ମହାବାତ୍ୟା ରୂପ ନେଲା ‘ମୋଚା’, ଆଜି ବାଂଲାଦେଶ-ମ୍ୟାନମାରରେ ହେବ ମାଡ଼
ଢାକା,୧୪ା୫: ସାମୁଦ୍ରିକ ଝଡ଼ ‘ମୋଚା’ ଉଗ୍ର ରୂପ ଧାରଣ କରିଛି। ଏହା ବାଂଲାଦେଶ ଏବଂ ମ୍ୟାନମାର ଉପକୂଳରେ ଆଜି ଅର୍ଥାତ୍ ରବିବାର ମାଡ଼ ହୋଇପାରେ। ଏହି ବାତ୍ୟା ଦ୍ୱାରା ବାଂଲାଦେଶ ଏବଂ ମ୍ୟାନମାର ହଜାର ହଜାର ଲୋକ ପ୍ରଭାବିତ ହୋଇପାରନ୍ତି।...
ୟୁକ୍ରେନର ଆର୍ମସ ଡିପୋକୁ ଉଡାଇଲା ରୁଷିଆ, ୫୦ ମିଲିୟନର ଗୋଳାବାରୁଦ ନଷ୍ଟ
କ୍ୱିଭ,୧୪।୫: ରୁଷିଆ ପୁଣିଥରେ ଆକ୍ରଣମ ମୁଡରେ। ଏବେ ରୁଷିଆ ୟୁକ୍ରେନର ଆର୍ମସ ଡିପୋ ଉପରେ ଆକ୍ରମଣ କରିଛି। ରୁଷିଆର ଏହି ଆକ୍ରମଣ ଫଳରେ ୟୁକ୍ରେନର ପ୍ରାୟ ୫୦୦ ମିଲିନୟନ ଗୋଳା-ବାରୁଦ ନଷ୍ଟ ହୋଇଛି। ଏହାପରେ ଆକାଶରେ କେବଳ ଧୂଆଁ ଦେଖାଯାଇଥିଲା।...
‘ସେତେବେଳେ ତୁମେ ଜନ୍ମ ହୋଇ ନ ଥିବ ଯେବେ ମୁଁ…’ପାକିସ୍ତାନ ସେନା ପ୍ରବକ୍ତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଇମ୍ରାନ
ଇସଲାମାବାଦ,୧୪।୫: ପାକିସ୍ତାନରେ ପାକିସ୍ତାନ ତହରିକ ଏ ଇନସାଫ ପାର୍ଟିର ମୁଖ୍ୟ ଇମ୍ରାନ ଖାଁ ଏବେ ମୁଖରା ହୋଇ ସେନାର ଆଲୋଚନା କରିଛନ୍ତି। ଏବେ ଏକ ତାଜା ବୟାନରେ ଇମ୍ରାନ ସେନାକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି, ଯଦି ରାଜନୀତି...
ତୁର୍କୀ ରାଷ୍ଟ୍ରପତିଙ୍କ ପାଇଁ ବଡ ଚ୍ୟାଲେଞ୍ଜ, ଶେଷ ହୋଇପାରେ ଦୁଇ ଦଶକର ଶାସନ
ଅଙ୍କାରା,୧୪।୫: ତୁର୍କୀର ରାଷ୍ଟ୍ରପତି ରେସେପ ତୈୟପ ଏର୍ଦୋଗନଙ୍କ ପାଇଁ ରବିବାର ହେବାକୁ ଯାଉଥିବା ରାଷ୍ଟ୍ରପତି ଓ ସଂସଦୀୟ ନିର୍ବାଚନ ଖୁବ୍ ଚ୍ୟାଲେଞ୍ଜିଂ ହେବ ବୋଲି କୁହାଯାଉଛି। ଏହି ଚ୍ୟାଲେଞ୍ଜ ତାଙ୍କ ଦୁଇ ଦଶକର ଶାସନକୁ ଶେଷ ବି ଶେଷ କରିଦେଇପାରେ।...
ବାଇଡେନ ପ୍ରଶାସନରେ ପୁଣି ଜଣେ ଭାରତୀୟ ବଂଶୋଭବଙ୍କୁ ବଡ଼ ଦାୟିତ୍ୱ
ଓ୍ବାଶିଂଟନ,୧୪ା୫: ବୈଦେଶିକ ବିଭାଗରେ ମହିଳାଙ୍କ ସହ ଜଡ଼ିତ ବିଶ୍ୱସ୍ତରୀୟ ପ୍ରସଙ୍ଗ ପାଇଁ ଆମେରିକୀୟ ସିନେଟ୍ ଭାରତୀୟ ବଂଶୋବ ଗୀତା ରାଓ ଗୁପ୍ତାଙ୍କୁ ‘ଆମ୍ବାସଡର ଆଟ୍ ଲାର୍ଜ’ ଭାବରେ ନିଯୁକ୍ତି କରିଛି। ମନ୍ତ୍ରଣାଳୟ ଟୁଇଟ୍ କରି କହିଛି ଯେ, ଆମେରିକାର ବୈଦେଶିକ...
ଭୂକମ୍ପରେ ପୁଣିଥରେ ଥରିଲା ଆଫଗାନିସ୍ତାନ
କାବୁଲ,୧୪।୫: ଆଫଗାନିସ୍ତାନରେ ରବିବାର ପୁଣିଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ମପାଯାଇଛି। ଭୂକମ୍ପର ଗଭିରତା ୬୦ କିଲୋମିଟର ଥିବା କୁହାଯାଇଛି। ନାଶନାଲ ସେଣ୍ଟର ଫର ସିସମୋଲୋଜିର ସୂଚନା ଅନୁଯାୟୀ, ଭୂକମ୍ପର ଝଟକା ରାଜଧାନୀ କାବୁଲରୁ...
