ଅନ୍ତର୍ଜାତୀୟ

ମେକ୍ସିକୋର ପେମେକ୍ସ ତୈଳ କମ୍ପାନୀରେ ଅଗ୍ନିକାଣ୍ଡ

ମେକ୍ସିକୋ,୮।୭: ମେକ୍ସିକୋର ତୈଳ କମ୍ପାନୀ ପେମେକ୍ସ ଦ୍ୱାରା ପରିଚାଳିତ ଏକ ଅଫଶୋର ପ୍ଲାଟଫର୍ମରେ ଅଗ୍ନିକାଣ୍ଡ ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ଜଣେ ନିଖୋଜ ହେବା ସହ ୬ଜଣ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡରେ ତୈଳ ଉତ୍ପାଦନ ବହୁ ମାତ୍ରାରେ ପ୍ରଭାବିତ…

ଖାଲିସ୍ତାନୀଙ୍କ ‘କିଲ ଇଣ୍ଡିଆ’ ରାଲି ପୂର୍ବରୁ କାନାଡାରେ ଲାଗିଲା ପୋଷ୍ଟର

ଓଟଓ୍ବା,୮।୭: ବ୍ରିଟେନ, ଆମେରିକା ଏବଂ କାନାଡାର ବିଭିନ୍ନ ସହରରେ ଖାଲିସ୍ତାନ ସମର୍ଥକମାନେ ଭାରତ ବିରୋଧରେ ରାଲିର ଆୟୋଜନ କରୁଛନ୍ତି। ‘କିଲ ଇଣ୍ଡିଆ’ ବ୍ୟାନରରେ ରାଲିର ଆୟୋଜନ କରାଯାଉଛି, ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜରଙ୍କ ନାମରେ ଆୟୋଜିତ ଏହି ସମାବେଶର ଉଦ୍ଦେଶ୍ୟ…

କୋଠା ଭୁଶୁଡି ୮ମୃତ, ୫ନିଖୋଜ

ବ୍ରାସିଲା,୮।୭: ବ୍ରାଜିଲର ଉତ୍ତର-ପୂର୍ବ ରାଜ୍ୟ ପର୍ନାମ୍ବକୋରେ ଏକ କୋଠା ଭୁଶୁଡ଼ିବା ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ପାଞ୍ଚ ଜଣ ନିଖୋଜ ଥିବା ଜଣାପଡିଛି। ନାଗରିକ ସୁରକ୍ଷା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଦୁର୍ଘଟଣାର କାରଣ ଏଯାଏଁ ଜଣାପଡି ନାହିଁ।…

ଦୁଇ ଆତଙ୍କବାଦୀଙ୍କୁ ଫାଶୀ ଦଣ୍ଡ ଦେଲା ଇରାନ

ତେହେରାନ,୮।୭: ଶିଆ ମନ୍ଦିର ଉପରେ ଆକ୍ରମଣ ଘଟଣାରେ ଇରାନ ଦୁଇ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛି। ଇରାନର ସରକାରୀ ନ୍ୟୁଜ ଏଜେନ୍ସି ଆଇଆରଏନଏ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଶିରାଜ ସହରରେ ଶନିବାର ଦୁଇଜଣଙ୍କୁ ଫାଶୀ ଦିଆଯାଇଛି। ସୂଚନାଯୋଗ୍ୟ, ମନ୍ଦିରରେ ଲଗାଯାଇଥିବା ସିସିଟିଭି ଫୁଟେଜ୍‌…

ଗିଲଗିତ-ବାଲତିସ୍ତାନରେ ରାଜେନୈତିକ ସଙ୍କଟ; ମେଣ୍ଟ ସରକାର ଗଠନ ହେବା ନେଇ ଚର୍ଚ୍ଚା

ଇସଲାମବାଦ,୮।୭: ପାକିସ୍ତାନର ଗିଲଗିତ-ବାଲତିସ୍ତାନରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଜୁଲାଇ ୪ରେ ଗିଲଗିତ-ବାଲତିିସ୍ତାନର ଏକ ଅପିଲ କୋର୍ଟ ମୁଖ୍ୟମନ୍ତ୍ରୀ ଖାଲିଦ ଖୁରସିଦଙ୍କ ନକଲି ଆଇନ ଡିଗ୍ରୀ ଯୋଗୁ ତାଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଏହି ଘଟଣା ପରଠାରୁ ସେଠାରେ ରାଜନୈତିକ ସଙ୍କଟ ଘନେଇଛି।…

ତୁର୍କୀ ଯିବେ ପୁଟିନ୍‌, ୟୁକ୍ରେନ ସହ କଏଦୀଙ୍କ ଅଦଳବଦଳ ଉପରେ ହେବ ଚର୍ଚ୍ଚା

ମସ୍କୋ,୮।୭: ଗତ ୧୬ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ୟୁକ୍ରେନ ଉପରେ ଆକ୍ରମଣ କରିଥିବାରୁ ପାଶ୍ଚାତ୍ୟ ଦେଶଗୁଡିକର ବହୁ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ତେବେ ତାଙ୍କର ସହଯୋଗୀମାନେ ତାଙ୍କୁ ସମର୍ଥନ…

ସ୍ତ୍ରୀଙ୍କୁ ମାରିବା ପରେ ତାଙ୍କ ମସ୍କିଷ୍କକୁ ଖାଦ୍ୟରେ ଖାଇଲେ!

ମେକ୍ସିକୋ,୮।୭: ମେକ୍ସିକୋରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ୩୨ ବର୍ଷୀୟ ମେକ୍ସିକାନ ବ୍ୟକ୍ତି ଅମାନୁଷିକତାର ସମସ୍ତ ସୀମା ଅତିକ୍ରମ କରିଛନ୍ତି। ଏହି ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀଙ୍କୁ ମାରିବା ପରେ ସ୍ତ୍ରୀଙ୍କ ମସ୍କିଷ୍କକୁ ଖାଦ୍ୟରେ ମିଶାଇ ଖାଇଛନ୍ତି। ସୂଚନାଯୋଗ୍ୟ, ବ୍ୟକ୍ତି ଜଣକ…

ଚାଇନା ସେନା ବିକଶିତ କରୁଛନ୍ତି ମସ୍ତିଷ୍କକୁ ଆଘାତ କରିପାରିବା ଭଳି ଅସ୍ତ୍ର, ବିଶ୍ୱ ପାଇଁ ହୋଇପାରେ ସତର୍କ ଘଣ୍ଟି

ବେଜିଂ,୮।୭: କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା (ସିସିପି) ଏବଂ ଚାଇନା ସେନାବାହିନୀ ବର୍ତ୍ତମାନ ଏକ ନୂତନ ପ୍ରକାରର ଜୈବିକ ଅସ୍ତ୍ର ପ୍ରସ୍ତୁତ କରୁଛନ୍ତି। ଏହି ଅସ୍ତ୍ର ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।…

ବିଚାର କରିବ ପିସିଏ

ଆମଷ୍ଟରଡାମ୍‌/ଇସ୍‌ଲାମାବାଦ/ନୂଆଦିଲ୍ଲୀ,୮ା୭: ସିନ୍ଧୁନଦୀ ଜଳ ବିବାଦ ମାମଲାରେ ନେଦରଲାଣ୍ଡ୍‌ସର ହେଗ୍‌ସ୍ଥିତ ପର୍ମାନେଣ୍ଟ କୋର୍ଟ ଅଫ୍‌ ଆର୍ବିଟ୍ରେଶନ୍‌ (ପିସିଏ)ରେ ଗୁରୁବାର ଭାରତ ବିରୋଧରେ ପାକିସ୍ତାନ ବଡ଼ ବିଜୟ ଲାଭ କରିଛି। ସିନ୍ଧୁନଦୀ ଅବବାହିକାରେ କିଷନଗଙ୍ଗା ଓ ରତଲେ ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ନେଇ ପାକିସ୍ତାନର ଆବେଦନ…

ଇସ୍ତଫା ଘୋଷଣା କଲେ ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ

ଆମଷ୍ଟରଡାମ,୮।୭: ମିଳିତ ସରକାରରେ ସ୍ଥାନାନ୍ତରଣ ନୀତି ଉପରେ ସହମତି ନ ଥିବାରୁ ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁଟ ଇସ୍ତଫା ଘୋଷଣା କରିଛନ୍ତି। ସ୍ଥାନାନ୍ତରଣ ନୀତିକୁ ନେଇ ମିଳିତ ଦଳ ମଧ୍ୟରେ ମତଭେଦ ପରେ ଡଚ ସରକାର ହ୍ରାସ ପାଇଛି ବୋଲି ସେ…

ପ୍ରତିଯୋଗିତା ଭଲ, ଛଳନା ନୁହେଁ: ମସ୍କ

ଓ୍ବାଶିଂଟନ୍‌,୮।୭: ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର ପ୍ରତିଦ୍ୱନ୍ଦ୍ୱୀ ଥ୍ରେଡ୍ସ ଲଞ୍ଚ ହେବାର କେଇ ଘଣ୍ଟା ମଧ୍ୟରେ ଟୁଇଟର ଓକିଲ ଆଲେକ୍ସ ସ୍ପିରୋ ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ନିକଟକୁ ଚିଠି ଲେଖିଛନ୍ତି। ଏଲନ ମସ୍କଙ୍କ ଟୁଇଟରର ଟ୍ରେଡ୍‌ ସିକ୍ରେଟ୍‌କୁ ବ୍ୟବହାର କରି ଥ୍ରେଡ୍ସ…

ଓ୍ବାଗନର୍‌ ମୁଖ୍ୟ ପ୍ରିଗୋଜିନଙ୍କ ମିଳୁନି ପତ୍ତା, ଗାୟବ କରିଦେଲେ କି ପୁଟିନ!

ମସ୍କୋ,୭।୭: ଋଷର ବିଦ୍ରୋହୀ ଏବଂ ଗୃହଭେଦୀ ଓ୍ବାଗନର ଗୋଷ୍ଠୀର ମୁଖ୍ୟ ୟେଭେଗେନି ପ୍ରିଗୋଜିନଙ୍କ ପତ୍ତା ମିଳୁନି। ସେ କେବେଠୁ ବେଲାଋଷ ଛାଡି ସାରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ବେଲଋଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍‌ ଲୁକାଶେଙ୍କୋ। ସେ କହିଛନ୍ତି, ପ୍ରିଗୋଜିନ ବେଲାଋଷରେ ନାହାନ୍ତି। ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri