ରାଜ୍ୟବ୍ୟାପୀ ଖୁସି ବାଣ୍ଟୁଛି ଦାନ ଉତ୍ସବ
ଭୁବନେଶ୍ୱର,୭।୧୦(ବ୍ୟୁରୋ): ଅକ୍ଟୋବର ୨ରୁ ୮ ପର୍ଯ୍ୟନ୍ତ ସାରା ଦେଶରେ ପାଳନ ହେଉଛି ଦାନ ଉତ୍ସବ। ଓଡ଼ିଶାର ଅନେକ ଜିଲାରେ ଏପରି ନିଆରା ଉତ୍ସାହପ୍ରଦ ଅଭିଯାନ ପ୍ରତି ଅଧିକରୁ ଅଧିକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଯୋଡି ହେଉଛନ୍ତି। ବକୁଳ ଫାଉଣ୍ଡେଶନର ୩୦୦ ଭଲ୍ୟୁଣ୍ଟିୟର୍ସ…
ଜିଲା ପର୍ଯ୍ୟବେକ୍ଷକଙ୍କ ନାଁ ଘୋଷଣା କଲା ବିଜେଡି, ୨୫ ନେତାଙ୍କୁ ମିଳିଲା ଦାୟିତ୍ୱ
ଭୁବନେଶ୍ୱର,୬।୧୦(ବ୍ୟୁରୋ): ବିଜେଡି ପକ୍ଷରୁ ଗୁରୁବାର ଜିଲା ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରାଯାଇଛି। ୨୫ ଜଣ ନେତାଙ୍କୁ ମିଳିଲା ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ। ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲା ଦାୟିତ୍ୱ ଦିଆଯାଇଛି। ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କୁ…
କମୁଛି ସଂକ୍ରମଣ: ଆଜି ଚିହ୍ନଟ ହେଲେ ୪୯ ଆକ୍ରାନ୍ତ
ଭୁବନେଶ୍ୱର,୬।୧୦(ବ୍ୟୁରୋ): ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ ଜଣଙ୍କ ବୟସ ୧୮ ବର୍ଷରୁ କମ୍ ରହିଥିବା ବେଳେ କ୍ୱାରାଣ୍ଟାଇନ୍ରୁ ୨୮ ଏବଂ ଲୋକାଲ କେସ୍ ୨୧ ରହିଛି। ଏହାକୁ ମିଶାଇ ରାଜ୍ୟରେ…
ଭସାଣିକୁ ନେଇ ଆସିଲା ଗାଇଡ୍ଲାଇନ୍
ଭୁବନେଶ୍ୱର,୫ା୧୦(ବ୍ୟୁରୋ): ରାଜଧାନୀରେ ରାବଣ ପୋଡ଼ି ଏବଂ ଭସାଣିକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାବଣ ପୋଡ଼ି ଓ ଭସାଣିକୁ ନେଇ ଥିବା ଗାଇଡ୍ଲାଇନ୍ ସମ୍ପର୍କରେ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ଡିସିପି କହିଛନ୍ତି, ରାବଣ ପୋଡ଼ି ପାଇଁ ଭୁବନେଶ୍ୱରରେ…
ମିଳିଲା ଅନୁମତି: ରାଜଧାନୀର ୪ ସ୍ଥାନରେ ହେବ ରାବଣପୋଡି
ଭୁବନେଶ୍ୱର,୫।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ୪ ସ୍ଥାନରେ ରାବଣପୋଡି ହେବ। ଅଗ୍ନିଶମ ବିଭାଗ ଏ ନେଇ ଅନୁମତି ଦେଇଛି। ରାଜଧାନୀର ବରମୁଣ୍ଡା, ଝାରପଡ଼ା, କୋରଡ଼କଣ୍ଟା ଏବଂ ପାହାଳ ପୂଜା କମିଟିକୁ ଅନୁମତି ଦିଆଯାଇଛି। ଏହାପରେ କମିଶନରେଟ ପୋଲିସ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯିବ…
ଆଶା ଆଶଙ୍କାରେ ରାବଣପୋଡ଼ି, ଏଯାଏ ମିଳିନି ଅନୁମତି
ଭୁବନେଶ୍ୱର,୫।୧୦(ବ୍ୟୁରୋ): ଦଶହରା ପର୍ବର ମୁଖ୍ୟ ଆକର୍ଷଣ ହେଉଛି ରାବଣପୋଡ଼ି। ତେବେ ଚଳିତ ବର୍ଷ ରାଜଧାନୀରେ ରାବଣପୋଡ଼ି ଉତ୍ସବ ହେବ କି ନାହିଁ ସେ ନେଇ ଆଶା ଆଶଙ୍କା ଲାଗି ରହିଛି। ରାବଣପୋଡି ପାଇଁ ରାଜଧାନୀରେ ଏପର୍ଯ୍ୟନ୍ତ କୌଣସି ପୂଜାମଣ୍ଡପକୁ ଅଗ୍ନିଶମ ବିଭାଗ…
ଦଶମୀ ବି ପଡ଼ିପାରେ ଫିକା, ଏସବୁ ଜିଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର,୫।୧୦(ବ୍ୟୁରୋ): ଲଘୁଚାପ ପ୍ରଭାବରେ ମଙ୍ଗଳବାରଠାରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗିରହିଛି। ଏଥିଯୋଗୁ ପୂଜା ବଜାର ସାମାନ୍ୟ ଫିକା ପଡ଼ିଛି। ତେବେ ବୁଧବାର ୧୨ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଦଶମୀ ମଧ୍ୟ ଫିକା ପଡ଼ିଲା ଭଳି ଲାଗୁଛି।…
ଆଜି ଦଶହରା, ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁଙ୍କ ଭିଡ଼
ଭୁବନେଶ୍ୱର,୫।୧୦(ବ୍ୟୁରୋ): ମା’ ଦୁର୍ଗାଙ୍କ ଆଜି ଦଶମୀ ପୂଜା। ଭାଇଚାରାର ସହର କଟକ ସମେତ ରାଜଧାନୀର ସମସ୍ତ ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ ମା’ ଦୁର୍ଗା। ବର୍ଷା ସତ୍ତ୍ୱେ ମା’ଙ୍କୁ ଦର୍ଶନ ଲାଗି ସକାଳରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ…
ଆଜି ରାଜ୍ୟରେ ୬୮କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୫।୧୦(ବ୍ୟୁରୋ): ରାଜ୍ୟରେ ବୁଧବାର ୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୯ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୨୮ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା…
ଆଇପିୟୁ ପ୍ରାର୍ଥୀଭାବେ ମନୋନୀତ ହେଲେ ଅପରାଜିତା
ଭୁବନେଶ୍ୱର,୪।୧୦(ବ୍ୟୁରୋ): ଭୁବନେଶ୍ୱର ଏମ୍ପି ଅପରାଜିତା ଷଢଙ୍ଗୀ ଆନ୍ତର୍ଜାତିକ ସ୍ତରରେ ଇଣ୍ଟର ପାର୍ଲାମେଣ୍ଟାରି ୟୁନିୟନ(ଆଇପିୟୁ)ରେ ଭାରତର ପ୍ରାର୍ଥୀଭାବେ ମନୋନୀତ ହୋଇଛନ୍ତି। ଏନେଇ ଅପରାଜିତା ମଙ୍ଗଳବାର ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ଟୁଇଟ୍ କରି ଲେଖିଛନ୍ତି, ୧୭୮ ଦେଶ ଆନ୍ତର୍ଜାତିକ ଇଣ୍ଟର ପାର୍ଲାମେଣ୍ଟାରି ୟୁନିୟନରେ…
୨ ଆଇଏଏସ୍ ଅଫିସରଙ୍କୁ ହକି ବିଶ୍ୱକପ୍ ଦାୟିତ୍ୱ
ଭୁବନେଶ୍ୱର,୪।୧୦(ବ୍ୟୁରୋ): ହକି ବିଶ୍ୱକପ୍ ପରିଚାଳନା ପାଇଁ ୨ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାର ଉଭୟଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ଭୂପେନ୍ଦ୍ର ସିଂହ ପୁନିଆ ଏବଂ ରଘୁ ଜୀଙ୍କୁ ଓଏସ୍ଡି(ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି) ଭାବେ ରାଜ୍ୟ ସରକାର…
ଆଜି ରାଜ୍ୟରେ ୯୧ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୪।୧୦(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୫୪…

