ଅନ୍ତର୍ଜାତୀୟ

ଷ୍ଟିଲ ମିଲରେ ଭୟଙ୍କର ବିସ୍ଫୋରଣ: ୪ ମୃତ, ୫ ଆହତ

ବେଜିଂ,୨୩।୬: ଉତ୍ତର-ପୂର୍ବ ଚାଇନାର ଏକ ଷ୍ଟିଲ ମିଲରେ ଶୁକ୍ରବାର ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଅନ୍ୟପଟେ, ଆହତଙ୍କୁ…

ରୁଷିଆରୁ ଏସ୍‌-୪୦୦ କିଣିବା ଉପରେ ଭାରତକୁ କାହିଁକି ବ୍ୟାନ କଲାନି ଆମେରିକା? ପେଣ୍ଟାଗନ ଦେଲା ଉତ୍ତର

ଓ୍ବାଶିଂଟନ,୨୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ଭାରତ ରୁଷିଆରୁ ଅସ୍ତ୍ରଶସ୍ତ୍ର କିଣିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ରୁଷିଆରୁ ଭାରୀ ଅସ୍ତ୍ର କିଣୁଥିବା ଦେଶମାନଙ୍କ ଉପରେ ଆମେରିକା ଏହାର କଠୋର ନିୟମ ଲାଗୁ କରେ, ହେଲେ ଯେତେବେଳେ ଭାରତ…

କ’ଣ ଏହି ‘ସମୋସା କାଂକସ’, ୟୁଏସ କଂଗ୍ରେସରେ ଉଠିବା ପରେ ବାଜିଲା କରତାଳି

ଓ୍ବାଶିଂଟନ,୨୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଆମେରିକା ଗସ୍ତର ଦ୍ୱିତୀୟ ଦିନ ଗୁରୁବାର ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ସମ୍ପର୍କ ମଧ୍ୟରେ ମାଦି କହିଛନ୍ତି ଯେ ଭାରତରେ ଲକ୍ଷ ଲକ୍ଷ ଆମେରିକୀୟ…

ଆମେରିକା କଂଗ୍ରେସର ସଦସ୍ୟଙ୍କୁ ପ୍ରଶଂସା କଲେ ମୋଦି, ରାହୁଲଙ୍କୁ କଲେ ଟାର୍ଗେଟ

ଓ୍ବାଶିଂଟନ,୨୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ସହ ଆମେରିକାର ସମ୍ପର୍କକୁ ନେଇ ଉତ୍ସବ ପାଳନ ପାଇଁ ଏକାଠି ହୋଇଥିବା ଆମେରିକା କଂଗ୍ରେସର ସଦସ୍ୟଙ୍କୁ ପ୍ରଶଂସା କରିଛନ୍ତି। ଏହାକୁ ନେଇ ସେ କହିଛନ୍ତି, ଘର ଭିତରେ ବିଚାରର ପ୍ରତିଯୋଗୀତା ହେବା ଦରକାର, ହେଲେ…

ମୋଦିଙ୍କ ସହ ସଂଖ୍ୟାଲଘୁଙ୍କ ସ୍ଥିତି ବିଷୟରେ ଆଲୋଚନା କରିବା ଉଚିତ: ଓବାମା

ଓ୍ବାଶିଂଟନ,୨୩।୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭାରତରେ ସଂଖ୍ୟା ଲଘୁଙ୍କ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି,ଯଦି ଭାରତରେ ମୁସଲମାନ ସଂଖ୍ୟାଲଘୁଙ୍କ ଉପରେ ଧ୍ୟାନ ଦିଆ ନ ଗଲା ତେବେ ଭାରତ ଭାଙ୍ଗିଯାଇ ପାରେ ବା ବିଭାଜିତ…

‘ଆଦିପୁରୁଷ’ ଉପରେ ଲଗାଇଥିବା ବ୍ୟାନ ହଟାଇଲା ନେପାଳ, ହେଲେ କାଠମାଣ୍ଡୁ ମେୟର ଜିଦ୍‌ରେ ଅଟଳ କହିଲେ…

କାଠମାଣ୍ଡୁ,୨୩।୬: ବିବାଦ ମଧ୍ୟରେ ଫିଲ୍ମ ‘ଆଦିପୁରୁଷ’ର ନିର୍ମାତାମାନଙ୍କ ପାଇଁ ଏକ ଖୁସି ଖବର ଅଛି। ବାସ୍ତବରେ ନେପାଳରେ କିଛି ଦିନ ପାଇଁ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, ଯାହାକୁ ବର୍ତ୍ତମାନ ହଟାଇ ଦିଆଯାଇଛି। ଗୁରୁବାର ନେପାଳର କୋର୍ଟ ‘ଆଦିପୁରୁଷ’ ସମେତ ହିନ୍ଦୀ…

ବାଇଡେନଙ୍କ କଥା ଶୁଣି ହସି ହସି ବେଦମ ହେଲେ ମୋଦି

ଓ୍ବାଶିଂଟନ,୨୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ହ୍ବାଇଟ ହାଉସରେ ଆୟୋଜିତ ଷ୍ଟେଟ ଡିନରରେ ସାମିଲ ହୋଇଛନ୍ତି, ଯାହାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଫାଷ୍ଟ ଲେଡି ଜିଲ ବାଇଡେନ ହୋଷ୍ଟ କରିଥିଲେ। ଷ୍ଟେଟ ଡିନରର ମେନ୍ୟୁରେ ମ୍ୟାରିନେଟେଡ ମିଲେଟଠୁ ନେଇ…

ମୁକେଶ ଅମ୍ବାନୀଙ୍କ ଠାରୁ ସୁନ୍ଦର ପିଚାଇଙ୍କ ପର୍ଯ୍ୟନ୍ତ ମୋଦି-ବାଇଡେନଙ୍କ ଡିନରରେ ହୋଇଥିଲେ ସାମିଲ

ଓ୍ବାଶିଂଟନ,୨୩।୬: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ଲେଡି ଜିଲ ବାଇଡେନଙ୍କ ନିମନ୍ତ୍ରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ‘ଷ୍ଟେଟ ଡିନର’ରେ ସାମିଲ ହୋଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ରାତ୍ରୀ ଭୋଜନରେ…

ମୋଦିଙ୍କ ସହ ଚିୟର୍ସ କଲେ ବାଇଡେନ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩ା୬: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ହ୍ବାଇଟ୍‌ ହାଉସରେ ‘ଷ୍ଟେଟ୍‌ ଡିନର’ କରିଥିଲେ। ଏହି ସମୟରେ ପରସ୍ପର ଖୁସିର ମୁହୂର୍ତ୍ତ ବାଣ୍ଟିଥିଲେ। ରାଷ୍ଟ୍ରପତି ବାଇଡେନ ମଦ୍ୟପାନ ନ କରି ଟୋଷ୍ଟ ବା ଚିୟର୍ସ…

୭୯ ଥର ତାଳି ମାରିଲେ, ୧୫ ଥର ଠିଆହେଲେ, ସେଲ୍‌ଫି ନେବାକୁ ଲାଗିଲା ଭିଡ଼

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩ା୬: ଆମେରିକାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ସେଠାରେ ପ୍ରଧାନମନ୍ତ୍ରୀଙ୍କ ଶକ୍ତି ମଧ୍ୟ ଅକ୍ଷୁଣ୍ଣ ରହିଛି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଅନେକ ବଡ଼ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଆମେରିକା ସଂସଦର ମିଳିତ ଅଧିବେଶନରେ ସମ୍ବୋଧିତ…

‘ଟାଇଟାନ’ ବୁଡ଼ିବା ଘଟଣା: ୫ ମୃତ

ବୋଷ୍ଟନ,୨୩ା୬: ଉତ୍ତର ଆଟ୍‌ଲାଣ୍ଟିକରେ ନିଖୋଜ ହୋଇଯାଇଥିବା ଏକ ବୁଡ଼ା ଜାହାଜରେ ଥିବା ସମସ୍ତ ୫ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ସର୍ଚ୍ଚ ଅପରେଶନ ସମୟରେ ଟାଇଟାନିକ ଜାହାଜ ନିକଟରେ ନିଖୋଜ ବୁଡ଼ାଜାହାଜର ଭଗ୍ନାବଶେଷ ଦେଖିବାକୁ ମିଳିଥିଲା। ଆମେରିକାର କୋଷ୍ଟଗାର୍ଡ ଏହି ସୂଚନା…

ସ୍ତ୍ରୀଙ୍କୁ ନିଶା ଦେଇ ବଳାତ୍କାର ପାଇଁ ‘ଅତିଥି ନିମନ୍ତ୍ରଣ’

ପ୍ୟାରିସ୍‌,୨୩ା୬: ଫ୍ରାନ୍ସର ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ସବୁଦିନ ରାତିରେ ନିଶା ଦେଉଥିଲେ। ସେ ତାଙ୍କୁ ବଳାତ୍କାର କରିବା ଲାଗି ଅନ୍ୟ ପୁରୁଷମାନଙ୍କୁ ନିମନ୍ତ୍ରଣ କରୁଥିଲେ। ମହିଳା ଜଣକ ଏନେଇ କିଛି ଜାଣିପାରୁ ନ ଥିଲେ। ୨୦୧୧ରୁ ୨୦୨୦ ପର୍ଯ୍ୟନ୍ତ ଏପରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri