ଅନ୍ତର୍ଜାତୀୟ

ବ୍ରାଜିଲ ରାଷ୍ଟ୍ରପତିଙ୍କ ହିପ୍‌ ସର୍ଜରୀ ସଫଳ, ମଙ୍ଗଳବାର ସୁଦ୍ଧା ହସ୍ପିଟାଲରୁ ହେବେ ଡିସଚାର୍ଜ

ବ୍ରାସିଲିଆ,୧।୧୦: ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭାଙ୍କ ହିପ୍‌ ସର୍ଜରୀ ସଫଳ ହୋଇଛି। ହିପ୍‌ ସର୍ଜରୀ ପରେ ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତରମାନେ କହିଛନ୍ତି। ଡାକ୍ତର କହିଛନ୍ତି, ଶନିବାର ସକାଳେ ଫିଜିଓଥେରାପି ଆରମ୍ଭ ହୋଇଥିଲା। ରିପୋର୍ଟ ଅନୁଯାୟୀ,…

ଆମେରିକାରେ ଶଟ୍‌ଡାଉନର ଭୟ ଟଳିଲା, ଫଣ୍ଡିଂ ବିଲ୍‌କୁ ମଞ୍ଜୁରୀ ଦେଲେ ପ୍ରତିନିଧିସଭା

ଓ୍ବାଶିଂଟନ,୧।୧୦: ଆମେରିକାରେ ଅକ୍ଟୋବର ୧ ଅର୍ଥାତ୍‌ ରବିବାରରୁ ଶଟ୍‌ଡାଉନ ହେବାର ଆଶଙ୍କା ପ୍ରାୟ ଟଳିଛି। ଆମେରିକାର ସଂସଦର ନିମ୍ନ ସଦନ ପ୍ରତିନିଧିସଭା ସଂଘୀୟ ସରକାରଙ୍କୁ ୪୫ ଦିନର ଫଣ୍ଡିଂ ପାଇଁ ଉପସ୍ଥାପିତ ହୋଇଥିବା ବିଲ୍‌କୁ ମଞ୍ଜୁରୀ ଦେଇଛନ୍ତି। ପ୍ରତିନିଧିସଭା ବୁଝାମଣା ଫଣ୍ଡ୍‌…

ମହମ୍ମଦ ମୁଇଜ ମାଳଦ୍ୱୀପ ରାଷ୍ଟ୍ରପତି ଭାବେ ନିର୍ବାଚିତ

ମାଲେ,୧।୧୦: ବିରୋଧୀ ପ୍ରାର୍ଥୀ ମହମ୍ମଦ ମୁଇଜ ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ପୋଗ୍ରେସିଭ୍‌ ପାର୍ଟି ଅଫ ମାଲଦ୍ୱୀପ (ପିପିଏମ)ର ପ୍ରାର୍ଥୀ ମୁଇଜ ଭାରତ ସମର୍ଥକ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହଙ୍କୁ ହରାଇଛନ୍ତି। ମୁଇଜ ବର୍ତ୍ତମାନ ଦେଶର ରାଜଧାନୀ ମାଲେ ସହରର…

ବର୍ଷାରେ ଭାସିଲା ନ୍ୟୁୟର୍କ ସହର

ନ୍ୟୁୟର୍କ,୧ା୧୦: ଆମେରିକାର ନ୍ୟୁୟର୍କରେ ଶୁକ୍ରବାରଠାରୁ ପ୍ରବଳ ବର୍ଷା ଲାଗିରହିଥିବାବେଳେ ମେଟ୍ରୋପଲିଟାନ୍‌ ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ବିଭିନ୍ନ ରାସ୍ତାରେ ଅଣ୍ଟାଏ ଉଚ୍ଚରେ ପାଣି ଚାଲୁଥିବାରୁ ଯାତାୟାତ ଠପ୍‌ ହୋଇଯାଇଛି। ରେଳଲାଇନଗୁଡ଼ିକ ମଧ୍ୟ ବର୍ଷପାଣିରେ ବୁଡ଼ିଯାଇଛି। ଅଟ୍ଟାଳିକାଗୁଡ଼ିକର ବେସ୍‌ମେଣ୍ଟ ବୁଡ଼ିଯାଇଛି। ସହରର ଲାଗୌର୍ଡିଆ…

ଆମେରିକା ପ୍ରତିରକ୍ଷା, ବାଣିଜ୍ୟ ସଚିବଙ୍କୁ ଭେଟିଲେ ଜୟଶଙ୍କର

ଓ୍ବାଶିଂଟନ,୧ା୧୦: ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ପେଣ୍ଟାଗନରେ ଆମେରିକା ପ୍ରତିରକ୍ଷା ସଚିବ ଲୟଡ୍‌ ଅଷ୍ଟିନ୍‌ ଏବଂ ବାଣିଜ୍ୟ ସଚିବ ଗିନା ରାଇମଣ୍ଡୋଙ୍କୁ ଭେଟି ବିଭିନ୍ନ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ବଢ଼ାଇବା…

ଭାରତକୁ ଖଲିସ୍ତାନୀଙ୍କ ବିରୋଧ ବଢୁଛି

ଲଣ୍ଡନ/ନୂଆଦିଲ୍ଲୀ,୧ା୧୦: ବ୍ରିଟେନ୍‌ରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ବାମୀ ସ୍କଟ୍‌ଲାଣ୍ଡ ଗସ୍ତରେ ଥିବାବେଳେ ତାଙ୍କୁ ସେଠାରେ ଏକ ଗୁରୁଦ୍ୱାରା ପ୍ରବେଶକୁ ଖଲିସ୍ତାନୀ ସପକ୍ଷବାଦୀତତ୍ତ୍ୱ ଅବରୋଧ କରିଛନ୍ତି। ଏନେଇ ଭାରତ ବ୍ରିଟେନ ବହିର୍ବ୍ୟାପାର କାର୍ଯ୍ୟାଳୟରେ ଉଦ୍‌ବେଗ ଜଣାଇଛିି। ଦୋରାଇସ୍ବାମୀ ଶୁକ୍ରବାର ଗ୍ଲାସ୍‌ଗୋସ୍ଥିତ ଗୁରୁଦ୍ୱାରାକୁ…

ତେଲ ପାଇପ୍‌ଲାଇନ୍‌ରେ ବଡ଼ଧରଣର ଅଗ୍ନିକାଣ୍ଡ, ୩ ଆହତ

କିଭ୍‌,୩୦ା୯: ପଶ୍ଚିମ ୟୁକ୍ରେନର ତେଲ ପାଇପ୍‌ଲାଇନ୍‌ରେ ବଡ଼ଧରରଣ ଅଗ୍ନିକାଣ୍ଡ ଘଟିଛି। ପଶ୍ଚିମ ୟୁକ୍ରେନ ଇଭାନୋ-ଫ୍ରାଙ୍କିଭସ୍କର ଥିବା ତେଲ ପାଇପ୍‌ଲାଇନ୍‌ରେ ଏହି ଅଗ୍ନିକାଣ୍ଡ ଘଟି ୩ ଜଣ ଆହତ ହୋଇଛନ୍ତି ବୋଲି ଜରୁରୀକାଳିନ ସେବାପକ୍ଷରୁ ଶନିବାର କୁହାଯାଇଛି। ସୋସିଆଲ ମିଡିଆରେ ଶେୟାର ହୋଇଥିବା…

ଇତିହାସରେ ପ୍ରଥମ: ଆମେରିକାର ଲୋକ ସଭା କାର୍ଯ୍ୟ ଗୁରୁବାଣୀରୁ ଆରମ୍ଭ

ଓ୍ବାଶିଂଟନ,୩୦ା୯: ଇତିହାସରେ ପ୍ରଥମ ଥର ପାଇଁ ଆମେରିକାର ଲୋକ ସଭାର ପ୍ରକ୍ରିୟା ଗୁରୁବାଣୀରୁ ଆରମ୍ଭ ହୋଇଛି। ଭାରତୀୟ ମୂଳ ସାଂସଦ ହିନ୍ଦୁ ‘କକ୍‌ସ’ ଗଠନ କରିଥିଲେ। ଆମେରିକାର ସଂସଦ ଇତିହାସରେ ପ୍ରଥମଥର ପାଇଁ ଶିଖ୍‌ ପ୍ରାର୍ଥନା ଗୁରୁବାଣୀ ସହ ସଂସଦର ପ୍ରକ୍ରିୟା…

ପିଓକେରେ ସରକାର ବିରୋଧୀ ପ୍ରଦର୍ଶନ, ବିଜୁଳି ବିଲ୍‌କୁ ନେଇ ରାସ୍ତାକୁ ଓହ୍ଲାଇଲେ ଲୋକେ

ଇସଲାମାବାଦ,୩୦।୯: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ପ୍ରଥମେ ମହଙ୍ଗା ମାଡ଼ ପରେ ଏବେ ବିଜୁଳି ବିଲ୍‌କୁ ନେଇ ପାକିସ୍ତାନ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି ଲୋକେ। ଏପରିକି ସେମାନେ ବିଜୁଳି ଦେୟ ନଦେବା ଲାଗି ସ୍ଥିର କରି ବିଲ୍‌କୁ…

ସିଫର ମାମଲାରେ ଇମ୍ରାନ ଦୋଷୀ ସାବ୍ୟସ୍ତ…

ଇସଲାମାବାଦ,୩୦।୯ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ ପାର୍ଟି ମୁଖ୍ୟ ଇମ୍ରାନ ଖାନ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀଙ୍କୁ ସିଫର ମାମଲାରେ ଦେଶର ସର୍ବୋଚ୍ଚ ଅନୁସନ୍ଧାନକାରୀ ସଂସ୍ଥା ଏଫଆଇଏ ଦୋଷୀ ସାବ୍ୟସ୍ତ କରିଛି। ନ୍ୟୁଜ ଏଜେନ୍ସି…

ତୁର୍କୀରେ ପ୍ରଥମ ଫିଲ୍ମ ମହୋତ୍ସବ ବାତିଲ

ଆଙ୍କାରା,୩୦ା୯: ତୁର୍କୀରେ ପ୍ରଥମ ଫିଲ୍ମ ମହୋତ୍ସବ ବାତିଲ କରିବାକୁ ଆଣ୍ଟାଲିଆ ମେୟର ମୁହିଟିନ ବୋକେକ୍‌ ଘୋଷଣା କରିଛନ୍ତି। ୨୦୧୬ ପୁଲଓ୍ବାମା ଆକ୍ରମଣ ପରେ ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ମଧ୍ୟରେ ତୁର୍କୀର ସର୍ବ ପୁରାତନ ଫିଲ୍ମ ମହୋତ୍ସବକୁ ବାତିଲ…

ଗୋଟିଏ ଦିନରେ ୨କୋଟି ଲୋକ କଲେ ଟ୍ରେନରେ ଯାତ୍ରା, ରେକର୍ଡ ସୃଷ୍ଟି କଲା ଚାଇନା ରେଲଓ୍ବେ

ବେଜିଂ,୩୦।୯: ଚାଇନାରେ ଗୋଟିଏ ଦିନରେ ୨କୋଟି ଲୋକ ଟ୍ରେନରେ ଯାତ୍ରା କରିଛନ୍ତି। ସେପ୍ଟେମ୍ବର ୨୯ର ଏହି ତଥ୍ୟ ଚାଇନା ରେଲଓ୍ବେରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ୧୮୫୪ ଅତିରିକ୍ତ ଟ୍ରେନ ସହିତ ସମୁଦାୟ ୧୨ହଜାର ୫୩୭ଟି ଟ୍ରେନ ଚଳାଚଳ କରିଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri