ମେଟ୍ରୋ

ପ୍ରଦୀପ ପୁରୋହିତ ହେବେ ଭାଜପା ପ୍ରାର୍ଥୀ

ଭୁବନେଶ୍ବର, ୧୨ା୧୧(ବ୍ୟୁରୋ): ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଭାଜପା ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରାଯିବ। ଭାଜପା ବିଧାୟିକା କୁସୁମ ଟେଟେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ପ୍ରଦୀପ ୧୪ ତାରିଖରେ ନାମାଙ୍କନ ଭରିବେ ବୋଲି ସେ…

ଆଶଙ୍କାରେ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ସରକାରୀ ସ୍ତରରେ ଅନୁଷ୍ଠିତ ହେଉଥିବା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’କୁ ନେଇ ପୁଣି ଆଶଙ୍କା ଦେଖାଦେଇଛି। ଚଳିତବର୍ଷ ପୁସ୍ତକ ହେମ ହେବ କି ନାହିଁ, ତାହାକୁ ନେଇ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ସରକାର ଓଡ଼ିଆ ଭାଷା, ସାହିତ୍ୟକୁ…

ଉତ୍ତରପ୍ରଦେଶରୁ ଦ୍ୱିତୀୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଅଧିକାରୀ କହି ୩ କୋଟିର ଲୋଭ ଦେଖାଇ ଜଣେ ବ୍ୟବସାୟୀଙ୍କଠାରୁ ୨.୩୫ କୋଟି ଟଙ୍କା ଠକେଇ କରିବା ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ରାକେଟର ଦ୍ୱିତୀୟ ଅଭିଯୁକ୍ତଙ୍କୁ ଉତ୍ତରପ୍ରଦେଶର ଏଟା ଜିଲାରୁ ଗିରଫ କରିଛି।…

ଲିଙ୍ଗ ନିରୂପଣ ଧରାଇଲେ ମିଳିବ ୨୫ ହଜାର

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): କନ୍ୟାଭ୍ରୂଣର ଜୀବନ ଅଧିକାରକୁ ସୁରକ୍ଷା କରିବା ତଥା ଲିଙ୍ଗ ନିରୂପଣ ଭଳି ବେଆଇନ କାର୍ଯ୍ୟକୁ ରୋକିବା ପାଇଁ ରାଜ୍ୟ ସରକାର ସୂଚନା ପ୍ରଦାନକାରୀ ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଛନ୍ତି। ଏଥିପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି। ବେଆଇନ ଲିଙ୍ଗ ନିରୂପଣ…

ମାତୃଭାଷାରେ ଶିକ୍ଷାଦାନ ଦକ୍ଷତା ବଢ଼ାଇବ: ରାଷ୍ଟ୍ରପତି

ଭୁବନେଶ୍ୱର, ୧୨।୧୧(ବ୍ୟୁରୋ): ମାତୃଭାଷା ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୌଦ୍ଧିକ ଜ୍ଞାନ ବିକଶିତ କରିଥାଏ। ମାତୃଭାଷାରେ ଶିକ୍ଷାଦାନ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସୃଜନଶୀଳ ବଚାରଧାରା ଏବଂ ବିଶ୍ଳେଷଣ ଦକ୍ଷତା ବିକଶିତ କରିବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ରାଷ୍ଟ୍ରପତିଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତର ଶୁକ୍ରବାର…

ସରକାରୀ ସେବାରେ ସନ୍ତୁଷ୍ଟି ନାହିଁ

ରତନ ନାୟାର/ଅସମାପିକା ସାହୁ ଢେଙ୍କାନାଳ ଅଫିସ/ଭୁବନେଶ୍ୱର (ବ୍ୟୁରୋ) , ୧୨।୧୧: ନିରାପଦ ମାତୃତ୍ୱ ପାଇଁ ସରକାରଙ୍କ ଅନେକ ଯୋଜନା। ମାତୃ ଏବଂ ଶିଶୁ ମୃତ୍ୟୁହାରକୁ ଯଥାସମ୍ଭବ ହ୍ରାସ କରିବା ଲାଗି ଆରମ୍ଭ ହୋଇଛି ଅଭିଯାନ। ଗର୍ଭସଞ୍ଚାରଠାରୁ ଆରମ୍ଭ କରି ସୁରକ୍ଷିତ ପ୍ରସବ…

ପୁଣି ବଢ଼ିଲା ଅବସରପ୍ରାପ୍ତ ଓଏଏସ୍‌ ଅଫିସର ଅଜିତ ମିଶ୍ରଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ପୁଣି ବଢ଼ିଲା ଅବସରପ୍ରାପ୍ତ ଓଏଏସ୍‌ ଅଫିସର ଅଜିତ କୁମାର ମିଶ୍ରଙ୍କ କାର୍ଯ୍ୟକାଳ। ରାଜ୍ୟ ସରକାର ଶୁକ୍ରବାର ତାଙ୍କ କାର୍ଯ୍ୟକାଳ ଆଉ ଏକବର୍ଷ ପାଇଁ ବୃଦ୍ଧି କରିଛନ୍ତି । ଏବେ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ…

ପ୍ରକାଶ ପାଇଲା ଓଜେଏସ୍‌-୨୦୨୧ ପରୀକ୍ଷାଫଳ: ଅନୁଗୋଳର ଆଦ୍ୟାଶା ମିଶ୍ର ଟପ୍ପର

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ଓଜେଏସ୍‌-୨୦୨୧ର ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ନେଇ ଓପିଏସ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷାରେ ଅନୁଗୋଳର ଆଦ୍ୟାଶା ମିଶ୍ର ଟପ୍ପର ହୋଇଥିବା ବେଳେ ଚେତନା ପଟ୍ଟନାୟକ ଦ୍ୱିତୀୟ ଓ ଏ.ଗୀତାଞ୍ଜଳି ନାଇଡୁ ତୃତୀୟ…

ରାଜ୍ୟରେ ନିଯୁକ୍ତି ପାଇବେ ୭,୫୪୦ ଶିକ୍ଷୟିତ୍ରୀ-ଶିକ୍ଷକ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ରାଜ୍ୟର ୪,୮୪୮ଟି ସରକାରୀ ହାଇସ୍କୁଲରେ ନିଯୁକ୍ତି ପାଇବେ ୭,୫୪୦ ଶିକ୍ଷୟିତ୍ରୀ ଓ ଶିକ୍ଷକ। ଏନେଇ ନିଯୁକ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପଦବୀ ଗୁଡିକ…

ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକ ଉନ୍ମୋଚନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଓଡ଼ିଆ ଭାଷାରେ ଲିଖିତ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ, ବୈଷୟିକ ଶିକ୍ଷା ସଙ୍କଳନ ଓ ଇ-କୁମ୍ଭ ପୋର୍ଟାଲର ଲୋକାର୍ପଣ କରିଛନ୍ତି। ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ପାଇବ ତଥା ରାଷ୍ଟ୍ରର ବିକାଶ ନିମନ୍ତେ ସେମାନେ…

ପ୍ରଦୀପ ପୁରୋହିତ ହେବେ ଭାଜପା ପ୍ରାର୍ଥୀ : ବିଧାୟିକା

ଭୁବନେଶ୍ୱର,୧୧।୧୧(ବ୍ୟୁରୋ) : ପଦ୍ମପୁର ଉପନିର୍ବାଚନ ପାଇଁ ଭାଜପା ପକ୍ଷରୁ ପ୍ରାର୍ଥୀ ହେବେ ବରିଷ୍ଠ ନେତା ପ୍ରଦୀପ ପୁରୋହିତ। ଏନେଇ ବିଧାୟିକା କୁସୁମ ଟେଟେ ସୂଚନା ଦେଇଛନ୍ତି। ଆସନ୍ତା ୧୪ ତାରିଖରେ ସେ ନାମାଙ୍କନ ଭରିବେ। ହେଲେ ଏହାକୁ ନେଇ ଆନୁଷ୍ଠାନିକ ଭାବେ…

ଅର୍ଚ୍ଚନା ନାଗ ମାମଲା: ଇଡିକୁ ରିପୋର୍ଟ ମାଗିଲା ଏସ୍‌ଆଇଟି

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ଲେଡି ବ୍ଲାକମେକର ଅର୍ଚ୍ଚନା ନାଗଙ୍କ ପାଇଁ ଅଢୁଆ ବଢିବାରେ ଲାଗିଛି। ବେଆଇନ ଅର୍ଥ କାରବାର ମାମଲାରେ ଇଡି ତଦନ୍ତ କରୁଥିବା ବେଳେ ଏସ୍‌ଆଇଟି ମାମଲାର ରିପୋର୍ଟ ମାଗିଛି। ଆସନ୍ତା ୧୩ ତାରିଖରେ ଦିଲ୍ଲୀରେ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏସ୍‌ଆଇଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?