ମୁକେଶ ଅମ୍ବାନୀଙ୍କ ଠାରୁ ସୁନ୍ଦର ପିଚାଇଙ୍କ ପର୍ଯ୍ୟନ୍ତ ମୋଦି-ବାଇଡେନଙ୍କ ଡିନରରେ ହୋଇଥିଲେ ସାମିଲ

ଓ୍ବାଶିଂଟନ,୨୩।୬: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ଲେଡି ଜିଲ ବାଇଡେନଙ୍କ ନିମନ୍ତ୍ରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ‘ଷ୍ଟେଟ ଡିନର’ରେ ସାମିଲ ହୋଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ରାତ୍ରୀ ଭୋଜନରେ ମୁକେଶ ଅମ୍ବାନୀ, ନୀତା ଅମ୍ବାନୀ, ଆନନ୍ଦ ମହିନ୍ଦ୍ରାଙ୍କଠାରୁ ସୁନ୍ଦର ପିଚାଇଙ୍କ ପର୍ଯ୍ୟନ୍ତ ଅନେକ ବଡ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ। ଏହା ସହିତ ଭାରତ ସରକାରଙ୍କ ବଡ ପ୍ରତିନିଧିମାନେ ଏହି ଷ୍ଟେଟ ଡିନରରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନାମ ମଧ୍ୟ ସାମିଲ ରହିଛି।

ଏହି ଡିନରରେ ପ୍ରାୟ ୪୦୦ ଲୋକ ସାମିଲ ହୋଇଥିଲେ। ଯଦି ଆମେ ଅତିଥିଙ୍କ ବିଷୟରେ ଆଲୋଚନା କରିବା, ତେବେ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ଏନଏସଏ ଅଜିତ ଡୋଭାଲ, ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି, ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ, ଆନନ୍ଦ ଗିରିଧରଦାସ, ଆନନ୍ଦ ମହିନ୍ଦ୍ରା, ସତ୍ୟ ନାଡେଲା ଏବଂ ଅନୁ ନାଡେଲା, ଭାରତୀୟ-ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା ଏମ ନାଇଟ ଶ୍ୟାମଳନ, ନିଧି ତିୱାରୀ, ଆଡୋବ ସିଇଓ ଶାନ୍ତନୁ ନାରାୟଣ, ସଲମାନ ଅହମ୍ମଦ ପ୍ରମୁଖ ସାମିଲ ଥିଲେ। ଏଥିସହ ‘ଷ୍ଟେଟ ଡିନର’ରେ ଗୁଗୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନ୍ଦର ପିଚାଇ ଏବଂ ତାଙ୍କ ପତ୍ନୀ ଅଞ୍ଜଳି ମଧ୍ୟ ଉପସ୍ଥିତ ଥିଲେ। ‘ଷ୍ଟେଟ ଡିନର’ ସମୟରେ ଅମ୍ବାନୀ ଏବଂ ପିଚାଇଙ୍କ ଫଟୋ ଭାଇରାଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼; ଟିଏମସି ନେତା କହିଲେ ଚାଲିଛି ‘ଜଙ୍ଗଲ ରାଜ’

କୋଲକାତା,୨୬।୯: ପଶ୍ଚିମବଙ୍ଗରେ ପୁଣିଥରେ ଜଣେ ଟିଏମସି (TMC) ନେତା ଜନସାଧାରଣଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଟିଏମସି ବିଧାୟକ କୁନାଲ ଘୋଷ ଅଭିଯୋଗ କରିଛନ୍ତି ଯେ ତାଙ୍କ ଗାଡ଼ି…

କବାଡ଼ିରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ

ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା…

ମୁରବୀ ବିହୀନ ହୋଇପଡ଼ିଛି କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ, ନିଯୁକ୍ତିର ୪ ମାସ ପରେ ବଦଳି

କର୍ଲାମୁଣ୍ଡା,୨୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ବଦଳି ପରେ ଏବେ ଶିକ୍ଷା ବିଭାଗ ମୁରବୀ ବିହୀନ ହୋଇପଡ଼ିଛି।…

ଶ୍ରୀଜିଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ଅଳଙ୍କାର ସେଟ୍‌

ପୁରୀ, ୨୬।୫: ଶ୍ରୀଜିଉଙ୍କ ସୁନାବେଶ ପାଇଁ ନୂଆ ଅଳଙ୍କାର ସେଟ୍‌ ତିଆରି କରାଯିବ। ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ମିଳିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

କଳିଙ୍ଗା ଘାଟିରେ ପରିବହନ ମନ୍ତ୍ରୀ: ବିକଳ୍ପ ରାସ୍ତା ନିର୍ମାଣ ଓ ଘାଟି ରାସ୍ତା ମରାମତି ନେଇ ଅନୁଧ୍ୟାନ

ଭଞ୍ଜନଗର, ୨୬/୯ (ବାବୁଲା ପ୍ରଧାନ): ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିର ଦୁଇଟି ସ୍ଥାନରେ ଭୂସ୍ଖଳନ ହେବାରୁ ବିଗତ ୫ ଦିନ…

ସୁନିତା ଆହୁଜାଙ୍କୁ ନେଇ କୋମଲ ରାଣୀଙ୍କ ଚାଞ୍ଚଲ୍ୟକର ଦାବି; ‘ଯିଏ ତାଙ୍କ ସ୍ବାମୀଙ୍କ ହତ୍ୟା ପଛରେ ଥିଲେ…’: ଗୋବିନ୍ଦାଙ୍କ ସହ ଡେଟିଂକୁ ନେଇ…

ମୁମ୍ବାଇ,୨୬।୯: ବଲିଉଡ ଅଭିନେତା ଗୋବିନ୍ଦା ଦୀର୍ଘ ଦିନ ଧରି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ପତ୍ନୀ ସୁନିତା ଆହୁଜା ବାରମ୍ବାର ଗୋବିନ୍ଦାଙ୍କ ଅନ୍ୟ…

ଭୟଙ୍କର ଭୂସ୍ଖଳନ: ହଠାତ୍‌ ଧସିଲା ବଡ଼ବଡ଼ ପଥର ଖଣ୍ଡ, ମାଟି ଅତଡ଼ା

ବଞ୍ଚୋ,୨୬ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅଧୀନ ତରତରା ପଂଚାୟତ ବାହିଆବାରଦଣ୍ଡା ଅଞ୍ଚଳର ବାରହାଗାଡ଼ିଆ ନିକଟରେ ଶନିବାର ଏକ ଭୟାନକ ଭୂସ୍କଳନ ଘଟିଥିବା ଜଣାପଡ଼ିଛି। ହଠାତ୍‌ ମାଟି ଓ…

ସୂର୍ଯ୍ୟଙ୍କ ସବୁଠୁ ବଡ଼ ଗୋଚର: ତୁଳା ସମେତ ଏହି ୪ ରାଶିଙ୍କୁ ଅପାର ଧନଲାଭ, ଚାକିରିରେ ବଡ଼ ଅଫର୍‌

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଆତ୍ମବଳ, ପ୍ରତିଷ୍ଠା, ଅଧିକାର, ନେତୃତ୍ୱ ଏବଂ କ୍ୟାରିୟର ସମ୍ୱନ୍ଧିତ ଗ୍ରହ ଭାବେ ବିବେଚନା କରାଯାଏ। ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟ ରାଶି ପରିବର୍ତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?