ଅନ୍ତର୍ଜାତୀୟ

ନ୍ୟୁୟର୍କରେ ଟିକଟକ ଉପରେ ପ୍ରତିବନ୍ଧକ…

ଓ୍ବାଶିଂଟନ,୧୭।୮ : ସୁରକ୍ଷା ଚିନ୍ତାକୁ ଆଧାର କରି ନ୍ୟୁୟର୍କ ସିଟିରେ ଟିକଟକ ଉପରେ ସରକାରଙ୍କ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି। ମେୟର ଏରିକ ଆଡାମସଙ୍କ ମୁଖପାତ୍ର ଜୋନାସ ଆଲେନ ଏକ ବିବୃତ୍ତିରେ କହିଛନ୍ତି ସହରର ସାଇବର କମାଣ୍ଡ ସ୍ଥିର କରିଛି ଏହି...

ପାକିସ୍ତାନ ଚର୍ଚ୍ଚରେ ଭଙ୍ଗାରୁଜା: ୧୦୦ରୁ ଅଧିକ ଗିରଫ, ଚିନ୍ତା ପ୍ରକଟ କଲା ଆମେରିକା…

ଇସଲାମାବାଦ,୧୭।୮ : କୁରାନ ପ୍ରତି ଅସମ୍ମାନ ଅଭିଯୋଗରେ ପାକିସ୍ତାନ ଖ୍ରୀଷ୍ଟିଆନମାନଙ୍କୁ ଟାର୍ଗେଟ କରାଯାଇଛି। ଫୈସଲାବାଦରେ କେତେକ ଚର୍ଚ୍ଚରେ ଭଙ୍ଗାରୁଜା କରାଯାଇଛି। ଏହି ମାମଲାରେ ୧୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ପାକିସ୍ତାନ ଖବରକାଗଜ ଡନ ଅନୁସାରେ ଜାରାନୱାଲା ଜିଲାରେ ଅନେକ...

ତାଇଓ୍ବାନ ପ୍ରସଙ୍ଗ: ଆମେରିକାକୁ ଚେତାବନୀ ଦେଲା ଚାଇନା, କହିଲା ନିଆଁ ସହ ଖେଳ ନାହିଁ…

ବେଜିଂ,୧୭।୮: ତାଇୱାନ ପ୍ରସଙ୍ଗରେ ଚାଇନା ଏବଂ ଆମେରିକା ବିବାଦ ଲାଗି ରହିଛି। ଚାଇନା ଆମେରିକାକୁ ତାଇୱାନ ବିଷୟରେ ବାରମ୍ବାର ଚେତାବନୀ ଦେଉଛି। ଏଥି ସହିତ ଆମେରିକା ଏବଂ ତାଇୱାନ ମଧ୍ୟରେ ଏକ ଭିନ୍ନ ରଣନୀତି ଚାଲିଛି। ଇତିମଧ୍ୟରେ ତାଇୱାନର ଉପରାଷ୍ଟ୍ରପତି...

ମଦ ପିଇ ଇଫେଲ୍‌ ଟାଓ୍ବାର ଚଢ଼ିଲେ ପର୍ଯ୍ୟଟକ

ପ୍ୟାରିସ, ୧୭।୮: ପ୍ୟାରିସର ଇଫେଲ୍‌୍‌ ଟାଓ୍ବାରରେ ଦୁଇ ମଦ୍ୟପ ଆମେରିକୀୟ ପର୍ଯ୍ୟଟକ ଗତ ସୋମବାର ଉନ୍ମତ୍ତକାଣ୍ଡ ଭିଆଇଥିଲେ। ଉଭୟେ ଟାଓ୍ବାରର ଦ୍ୱିତୀୟ ଏବଂ ତୃତୀୟ ମହଲା ମଝିରେ ଶୋଇ ପଡିଥିଲେ। ଟାଓ୍ବାର ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ଉଭୟ ପର୍ଯ୍ୟଟକ ଟାଓ୍ବାରରେ...

ଭାରତକୁ ପ୍ରଶଂସା କଲା ରୁଷିଆ

ମସ୍କୋ,୧୬ା୮: ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ଭାରତକୁ ପ୍ରଶଂସା କରିଛନ୍ତି। ଏଥିସହ ଅନ୍ୟାନ୍ୟ ଗ୍ଲୋବାଲ ସାଉଥ୍‌ ଦେଶକୁ ମଧ୍ୟ ପ୍ରଶଂସା କରିଛନ୍ତି। ଭାରତର ନିରପେକ୍ଷ ଏବଂ ବାସ୍ତବବାଦୀ ଆଭିମୁଖ୍ୟକୁ ପ୍ରଶଂସା କରି ଲାଭ୍ରୋଭ କହିଛନ୍ତି, ଯୁଦ୍ଧର ସମାଧାନ ଖୋଜିବାରେ...

ମୋରାରି ବାପୁଙ୍କ ରାମକଥାରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧୬।୮: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ମୋରାରି ବାପୁଙ୍କ ରାମକଥାରେ ପହଞ୍ଚିବା ଚର୍ଚ୍ଚାର ବିଷୟ ପାଲଟିଛି। ସ୍ବାଧୀନତା ଦିବସରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପ୍ରସିଦ୍ଧ କଥାବାଚକ ରାମକଥା ଆୟୋଜିତ ହୋଇଥିଲା। ବ୍ରିଟେନର ପ୍ରଧାନମନ୍ତ୍ରୀ ହଠାତ୍‌ ରାମକଥାରେ ପହଞ୍ଚିଥିଲେ। ଭାରତର ସାଧୁଙ୍କର ସରଳତାକୁ...

୧୭ ନାଇଜର ସେନା ମୃତ

ନିୟାମେ,୧୬ା୮: ବୁର୍କିନା ଫାସୋ ସୀମାନ୍ତରେ ଥିବା ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୭ ନାଇଜର ସେନା ପ୍ରାଣ ହରାଇଛନ୍ତି। ଏନେଇ ବୁଧବାର ନାଇଜରର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଟୋରୋଡି କମ୍ୟୁନିଟି ନିକଟରେ ନାଇଜର...

ଇମ୍ରାନଙ୍କ ଦୁଇ ସହଯୋଗୀଙ୍କୁ ଆଶ୍ୱସ୍ତି, ଘରକୁ ଯିବାକୁ ଅନୁମତି ଦେଲେ କୋର୍ଟ

ଇସଲାମବାଦ,୧୬।୮: ଇସଲାମାବାଦ ହାଇକୋର୍ଟ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦୁଇ ସହଯୋଗୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି। କୋର୍ଟ ଦୁହିଁଙ୍କୁ ଘରକୁ ଯିବାକୁ ଅନୁମତି ଦେଇଛନ୍ତି। ମେଣ୍ଟେନାନ୍ସ ଅଫ ପବ୍ଲିକ ଅର୍ଡର ଅର୍ଡିନାନ୍ସ ଅଧୀନରେ ତାଙ୍କୁ ଦୀର୍ଘ ସମୟ ଧରି ଅଟକ...

ପିଏଲଏରେ ବଡ ପରିବର୍ତ୍ତନ: ବାୟୁସେନା ନୌସେନା ବିମାନକୁ କଲା ଅଧିଗ୍ରହଣ, ଫିଲିପାଇନ୍ସକୁ ଅଟକାଇବା ପାଇଁ ଏକଜୁଟ…

ବେଜିଂ,୧୬।୮ : ଚାଇନାର କମ୍ୟୁନିଷ୍ଟ ପାର୍ଟିର ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ହେଉଛି ବିଶ୍ୱର ସବୁଠାରୁ ବଡ ସେନା। ସମ୍ପ୍ରତି ପିଏଲଏରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏକାଧିକ ସଶସ୍ତ୍ର ସେବା ମଧ୍ୟରେ ମିଳିତ କାର୍ଯ୍ୟ ପାଇଁ ଦକ୍ଷିଣ ଚାଇନା...

ଲାଇଭ୍‌ ଶୋ’ରେ ଋଷ ଡ୍ରମରଙ୍କୁ ସ୍ବାଗତ କରିବାରୁ କ୍ଷମା ମାଗିଲା ଆମେରିକାର ଲୋକପ୍ରିୟ ରକ୍‌ ବ୍ୟାଣ୍ଡ

ଓ୍ବାଶିଂଟନ୍‌,୧୬।୮: ଆମେରିକାର ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ଲୋକପ୍ରିୟ ରକ୍‌ ବ୍ୟାଣ୍ଡ ଦି କିଲର୍ସ ସୋସିଆଲ ମିଡିଆରେ କ୍ଷମା ମାଗିଛି। ଭୂଲ ଏତିକି ଯେ, ଦି କିଲର୍ସ ବ୍ୟାଣ୍ଡ ଜର୍ଜିଆରେ ଏକ ଲାଇଭ ଶୋ ସମୟରେ ଋଷ ଡ୍ରମରମାନଙ୍କୁ ଷ୍ଟେଜ...

ଅର୍ଥନୈତିକ ସମ୍ପର୍କିତ ବହୁ ତଥ୍ୟ ଲୁଚାଉଛି ଚାଇନା, ଏକ ପଞ୍ଚମାଂଶ ଯୁବବର୍ଗ ଛଟେଇ…

ବେଜିଂ,୧୬।୮ : ଚାଇନାର ଆକସ୍ମିକ ନିଷ୍ପତ୍ତି ଏହି ସପ୍ତାହରେ ବୃଦ୍ଧି ପାଉଥିବା ଯୁବ ବେରୋଜଗାରୀ ହାର ଉପରେ ତଥ୍ୟ ପ୍ରକାଶକୁ ସ୍ଥଗିତ ରଖିବା ପାଇଁ ସରକାରଙ୍କ ପକ୍ଷରୁ ସମ୍ବେଦନଶୀଳ ସୂଚନା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଜୁନ ମାସରେ ୨୧.୩ ପ୍ରତିଶତ...

ରୁଷିଆକୁ ଡ୍ରୋନ ନ ଦେବାକୁ ଇରାନକୁ ମନା କଲା ଆମେରିକା…

ଓ୍ବାଶିଂଟନ,୧୬।୮ : ୱାଶିଂଟନ ଏବଂ ତେହେରାନ ମଧ୍ୟରେ ବଢୁଥିବା ତିକ୍ତତାକୁ କମାଇବା ପାଇଁ ବ୍ୟାପକ ଲିଖିତ ବୁଝାମଣା ଉପରେ ଆଲୋଚନାର ଏକ ଅଂଶ ଭାବରେ ଆମେରିକା ରୁଷିଆକୁ ସଶସ୍ତ୍ର ଡ୍ରୋନ ବିକ୍ରୟ ବନ୍ଦ କରିବା ଲାଗି ଇରାନକୁ ମନା କରିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri