ଅନ୍ତର୍ଜାତୀୟ

ସୁଦାନରେ ଫସିଥିବା ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କରିବାକୁ ପ୍ରସ୍ତାବ ଦେଲା ଭାରତ, ବୈଦେଶିକ ମନ୍ତ୍ରୀ କଲେ ପ୍ରଶଂସା

ନୂଆଦିଲ୍ଲୀ/କଲମ୍ବୋ,୨୫।୪: ସୁଦାନରେ ଚାଲିଥିବା ଗୃହ ଯୁଦ୍ଧ ମଧ୍ୟରେ ବିଭିନ୍ନ ଦେଶର ନାଗରିକ ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ସବୁ ଦେଶ ଚେଷ୍ଟା ଜାରି ରଖିଛନ୍ତି। ଏହି ଗୃହ ଯୁଦ୍ଧ ମଧ୍ୟରେ ଭାରତ ଦ୍ୱାରା ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କରିବାକୁ…

ପାକିସ୍ତାନର ଆତଙ୍କବାଦ ନିରୋଧୀ କେନ୍ଦ୍ର ବିସ୍ଫୋରଣ ଘଟଣାରେ ଆତଙ୍କବାଦୀଙ୍କ ହାତ ନାହିଁ…

ଇସଲାମାବାଦ,୨୫।୪ : ପାକିସ୍ତାନର ଆତଙ୍କବାଦ ନିରୋଧୀ କେନ୍ଦ୍ରରେ ଘଟିଥିବା ବିସ୍ଫୋରଣ ନେଇ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ଘଟଣା ପଛରେ ଆତଙ୍କବାଦୀଙ୍କ ହାତ ନାହିଁ ବୋଲି ପୋଲିସ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ସୋମବାର ରାତି ୮ଟା ୨୦ରେ ଏହି…

ଜାପାନରେ ହୋଇପାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ, ଜି-୨୦ ଶିଖର ସମ୍ମିଳନି ପରେ ଭାଙ୍ଗିପାରେ ସଂସଦ

ଟୋକିଓ,୨୫।୪: ଜାପାନରେ ଶାସକ ଲିବରାଲ ଡେମୋକ୍ରାଟିକ ପାର୍ଟି(ଏଲଡିପି)ରେ ସଂସଦର ନିମ୍ନ ଗୃହ ଡାଏଟକୁ ମଧ୍ୟବର୍ତ୍ତିକାଳୀନ ନିର୍ବାଚନକୁ ନେଇ ବିଚାର ଆରମ୍ଭ ହୋଇଛି। ରବିବାର ଦେଶରେ ଆସିଥିବା ୫ଟି ଉପନିର୍ବାଚନ ଫଳାଫଳରେ ଦଳ ଏକ ବଡ ସଫଳତା ପାଇବା ପରେ ଦଳର ନେତୃତ୍ୱ…

ପାକିସ୍ତାନୀ ସେନା ମୁଖ୍ୟ ଚାଇନାରେ…

ଇସଲାମାବାଦ/ବେଜିଂ,୨୫।୪ : ଚାରି ଦିନିଆ ସରକାରୀ ଗସ୍ତରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଚାଇନାରେ ପହଞ୍ଚିଛନ୍ତି। ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କ ବୃଦ୍ଧି ପାଇଁ ଏହି ଗସ୍ତ ଲକ୍ଷ୍ୟ କରାଯାଇଛି। ଗତ ବର୍ଷ ନଭେମ୍ବରରେ ପାକିସ୍ତାନୀ ସେନାର କମାଣ୍ଡର ଦାୟିତ୍ୱ…

ଅନ୍ୟ ଦେଶ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଚାହୁଁ: ଜିନପିଙ୍ଗ…

ବେଜିଂ,୨୫।୪ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଭାରତର ରାଷ୍ଟ୍ରଦୂତ ପ୍ରଦୀପ କୁମାର ରାୱତ ଏବଂ ଆମେରିକାର ରାଷ୍ଟ୍ରଦୂତ ରବର୍ଟ ନିକୋଲାସ ବର୍ନସଙ୍କ ସମେତ ୭୦ ଟି ଦେଶର ରାଷ୍ଟ୍ରଦୂତଙ୍କ ପରିଚୟପତ୍ର ଗ୍ରହଣ କରିଛନ୍ତି। ପୂର୍ବ ଲଦାଖରେ ଚାଇନା ସହ ଚାଲିଥିବା…

ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଆବଶ୍ୟକ: ଚାଇନା…

ବେଜିଂ,୨୫।୪ : ଭାରତ ଏବଂ ଚାଇନା ମଧ୍ୟରେ ୧୮ ତମ ରାଉଣ୍ଡ କର୍ପସ କମାଣ୍ଡର ବୈଠକ ପରେ ଚାଇନା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିବୃତ୍ତି ଦିଆଯାଇଛି। ବୈଠକରେ ସମ୍ପର୍କରେ କୁହାଯାଇଛି , ସୀମା ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଉଭୟ ଚାଇନା…

ରୁଷିଆ-ୟୁକ୍ରେନ ଯୁଦ୍ଧ:ଆମେରିକା ଯୋଗୁ ବଢୁଛି ନ୍ୟୁକ୍ଲିୟର ଯୁଦ୍ଧ ଆଶଙ୍କା

ମସ୍କୋ,୨୫।୪: ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧକୁ ୧୪ମାସରୁ ଅଧିକ ସମୟ ହୋଇଗଲାଣି। କିନ୍ତୁ ଏହା ଥମିବାର ନାଁ ନେଉନାହିଁ। ଯୁଦ୍ଧ ଯୋଗୁ ଦୁଇଦେଶକୁ ବହୁ କ୍ଷତି ସହିବାକୁ ପଡୁଛି। ଇତି ମଧ୍ୟରେ ଏକ ଗଣମାଧ୍ୟମ ସଂସ୍ଥାକୁ ରୁଷିଆର ବୈଦେଶିକ ମନ୍ତ୍ରାଳୟର ପରମାଣୁ…

ସୀମାପାର ଆତଙ୍କବାଦର ଅଭ୍ୟାସ କରୁଥିବା ପଡୋଶୀଙ୍କ ସହ ସମ୍ପର୍କ ରଖିବା କଷ୍ଟକର, ପାକିସ୍ତାନକୁ ଟାର୍ଗେଟ କଲେ ଜୟଶଙ୍କର

ପନାମା ସିଟି,୨୫।୪: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବେ ଦକ୍ଷିଣ ଆମେରିକା ଗସ୍ତରେ ଅଛନ୍ତି। ଜୟଶଙ୍କର ସୋମବାର(ସ୍ଥାନୀୟ ସମୟ) ପରୋକ୍ଷ ଭାବେ ପାକିସ୍ତାନକୁ କଟାକ୍ଷ କରିଛନ୍ତି ଓ କହିଛନ୍ତି ଏମିତି ଏକ ପଡୋଶୀ ଦେଶ ସହ ଯୋଡି ହେବା କଷ୍ଟକର…

ପାକିସ୍ତାନକୁ ନୁହେଁ ଚାଇନାକୁ ବଡ ସାମରିକ ଚ୍ୟାଲେଞ୍ଜ ମାନନ୍ତି ଭାରତୀୟ, ଆମେରିକା ସାଂସଦ କହିଲେ ଏହାର କାରଣ

ଓ୍ବାଶିଂଟନ,୨୫।୪: ଆମେରିକାରେ ଥିବା ମୂଳ ଭାରତୀୟ ସାଂସଦ ରୋ ଖନ୍ନା କହିଛନ୍ତି, ଏବେ ଭାରତୀୟମାନେ ପାକିସ୍ତାନକୁ ନୁହେଁ ବରଂ ଚାଇନାକୁ ସବୁଠାରୁ ବଡ ସାମରିକ ଚ୍ୟାଲେଞ୍ଜ ବୋଲି ମାନୁଛନ୍ତି। ସେ କହିଛନ୍ତି ଆମେରିକାକୁ ଚାଇନା ସହ ତା’ର ସମ୍ପର୍କକୁ ପୁଣିଥରେ ସନ୍ତୁଳିତ…

ସୁଦାନରେ ୪ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ପରେ ୭୨ ଘଣ୍ଟାର ସିଜଫାୟାର ଲାଗୁ, ଖୁବଶୀଘ୍ର ଉଦ୍ଧାର ହୋଇପାରନ୍ତି ଭାରତୀୟ

ଖାରତୋମ,୨୫।୪: ହିଂସାଗ୍ରସ୍ତ ସୁଦାନରେ ଦୁଇ ପକ୍ଷର ଜେନରାଲ ୭୨ ଘଣ୍ଟାର ସିଜଫାୟାର ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି। ଆମେରିକାର ବିଦେଶ ମନ୍ତ୍ରୀ ଏଣ୍ଟନି ବ୍ଲିଙ୍କନ ଏହି ସୂଚନା ଦେଇଛନ୍ତି। ପ୍ରାୟ ୧୦ ଦିନର ଲଢେଇ, ଶହ ଶହ ଲୋକଙ୍କ ମୃତ୍ୟୁ ଓ ବହୁ…

ଉତ୍ତରାଧିକାରୀ ଚୟନ ପାଇଁ ହୁଏ ଅଡିଶନ୍‌

ପ୍ୟାରିସ,୨୫ା୪: ଫୋର୍ବସ୍‌ ମାଗାଜିନ୍‌ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାର ଶୀର୍ଷରେ ଥିବା ଲଗ୍‌ଜୁରୀ ବ୍ରାଣ୍ଡ୍‌ ଲୁଇ ଭୁଇଟୋନ(ଏଲ୍‌ଭିଏମ୍‌ଏଚ୍‌) ଅଧ୍ୟକ୍ଷ ବର୍ନାର୍ଡ ଆର୍ନଲ୍ଡଙ୍କ ସମ୍ପର୍କରେ ଏବେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ବିଶ୍ୱର ସବୁଠୁ ଧନୀ ହେବାପରଠୁ ୭୪ବର୍ଷୀୟ ବର୍ନାର୍ଡଙ୍କ…

ପୋଲିସ ଷ୍ଟେଶନରେ ଆତ୍ମଘାତୀ ଆକ୍ରମଣ: ୧୨ ମୃତ

ଇସଲାମାବାଦ,୨୫।୪: ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପାଖ୍ଟନଖୱା ପ୍ରଦେଶର ଏକ ପୋଲିସ ଷ୍ଟେଶନରେ ସୋମବାର ଆତ୍ମଘାତୀ ଆକ୍ରମଣ ହୋଇଛି। ଏଥିରେ ୧୨ ଜଣ ପୋଲିସ କର୍ମଚାରୀ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ସ୍ବାତ ଉପତ୍ୟକାର କବାଲ ପୋଲିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri