ଅନ୍ତର୍ଜାତୀୟ

ଚନ୍ଦ୍ରପୃଷ୍ଠରେ କେମିତି ସୃଷ୍ଟି ହେଉଛି ଜଳ, ଆମେରିକା ବୈଜ୍ଞାନିକଙ୍କ ବଡ ଖୁଲାସା

ଓ୍ବାଶିଂଟନ୍‌,୧୫।୯: ଚନ୍ଦ୍ରାୟାନ ୩ର ସଫଳ ଅବତରଣ ପରେ ସାରାବିଶ୍ୱର ନଜର ଭାରତ ଉପରେ ରହିଛି। ତେବେ ଚନ୍ଦ୍ରାୟାନର ପ୍ରଜ୍ଞାନ ନିଜ ଗବେଷଣାରେ ଚନ୍ଦ୍ରରେ ଅମ୍ଲଜାନ ଥିବା ନେଇ ସ୍ପଷ୍ଟ କରିଛି। ତେବେ ଭାରତର ପ୍ରଥମ ମୁନ ମିଶନ ଚନ୍ଦ୍ରାୟାନ ୧କୁ ନେଇ…

ବୁଡିଯିବ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ, ଇନ୍ଧନ ଅଭାବରୁ ବିମାନ ଉଡାଣ ବନ୍ଦ

ଇସଲାମବାଦ,୧୫।୯: ପାକିସ୍ତାନ ବର୍ତ୍ତମାନ ଅର୍ଥନୈତିକ ସଙ୍କଟ ସହ ରାଜନୈତିକ ଅଚଳାବସ୍ଥା ଦେଇ ଗତି କରୁଛି। ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସହ ପନିପରିବା ଓ ପେଟ୍ରୋଲର ଦର ହୁ ହୁ ହୋଇ ବଢି ଚାଲିଛି। ସେହିପରି ଦେଶରେ କାମଚଳା ସରକାର ମଧ୍ୟ…

ବାହାରିବ ଉତ୍ତର କୋରିଆରେ ୭୦ ବର୍ଷରୁ ଦବି ହୋଇଥିବା ଗୋଳା ବାରୁଦ

ମସ୍କୋ,୧୫।୯: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ସାକ୍ଷାତ ପରେ ବିଶ୍ୱର ବିଭିନ୍ନ ଦେଶ ତଥା ପାଶ୍ଚାତ୍ୟ ଦେଶମାନଙ୍କରେ ମଧ୍ୟ ଆଲୋଡ଼ନ ଆରମ୍ଭ ହୋଇଛି। ପ୍ରତିରକ୍ଷା ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି…

୧୦ ମିନିଟରେ ହଠାତ୍‌ ୨୮ ହଜାର ଫୁଟ ତଳକୁ ଖସିଲା ବିମାନ, ରାସ୍ତା ବଦଳାଇ ପହଞ୍ଚିଲା ବିମାନବନ୍ଦରରେ

ନଓ୍ବୋର୍କ,୧୫।୯: ଆମେରିକାର ଏକ ବିମାନ ସହ ନିକଟରେ ଏକ ଭୟାନକ ଘଟଣା ଘଟିଥିଲା। ନ୍ୟୁ ଜର୍ସିର ନଓ୍ବୋର୍କ ବିମାନବନ୍ଦରରୁ ଏକ ୟୁନାଇଟେଡ ଏୟାରଲାଇନ୍ସର ବିମାନ ମାତ୍ର ୧୦ ମିନିଟରେ ୨୮,୦୦୦ ଫୁଟ ତଳକୁ ଖସିଗଲା। କେବଳ ଏତିକି ନୁହେଁ, ଶହ ଶହ…

୨୦୨୫ସୁଦ୍ଧା ପାକିସ୍ତାନର ପରମାଣୁ ବୋମା ସଂଖ୍ୟା ୨୦୦ଟପିବ, ଆମେରିକା ବୈଜ୍ଞାନିକଙ୍କ ଦାବି

ଇସଲାମବାଦ,୧୫।୯: ପଡୋଶୀ ଦେଶ ପାକିସ୍ତାନ ପାଖରେ ରହିଛି ୧୭୦ଟି ପରମାଣୁ ବୋମା ଯାହା ୨୦୨୫ ସୁଦ୍ଧା ୨୦୦ଟପିବ ବୋଲି ଆଶଙ୍କା କରାଯାଉଛି। ଏସମ୍ପର୍କରେ ‘ବୁଲେଟିନ ଅଫ୍‌ ଦ ଆଟୋମିକ ସାଇଣ୍ଟିଷ୍ଟ’ରେ ପ୍ରକାଶିତ ‘ନ୍ୟୁକ୍ଲିଅର ନୋଟବୁକ୍‌’ ସ୍ତମ୍ଭରେ ୧୧ସେପ୍ଟେମ୍ବରରେ ଆଲେଖ୍ୟ ପ୍ରକାଶ ପାଇଛି।…

ରୁଷିଆର ଯୁଦ୍ଧ ବିମାନ କାରଖାନା ପରିଦର୍ଶନ କଲେ କିମ୍‌, ଚିନ୍ତାରେ ଆମେରିକା

ମସ୍କୋ,୧୫।୯: ଉତ୍ତର କୋରିଆର ଏକଛତ୍ରବାଦୀ ନେତା କିମ୍‌ ଜୋଙ୍ଗ ଉନ୍‌ ରୁଷିଆ ଗସ୍ତ ସମୟରେ ଏକ ମଞ୍ଜୁରୀପ୍ରାପ୍ତ ଯୁଦ୍ଧ ବିମାନ କାରଖାନା ପରିଦର୍ଶନ କରିଛନ୍ତି। ସେବେଠାରୁ ଆମେରିକା ଏବଂ ଏହାର ସହଯୋଗୀମାନଙ୍କ ମଧ୍ୟରେ ଭୟ ରହିଛି ଯେ, ବର୍ତ୍ତମାନ ୟୁକ୍ରେନରେ ରୁଷିଆର…

ପୁଟିନଙ୍କ ସଫଳତା ପଛରେ ରହିଛି ଏହି ମ୍ୟାଜିକ ନମ୍ବର!

ମସ୍କୋ,୧୫।୯: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶ୍ୱର ସବୁଠାରୁ ଶକ୍ତିଶାଳି ନେତାଙ୍କ ମଧ୍ୟରେ ଜଣେ। ଏବେ ପୁଟିନ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନଙ୍କ ସହ ସାକ୍ଷାତକାରକୁ ନେଇ ଅଛନ୍ତି ଚର୍ଚ୍ଚାରେ। ଅଙ୍କ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ପୁଟିନଙ୍କ ମୂଳ ସଂଖ୍ୟା…

୯ ଦିନ ପରେ ଖୋଲିଲା ଆଫଗାନିସ୍ତାନ-ପାକିସ୍ତାନ ସୀମା

କାବୁଲ,୧୫ା୯: ଦୀର୍ଘ ୯ ଦିନ ବନ୍ଦ ରହିବା ପରେ ଶୁକ୍ରବାର ଆଫଗାନିସ୍ତାନ-ପାକିସ୍ତାନର ମୁଖ୍ୟ ସୀମା ପୁଣି ଥରେ ଖୋଲାଯାଇଛି। ଦୁଇ ସପ୍ତାହର ସୈନ୍ୟବାହିନୀ ମଧ୍ୟରେ ଗୁଳି ବିନିମୟ ପରେ ଗତ ସପ୍ତାହରୁ ପଡ଼ୋଶୀ ଦେଶ ମଧ୍ୟରେ ଥିବା ଟୋର୍କହମ ସୀମା ବନ୍ଦ…

ପିଓକେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ, ୟୁଏଇର ଉପ-ପ୍ରଧାନମନ୍ତ୍ରୀ ଜାରି କଲେ ନକ୍ସା

ଅବୁଧାବି/ନୂଆଦିଲ୍ଲୀ,୧୫।୯: କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଆଉ ନିଜର ବନ୍ଧୁତ୍ୱପୂର୍ଣ୍ଣ ଦେଶର ସମର୍ଥନ ପାଇବ ନାହିଁ। ପାକିସ୍ତାନର ନିକଟବର୍ତ୍ତୀ ସଂଯୁକ୍ତ ଆରବ ଏମିରେଟ୍ସ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ବୀକାର କରିଛି। ଏଥିପାଇଁ ସଂଯୁକ୍ତ ଆରବ…

ଦୁଇ ସପ୍ତାହ ହେଲା ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଗାଏବ, ନଜରବନ୍ଦୀ ଆଶଙ୍କା କଲେ ଆମେରିକା ରାଷ୍ଟ୍ରଦୂତ

ଟୋକିଓ,୧୫ା୯: ଜାପାନରେ ଆମେରିକାର ରାଷ୍ଟ୍ରଦୂତ ରହମ ଇମାନୁଏଲ ଶୁକ୍ରବାର ଏକ ସୋସିଆଲ ମିଡିଆ ପୋଷ୍ଟରେ ପଚାରିଛନ୍ତି ଯେ, ଚାଇନା ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନଜରବନ୍ଦୀ ରଖାଯାଇଛି କି? ରାଷ୍ଟ୍ରଦୂତ କହିଛନ୍ତି, ଏହା ଗତ ଦୁଇ ସପ୍ତାହ ମଧ୍ୟରେ ଚାଇନାବାସୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢ଼ାଇଛି।…

୩୭ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇବ ଆମେରିକା, ରୁଷିଆକୁ ସହାୟତା କରୁଥିବା କମ୍ପାନୀ ମଧ୍ୟ ଏଥିରେ ସାମିଲ

ଓ୍ବାଶିଂଟନ୍‌,୧୫।୯: ଆମେରିକା ଏବଂ ରୁଷିଆ ମଧ୍ୟରେ ବିଦ୍ରୋହ ଜାରି ରହିଛି। ବର୍ତ୍ତମାନ ଆମେରିକା ୩୭ଟି ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛି। ବିଦେଶୀ ଗଣମାଧ୍ୟମ ଅନୁଯାୟୀ, ରୁଷିଆର ଶକ୍ତି ଉତ୍ପାଦନ ବୃଦ୍ଧି ଏବଂ ଭବିଷ୍ୟତରେ ରପ୍ତାନି କ୍ଷମତା ବୃଦ୍ଧି କରୁଥିବା ୩୭ଟି…

ଲିବ୍ୟାର ପ୍ରଳୟଙ୍କରୀ ବନ୍ୟାରେ ଫସିରହିଥିବା ୪ ଭାରତୀୟଙ୍କୁ ପଠାଗଲା ଭାରତ

ତିରପୋଲି,୧୫।୯: ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ଲିବ୍ୟାରେ ପ୍ରଳୟଙ୍କରୀ ବନ୍ୟା ତାଣ୍ଡବ ରଚିଛି। ଏହି କାରଣରୁ ୫୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ବିଦେଶୀ ଗଣମାଧ୍ୟମ ଅନୁଯାୟୀ, ଭାରତୀୟ ଦୂତାବାସ ସୁରକ୍ଷିତ ଭାବେ ଲିବ୍ୟାରେ ଫସି ରହିଥିବା ଚାରି ଜଣ ଭାରତୀୟଙ୍କୁ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?