ନୂଆ ପାଠ୍ୟକ୍ରମ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ନବମ ଓ ଦଶମର ନୂଆ ପାଠ୍ୟକ୍ରମ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆଗାମୀ ଦିନ ପାଇଁ ଏବେଠୁ ପିଲାଙ୍କୁ ପ୍ରସ୍ତୁତ କରାଯିବ। ପିଲାମାନଙ୍କୁ ଏବେଠୁ ପ୍ରସ୍ତୁତି କରାଗଲେ ଆଗକୁ…
ବାତ୍ୟା ମୁକାବିଲା ନେଇ ଜରୁରୀ ବୈଠକ ଡାକିଲେ ସରକାର
ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ମୁକାବିଲାକୁ ନେଇ ଜରୁରୀ ବୈଠକ ଡାକିଲେ ରାଜ୍ୟ ସରକାର। ମଙ୍ଗଳବାର ଅପରାହ୍ନ ୪ଟାରେ ଏସ୍ଆରସିଙ୍କ ଦାୟିତ୍ୱରେ ଥିବା ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ସମ୍ଭାବ୍ୟ ବାତ୍ୟା କିଭଳି ମୁକାବିଲା କରାଯିବ ସେନେଇ ବୈଠକରେ ଆଲୋଚନା…
ସମ୍ଭାବ୍ୟ ବାତ୍ୟା: ସରକାରୀ ଅଧିକାରୀଙ୍କ ଛୁଟି ବାତିଲ
ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲାଗୁଡିକୁ ସତର୍କ ରହିବାକୁ ସମସ୍ତ ଜିଲାପାଳଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ଜିଲାର ସରକାରୀ ଅଧିକାରୀମାନଙ୍କ ଛୁଟି ବାତିଲ ହୋଇଥିବା ବେଳେ…
୨୨ ତାରିଖ ବେଳକୁ ବାତ୍ୟାର ରୂପ ନେବ ଘୂର୍ଣ୍ଣିବଳୟ
ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗତକାଲି ତୁଳନାରେ ଅଧିକ ଘନୀଭୂତ ହେବାରେ ଲାଗିଛି। ଏହାର ପ୍ରଭାବରେ ୨୦ ତାରିଖ ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା…
ଆଜିଠୁ ଟ୍ରାଫିକ ନିୟମ କଡ଼ାକଡ଼ି
ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ଆଜିଠୁ ଟ୍ରାଫିକ ନିୟମ କଡ଼ାକଡ଼ି କରାଯିବ। ଏ ନେଇ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ନିୟମ ଉଲ୍ଲଘଂନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିନା ହେଲମେଟରେ ଗାଡ଼ି ଚାଳନା, ଗାଡ଼ି…
ଆଜି ରାଜ୍ୟରେ ୫୯ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୩୪…
ଆନ୍ତଃରାଜ୍ୟ ଅପରାଧୀ ଗ୍ୟାଙ୍ଗକୁ ଖୋଜୁଛି ଇଓଡବ୍ଲ୍ୟୁ
ଭୁବନେଶ୍ୱର,୧୮।୧୦(ବ୍ୟୁରୋ):ସାଧାରଣ ଲୋକଙ୍କୁ ଫସାଇ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସ ବ୍ୟାଙ୍କରେ ବହୁ ଆକାଉଣ୍ଟ ଖୋଲିଛି ଆନ୍ତଃରାଜ୍ୟ ଅପରାଧୀ ଗ୍ୟାଙ୍ଗ। ଓଡ଼ିଶା ସମେତ ସାରା ଦେଶରେ ଏହାର ର଼୍ୟାକେଟ କାର୍ଯ୍ୟ କରୁଛି। ଉକ୍ତ ଆକାଉଣ୍ଟ ମାଧ୍ୟମରେ ବେଆଇନ ଅର୍ଥ କାରବାର ହେଉଥିବା ସୂଚନା ମିଳିବା…
ରାସ୍ତାରେ ଜଳିଗଲା ମାର୍ବଲ ବୋଝେଇ ଟ୍ରକ୍
ଭୁବନେଶ୍ୱର,୧୮।୧୦ (ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣି ନିକଟ ରସୁଲଗଡ଼ ଓଭରବ୍ରିଜ୍ ଉପରେ ମାର୍ବଲ ବୋଝେଇ ଏକ ଆଇଚର ଟ୍ରକ୍ ଜଳିଯାଇଛି। ଉକ୍ତ ଗାଡିଟି ହଂସପାଳରୁ ବରମୁଣ୍ଡା ଯାଉଥିବାବେଳେ ରାତି ୮ଟା ସମୟରେ ଏହି ଘଟଣା ଘଟିଥିଲା। ଓଭରବ୍ରିଜ ଉପରେ ହଠାତ୍…
ବସ୍ତିବାସିନ୍ଦାଙ୍କୁ ମିଳିବ ଜମି ଅଧିକାର ପ୍ରମାଣପତ୍ର
ଭୁବନେଶ୍ୱର, ୧୮।୧୦ (ବ୍ୟୁରୋ):ଜାଗା ମିଶନ୍ ଜରିଆରେ ବସ୍ତିବାସିନ୍ଦାଙ୍କୁ ପକ୍କା ଘର ଯୋଗାଇଦେବା ସହ ଅନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରଦାନ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ଜାଗା ମିଶନ୍ରେ ବସ୍ତିଗୁଡିକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯାଉଛି। ତେବେ ବସ୍ତି…
ନାମକୁ ମାତ୍ର ଡଷ୍ଟବିନ୍ମୁକ୍ତ ଭୁବନେଶ୍ୱର
ଭୁବନେଶ୍ୱର, ୧୮।୧୦ (ବ୍ୟୁରୋ):ସ୍ମାର୍ଟସିଟି ଭୁବନେଶ୍ୱରକୁ ସ୍ବଚ୍ଛ ଓ ସୁନ୍ଦର କରି ଗଢି ତୋଳିବା ପାଇଁ ବିଏମ୍ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କୁହାଯାଉଛି। ଖୁବ୍ ଶୀଘ୍ର ଭୁବନେଶ୍ୱରକୁ ଡଷ୍ଟବିନ୍ମୁକ୍ତ କରିବା ପାଇଁ ଯୋଜନା କରାଯାଉଛି। ବାହାରେ କେଉଁଠାରେ ଅଳିଆ ପକାଯିବ ନାହିଁ,…
ଯୁକ୍ତ୨ ପରୀକ୍ଷକ ତାଲିକା ପାଇଁ ଶିକ୍ଷକଙ୍କ ତଥ୍ୟ ମାଗିଲା ସିଏଚ୍ଏସ୍ଇ
ଭୁବନେଶ୍ୱର,୧୮ା୧୦(ବ୍ୟୁରୋ):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ବାର୍ଷିକ ପରୀକ୍ଷା ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପରୀକ୍ଷା ନିୟନ୍ତ୍ରକ ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ/କମ୍ପୋଜିଟ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ପରୀକ୍ଷକ ତାଲିକା ପ୍ରସ୍ତୁତି ପାଇଁ ଯୋଗ୍ୟ…
କାମ ନ କଲେ ଚେଙ୍କ, ନିସ୍ତୁକ ମାଡ଼
ଭୁବନେଶ୍ୱର,୧୮।୧୦ (ବ୍ୟୁରୋ):ଜଣେ ନାବାଳିକାଙ୍କୁ ଘରେ ରଖି କାମ କରାଉଥିଲେ। ଅବହେଳା କଲେ ବେଲଣା କାଠିରେ ବାଡ଼େଇବା ସହ ରୁଟି ସେକାରେ ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କ ଦେଇ ନିର୍ଯାତନା ଦେଉଥିଲେ। ଏଭଳି ଏକ ଅମାନବୀୟ ଘଟଣା ନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ…
Archives


