ଅନ୍ତର୍ଜାତୀୟ

ଦୌଡିଲେ ମିଳିବ ବୋନସ, କର୍ମଚାରୀଙ୍କୁ କହିଲା ଚାଇନା କମ୍ପାନୀ…

ବେଜିଂ,୧୯।୧୨ : କୁହାଯାଏ ଏକ ସୁସ୍ଥ ମନ ଏକ ସୁସ୍ଥ ଶରୀରରେ ରହିଥାଏ। ଚାଇନାର ଏକ କାଗଜ ଉତ୍ପାଦନକାରୀ କମ୍ପାନୀର ମାଲିକ ଏହାକୁ ବହୁତ ଭଲ ଭାବରେ ବୁଝିଛନ୍ତି। ଏହି କାରଣରୁ କର୍ମଚାରୀଙ୍କ ବୋନସ ପାଇଁ ଏହା ଏକ ନୂତନ ନୀତି…

ପେଟ୍ରୋଲ ଦର ପୁଣି ହେବ ମହଙ୍ଗା,ଲୋହିତ ସାଗର ଦେଇ ପରିବହନ ସାମଗ୍ରୀର ବୀମା ମୂଲ୍ୟ ବୃଦ୍ଧି…

ନୂଆଦିଲ୍ଲୀ,୧୯।୧୨: ହୁତି ବିଦ୍ରୋହୀମାନେ ଲୋହିତ ସାଗରରେ ମାଲବାହୀ ଜାହାଜ ଡ୍ରୋନ ଆକ୍ରମଣ ଜାରି ରଖିଛନ୍ତି। ଫଳରେ ଅନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟରେ ବାଧା ସୃଷ୍ଟି ହୋଇଛି। କାର୍ଗୋ କମ୍ପାନୀଗୁଡିକ ଏହି ଅଞ୍ଚଳ ଦେଇ କାରବାର କରିବାକୁ ପଛ ଘୁଞ୍ଚା ଦେବାରେ ଲାଗିଛନ୍ତି। ବର୍ତ୍ତମାନ…

ଲୋହିତ ସାଗରରେ ୨ ମାଲବାହୀ ଜାହାଜ ଉପରେ ଡ୍ରୋନ ଆକ୍ରମଣ, ଅନ୍ତର୍ଜାତୀୟ ବାଣିଜ୍ୟ ଠପ୍‌…

ସାନା,୧୯।୧୨: ୟେମେନର ହୁତି ବିଦ୍ରୋହୀମାନେ ଲୋହିତ ସାଗରରେ ଦୁଇଟି ମାଲବାହୀ ଜାହାଜ ଉପରେ ଡ୍ରୋନ ଆକ୍ରମଣ କରିଥିବା ଦାବି କରିଛନ୍ତି। ଏହା ସାମୁଦ୍ରିକ ବାଣିଜ୍ୟରେ ବାଧା ସୃଷ୍ଟି କରିଛି ଏବଂ କାର୍ଗୋ କମ୍ପାନୀଗୁଡିକ ଏହି ଅଞ୍ଚଳଠାରୁ ଦୂରେଇ ଯାଇଛନ୍ତି । ହୁତି…

ଦାଉଦ ଇବ୍ରାହିମଙ୍କ ମୃତ୍ୟୁକୁ ନେଇ ସତ କହିଲେ ଛୋଟା ଶକିଲ

ଇସଲାମାବାଦ,୧୯।୧୨: ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତଥା ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମଙ୍କୁ ପାକିସ୍ତାନର କରାଚିସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେହି କେହି ତାଙ୍କୁ ବିଷ ଦେଇ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ବୋଲି ଶୁଣିବାକୁ ମିଳିଛି। ସୋମବାର ରାତିରୁ…

ଆଇସଲ୍ୟାଣ୍ଡରେ ଆଗ୍ନେୟଗିରି ଉଦ୍‌ଗିରଣ, ଘୋଷଣା ହେଲା ଏମରଜେନ୍ସି

ରିକଜାଭିକ,୧୯।୧୨: ଆଇସଲ୍ୟାଣ୍ଡର ରେକଜାନ୍ସ ଉପଦ୍ୱୀପରେ ଆଗ୍ନେୟଗିରି ବିସ୍ଫୋରଣ ହେତୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଦକ୍ଷିଣ ପଶ୍ଚିମ ଆଇସଲ୍ୟାଣ୍ଡର ରେକଜାନ୍ସ ଉପଦ୍ୱୀପରେ ଏକ ଆଗ୍ନେୟଗିରି ବିସ୍ଫୋରଣ ଘଟିଛି ବୋଲି ଜାତୀୟ ପାଣିପାଗ ବିଭାଗ ମଙ୍ଗଳବାର କହିଛି। ନ୍ୟୁଜ ଏଜେନ୍ସି ସିହ୍ନୁଆ ଆଇସଲ୍ୟାଣ୍ଡର…

ଚାଇନାରେ ପୁଣିଥରେ ୫.୫ ତୀବ୍ରତାର ଭୂକମ୍ପ ଅନୁଭୂତ

ବେଜିଂ,୧୯।୧୨: ଚାଇନାରେ ପୁଣି ଥରେ ଶକ୍ତିଶାଳୀ ଭୂକମ୍ପ ଝଟକା। ଉତ୍ତର-ପଶ୍ଚିମ ଜିନଜିଆଙ୍ଗ ଅଞ୍ଚଳରେ ୫.୫ ତୀବ୍ରତାର ଭୂକମ୍ପ ହୋଇଛି। ଏହାର କିଛି ଘଣ୍ଟା ପୂର୍ବରୁ ଚାଇନା ଗାନ୍‌ସୁ ଏବଂ କଂଘଇ ପ୍ରଦେଶରେ ୬.୨ତୀବ୍ରତାର ଭୟଙ୍କର ଭୂକମ୍ପ ଭୂକମ୍ପ ହୋଇଥିଲା। ଯେଉଁଥିରେ ଅତି…

ରେଡ ସିରେ ହୁତି ଆକ୍ରମଣର ଜବାବ ଦେବାକୁ ଏକାଠି ହେଲେ ଏହି ଦେଶ

ଓ୍ବାଶିଂଟନ,୧୯।୧୨: ରେଡ ସି ବା ଲୋହିତ ସାଗରରେ ଆନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟ ଉପରେ ହୁତି ଆକ୍ରମଣ ବିରୋଧରେ ଆମେରିକା ଏକ ମିଳିତ ମଞ୍ଚ ଗଠନ କରିବାକୁ ଘୋଷଣା କରିଛି। ‘ଅପରେଶନ ପ୍ରସପେରିଟି ଗାର୍ଡିୟନ’ ରେ ବାହାରେନ, କାନାଡା, ଫ୍ରାନ୍ସ, ଇଟାଲୀ, ନେଦରଲ୍ୟାଣ୍ଡ,…

ନା ମରିଛନ୍ତି ଅଣ୍ଡର ଓ୍ବାର୍ଲଡ ଡନ, ନା ଦିଆଯାଇଛି ବିଷ, ଗୁଇନ୍ଦା ରିପୋର୍ଟରେ ଆସିଲା ଚମକାଇବା ଭଳି ତଥ୍ୟ

ଇସଲାମାବାଦ,୧୯।୧୨: ମୋଷ୍ଟ ଓ୍ବାଣ୍ଟେଡ ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମଙ୍କୁ ବିଷ ଦିଆଯାଇଥିବା ଖବର ସୋମବାର ହେଡଲାଇନରେ ଥିଲା। ଜଣେ ପାକିସ୍ତାନୀ ସାମ୍ବାଦିକ ସୋସିଆଲ ମିଡିଆରେ କହିଛନ୍ତି ଯେ ଦାଉଦଙ୍କୁ ପାକିସ୍ତାନର କରାଚିରେ ଭର୍ତ୍ତି କରାଯାଇଛି, କିନ୍ତୁ ଏହି ଦାବି ପଛରେ ସତ୍ୟତା…

ଆବଡେଲ୍‌ ଅଲ୍‌-ସିସି ଇଜିପ୍ଟ ରାଷ୍ଟ୍ରପତି ନିର୍ବାଚିତ

କାଇରୋ,୧୯ା୧୨: ଇଜିପ୍ଟ ରାଷ୍ଟ୍ରପତି ଆବଡେଲ୍‌ ଫତାହ ଅଲ୍‌-ସିସି ତୃତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଆରବ ଜଗତର ଏହି ସବୁଠୁ ଜନବହୁଳ ରାଷ୍ଟ୍ରରେ ତାଙ୍କୁ ୮୯.୬ ପ୍ରତିଶତ ଭୋଟ ମିଳିଛି। ଗତ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଇଜିପ୍ଟରେ ରାଷ୍ଟ୍ରପତି ନିର୍ବାଚନ…

ଭୂକମ୍ପ ଝଟକାରେ ଥରିଲା ଚାଇନା, ୧୧୧ ମୃତ, ରିକ୍ଟର ସ୍କେଲରେ ତୀବ୍ରତା ୬.୨

ବେଜିଂ,୧୯।୧୨: ଉତ୍ତର-ପଶ୍ଚିମ ଚାଇନାର ଗାନସୁ ଏବଂ କଂଘଇ ପ୍ରଦେଶରେ ୬.୨ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଚାଇନାର ସରକାରୀ ସମ୍ବାଦ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଭୂମିକମ୍ପ ଯୋଗୁଁ ମୃତ୍ୟୁ ସଂଖ୍ୟା ୧୧୧ ଅତିକ୍ରମ କରିଛ। ରିପୋର୍ଟ ଅନୁଯାୟୀ, ପ୍ରବଳ ଭୂକମ୍ପ ଯୋଗୁଁ ଗାନସୁ…

ହମାସ୍‌ ପକ୍ଷରୁ ନିର୍ମିତ ୪ କି.ମି. ସୁଡ଼ଙ୍ଗ ଠାବ କଲା ଇସ୍ରାଏଲୀ ସେନା

ଗାଜା,୧୮ା୧୨: ଗାଜାରେ ହମାସ୍‌ ପକ୍ଷରୁ ନିର୍ମିତ ୪ କି.ମି. ଲମ୍ବର ଏକ ସୁଡ଼ଙ୍ଗକୁ ଇସ୍ରାଏଲୀ ସେନା ଠାବ କରିଛି। ଏହାକୁ ସଶସ୍ତ୍ର ବାହିନୀ ହମାସ୍‌ର ସବୁଠୁ ଦୀର୍ଘ ଟନେଲ ବୋଲି କୁହାଯାଉଛି। ଅସ୍ତ୍ରବିରତି ପାଇଁ ଅନ୍ତର୍ଜାତୀୟ ଚାପ ସତ୍ତ୍ୱେ ଇସ୍ରାଏଲ ସେନା…

କିଏ ସେହି ପାକିସ୍ତାନୀ ଖବରଦାତା ଆରଜୁ କାଜମୀ, ଦାଉଦଙ୍କୁ ବିଷ ଦିଆଯିବା ଦାବି ମଧ୍ୟରେ ହେଉଛନ୍ତି ଭାଇରାଲ

ଇସଲାମାବାଦ,୧୮।୧୨: ପାକିସ୍ତାନରେ ଅଣ୍ଡର ଓ୍ବାର୍ଲଡ ଡନ ଦାଉଦ ଇବ୍ରାହିମଙ୍କୁ ବିଷ ଦିଆଯିବା ଖବର ପ୍ରଚାର ପ୍ରସାର ହେବାପରେ ଦେଶରେ ଉତ୍ତେଜନା ତୀବ୍ର ହୋଇଛି।ଏହି ସମୟରେ ପାକିସ୍ତାନୀ ଖବରଦାତା ଆରଜୁ କାଜମୀ ଭାଇରାଲ ହେବାକୁ ଯାଉଛନ୍ତି। ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମ ସମ୍ବନ୍ଧରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri