କାନାଡ଼ାରେ ଗୁପ୍ତଚର ବୃତ୍ତିରେ ସାମିଲ ଥିଲା ଭାରତ
ଅଟାଓ୍ବା, ୧୧।୫: ଭାରତ କାନାଡ଼ାର ବିଭିନ୍ନ ଗୁପ୍ତଚର କାର୍ଯ୍ୟକଳାପରେ ସାମିଲ ଥିବା ନେଇ କାନାଡ଼ାର ଗୋଇନ୍ଦା ଏଜେନ୍ସି ‘କାନାଡ଼ିଆନ ସୁରକ୍ଷା ଗୁପ୍ତଚର ସେବା(ସିଏସ୍ଆଇଏସ୍)’ ଦାବି କରିଛି। ଏନେଇ ସିଏସ୍ଆଇଏସ୍ ପକ୍ଷରୁ ଏକ ସାର୍ବଜନୀନ ରିପୋର୍ଟ ପ୍ରକାଶ କରାଯାଇଛି। ଏହି ରିପୋର୍ଟରେ ଭାରତ ସହ…
ବିମାନ ବନ୍ଦରରେ ଲାଗିଲା ନିଆଁ, ଇମିଗ୍ରେଶନ ସିଷ୍ଟମ ପ୍ରଭାବିତ
ଲାହୋର,୧୦।୫: ଗୁରୁବାର ପାକିସ୍ତାନର ପଞ୍ଜାବ ପ୍ରଦେଶ ଲାହୋରର ଆଲାମା ଇକବାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ସମଗ୍ର ