ମେଟ୍ରୋ

ନୟାପଲ୍ଲୀ ହଜର ପୁନରୁଦ୍ଧାର ଅଧାପନ୍ତରିଆ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ବିଏମ୍‌ସି ଦ୍ବାରା ଏକାଧିକ ଜଳାଶୟ ଓ ପୋଖରୀର ପୁନରୁଦ୍ଧାର କରାଯିବା ସହ ବିକାଶ ଜାରି ରହିଛି। ଏହି କ୍ରମରେ ନୟାପଲ୍ଲୀର ସର୍ବପୁରାତନ ଜଳାଶୟ ନୟାପଲ୍ଲୀ ହଜର ପୁନରୁଦ୍ଧାର ଜାରି ରହିଛି। ପ୍ରାୟ ୪ ଏକର ପରିମିତ ଜାଗାରେ ଏହି ବିକାଶ…

‘ମାନସିକ ଦୁଶ୍ଚିନ୍ତାରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଜୀବନ ଯାଉଛି’

ଭୁବନେଶ୍ୱର,୨୮।୪(ବ୍ୟୁରୋ): ଗଣଶିକ୍ଷା ବିଭାଗର ଅବହେଳା ପାଇଁ ମାନସିକ ଦୁଶ୍ଚିନ୍ତାରେ ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀଶିକ୍ଷକଙ୍କ ଜୀବନ ଚାଲିଯାଉଛି। ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କରି ନିଯୁକ୍ତିକୁ ନିୟମତି କରିବା ଦାବିରେ ଗୁରୁବାର ଓଡିଶା ସରକାରୀ ହାଇସ୍କୁଲ ସିବିଟି ସଂଘ ପକ୍ଷରୁ ଭର୍ଚୁଆଲରେ ଅନୁଷ୍ଠିତ ବୈଠକରେ ଶିକ୍ଷୟିତ୍ରୀଶିକ୍ଷକ…

ଝାରସୁଗୁଡା ଉପନିର୍ବାଚନ: ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡା ଉପନିର୍ବାଚନ। ଏଥିନେଇ ନେଇ ପ୍ରଚାର ଆରମ୍ଭ ହୋଇଯାଇଛି। ୩ ପ୍ରମୁଖ ଦଳ ନିଜ ନିଜ ରାଜନୈତିକ ଦଳଙ୍କ ସହ ପ୍ରଚାର କରୁଛନ୍ତି। ତେବେ ନିଜ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ସପକ୍ଷରେ ଭୋଟ…

ସୌଭାଗ୍ୟଲକ୍ଷ୍ମୀ ‘ଶ୍ରେଷ୍ଠ ଓଡ଼ିଆଣୀ’

ଭୁବନେଶ୍ୱର,୨୮।୪(ବ୍ୟୁରୋ): ସମ୍ଭାବନା ପକ୍ଷରୁ ଗୁରୁବାର ସୂଚନା ଭବନଠାରେ ଶ୍ରେଷ୍ଠ ଓଡ଼ିଆଣୀ ଉତ୍ସବ ଏବଂ ଓଡ଼ିଆ ସ୍ବାଭିମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ୧୨ଟି ପର୍ଯ୍ୟାୟରେ ପ୍ରତିଯୋଗିତା ପରେ ଚଳିତବର୍ଷର ‘ଶ୍ରେଷ୍ଠ ଓଡ଼ିଆଣୀ’ ହୋଇଛନ୍ତି ସୌଭାଗ୍ୟଲକ୍ଷ୍ମୀ ମହାନ୍ତି। ସେହିପରି ଜ୍ୟୋତ୍ସ୍ନାରାଣୀ ପାତ୍ର ‘ସହ ଶ୍ରେଷ୍ଠ…

୮୮ବର୍ଷରେ ଓଡ଼ିଆ ସିନେମା

ଭୁବନେଶ୍ୱର,୨୮।୪(ବ୍ୟୁରୋ): ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’କୁ ଶୁକ୍ରବାର ୮୭ବର୍ଷ ପୂରିବାକୁ ଯାଉଛି। ଇତିମଧ୍ୟରେ ଓଡ଼ିଆ ସିନେମାର ମୋଡ଼ ବିଭିନ୍ନ କ୍ଷେତ୍ର ଦେଇ ଆଗକୁ ବଢ଼ିଛି। ୧୯୩୬ରେ ଓଡ଼ିଆ ସିନେମା ଜଗତକୁ ସେତେବେଳେ ୨୯ହଜାର ୭୮୧ଟଙ୍କା ୧୦ଅଣା ବଜେଟରେ ସୀତା ବିବାହ…

ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ

ଭୁବନେଶ୍ୱର,୨୮ା୪(ବ୍ୟୁରୋ): ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ ମିଳିଛି। ଗୁରୁବାର ବିଶ୍ୱବିଦ୍ୟାଳୟର ୫ମ ଦୀକ୍ଷାନ୍ତ…

ଖରାଛୁଟିରେ ପିଲାଙ୍କୁ ମିଳିବ ଆଇଏଫ୍‌ଏ ବଟିକା

ଭୁବନେଶ୍ୱର,୨୮ା୪(ବ୍ୟୁରୋ): ଖରାଛୁଟିରେ ଛାତ୍ରୀଛାତ୍ରଙ୍କୁ ଆଇରନ ଓ ଫଲିକ୍‌ ଏସିଡ୍‌(ଆଇଏଫ୍‌ଏ) ଟାବ୍‌ଲେଟ ବା ବଟିକା ମିଳିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ନୋଡାଲ ଅଫିସର ରଘୁରାମ ଆର. ଆୟର ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି। ଚଳିତବର୍ଷ ଆଗୁଆ…

ମନ୍ତ୍ରୀ, ଅଫିସର ଚଢ଼ିବେ ହାଇବ୍ରିଡ୍‌ ଗାଡ଼ି

ଭୁବନେଶ୍ବର,୨୮ା୪(ବ୍ୟୁରୋ): ଉଭୟ ତେଲ ଓ ବ୍ୟାଟେରିରେ ଚାଲୁଥିବା ହାଇବ୍ରିଡ୍‌ ଗାଡ଼ି ନେତା, ମନ୍ତ୍ରୀ ଏବଂ ଅଫିସରମାନେ ଚଢ଼ିବେ। ଅର୍ଥ ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ପରିବହନ ବିଭାଗ ପକ୍ଷରୁ ଏ ନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। କିଏ କେତେ…

ଶ୍ରୀମନ୍ଦିର ରତ୍ନଭଣ୍ଡାର: ତେଜିଲା ରାଜନୀତି

ଭୁବନେଶ୍ୱର,୨୮ା୪(ବ୍ୟୁରୋ): ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ପୁଣି ରାଜନୀତି ଆରମ୍ଭ ହୋଇଛି। ଚାବି ହଜିବା ଘଟଣାର ସାଢ଼େ ୪ ବର୍ଷ ପରେ ଜଷ୍ଟିସ୍‌ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ସାର୍ବଜନୀନ ନ ହେବା ଓ ଏହାକୁ ନେଇ ରାଜ୍ୟ…

‘ଡାକୋଟା’ ବିମାନ ଦେଖି ଭାବବିହ୍ବଳ ହେଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ

ଭୁବନେଶ୍ୱର,୨୭ା୪(ବ୍ୟୁରୋ): ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ରଖାଯାଇଥିବା ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରିୟ ବିମାନ ‘ଡାକୋଟା’କୁ ବୁଲି ଦେଖିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରଦୂତ। ତାଙ୍କ ସହ ଏକ ଟିମ୍‌ ମଧ୍ୟ ‘ଡାକୋଟା’ ଦେଖିଛନ୍ତି। ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ,…

ଆସନ୍ତାକାଲି ଟ୍ରାଏଲ ରନ୍‌ କରିବ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’

ଭୁବନେଶ୍ୱର,୨୭ା୪(ବ୍ୟୁରୋ): ଶୁକ୍ରବାର ‘ପୁରୀ-ହାଓ୍ବଡା ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଟ୍ରାଏଲ ରନ୍‌ କରିବ। ସକାଳ ୬ଟା ୧୦ ମିନିଟ୍‌ରେ ହାଓ୍ବଡାରୁ ଯାତ୍ରା ଆରମ୍ଭ କରିବ ବନ୍ଦେ ଭାରତ ଏକ୍ସପ୍ରେସ। ଏହା ପରେ ଭଦ୍ରକ, ଯାଜପୁର, କଟକରେ ୨ ମିନିଟ୍‌ ଲେଖାଏ ରହଣି କରିବ।…

ଡଙ୍ଗାବୁଡ଼ି ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା

ଭୁବନେଶ୍ୱର,୨୭ା୪(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ଆଳିରେ ଡଙ୍ଗାବୁଡ଼ି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ମୃତବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। କେନ୍ଦ୍ରାପଡ଼ା ଜିଲା ଆଳିର ଏକ ମାଣିଆ ଘାଟରେ ନୌକା ଦୁର୍ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?