ଆଫଗାନିସ୍ତାନରେ ପ୍ରଥମ ପୋଲିଓ ସଂକ୍ରମିତ ଚିହ୍ନଟ
କାବୁଲ,୧୪।୫: ଆଫଗାନିସ୍ତାନରେ ୨୦୨୩ର ପ୍ରଥମ ପୋଲିସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଫଗାନିସ୍ତାନର ସ୍ବାସ୍ଥ୍ୟ ଅଧିକାରୀ ନାଙ୍ଗାହାରରେ ଜଣେ ପୋଲିଓ ସଂକ୍ରମିତ ଶିଶୁକୁ ଚିହ୍ନଟ କରିଛନ୍ତି। ସ୍ଥାନୀୟ ମିଡିଆ ସହାୟତାରେ ଏହି ସୂଚନା ଦିଆଯାଇଛି। ତାଲିବାନ ଶାସନରେ ଥିବା ଦେଶର ସ୍ବାସ୍ଥ୍ୟ...
ଏଆଇ ଜରିଆରେ ହଜାରେଙ୍କୁ ଡେଟ୍ କରୁଛନ୍ତି ମଡେଲ
ଟିବିଲିସି, ୧୪।୫: ଆଗାମୀ ଦିନରେ ମନୁଷ୍ୟର ଏକ ବଡ଼ ବିକଳ୍ପ ହେବାକୁଯାଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ। ମଣିଷ ଯେଉଁସବୁ କାମ କରୁଛି ତାକୁ ଅତି ସହଜରେ ବିନା ବାଧାରେ ଏଆଇ ମାଧ୍ୟମରେ କରାଯାଇପାରୁଛି। ଏହାର ବ୍ୟବହାର କରି ଜର୍ଜିଆର...
ପାକିସ୍ତାନ ଜେଲରୁ ମୁକୁଳିଲେ ୧୯୮ ଭାରତୀୟ ଧୀବର…
ଇସଲାମାବାଦ/ନୂଆଦିଲ୍ଲୀ,୧୩।୫ : ପାକିସ୍ତାନ ସରକାର ଅଟାରୀ-ୱାଘା ସୀମା ଦେଇ ୧୯୮ ଜଣ ଭାରତୀୟ ଧୀବରଙ୍କୁ ମୁକ୍ତ କରିଛନ୍ତି। ଭାରତୀୟ ସାମଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗ ସେମାନଙ୍କ ବିରୋଧରେ ହୋଇଥିଲା। ସେମାନଙ୍କୁ ପାକିସ୍ତାନୀ କର୍ତ୍ତୃପକ୍ଷ ଗିରଫ କରିଥିଲେ। ଗୁରୁବାର...
ତିନି ବର୍ଷ ହେବ ଶୁଖିଲା ପଡିଥିବା ଇଥିଓପିଆ-ସୋମାଲିଆରେ ବନ୍ୟା, ଲକ୍ଷ ଲକ୍ଷ ଲୋକେ ଛାଡୁଛନ୍ତି ଦେଶ
ଆଦିସ ଅବାବା/ମୋଗାଦିସୁ,୧୩।୫: ଏବେ ଇଥିଓପିଆ ଏବଂ ସୋମାଲିଆରେ ବନ୍ୟା ହୋଇଛି। ଚଳିତ ବର୍ଷ ମାର୍ଚ୍ଚରେ ପ୍ରବଳ ବର୍ଷା ହେତୁ ଅଚାନକ ଆସିଥିବା ବନ୍ୟାରେ ବହୁ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ତିନି ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। କୁହାଯାଉଛି କି...
ଆଫଗାନିସ୍ତାନରେ ପହଞ୍ଚିଲେ କତାର ପ୍ରଧାନମନ୍ତ୍ରୀ, ପଶ୍ଚିମ ଏସିଆ ରାଜନୀତିରେ ହୋଇପାରେ ବଡ ଧରଣର ପରିବର୍ତ୍ତନ
କାବୁଲ,୧୩।୫: କତାରର ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଶେଖ ମହମ୍ମଦ ବିନ ଅବଦୁଲ ରହମାନ ଅଲ ଥାନି ଶୁକ୍ରବାର ଆଫଗାନିସ୍ତାନ ଗସ୍ତରେ ଯାଇଛନ୍ତି। କନ୍ଧାରରେ କତାରର ପ୍ରତିନିଧି ମଣ୍ଡଳ ତାଲିବାନର ଶୀର୍ଷ ନେତାଙ୍କ ସହ ସାକ୍ଷାତ୍ କରିଛନ୍ତି। କତାର ପ୍ରଧାନମନ୍ତ୍ରୀଙ୍କ...
ମ୍ୟାନ୍ମାର ସୈନ୍ୟଙ୍କ ବର୍ବରତା: ୧୯ ଜଣଙ୍କୁ ମାରି ଜାଳିଦେଲେ
ବ୍ୟାଙ୍କକ୍, ୧୩ା୫: ମ୍ୟାନ୍ମାରର ସାମରିକ ସରକାର ଅମଳରେ ସେନା ବର୍ବରତା ସୀମା ଲଙ୍ଘିଛି। ସୈନ୍ୟମାନେ ୪ ଶିଶୁଙ୍କ ସମେତ ୧୯ ଗ୍ରାମବାସୀଙ୍କୁ ହତ୍ୟା କରିବା ପରେ ସେମାନଙ୍କ ମୃତଦେହକୁ ଜାଳିଦେଇଛନ୍ତି। ବାଗୋ ଅଞ୍ଚଳର ନ୍ୟାୟୁଙ୍ଗ୍ ପିନ୍ ଥର୍ ଗ୍ରାମରେ ବୁଧବାର...
Archives


