ମୋଦିଙ୍କ ସହ ସଂଖ୍ୟାଲଘୁଙ୍କ ସ୍ଥିତି ବିଷୟରେ ଆଲୋଚନା କରିବା ଉଚିତ: ଓବାମା

ଓ୍ବାଶିଂଟନ,୨୩।୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭାରତରେ ସଂଖ୍ୟା ଲଘୁଙ୍କ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି,ଯଦି ଭାରତରେ ମୁସଲମାନ ସଂଖ୍ୟାଲଘୁଙ୍କ ଉପରେ ଧ୍ୟାନ ଦିଆ ନ ଗଲା ତେବେ ଭାରତ ଭାଙ୍ଗିଯାଇ ପାରେ ବା ବିଭାଜିତ ହୋଇପାରେ।

ସିଏନଏନକୁ ଦେଇଥିବା ଏକ ସାକ୍ଷାତକାରରେ ଓବାମା କହିଛନ୍ତି ଯେ ଯଦି ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଥାଆନ୍ତି, ଯାହାଙ୍କୁ ମୁଁ ଭଲଭାବେ ଜାଣେ ତେବେ ତାଙ୍କୁ କହିଥାଆନ୍ତି ଯେ ଭାରତରେ ଯଦି ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସୁରକ୍ଷା ଦିଆ ନ ଯାଏ ତେବେ କୌଣସି ଏକ ପଏଣ୍ଟରେ ଭାରତ ବିଭାଜିତ ହୋଇପାରେ।
ଓବାମା ଆହୁରି ମଧ୍ୟ କହିଛନ୍ତି ଯେ ବାଇଡେନଙ୍କ ସହ ମୋଦି କଥା ହେବା ସମୟରେ ଭାରତରେ ମୁସଲମାନ ସଂଖ୍ୟାଲଘୁଙ୍କ ସୁରକ୍ଷା ବିଷୟରେ ଆଲୋଚନା କରିବା ଉଚିତ। ଯଦିଓ ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସହକର୍ମୀଙ୍କ ସହ ମାନବିକ ଅଧିକାର ବିଷୟରେ ଆଲୋଚନା କରିବା ଟିକେ କଷ୍ଟକର।
ଓବାମା କହିଛନ୍ତି ଯେ ‘ଆମେ ଦେଖିଛୁ ଯେ ଯେତେବେଳେ ଆଭ୍ୟନ୍ତରୀଣ ବିବାଦ ବଢେ, ସେତେବେଳେ ଏହା ଭାରତର ମୁସଲମାନମାନଙ୍କ ସ୍ବାର୍ଥରେ କିମ୍ବା ହିନ୍ଦୁମାନଙ୍କ ସ୍ବାର୍ଥରେ ରହିବ ନାହିଁ। ମୁଁ ଭାବୁଛି ଏହି ଜିନିଷଗୁଡ଼ିକ ଭଲ ଭାବରେ ବା ଖୋଲାଖୋଲି ଭାବେ କଥାବାର୍ତ୍ତା ହେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

IND vs IRE 1st T20I: ଭାରତ ପରାଜୟର ୩ ପ୍ରମୁଖ କାରଣ: ଆୟରଲ୍ୟାଣ୍ଡ ବିପକ୍ଷରେ କାହିଁକି ହାରିଲା ଭାରତ? ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟ ଇତିହାସରେ ଜୁନ ୨୬ (ଶୁକ୍ରବାର) ଏକ କଳା ଦିନ ଭାବରେ ଲିପିବଦ୍ଧ ହୋଇପାରେ। ଏହି ଦିନ, ପ୍ରଥମ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆ…

ମୌସୁମୀ ବର୍ଷାରେ ବିଳମ୍ବ, ଚାଷୀ ହତାଶ: ଜଳସେଚନ ସୁବିଧା ନାହିଁ

ନୂଆପଡ଼ା,୨୭ା୬ (ମକାରୁ ବେମାଲ):ନୂଆପଡା ଏକ କୃଷିପ୍ରଧାନ ଜିଲା। ଜିଲାର ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି। ଜଳସେଚିତ ଅଞ୍ଚଳକୁ ବାଦଦେଲେ ଅଣଜଳସେଚିତ ଅଞ୍ଚଳରେ ଚାଷୀ…

ମହାନଦୀ ଶୁଖିଲା, ସଙ୍କଟରେ ଜୀବନ ଜୀବିକା: ବର୍ଷାକୁ ଚାହିଁ ବସିଛନ୍ତି ଚାଷୀ

ଅମରପାଲି,୨୭ା୬(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲାର ଜୀବନରେଖା ଭାବେ ପରିଚିତ ମହାନଦୀ ଏବେ ଅନେକ ସ୍ଥାନରେ ଶୁଖିଲା ପଡ଼ିଥିବା ଦେଖାଯାଉଛି। ବିଶେଷକରି ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକର ନଦୀକୂଳିଆ ଗ୍ରାମଗୁଡ଼ିକର…

‘ହିଂସାର ମୁକାବିଲା ସମାନ ଭାଷାରେ ଦିଆଯିବ’ – ଇରାନକୁ କଡ଼ା ଚେତାବନୀ ଦେଲେ ଆମେରିକାର ଉପରାଷ୍ଟ୍ରପତି

ଓ୍ବାଶିଂଟନ,୨୭।୬: ହର୍ମୁଜ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଉତ୍ତେଜନା ଦେଖାଦେଇଛି, ଯାହା ଦୁଇ ଦେଶ ମଧ୍ୟରେ…

ସରିବାକୁ ଯାଉଛି ଧାନ କିଣାବିକା ଅବଧି: ମଣ୍ଡିରେ ପଡିଛି ୪ଲକ୍ଷ ୩୮ହଜାର ବସ୍ତାଧାନ

ପଦ୍ମପୁର, ୨୭।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଗତ ଖରିଫ ଭଳି ଚଳିତବର୍ଷ ରବିରେ ମଧ୍ୟ ମଣ୍ଡିରେ ଧାନ ବିକ୍ରିକୁ ନେଇ ଚାଷୀ ବିଭିନ୍ନ ସମସ୍ୟାର…

ବିପଦସଙ୍କୁଳ ବରଗଡ଼-ଭେଡ଼େନ କେନାଲ: ବାଲିବସ୍ତା ପ୍ୟାଚଅପ୍‌କୁ ବାଉଁଶ ବାଡ଼ ଭରସା

ବରଗଡ଼,୨୭।୬(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଚାଷକାର୍ଯ୍ୟ ଆରମ୍ଭ ହୋଇଯାଇଛି। କିନ୍ତୁ ଏପର୍ଯ୍ୟନ୍ତ କେନାଲ ପାଣି ଛଡ଼ାଯାଇ ନାହିଁ। ଅନ୍ୟପଟେ ବରଗଡ଼-ଭେଡ଼େନ କେନାଲର ଥୁକ୍‌ପାଲିସ୍‌ ମରାମତି ଚାଲିଛି। କେନାଲ ପାର୍ଶ୍ୱରେ ବାଲିବସ୍ତା,…

India vs Ireland: ଦ୍ୱିତୀୟ ଟି-୨୦ରେ ଖେଳିବେ ବୈଭବ ସୂର୍ଯ୍ୟବଂଶୀ? ଲଜ୍ଜାଜନକ ପରାଜୟ ପରେ ବଢ଼ିଲା ଅଭିଯୋଗ

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟ ଦଳ ଶୁକ୍ରବାର ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ ହାରିଗଲା, ବୈଭବ ସୂର୍ଯ୍ୟବଂଶୀଙ୍କୁ ସ୍ଥାନ ନ ଦେବା ନିଷ୍ପତ୍ତିକୁ ନେଇ କଡ଼ା ସମାଲୋଚନାର…

ଇସ୍ରାଏଲ-ଲେବାନନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଉପରେ ସହମତି; ହେଜବୋଲକୁ ନେଇ ଚେତାବନୀ ଦେଲେ ନେତାନ୍ୟାହୁ

ଜେରୁଜେଲମ,୨୭।୬: ଇସ୍ରାଏଲ ଏବଂ ହେଜବୋଲା ବିଦ୍ରୋହୀଙ୍କ ମଧ୍ୟରେ ଲଢ଼େଇ ବନ୍ଦ କରିବା ପାଇଁ ଦିନ ଦିନ ଧରି ଆଲୋଚନା ପରେ, ଇସ୍ରାଏଲ ଏବଂ ଲେବାନନ ଶୁକ୍ରବାର ୱାଶିଂଟନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri