‘ସହଜ- ବୋଧଗମ୍ୟ ଭାଷାରେ ରଚନା ହେଉ ଶିଶୁ ସାହିତ୍ୟ’

ଭୁବନେଶ୍ୱର, ୩o।୧୨: ସାହିତ୍ୟ ପତ୍ରିକା ‘ଝୁମୁକା’ର ୩୬ ତମ ସାରସ୍ବତ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହଜ ଓ ବୋଧଗମ୍ୟ ଭାଷାରେ ଶିଶୁ ସାହିତ୍ୟ ରଚନା କଲେ ଏହା ପାଠକଙ୍କ ନିକଟରେ ଅପହଞ୍ଚ ହେବ ନାହିଁ ବୋଲି ମତ ପ୍ରକାଶ ପାଇଛି।

ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ସାହିତ୍ୟ ସମାଲୋଚକ ଓ ପ୍ରାବନ୍ଧିକ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଛନ୍ତି, ସାହିତ୍ୟ ଜୀବନ ଦେଇଥାଏ। ଗଦ୍ୟ ସାହିତ୍ୟକୁ ବାଦ୍‌ ଦେଲେ ସାହିତ୍ୟ ରସୋତୀର୍ଣ୍ଣ ହୋଇପାରିବ ନାହିଁ l ଏଥିରେ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇ ଅସମୀୟା ସାହିତି୍ୟକା- ଅନୁବାଦିକା ନିର୍ମାଲି ମହନ୍ତ କହିଛନ୍ତି, ପରସ୍ପର ମଧ୍ୟରେ ଭାଷାର ଆଦାନ ପ୍ରଦାନ ପାଇଁ ଅନୁବାଦର ଆବଶ୍ୟକତା ରହିଛି l ଏହି ଅବସରରେ ” ଶିଶୁ ସାହିତ୍ୟର ବିକାଶରେ ଅନୁବାଦର ଭୂମିକା ” ଶୀର୍ଷକ ଏକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ବିଶିଷ୍ଟ ସାହିତି୍ୟକ ଦାଶ ବେନହୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ‘ଝୁମୁକା’ ର ସମ୍ପାଦକ ମାନସ ରଞ୍ଜନ ସାମଲ ସମ୍ପାଦକୀୟ ପାଠ କରି କହିଥିଲେ, ପିଲାର ରୁଚି, ଆଗ୍ରହ ଓ ସାମର୍ଥ୍ୟକୁ ଲକ୍ଷ୍ୟ ରଖି ସାହିତ୍ୟ ସୃଷ୍ଟି କରିବାକୁ ଯୋଜନାବଦ୍ଧ ଉଦ୍ୟମ ଜରୁରୀ।

ତେବେ ଏହି କାର୍ଯ୍ୟକ୍ରମରେ ଝୁମୁକା ପୃଷ୍ଠାର ସଫଳ ଲେଖକ ତଥା ବିଜ୍ଞାନ ଭିତ୍ତିକ ଲେଖା ପାଇଁ ପ୍ରଫେସର ରମେଶ ଚନ୍ଦ୍ର ପରିଡାଙ୍କୁ ତାଙ୍କର ଜୀବନ୍ୟାପୀ ସାଧନା ପାଇଁ ମର୍ଯ୍ୟାଦାପୂର୍ଣ୍ଣ ଝୁମୁକା ପୁରସ୍କାର, ଲେଖିକା – ଅନୁବାଦିକା ସଂଘମିତ୍ରା ଭଞ୍ଜ, ନଗେନ୍ଦ୍ରନାଥ ପଟ୍ଟନାୟକ ଓ ଡ଼. ରବି ନାରାୟଣ ସାହୁଙ୍କୁ ଚଳିତ ବର୍ଷର ଝୁମୁକା ସାରସ୍ବତ ସମ୍ମାନ – ୨o୨୨ ପ୍ରଦାନ କରାଯାଇଥିଲା l ପୁରସ୍କୃତ ପ୍ରତିଭା ମାନଙ୍କୁ ଫଳକ, ଅଙ୍ଗବସ୍ତ୍ର, ମାନପତ୍ର ଓ ଉପାୟନ ଦେଇ ସମ୍ମାନିତ କରାଯାଇଥିଲା l ଉତ୍ସବରେ ଝୁମୁକାର ନୂଆବର୍ଷ – ୨o୨୩ ଅନୁବାଦ ବିଶେଷ ସଂଖ୍ୟା ଓ ରବି ନାରାୟଣ ସାହୁଙ୍କ ଲିଖିତ ” ଧନୁଯାତ୍ରା ଓ ଅନ୍ୟାନ୍ୟ ଗୀତିନାଟ୍ୟ ” ପୁସ୍ତକକୁ ଅତିଥିମାନେ ଲୋକାର୍ପିତ କରିଥିଲେ l ଶେଷରେ ସୁଜାତା ଦାଶ ଧନ୍ୟବାଦ ଦେବା ସହ କଣ୍ଠଶିଳ୍ପୀ ପ୍ରତିଭା ପ୍ରଧାନ ସଙ୍ଗୀତ ପରିବେଷଣ କରିଥିଲେ l ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ସାହିତି୍ୟକ ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ l l


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?