ରାତି ପାହିଲେ ଶ୍ରାବଣ ପ୍ରଥମ ସୋମବାର: ଶୈବ ପୀଠ ଚଳଚଞ୍ଚଳ
ଭୁବନେଶ୍ୱର,୧୭।୭(ବ୍ୟୁରୋ): ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ଏ ନେଇ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବ ପୀଠ। ପାଣି ଲାଗି କରିବାକୁ କାଉଡ଼ିଆ ଜଳାଶୟରୁ ବାହାରିଛନ୍ତି । କାନ୍ଧରେ ବାହୁଙ୍ଗି ଧରି ମହାଦେବଙ୍କ ନାଁ ଜପି...
୧୦ କାରିଗର, ହସ୍ତଶିଳ୍ପୀଙ୍କୁ ‘ଓଡ଼ିଶା ହେରିଟେଜ ଆୱାଡର୍ସ’
ଭୁବନେଶ୍ୱର,୧୭।୭(ବ୍ୟୁରୋ) – ରାଜ୍ୟର କଳା ଓ ଡିଜାଇନ୍ ଐତିହ୍ୟ ପ୍ରତି ପ୍ରମୁଖ ଯୋଗଦାନ ରଖିଥିବା ପ୍ରତିଭାଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ ସଫଳତାକୁ ନେଉ ଉତ୍ସବ ପାଳନ ପାଇଁ ଶନିବାର ସ୍ଥାନୀୟ ଏକ ହୋଟେଲରେ ଓଡ଼ିଶା ହେରିଟେଜ୍ ଆଓ୍ବାର୍ଡସ, ଫ୍ୟାଶାନ...
ପୁଣି ଡରାଇଲାଣି କରୋନା: ରାଜ୍ୟରେ ୮୭୨ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୭।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ରବିବାରବାର ୮୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ୧୨୩ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ ୫୧୨ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୩୬୦...
ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଏସ୍ଟିଏଫ୍ର ଚଢ଼ାଉ
ଖୋର୍ଦ୍ଧା ଅଫିସ,୧୭।୭: ଖୋର୍ଦ୍ଧା ଟାଉନ ଥାନା ଅଧୀନ ଶିଳ୍ପାଞ୍ଚଳରେ ଶନିବାର କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ (ସ୍ପେଶାଲ ଟାସ୍କ ଫୋର୍ସ) ଟିମ୍ ଚଢ଼ାଉ କରି ୭୩୦.୩୩ ଏମ୍ଟି କ୍ରୋମାଇଟ, ୨୭୮.୫୨ ଏମଟି ହାର୍ଡକୋକ୍, ଜେସିବି ମେଶିନ ଓ ୪୪ ହଜାର ୫ଶହ ଟଙ୍କା...
୪ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ
ଭୁବନେଶ୍ୱର,୧୭।୭(ବ୍ୟୁରୋ): ବିଲ୍ଡର କୃଷ୍ଣଚନ୍ଦ୍ର ନାୟକ ହତ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ଭୁବନେଶ୍ୱର ଅତିରିକ୍ତ ଜିଲା ଦୌରା ଜଜ୍-୩ (ଏଡିଜେ-୩) ହତ୍ୟାରେ ସମ୍ପୃକ୍ତ ଥିବା ୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ଏଥିସହ...
ଏନ୍ଆଇଆର୍ଏଫ୍ରେ ସୋଆର ସଫଳତା
ଭୁବନେଶ୍ୱର,୧୭।୭: ଦେଶର ଶିକ୍ଷା ବ୍ୟବସ୍ଥାରେ ଉଭୟ ସରକାରୀ ଓ ଘରୋଇ ଅନୁଷ୍ଠାନର ପ୍ରଦର୍ଶନକୁ ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଶନାଲ ର଼୍ୟାଙ୍କିଙ୍ଗ୍ ଫ୍ରେମ୍ୱାର୍କ (ଏନ୍ଆଇଆର୍ଏଫ୍) ପ୍ରଦାନ କରାଯାଇଥାଏ। ଚଳିତବର୍ଷ ଏନ୍ଆଇଆର୍ଏଫ୍ ର଼୍ୟାଙ୍କିଙ୍ଗ୍ରେ ସୋଆକୁ ବ୍ୟାପକ ସଫଳତା ପ୍ରଦାନ କରାଯାଇଛି। ଏପରିକି ଚଳିତବର୍ଷ ଏନ୍ଆଇଆର୍ଏଫ୍ ର଼୍ୟାଙ୍କିଙ୍ଗ୍ରେ...
ବିଧାନସଭାରେ ହଟ୍ଟଗୋଳ
ଭୁବନେଶ୍ୱର,୧୭।୭(ବ୍ୟୁରୋ): ରାୟଗଡ଼ା ଜିଲା କାଶୀପୁରରେ ଅଖାଦ୍ୟ ଖାଇ ଝାଡ଼ାବାନ୍ତିରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ସେଠାକାର ଲୋକମାନେ ଆମ୍ବଟାକୁଆ ଖାଇ ଭୋକ ଉପାସରେ ମରୁଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ସମ୍ପୂର୍ଣ୍ଣ ଫେଲ୍ ମାରିଛି। ମୁଖ୍ୟମନ୍ତ୍ରୀ...
ଯଶଓ୍ବନ୍ତଙ୍କୁ ଭୋଟ ଦେବ କଂଗ୍ରେସ
ଭୁବନେଶ୍ବର, ୧୭।୭(ବ୍ୟୁରୋ): ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ରାଜ୍ୟ କଂଗ୍ରେସ ପକ୍ଷରୁ ସମସ୍ତ ବିଧାୟକ ଏବଂ ଏମ୍ପି ଭୋଟ ଦେବେ। ଏନେଇ ଶନିବାର ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଦିଲ୍ଲୀରୁ ଫେରିବା ପରେ କଂଗ୍ରେସ...
ସଂସଦରେ ଓଡ଼ିଶା ସମସ୍ୟା ଉଠାଅ
ଭୁବନେଶ୍ୱର,୧୭।୭(ବ୍ୟୁରୋ): କିଛିଦିନ ହେଲା ଭାଜପାର କେତେକ ନିଷ୍ପତ୍ତି ଏବଂ ଅନେକ କିଛି ରାଜନୈତିକ ଘଟଣାକ୍ରମ ସହ ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ଆଦି କଥାକୁ ନେଇ ବିଜେଡି ସହ ରାଜ୍ୟ ମୁଖ୍ୟ ବିରୋଧୀ ଦଳ ସମ୍ପର୍କ ବାବଦରେ ଭିନ୍ନ...
ମଦ ପିଇ ମରିଛନ୍ତି ୫୦ ଜଣ
ଭୁବନେଶ୍ୱର,୧୭।୭(ବ୍ୟୁରୋ): ବିଷାକ୍ତ ମଦ ପିଇବା ଦ୍ୱାରା ରାଜ୍ୟରେ କେତେଜଣଙ୍କ ଜୀବନ ଯାଇଛି ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଜାଣିବାକୁ ଚାହିଁଥିଲେ। ବିଧାନସଭାରେ ସାଲୁଜା ପଚାରିଥିବା ଏହି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଥିଲେ, ୨୦୧୦ରୁ ୨୦୨୨...
ଆଉ ୨ଦିନ ବର୍ଷିବ
ଭୁବନେଶ୍ୱର, ୧୭।୭(ବ୍ୟୁରୋ): ଉପକୂଳ ଓଡ଼ିଶାରେ ଲଘୁଚାପ ସକ୍ରିୟ ରହିଥିବାରୁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଏପରିକି କେତେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁ ଯାତାୟାତ ଠପ୍ ହୋଇଯାଇଛି ଓ ନଦୀରେ ପାଣି ମଧ୍ୟ ବଢ଼ିଛି। ଆସନ୍ତା ୨ଦିନ ଏହିଭଳି...
ଆଜି ଆଇସିଏସ୍ଇ ଦଶମ ରେଜଲ୍ଟ
ଭୁବନେଶ୍ୱର, ୧୭।୭(ବ୍ୟୁରୋ): କାଉନ୍ସିଲ ଫର୍ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେଶନ(ସିଆଇଏସ୍ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍ଇ ଦଶମ ପରୀକ୍ଷା ଫଳ ରବିବାର ଅପରାହ୍ନ ୫ଟାରେ ପ୍ରକାଶ ପାଇବ। ଏ ନେଇ ଶନିବାର ସିଆଇଏସ୍ସିଇ ପକ୍ଷରୁ ସୂଚନା ଦିଆଯାଇଛି। ଛାତ୍ରୀଛାତ୍ରମାନେ ଓ୍ବେବ୍ସାଇଟ୍...
Archives


