନେଇ ବୁଧବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…

ଆଗକୁ ହେବ ଇ-କ୍ୟାବିନେଟ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ଆଗାମୀ ଦିନରେ ରାଜ୍ୟ କ୍ୟାବିନେଟ ‘ଇ-କ୍ୟାବିନେଟ’ ହେବା ସହିତ ଏହା କାଗଜରହିତ ହେବ। ରାଜ୍ୟ ସରକାର ଏଥିପାଇଁ ଯୋଜନା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ଏକ ଅଂଶ ଭାବେ ନ୍ୟାଶନାଲ ଇନ୍‌ଫରମେଟିକ୍ସ ସେଣ୍ଟର(ଏନ୍‌ଆଇସି) ଏହି ପ୍ରକଳ୍ପ…

୪ ଜିଲାରେ ମିଳୁନି ପିଡିଏସ୍‌ ଗହମ, ରାଶନ ପାଇବାରୁ ବଞ୍ଚିତ ଅନ୍ୟ ଜିଲା

ଭୁବନେଶ୍ୱର,୧୧ା୫(ବ୍ୟୁରୋ)-ରାଜ୍ୟର ୪ ଜିଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଗହମ ମିଳୁନାହିଁ। ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ଜଟଣୀ ଗୋଦାମରୁ ଗତ ୪ ମାସ ହେବ ଗହମ ଉଠିପାରୁ ନାହିଁ। ଫଳରେ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏବଂ କଟକର କିଛି ଅଞ୍ଚଳକୁ ଗହମ…

ବର୍ଷା କି ପବନ ହେବ ନାହିଁ: ଏସ୍‌ଆର୍‌ସି

ଭୁବନେଶ୍ୱର,୧୧।୫(ବ୍ୟୁରୋ): ବାତ୍ୟା ‘ଅସାନି’ ଆଉ ମାତ୍ର ଦେଢ଼ରୁ ଦୁଇ ଘଣ୍ଟା ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ମଛଲିପଟ୍ଟନମ ନିକଟରେ ଉପକୂଳ ଛୁଇଁବ। ଏହାପରେ ଡାହାଣକୁ ଗତିପଥ ପରିବର୍ତ୍ତନ କରି ଉତ୍ତର ଓ ଉତ୍ତରପୂର୍ବ ଦିଗରେ ସମୁଦ୍ର କୂଳ ଦେଇ ପୁଣିଥରେ ସମୁଦ୍ର…

ପୂର୍ବତନ ବିଧାୟକଙ୍କ ଘରେ ଇଡିର ଚଢ଼ାଉ

ଭୁବନେଶ୍ୱର,୧୧ା୫(ବ୍ୟୁରୋ): କେନ୍ଦୁଝର ଜିଲା ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିଛି। ଅର୍ଥ ହେରଫେର୍‌ ମାମଲାରେ ଇଡି ତାଙ୍କ ଘରେ ଏହି ଚଢ଼ାଉ କରିଥିବା ଜଣାପଡ଼ିଛି। ଏକକାଳୀନ ୪ଟି ସ୍ଥାନରେ ଏହି…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୧ା୫(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୮,୯୩୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଓଡ଼ିଶାକୁ ବିଶେଷ କ୍ଷତି ନାହିଁ: ଆଇଏମ୍‌ଡି

ଭୁବନେଶ୍ୱର,୧୧।୫(ବ୍ୟୁରୋ): ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଅସାନି’। ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି । ହେଲେ ଏହାର ପ୍ରଭାବରେ ଓଡ଼ିଶାରେ ବିଶେଷ କ୍ଷତି ଘଟିବନି ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଏପଟେ ଆଜି ମଧ୍ୟାହ୍ନରୁ ସନ୍ଧ୍ୟା…

୪୪ ଟିକସ ଆଦାୟ ଅଧିକାରୀଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର,୧୧।୫(ବ୍ୟୁରୋ)- ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ କାର୍ଯ୍ୟରତ ୪୪ଜଣ ଟିକସ ଆଦାୟ ଅଧିକାରୀଙ୍କୁ ରାଜ୍ୟ ସରକାର ବୁଧବାର ପଦୋନ୍ନତି ଦେଇଛନ୍ତି। ଏଣିକି ସେମାନେ ରାଜସ୍ବ ଅଧିକାରୀ ଭାବେ କାର୍ଯ୍ୟ କରିବେ । ପଦୋନ୍ନତି ସହିତ ବେତନରେ ମଧ୍ୟ ସଂଶୋଧନ କରାଯାଇଛି । ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?