ମାଙ୍କଡ଼, କୁକୁରଙ୍କ ସାହାରା ଭୋଗଦୋକାନୀ: ୨୯ ଦିନ ହେଲା ଯୋଗାଉଛନ୍ତି ଖାଦ୍ୟ
ରଘୁନାଥପୁର, ୧୧।୪ (ଡି.ଏନ୍.ଏ.)-କରୋନା ଭାଇରସ୍ ସଂକ୍ରମଣକୁ ନେଇ ସାରାଦେଶରେ ଲକ୍ଡାଉନ୍ ଜାରି କରାଯାଇଥିବା ବେଳେ ରଘୁନାଥପୁର ବ୍ଲକ କେରେକେରାସ୍ଥିତ ଗୋରଖନାଥ ପୀଠ ମଧ୍ୟ ବନ୍ଦ ରହିଛି। ଫଳରେ ଏଠାକୁ ଶ୍ରଦ୍ଧାଳୁଙ୍କ ଆଗମନ ବନ୍ଦ ରହିବା ସହ ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଲାମ…
କରୋନା ମୁକାବିଲା ପାଇଁ ଶିକ୍ଷୟତ୍ରୀ, ଶିକ୍ଷକଙ୍କୁ ତାଲିମ
ସମ୍ବଲପୁର,୧୦।୪(ବ୍ୟୁରୋ): ସମ୍ବଲପୁରର ବିଭିନ୍ନ ସ୍କୁଲର ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ କରୋନା ମୁକାବିଲା ପାଇଁ ନିୟୋଜିତ କରାଯିବ । ଏ ନେଇ ଶୁକ୍ରବାର ସହରର ୧୫ଟି ସ୍କୁଲରେ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୭୫୦ ଜଣ ଶିକ୍ଷୟିତ୍ରୀ, ଶିକ୍ଷକ…
୧୨ଜଣଙ୍କୁ ଦିଆଗଲା କୁକୁର କାମୁଡା ଇଞ୍ଜେକସନ
ଜୁନାଗଡ,୯।୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହରରେ ଗତ ୨ଦିନ ହେଲା ବୁଲା କୁକୁରଙ୍କ ଆତଙ୍କ ଦେଖିବାକୁ ମିଳିଛି। ସହରର ବିଭିନ୍ନ ପଡାରେ ଏହି କୁକୁରମାନେ ୨୦ଜଣଙ୍କୁ କାମୁଡିଥିବା ଅଭିଯୋଗ ହୋଇଥିଲା। ତେବେ ଜୁନାଗଡ ଡାକ୍ତରଖାନାରେ କୁକୁର କାମୁଡା ଇଞ୍ଜେକସନ ନ ଥିବାରୁ…
ଲକ୍ଡାଉନ୍ ନିୟମ ଉଲ୍ଲଂଘନ: ସିଲ୍ ହେଲା ମଦ ଦୋକାନ
ଡେରାବିଶ, ୯।୪ (ସ୍ବ.ପ୍ର.)-ମହାମାରୀ କରୋନାକୁ ସାରାଦେଶରେ ଲକ୍ଡାଉନ୍ କରାଯାଇଥିବା ବେଳେ ରାଜ୍ୟରେ ଏହାକୁ କଡ଼ାକଡ଼ି କରାଯାଇଛି। ଲକ୍ଡାଉନ୍ ସମୟରେ ସମସ୍ତ ମଦ ଦୋକନ ବନ୍ଦ ରହିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ହେଲେ କେନ୍ଦ୍ରାପଡ଼ା ବ୍ଲକ ଅଧୀନ ବାଲିଆ ବଜାରରେ ଥିବା…
ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ: ଆଳିର ୧୧ଗାଁ ସିଲ୍
କେନ୍ଦ୍ରାପଡା ଅଫିସ/ଆଳି (ଡି.ଏନ୍.ଏ.), ୭।୪- କେନ୍ଦ୍ରାପଡ଼ା ଜିଲାର ପ୍ରଥମ କରୋନା ସଂକ୍ରମିତଙ୍କୁ ସୋମବାର ଚିହ୍ନଟ କରାଯାଇଛି। ଆଳି ଅଞ୍ଚଳରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଜିଲା ପ୍ରଶାସନ ସହାୟତାରେ ତାଙ୍କୁ କଟକ କୋଭିଡ୍ ହସ୍ପିଟାଲ୍କୁ ପଠାଯାଇଛି। ସୋମବାର ରାତିରେ ଆଳିର…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା
ନାଉଗଁା, ୬।୪ (ସ୍ବ.ପ୍ର.)-କୋଭିଡ୍-୧୯ର ମୁକାବିଲା ପାଇଁ ଫିଲ୍ମ ତାରକାଙ୍କଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ସଂଗଠନ ଓ ସାଧାରଣ ଲୋକେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏହି କ୍ରମରେ ନାଉଗଁା ବ୍ଲକ…
ଲକ୍ଡାଉନ୍ ନିୟମ ଉଲ୍ଲଘଂନ, ୧୦ ଅଟକ
ନୟାଗଡ ଅଫିସ୍/ଓଡ଼ଗାଁ, ୬।୪- ଲକ୍ଡାଉନ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ସରଣକୁଳ ଥାନା ପୋଲିସ ନରେନ୍ଦ୍ରପୁର ଗ୍ରାମର ୧୦ ଜଣଙ୍କୁ ଅଟକ ରଖିଛି। ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାରଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ…
ଝାରସୁଗୁଡାରେ ହେବ ୧୫୦ ଶଯ୍ୟାବିଶିଷ୍ଟ ଅସ୍ଥାୟୀ କୋଭିଡ ହସ୍ପିଟାଲ
ଝାରସୁଗୁଡା ଅଫିସ,୩୧ା୩-ମଙ୍ଗଳବାର ଝାରସୁଗୁଡା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲା ସ୍ବାସ୍ଥ୍ୟ ବିଭାଗ ଓ କରୋନା ମୁକାବିଲା ପାଇଁ ସମୀକ୍ଷା କରାଯାଇଛି। ବୈଠକରେ ଉପସ୍ଥିତ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କହିଲେ ଯେ, ଯେ ରାଜ୍ୟର ସବୁ ଜିଲାରେ କୋଭିଡ୍ ହସ୍ପିଟାଲ ସ୍ଥାପନ…
ସକାଳ ହେଲେ ପରିବାର ମୁହଁରେ ଆହାର ଦେବାକୁ ଚିନ୍ତା
ସମ୍ବଲପୁର,୩୧।୩(ବ୍ୟୁରୋ)-କରୋନା ଭୂତାଣୁ ଭୟ ସମସ୍ତଙ୍କ ଭିତରେ ଭୟ ସୃଷ୍ଟି କରିଛି। କରୋନା କଟକଣା ଶ୍ରମିକ, ଛୋଟ ଚା, ପାନ, ଜଳଖିଆ ଦୋକାନୀଙ୍କୁ କଷଣ ଦେଇଛି । ସେମାନଙ୍କ ଜୀବନ ଦୁଃଖରେ ବିତୁଛି । ତେବେ ସମ୍ବଲପୁର ରେଳ ଷ୍ଟେଶନ, ବସଷ୍ଟାଣ୍ଡ, ଧାର୍ମିକ…
ରାଜପଥ ପାର୍ଶ୍ୱରେ ଖୋଲିବ ଢାବା, ଗ୍ୟାରେଜ: ନିର୍ଦ୍ଦେଶ ଦେଲା ଜିଲା ପ୍ରଶାସନ
ବାଲେଶ୍ୱର ଅଫିସ, ୨୯।୩-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶବ୍ୟାପୀ ଲକଡାଉନ ଘୋଷଣା କରାଯାଇଛି। ଏହାକୁ ନଜରରେ ରଖି ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସୁବିଧା ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ରାଜ୍ୟ ବାହାରୁ ଆସୁଥିବା ମାଲବାହୀ ଗାଡିଗୁଡ଼ିକର…
ଲକ୍ଡାଉନ୍: ଆଗଭଳି ଚାଲିଛି ଶିଳ୍ପସଂସ୍ଥା
ପାରାଦୀପ, ୨୯।୩ (ସ୍ବ.ପ୍ର.)-କରୋନା ପାଇଁ ସାରା ଦେଶରେ ଲକ୍ଡାଉନ୍ କରାଯାଇଥିବା ବେଳେ ପାରାଦୀପରେ ଏହାର ପ୍ରଭାବ ଦେଖିବାକୁ ମିଳୁନି। ପାରାଦୀପର ବିଭିନ୍ନ ଶିଳ୍ପ ସଂସ୍ଥା ଚାଲୁ ରହିଥିବା ବେଳେ ଏଠାକୁ ଶ୍ରମିକମାନେ ଯା’ଆସ କରୁଛନ୍ତି। ତେବେ ବିଭିନ୍ନ ଶିଳ୍ପ ସଂସ୍ଥାର ଉତ୍ପାଦନ…
ବରିଷ୍ଠ ଆଦିବାସୀ ନେତା କୁମୁଟି ମାଝିଙ୍କ ପରଲୋକ
ଭବାନୀପାଟଣା, ୨୮।୩ (ଡି.ଏନ.ଏ.): ବରିଷ୍ଠ ଆଦିବାସୀ ନେତା ତଥା ନିୟମଗିରି ସୁରକ୍ଷା ସମିତିର ପୂର୍ବତନ ସଭାପତି କୁମୁଟି ମାଝିଙ୍କ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ୭୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନରୁ ନିୟମଗିରି ଆନ୍ଦୋଳନରେ ସାମିଲ ହୋଇ ଆଦିବାସୀ…

