ମେଟ୍ରୋ

୨୦୩୩ ଯାଏ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

ଭୁବନେଶ୍ବର,୨୪।୪(ବ୍ୟୁରୋ): ୨୦୨୩-୩୩ ପର୍ଯ୍ୟନ୍ତ ଭାରତୀୟ ହକି ଦଳର ଓଡ଼ିଶା ପ୍ରାୟୋଜକ ରହିବ । ଏନେଇ ସୋମବାର ରାଜ୍ୟ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୨୦୧୮ରେ ଓ ଉଭୟ ଜାତୀୟ ପୁରୁଷ ଓ ମହିଳା ହକି ଟିମର ପ୍ରାୟୋଜକ ରହିଥିଲା…

ସରିଲା ରାଜ୍ୟ କ୍ୟାବିନେଟ ବୈଠକ: ୧୫ ପ୍ରସ୍ତାବକୁ ମୋହର

ଭୁବନେଶ୍ବର,୨୪।୪(ବ୍ୟୁରୋ): ରାଜ୍ୟ କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକରେ ମୋଟ୍‌ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୨୦୨୩-୩୩ ପର୍ଯ୍ୟନ୍ତ ହକି ଟିମ ପାଇଁ ଓଡ଼ିଶା ପ୍ରାୟୋଜକ ରହିବ । ଏ ସଂପର୍କିତ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଏଥିସହ ୬…

ଝାରସୁଗୁଡ଼ା ଉପନିର୍ବାଚନ: ମଇଦାନରେ ମଇଦାନରେ ଲଢ଼ିବେ ୯ ପ୍ରାର୍ଥୀ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସୋମବାର ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ। ତେବେ ନାମାଙ୍କନ ପତ୍ର ଦାଖଲ କରିଥିବା ୧୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ସୋମବାର ଜଣେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଭୁବନେଶ୍ୱର ଗର୍ତିଆ ନାମକ ଜଣେ ପ୍ରାର୍ଥୀ ତାଙ୍କର…

ଓଏସ୍‌ଏସ୍‌ସି ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ

ଭୁବନେଶ୍ବର,୨୪।୪(ବ୍ୟୁରୋ): ଗୃହ ଓ ନଗର ଉନ୍ନୟନ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ ହୋଇଛି । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ଏହି ପରୀକ୍ଷାକୁ ବାତିଲ ନିଷ୍ପତ୍ତି ନିଆଯାଇଛି। ଓଡ଼ିଆ ପ୍ରଶ୍ନପତ୍ରରେ ମୁଦ୍ରଣ ଜନିତ ତ୍ରୁଟି ଥିବାରୁ ପରୀକ୍ଷା ବାତିଲ…

୮ ବର୍ଷ ପରେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୪।୪ (ବ୍ୟୁରୋ): ଗାଡ଼ି ପାର୍କିଂକୁ ନେଇ ଯୁବକଙ୍କୁ ରାସ୍ତାରୁ ଉଠାଇ ମରଣାନ୍ତକ ଆକ୍ରମଣ ଘଟଣାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ୮ ବର୍ଷ ପରେ ରବିବାର ଶହୀଦନଗର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ…

ଧାନବାଦ୍‌ ଏକ୍ସପ୍ରେସ୍‌ରେ ପୋଷ୍ଟର ମାରିଲା ଜିଆର୍‌ପି

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନରେ ଅଟକିଥିବା ଧାନବାଦ୍‌ ଏକ୍ସପ୍ରେସ୍‌ ଟଏଲେଟରେ ଅଚିହ୍ନା ମହିଳାଙ୍କୁ ହତ୍ୟା ଘଟଣାକୁ ରବିବାର ୩ଦିନ ବିତିଛି। ହେଲେ ମହିଳାଙ୍କ ପରିଚୟ ମିଳୁ ନ ଥିବାରୁ ଅଭିଯୁକ୍ତଙ୍କୁ ଧରିବା ସରକାରୀ ରେଲ୍‌ୱେ ଥାନା ପୋଲିସ (ଜିଆର୍‌ପି) ପାଇଁ କଷ୍ଟସାଧ୍ୟ…

ନକଲି ବିଏମ୍‌ସି ଅଧିକାରୀ ଗିରଫ

ଭୁବନେଶ୍ୱର,୨୪।୪ (ବ୍ୟୁରୋ): ନିଜକୁ ବିଏମ୍‌ସିର ବରିଷ୍ଠ ଅଧିକାରୀ ପରିଚୟ ଦେଇ ପ୍ଲାଷ୍ଟିକ, କପଡ଼ା ଓ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ବିକ୍ରି କରୁଥିବା କହି ଫେରି ବେପାରିଙ୍କଠାରୁ ଜରିମାନା ଆଦାୟ କରୁଥିଲେ। ଅଭିଯୋଗ ପରେ ଖଣ୍ଡଗିରି ପୋଲିସ ସଂପୃକ୍ତ ନକଲି ଅଧିକାରୀଙ୍କୁ ଗିରଫ…

ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା

ପୁରୁଣା ଭୁବନେଶ୍ୱର,୨୪ା୪ (ଡି.ଏନ୍‌.ଏ.): ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରବିବାର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ଭିତର ଓ ବାହାର ଚନ୍ଦନ ଅନୁଷ୍ଠିତ ହୋଇଛି। ଦୈନିକ ନୀତି ଭୋଗମଣ୍ଡପ ସରିବା ପରେ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ପରେ…

କିସ୍‌ ଷ୍ଟାଡିୟମରେ ସି-୨୦ ମାନବ ଲୋଗୋ

ଭୁବନେଶ୍ୱର,୨୪।୪(ବ୍ୟୁରୋ): କିଟ୍‌ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ସିଭିଲ-୨୦(ସି-୨୦) ଅଧୀନରେ ଲିଙ୍ଗଗତ ସମାନତା ଓ ଦିବ୍ୟାଙ୍ଗ ଓ୍ବାର୍କିଂ ଗ୍ରୁପ୍‌ ସମ୍ମିଳନୀ ଅବସରରେ କିସ୍‌ ଷ୍ଟାଡିୟମରେ କିସ୍‌ର ୩ ହଜାର ଛାତ୍ରୀ ସି-୨୦ ମାନବ ଲୋଗୋ ତିଆରି କରିବା ସହ ଏକ ସ୍ବତନ୍ତ୍ର ଟର୍ଚ୍ଚ ଲାଇଟ୍‌…

ଆପାର୍ଟମେଣ୍ଟରୁ ପଡ଼ି ଆଇନ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଖାରବେଳନଗର ଥାନା ଅନ୍ତର୍ଗତ ମାଷ୍ଟରକ୍ୟାଣ୍ଟିନସ୍ଥିତ ଚନ୍ଦ୍ରମା ଆପାର୍ଟମେଣ୍ଟର ଛାତରୁ ପଡ଼ି ରବିବାର ରାତିରେ ଜଣେ ଆଇନ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେ ହେଲେ ୟୁନିଟି-୬ ଗଙ୍ଗନଗରରେ ରହୁଥିବା ଅନିରାଜ ମାନସ ଟୁଡୁ। ତାଙ୍କ ପକେଟ୍‌ରୁ ମିଳିଥିବା ଆଇକାର୍ଡରୁ ସେ କଟକରେ…

ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ଭଳି ଓଏସ୍‌ଏସ୍‌ସି ପରୀକ୍ଷା ପ୍ରଶ୍ନପତ୍ର: ଭାଜପା

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ଓଡ଼ିଶା ମୁଖ୍ୟମନ୍ତ୍ରୀ ଯେମିତି ଓଡ଼ିଆ କୁହନ୍ତି, ଠିକ୍‌ ସେମିତି ଓଏସ୍‌ଏସ୍‌ସି ପରୀକ୍ଷାରେ ଓଡ଼ିଆ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି। ରାଜ୍ୟ ସରକାର ଓଡ଼ିଶାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି। ଓଏସ୍‌ଏସ୍‌ସି ପରୀକ୍ଷା ପ୍ରଶ୍ନପତ୍ର ଦେଖିଲେ ଜଣାପଡ଼ୁଛି, ଏହାକୁ ପ୍ରସ୍ତୁତ କରୁଥିବା…

ଆତଙ୍କ ଖେଳାଉଥିବା ପେସାଦାର ଲୁଟେରା ଗିରଫ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ମୋବାଇଲ ଓ ସୁନା ଚେନ୍‌ ଲୁଟ୍‌ପାଟ୍‌ କରି ଆତଙ୍କ ଖେଳାଉଥିବା ଜଣେ ପେଷାଦାର ଲୁଟେରାଙ୍କୁ ବଡ଼ଗଡ଼ ଥାନା ପୋଲିସ ଗିରଫ କରିଛି। ସେ ହେଲେ ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡାରେ ରହୁଥିବା ନୟାଗଡ଼ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?