ଥ୍ରେଡ୍ସକୁ ଧମକ ଦେଲା ଟୁଇଟର, କହିଲା ପ୍ରତିଯୋଗିତା ଭଲ, ପ୍ରତାରଣା ନୁହେଁ
ନୁୟର୍କ,୭।୭: ମେଟାର ନୂଆ ଟେଷ୍ଟ-ଆଧାରିତ ଆପ ଥ୍ରେଡ୍ସ ଆପ ଆରମ୍ଭ ହେବା ଦିନଠାରୁ ଆଇନଗତ ବିବାଦରେ ପରିଣତ ହୋଇଛି। ଏହାର ପ୍ରତିଦ୍ୱନ୍ଦ୍ୱୀ ଟୁଇଟର ମକଦ୍ଦମାର ଧମକ ଦେଇଛି। ଥ୍ରେଡ୍ସ ଏହାକୁ କପି କରିଥିବା ଅଭିଯୋଗ କରିଛି। ଉଲ୍ଲେଖନୀୟ ଯେ, ଗୁରୁବାର ଥ୍ରେଡ୍ସ…
ପାକିସ୍ତାନରେ ବନ୍ୟା ଆଶଙ୍କା, ଏ ପର୍ଯ୍ୟନ୍ତ ୫୫ ଲୋକଙ୍କ ମୃତ୍ୟୁ
ଇସଲାମାବାଦ,୭।୭: ପ୍ରବଳ ବର୍ଷା ହେତୁ ପାକିସ୍ତାନର ପୂର୍ବ ଲାହୋରରେ ବନ୍ୟା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ପାଣିପାଗ ସମ୍ବନ୍ଧୀୟ ଘଟଣା ଯୋଗୁଁ ୮ ଜଣ ପିଲାଙ୍କ ସମେତ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଗତ ଦୁଇ ସପ୍ତାହର…
ଭାରତୀୟ ଦୂତାବାସ ଉପରେ ହୋଇଥିବା ଘଟଣାକୁ ନିନ୍ଦା କଲା ଆମେରିକା ସାଂସଦ
ଓ୍ବାଶିଂଟନ୍,୭।୬: ଆମେରିକାରେ ଭାରତର ରାଷ୍ଟ୍ରଦୂତଙ୍କ ସମେତ ଅନେକ ସାଂସଦ ସାନ ଫ୍ରାନ୍ସିସ୍କୋରେ ଥିବା କନସୁଲେଟରେ ଖାଲିସ୍ତାନ ସମର୍ଥକଙ୍କ ଦ୍ୱାରା ନିଆଁ ଲଗାଇବା ଘଟଣାକୁ ନିନ୍ଦା କରିଛନ୍ତି। ମିଶିଗାନର ୧୩ ତମ ଜିଲା, ଜର୍ଜିଆର ୬ମ କଂଗ୍ରେସ ଜିଲା ଏବଂ ପେନସିଲଭାନିଆର ପ୍ରଥମ…
ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା
ଓ୍ବାଶିଂଟନ,୭ା୭: ଭାରତୀୟ ଦୂତାବାସ ଉପରେ ହୋଇଥିବା ଖାଲିସ୍ତାନୀ ଆକ୍ରମଣକୁ ଆମେରିକାର ଆଇନଜୀବୀମାନେ ନିନ୍ଦା କରିଛନ୍ତି। ସେମାନେ ଏହି ‘ଅପରାଧିକ କାର୍ଯ୍ୟ’ ପଛରେ ଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆମେରିକାର ଥିବା ଭାରତର ରାଷ୍ଟ୍ରଦୂତ ତରଣଜିତ୍ ସିଂ ସାନ୍ଧୁଙ୍କ…
ଦୁଇ ବସ୍ ଧକ୍କା: ୮୦ ଆହତ, ୧୮ ଗୁରୁତର
ନ୍ୟୁୟର୍କ,୭ା୭: ଆମେରିକାର ନ୍ୟୁୟର୍କ ସହରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି। ଏଠାରେ ଦୁଇଟି ବସ୍ ଧକ୍କାରେ ୮୦ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୧୮ ଜଣ ଗୁରୁତର ହୋଇଛନ୍ତି। ସୂଚନାନୁସାରେ, ଡବଲ ଡେକର୍ ଟୁର୍ ବସ୍ ପଛରୁ ଏକ ଯାତ୍ରୀବାହୀ…
ଥରିଲା ପାକିସ୍ତାନ
ଇସଲାମାବାଦ,୭ା୭: ଶୁକ୍ରବାର ସକାଳେ ପାକିସ୍ତାନ ଏବଂ ଇଣ୍ଡୋନେସିଆରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ତେବେ ଉଭୟ ଦେଶରେ ଭୂକମ୍ପର ତୀବ୍ରତା ଭିନ୍ନ ମାପ କରାଯାଇଛି। ପାକିସ୍ତାନରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୪.୩ ଥିବା ବେଳେ ଇଣ୍ଡୋନେସିଆରେ ୫.୬ ଥିଲା।…
ଫରାସୀ ପୋଲିସକୁ ସର୍ଭିଲାନ୍ସ କ୍ଷମତା
ପ୍ୟାରିସ୍,୭ା୭:ଜୁନ୍ ୨୭ରେ ପ୍ୟାରିସ୍ର ନାନ୍ଟେରେଠାରେ ୧୭ ବର୍ଷୀୟ ଡେଲିଭରି ଡ୍ରାଇଭର ନହେଲ ଏମ୍.ଙ୍କୁ ଜଣେ ପୋଲିସ ଅଫିସର ଗୁଳିକରି ହତ୍ୟା କରିବା ପ୍ରତିବାଦରେ ସାରା ଫ୍ରାନ୍ସରେ ଆନ୍ଦୋଳନର ନିଅଁା ଜଳୁଥିବାବେଳେ ମାକ୍ରଁଙ୍କ ସରକାର ପୋଲିସକୁ ସୁହାଇଲା ଭଳି ଏକ ବିବାଦୀୟ ଆଇନ…
ତାଞ୍ଜାନିଆରେ ହେବ ଆଇଆଇଟି କ୍ୟାମ୍ପସ୍
ନୂଆଦିଲ୍ଲୀ,୬ା୭: ଜାତୀୟ ଶିକ୍ଷାନୀତି (ଏନ୍ଇପି) ୨୦୨୦ରେ ଶିକ୍ଷାର ଅନ୍ତର୍ଜାତୀୟକରଣକୁ ଗୁରୁତ୍ୱ ଦିଆଯିବା ସହ ଉତ୍ତମ ପ୍ରଦର୍ଶନ କରୁଥିବା ଭାରତୀୟ ବିଶ୍ୱିବିଦ୍ୟାଳୟର ବିଦେଶରେ କ୍ୟାମ୍ପସ ପ୍ରତିଷ୍ଠା କରିବା ଲାଗି ସୁପାରିସ କରାଯାଇଥିଲା। ଏନେଇ ଆଇଆଇଟି ଭାରତ ବାହାରେ ଏହାର ପ୍ରଥମ କ୍ୟାମ୍ପସ୍ ତାଞ୍ଜାନିଆର…
ଦଲାଇଲାମାଙ୍କୁ ପ୍ରଶଂସା କଲେ ଆଣ୍ଟୋନି
ଓ୍ବାଶିଂଟନ,୬।୭: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଗୁରୁବାର ଭାରତର ତିବ୍ଦତୀୟ ଧର୍ମଗୁରୁଙ୍କୁ ତାଙ୍କର ୮୮ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଦଲାଇଲାମାଙ୍କ ଦୟା ଏବଂ ନମ୍ରତା ବିଶ୍ୱର ଅନେକଙ୍କ ପାଇଁ ପ୍ରେରଣା ଅଟେ। ବ୍ଲିଙ୍କେନ ଏହା ମଧ୍ୟ କହିଛନ୍ତି…
ଟୁଇଟରକୁ ଟକ୍କର ଦେବା ପାଇଁ ଥ୍ରେଡ୍ସ ଲଞ୍ଚ କଲେ ଜୁକରବର୍ଗ
ନୁୟର୍କ,୬।୭: ଫେସବୁକ ଏବଂ ଇନଷ୍ଟାଗ୍ରାମର ପ୍ୟାରେଣ୍ଟ କମ୍ପାନୀ ମେଟାର ବହୁ ପ୍ରତୀକ୍ଷିତ ସୋସିଆଲ ମିଡିଆ ପ୍ଲାଟଫର୍ମ ଥ୍ରେଡ୍ସ ଲଞ୍ଚ ହୋଇଯାଇଛି। ଥ୍ରେଡ୍ସ ହେଉଛି ଏକ ଟେଷ୍ଟ-ଆଧାରିତ ସୋସିଆଲ ମିଡିଆ ଆପ, ଯାହା ଏଲନ ମସ୍କଙ୍କ ଟୁଇଟରର ପ୍ରତିଦ୍ୱନ୍ଦ୍ୱୀ ଭାବରେ ଗଣାଯାଉଛି। ଏହି…
ପାକ୍ ସେନା ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣରେ ରହିଛି ଇମ୍ରାନ୍ଙ୍କ ନାଁ
ଇସଲାମାବାଦ,୬।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ)ମୁଖ୍ୟ ଇମ୍ରାନ୍ ଖାନଙ୍କ ସମସ୍ୟା କମିବାର ନେଉନାହାଁନ୍ତି। ମେ’୯ରେ ପାକିସ୍ତାନରେ ଘଟିଥିବା ହିଂସାରେ ସେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ସେ ମୋଟ ୬ଟି ମାମଲାରେ ନାମାଙ୍କିତ କରାଯାଇଛି। ବିଶେଷ କଥା ହେଉଛି…
ତୋଶାଖାନା ମାମଲାରେ କୋର୍ଟରେ ହାଜର ହେବାକୁ ଇମ୍ରାନ୍ଙ୍କୁ ମିଳିଲା ଗୋଟିଏ ଦିନ ଛୁଟି
ଇସଲାମାବାଦ,୬।୭: ପାକିସ୍ତାନର ଏକ କୋର୍ଟ ତୋଶାଖାନା ଦୁର୍ନୀତି ମାମଲାର ଶୁଣାଣି ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଗୋଟିଏ ଦିନ ଛୁଟି ପ୍ରଦାନ କରିଛନ୍ତି। ଏହି ମାମଲା ପାଇଁ ଶୁକ୍ରବାର ତାଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଇମ୍ରାନ୍ ଖାନ ଗୁରୁବାର…
Archives


