‘ସହଜ- ବୋଧଗମ୍ୟ ଭାଷାରେ ରଚନା ହେଉ ଶିଶୁ ସାହିତ୍ୟ’

ଭୁବନେଶ୍ୱର, ୩o।୧୨: ସାହିତ୍ୟ ପତ୍ରିକା ‘ଝୁମୁକା’ର ୩୬ ତମ ସାରସ୍ବତ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହଜ ଓ ବୋଧଗମ୍ୟ ଭାଷାରେ ଶିଶୁ ସାହିତ୍ୟ ରଚନା କଲେ ଏହା ପାଠକଙ୍କ ନିକଟରେ ଅପହଞ୍ଚ ହେବ ନାହିଁ ବୋଲି ମତ ପ୍ରକାଶ ପାଇଛି।

ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ସାହିତ୍ୟ ସମାଲୋଚକ ଓ ପ୍ରାବନ୍ଧିକ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଛନ୍ତି, ସାହିତ୍ୟ ଜୀବନ ଦେଇଥାଏ। ଗଦ୍ୟ ସାହିତ୍ୟକୁ ବାଦ୍‌ ଦେଲେ ସାହିତ୍ୟ ରସୋତୀର୍ଣ୍ଣ ହୋଇପାରିବ ନାହିଁ l ଏଥିରେ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇ ଅସମୀୟା ସାହିତି୍ୟକା- ଅନୁବାଦିକା ନିର୍ମାଲି ମହନ୍ତ କହିଛନ୍ତି, ପରସ୍ପର ମଧ୍ୟରେ ଭାଷାର ଆଦାନ ପ୍ରଦାନ ପାଇଁ ଅନୁବାଦର ଆବଶ୍ୟକତା ରହିଛି l ଏହି ଅବସରରେ ” ଶିଶୁ ସାହିତ୍ୟର ବିକାଶରେ ଅନୁବାଦର ଭୂମିକା ” ଶୀର୍ଷକ ଏକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ବିଶିଷ୍ଟ ସାହିତି୍ୟକ ଦାଶ ବେନହୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ‘ଝୁମୁକା’ ର ସମ୍ପାଦକ ମାନସ ରଞ୍ଜନ ସାମଲ ସମ୍ପାଦକୀୟ ପାଠ କରି କହିଥିଲେ, ପିଲାର ରୁଚି, ଆଗ୍ରହ ଓ ସାମର୍ଥ୍ୟକୁ ଲକ୍ଷ୍ୟ ରଖି ସାହିତ୍ୟ ସୃଷ୍ଟି କରିବାକୁ ଯୋଜନାବଦ୍ଧ ଉଦ୍ୟମ ଜରୁରୀ।

ତେବେ ଏହି କାର୍ଯ୍ୟକ୍ରମରେ ଝୁମୁକା ପୃଷ୍ଠାର ସଫଳ ଲେଖକ ତଥା ବିଜ୍ଞାନ ଭିତ୍ତିକ ଲେଖା ପାଇଁ ପ୍ରଫେସର ରମେଶ ଚନ୍ଦ୍ର ପରିଡାଙ୍କୁ ତାଙ୍କର ଜୀବନ୍ୟାପୀ ସାଧନା ପାଇଁ ମର୍ଯ୍ୟାଦାପୂର୍ଣ୍ଣ ଝୁମୁକା ପୁରସ୍କାର, ଲେଖିକା – ଅନୁବାଦିକା ସଂଘମିତ୍ରା ଭଞ୍ଜ, ନଗେନ୍ଦ୍ରନାଥ ପଟ୍ଟନାୟକ ଓ ଡ଼. ରବି ନାରାୟଣ ସାହୁଙ୍କୁ ଚଳିତ ବର୍ଷର ଝୁମୁକା ସାରସ୍ବତ ସମ୍ମାନ – ୨o୨୨ ପ୍ରଦାନ କରାଯାଇଥିଲା l ପୁରସ୍କୃତ ପ୍ରତିଭା ମାନଙ୍କୁ ଫଳକ, ଅଙ୍ଗବସ୍ତ୍ର, ମାନପତ୍ର ଓ ଉପାୟନ ଦେଇ ସମ୍ମାନିତ କରାଯାଇଥିଲା l ଉତ୍ସବରେ ଝୁମୁକାର ନୂଆବର୍ଷ – ୨o୨୩ ଅନୁବାଦ ବିଶେଷ ସଂଖ୍ୟା ଓ ରବି ନାରାୟଣ ସାହୁଙ୍କ ଲିଖିତ ” ଧନୁଯାତ୍ରା ଓ ଅନ୍ୟାନ୍ୟ ଗୀତିନାଟ୍ୟ ” ପୁସ୍ତକକୁ ଅତିଥିମାନେ ଲୋକାର୍ପିତ କରିଥିଲେ l ଶେଷରେ ସୁଜାତା ଦାଶ ଧନ୍ୟବାଦ ଦେବା ସହ କଣ୍ଠଶିଳ୍ପୀ ପ୍ରତିଭା ପ୍ରଧାନ ସଙ୍ଗୀତ ପରିବେଷଣ କରିଥିଲେ l ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ସାହିତି୍ୟକ ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ l l


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri