ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଲିଟର ପିଛା ୩୩୧ଟଙ୍କାରେ ବିକ୍ରି ହେଉଛି ପେଟ୍ରୋଲ
ଇସଲାମବାଦ,୧୬।୯: ପଡୋଶୀ ଦେଶ ପାକିସ୍ତାନର ଅର୍ଥନୈତିକ ସ୍ଥିତି ଭୁଶୁଡିବାରେ ଲାଗିଛି। ଏହି ସମୟରେ ପେଟ୍ରୋଲ ଏବଂ ଡିଜେଲର ଦର ପୁଣି ବୃଦ୍ଧି ପାଇଛି। ଦେଶରେ ପେଟ୍ରୋଲ ଦର ୨୬.୦୨ଟଙ୍କା ବୃଦ୍ଧି ପାଇ ଲିଟର ପିଛା ୩୩୧.୩୮ ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ…
ୟୁଏଇ ନକ୍ସାରେ ପିଓକେକୁ ଭାରତର ଅଂଶ ଭାବେ ଦର୍ଶାଇବା ଉପରେ ପାକିସ୍ତାନ ନାରାଜ
ଇସଲାମାବାଦ, ୧୬।୯: ୟୁଏଇ ମନ୍ତ୍ରୀ ଭାରତ-ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡରରେ ଏକ ଭିଡିଓ କ୍ଲିପ ଶେୟାର କରିବା ପରେ ପାକିସ୍ତାନ ଅସନ୍ତୋଷ ପ୍ରକାଶ କରିଛି, ଯେଉଁଥିରେ ପୂରା କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ-କଶ୍ମୀରକୁ ଭାରତର ଏକ ଅଂଶ ଭାବରେ ଦର୍ଶାଉଥିବା ଏକ…
ପ୍ରତିରକ୍ଷା ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲା ଚାଇନା
ବେଜିଂ,୧୬।୯: ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ଦୀର୍ଘ ଦିନ ଧରି ନିଖୋଜ ଅଛନ୍ତି। ତେବେ ତାଙ୍କୁ ଗୃହବନ୍ଦୀ କରାଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ପ୍ରସଙ୍ଗରେ ନୀରବ ଅଛନ୍ତି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର…
ଲିବ୍ୟା ବନ୍ୟା: ମଲେଣି ୧୧ହଜାର ଲୋକ, ବଢିପାରେ ମୃତକଙ୍କ ସଂଖ୍ୟା
ତ୍ରିପୋଲି,୧୬।୯: ପ୍ରକୃତିର ତାଣ୍ଡବରେ ଥରି ଉଠିଛି ଲିବ୍ୟା। ଭୟଙ୍କର ବନ୍ୟାରେ ଏପର୍ଯ୍ୟନ୍ତ ୧୧ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ପୂର୍ବ ଲିବ୍ୟାର ଡର୍ନା ସହର ଏହି ବିପର୍ଯ୍ୟୟ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି। ସେଠାରେ ଅନେକ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ…
ପାକିସ୍ତାନର ବଡ ବଡ ନେତାଙ୍କ ନାଁରେ ରହିଛି ଆପରାଧିକ ମାମଲା, ଅପରାଧର ଚିଠା ଖୋଲିବ ଏନଏବି
ଇସଲାମବାଦ, ୧୬।୯: ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ମୁଖ୍ୟ ନୱାଜ ସରିଫ ଅକ୍ଟୋବର ୨୧ରେ ଇଂଲଣ୍ଡରୁ ନିଜ ଦେଶକୁ ଫେରିବେ। ସ୍ବଦେଶକୁ ଫେରିବା ସହ ଆଗାମୀ ନିର୍ବାଚନ ପାଇଁ ହେବାକୁ ଥିବା ରାଜନୈତିକ କାର୍ଯ୍ୟକ୍ରମର ନେତୃତ୍ୱ ନେବେ। କିନ୍ତୁ ପାକିସ୍ତାନ ଫେରିବା…
କାନାଡାରେ ଶିଖ କିଶୋରଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କଲା ଭାରତୀୟ ବାଣିଜ୍ୟ ଦୂତାବାସ, ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
ଟରଣ୍ଟୋ,୧୬।୯: ବ୍ରିଟିଶ କଲମ୍ବିଆର କାନାଡା ପ୍ରଦେଶରେ ଜଣେ ୧୭ ବର୍ଷୀୟ ଶିଖ କିଶୋରଙ୍କୁ ଘୃଣା ଅପରାଧ ଭାବରେ ଆକ୍ରମଣ କରାଯାଇଥିଲା। ପୀଡିତ ଶିଖ କିଶୋର ହାଇ ସ୍କୁଲର ଛାତ୍ର। ସର୍ବସାଧାରଣ ବସରେ ଝଗଡା ପରେ କିଶୋରଙ୍କୁ ବସଷ୍ଟପରେ ଟାର୍ଗେଟ କରାଯାଇଥିଲା। ଏହି…
ଭାରତ-ଆମେରିକା ସହଯୋଗର ଆଉ ଏକ ପାଦ ହେବ ମହାକାଶ
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୯: କେବଳ ପୃଥିବୀରେ ନୁହେଁ ମହାକାଶରେ ମଧ୍ୟ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ପାଇଁ ଅପାର ସମ୍ଭାବନା ଅଛି। ଦୁଇ ଦେଶ ମଧ୍ୟରେ ସହଯୋଗ ପାଇଁ ପରବର୍ତ୍ତୀ ଗନ୍ତବ୍ୟସ୍ଥଳ ବର୍ତ୍ତମାନ ମହାକାଶ ହେବ ବୋଲି ଅନୁମାନ କରାଯାଉଛି। ଆମେରିକାରେ…
ବଢିଲା ନୋବେଲ ପୁରସ୍କାର ରାଶି, ଘୋଷଣା କଲା ନୋବେଲ ଫାଉଣ୍ଡେଶନ
ଷ୍ଟକହୋମ,୧୬।୯: ନୋବେଲ ଫାଉଣ୍ଡେସନ ଶୁକ୍ରବାର କହିଛି ଯେ ୨୦୨୩ ବର୍ଷ ପାଇଁ ନୋବେଲ ବିଜେତାଙ୍କୁ ଅତିରିକ୍ତ ୧୦ ଲକ୍ଷ କ୍ରୋନର୍ ମିଳିବ। ଏହା ସମୁଦାୟ ଆର୍ଥିକ ପରିମାଣ ୧.୧କୋଟି ସ୍ବିଡେନ କ୍ରୋନର (୯.୮୬ ଲକ୍ଷ ଡଲାର) ହୋଇଯିବ। ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନେ…
୮୦ ବର୍ଷ ପରେ ମାଲ୍ଟାରେ ମିଳିଲା ଆମେରିକା ବାୟୁସେନା ଯବାନଙ୍କ ମୃତ ଶରୀର, ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଯୁଦ୍ଧ ବିମାନ
ମାଲ୍ଟା,୧୬।୯: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆମେରିକୀୟ ଯୁଦ୍ଧ ବିମାନ ଏବଂ ଆମେରିକା ବାୟୁସେନାର ଅବଶିଷ୍ଟାଂଶ ୟୁରୋପୀୟ ଦେଶ ମାଲ୍ଟାରେ ମିଳିଛି। ୮୦ ବର୍ଷ ପରେ ଭୂମଧ୍ୟସାଗରରେ ଏହି ଅବଶିଷ୍ଟାଂଶ ମିଳିଛି। ଏହି ଦୁର୍ଘଟଣାରେ ସମ୍ପୃକ୍ତ ପାଇଲଟ ୧୯୪୩ ପରଠାରୁ…
ମହାକାଶ ଗଲେ ଜଣେ ଆମେରିକୀୟ, ୨ ରୁଷୀୟ
ମସ୍କୋ,୧୬ା୯: ଜଣେ ଆମେରିକୀୟ ଓ ୨ ରୁଷୀୟ ଶୁକ୍ରବାର କାଜାଖସ୍ତାନରୁ ରୁଷିଆର ଏକ ସ୍ପେସ୍କ୍ରାଫ୍ଟରେ ଇଣ୍ଟରନ୍ୟାଶନାଲ୍ ସ୍ପେସ୍ ଷ୍ଟେଶନ୍ (ଆଇଏସ୍ଏସ୍)କୁ ଯାତ୍ରା କରିଛନ୍ତି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ମହାକାଶଚାରୀ ଲୋରାଲ ଓ’ହାରାଙ୍କ ସହ ରୁଷିଆର ଓଲେଗ୍ କୋନୋନେଙ୍କୋ ଓ…
ଜଳବାୟୁ ପରିବର୍ତ୍ତନରୁ ବିନାଶ
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬ା୯,(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ମାତ୍ର ଦୁଇ ଚାରି ଦିନର ବ୍ୟବଧାନରେ ଉତ୍ତର ଆଫ୍ରିକାର ଦୁଇଟି ରାଷ୍ଟ୍ର ଅଭୂତପୂର୍ବ ବିପର୍ଯ୍ୟୟକୁ ସାମ୍ନା କରିଛି। ମରକ୍କୋର ବିନାଶକାରୀ ଭୂକମ୍ପରେ ୩୦୦୦ରୁ ଊର୍ଦ୍ଧ୍ୱଙ୍କ ମୃତ୍ୟୁ ଘଟିବା ପରେ ଲିବ୍ୟାରେ ଭୂମଧ୍ୟସାଗରୀୟ ଡାନିଏଲ୍ ଝଡ଼ ଓ ତଜ୍ଜନିତ ବନ୍ୟାବିତ୍ପାତ…
ମର୍ମନ୍ତୁଦ ସଡକ ଦୁର୍ଘଟଣା: ୮ ମୃତ
ଇସଲାମାବାଦ,୧୬।୯: ପାକିସ୍ତାନର ସାଦିକାବାଦରେ ଶନିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ସାଦିକାବାଦର ମୋଟରୱେ ଏମ୍-୫ ରାଜପଥରେ କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଦ୍ରୁତ ଗତିରେ ଆସୁଥିବା…
Archives


