ଆଜି ରାଜ୍ୟ ସଭା ଭୋଟ, ମଇଦାନରେ ୫ ପ୍ରାର୍ଥୀ
ଭୁବନେଶ୍ୱର, ୧୬।୩(ସୁନିତ୍ ମିଶ୍ର):ଓଡ଼ିଶାର ୪ ରାଜ୍ୟ ସଭା ଆସନ ଲାଗି ସୋମବାର ଭୋଟ ହେବ। ଏପ୍ରିଲ ୨ ତାରିଖରେ ରାଜ୍ୟ ସଭାରୁ ସୁଜିତ୍ କୁମାର, ମମତା ମହନ୍ତ, ମୁଜିବୁଲ୍ଲା ଖାନ(ମୁନା) ଏବଂ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେବ। ଖାଲି ହେବାକୁ…
୧୫ ଜିଲାକୁ ୩ ଘଣ୍ଟିଆ ଓ୍ବାର୍ନିଂ, ଘଡ଼ଘଡ଼ି ସହ ହୋଇପାରେ ପ୍ରବଳ ବର୍ଷା
ଭୁବନେଶ୍ବର,୧୫ା୩: ୧୫ ଜିଲାକୁ ୩ ଘଣ୍ଟିଆ ଓ୍ବାର୍ନିଂ ଜାରି କଲା ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଘଡ଼ଘଡ଼ି ସହ ବର୍ଷା ଓ ୩୦ରୁ ୪୦ କିମି ପବନ ସମ୍ଭାବନା । ଏହାସହ ରାଜଧାନୀ ଭୁବନେଶ୍ବରକୁ ମଧ୍ୟ ଓ୍ବାର୍ନିଂ ଜାରି କରାଯାଇଛି । ମୟୂରଭଞ୍ଜ,…
ରାଜ୍ୟ ସଭା ନିର୍ବାଚନ: ଘୋଡାବେପାର ପରେ ଚର୍ଚ୍ଚା ଏଜେଣ୍ଟ ହେବ କିଏ?
ଭୁବନେଶ୍ୱର, ୧୫।୩(ସୁନିତ୍ ମିଶ୍ର): ବିଜେଡିର ଅଧିକାଂଶ ନେତାଙ୍କ ଭିତରେ ବର୍ତ୍ତମାନ ଆଲୋଚନା ରାଜ୍ୟ ସଭା ନିର୍ବାଚନ ଲାଗି ଦଳର ଏଜେଣ୍ଟ କିଏ ହେବେ। ଏଜେଣ୍ଟଙ୍କ କାମ ହେଉଛି, ରାଜ୍ୟ ସଭା ଭୋଟ କେନ୍ଦ୍ର ପାଖରେ ଚୌକି ଧରି ବସିବେ। ସମ୍ପୃକ୍ତ ଦଳୀୟ…
ଆଜିଠୁ ୪ ଦିନ ଝଡ଼ବର୍ଷା
ଭୁବନେଶ୍ୱର, ୧୫ା୩(ବନ୍ଦନା ସେଠୀ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାବେଳେ ଶନିବାର ୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡାରେ ସର୍ୱାଧିକ ତାପମାତ୍ରା ୪୦.୨ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଏହା ତଳକୁ ସମ୍ୱଲପୁର ୪୦ ଡିଗ୍ରୀ ଏବଂ…
ବରିଷ୍ଠ IPS ସୌମେନ୍ଦ୍ର ପ୍ରିୟଦର୍ଶୀ ରଥଯାତ୍ରା ଦାୟିତ୍ୱ
ଭୁବନେଶ୍ୱର,୧୪।୩: ବରିଷ୍ଠ IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଆସନ୍ତା ରଥଯାତ୍ରା ଦାୟିତ୍ୱ ଦିଆଯାଇଛି। ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ମୁଖ୍ୟାଳୟ ସୂତ୍ରରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଆଇନଶୃଙ୍ଖଳା, ଟ୍ରାଫିକ, ମନ୍ଦିର ଭିତର ଓ ବାହାରର ବ୍ୟବସ୍ଥା ଉପରେ ସେ ନଜର ରଖିବେ ।…
ନବୀନଙ୍କ ପୋଲ୍ ଖୋଲିଲେ ପ୍ରତାପ ଷଡ଼ଙ୍ଗୀ, ଅତୀତରେ ମୋତେ ଅଫର ଦେଇଥିବା କହି…
ଭୁବନେଶ୍ୱର,୧୪ା୩: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପୋଲ୍ ଖୋଲି ଦେଇଛନ୍ତି ଏମ୍ପି ପ୍ରତାପ ଷଡ଼ଙ୍ଗୀ(ନନା)। ସେ କହିଛନ୍ତି, ନବୀନ ଘୋଡ଼ା ବେପାରରେ ମାହିର। ଅତୀତରେ ମୋତେ ଘୋଡ଼ା ବେପାର ପାଇଁ ଅଫର ଦେଇଥିଲେ ନିଜେ ନବୀନ। ମୋତେ କିଣିବାକୁ ୩…
ବିଜେଡି ସହ ବୁଝାମଣାକୁ ନେଇ ଏମିତି କହିଲେ ସୋଫିଆ, କଂଗ୍ରେସର ସ୍ଥିତି ଆଜି କେବଳ…
ଭୁବନେଶ୍ୱର,୧୪ା୩: ବିଧାୟିକା ସୋଫିଆ ଫିର୍ଦ୍ଦୋସ ଖୋଲାଖୋଲି ଭାବେ ତାଙ୍କର ଅସନ୍ତୋଷ ଝାଡ଼ିଛନ୍ତି। ବିଜେଡି ସହ ବୁଝାମଣାକୁ ନେଇ ଉଠୁଥିବା କଥା ଉପରେ ସେ ଖୁବ୍ ରାଗିଯାଇଛନ୍ତି। ସେ କହିଛନ୍ତି, ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଚୟନ ପୂର୍ବରୁ କୌଣସି ଆଲୋଚନା ହୋଇନି।…
ରାଜ୍ୟ ସଭା ନିର୍ବାଚନକୁ ନେଇ ନବୀନ-ଜୟନାରାୟଣ ମୁହାଁମୁହିଁ, ଘୋଡ଼ା ବେପାର କଥା ଉଠାଇ…
ଭୁବନେଶ୍ୱର,୧୪ା୩: ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟ ସଭା ନିର୍ବାଚନ। ଏନେଇ ରାଜ୍ୟର ୩ ପ୍ରମୁଖ ଦଳ ଭାଜପା, ବିଜେଡି ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ପୂରା ଦମ୍ ଲଗାଇ ଦେଇଛନ୍ତି। ଏହା ଭିତରେ ପ୍ରତ୍ୟେକ…
ରାଜ୍ୟ ସଭା ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା କରୁଛି ଘୋଡ଼ା ବେପାର
ଭୁବନେଶ୍ୱର,୧୪ା୩(ସୁନିତ୍ ମିଶ୍ର):ରାଜ୍ୟ ସଭା ନିର୍ବାଚନ ପାଇଁ ମଝିରେ ମାତ୍ର ୨ ଦିନ ରହିଲା। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ସବୁ ପ୍ରକାର ବଳ ଲଗାଇ ଦେଇଛନ୍ତି। ତେବେ ଏହାରି…
ବିଧାୟକଙ୍କୁ ଲୁଚାଇଛି କଂଗ୍ରେସ କାହିଁକି ଏମିତି ସଙ୍ଗୀନ ଅଭିଯୋଗ କଲେ …
ଭୁବନେଶ୍ୱର,୧୪।୩: କଂଗ୍ରେସ ତା’ର ବିଧାୟକମାନଙ୍କୁ ଲୁଚାଇ ରଖିଛି। ଏମିତି ଏକ ଅଭିଯୋଗ କରିଛନ୍ତି ଭାଜପା ବିଧାୟକ ଅଶୋକ ମହାନ୍ତି। ବିଧାନସଭା ବେଳେ ବିଧାୟକଙ୍କୁ ଲୁଚାଇବା ନିନ୍ଦନୀୟ ବୋଲି ଅଶୋକ କହିଛନ୍ତି। ସେ କହିଛନ୍ତି, କେଉଁଠି ଲୁଚାଇଛନ୍ତି ସେମାନେ କହିପାରିବେ, ଭାଜପା ସମ୍ମୁଖରେ…
ରାଜ୍ୟ ସଭା ନିର୍ବାଚନ ନେଇ ଆଜି ନବୀନ ନିବାସରେ ଏକାଠି ହେବେ…
ଭୁବନେଶ୍ୱର,୧୪ା୩: ରାଜ୍ୟ ସଭା ନିର୍ବାଚନ ନେଇ ବିଧାନସଭାରେ ବିଜେଡିର ମକ ପୋଲିଂ ଚାଲିଛି। ଶନିବାର ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ବିଧାୟକମାନଙ୍କର ଏକ ବଡ଼ଧରଣର ବୈଠକ ରହିଛି। ସନ୍ଧ୍ୟା ୫.୩୦ରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଶିକ୍ଷଣ ଦେବେ। ରାଜ୍ୟ ସଭା…
କୁଆଡ଼େ ଗଲେ ଦାଶରଥି: ବିଜେଡି ଛାଡ଼ିବେନି ଶପଥ କଲେ ୨ ପ୍ରାର୍ଥୀ
ଭୁବନେଶ୍ୱର,୧୪ା୩(ସୁନିତ୍ ମିଶ୍ର):ରାଜ୍ୟ ସଭା ନିର୍ବାଚନ ପାଇଁ ମଝିରେ ମାତ୍ର ୨ ଦିନ ରହିଲା। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ସବୁ ପ୍ରକାର ବଳ ଲଗାଇ ଦେଇଛନ୍ତି। ପ୍ରଦେଶ କଂଗ୍ରେସ…
Archives


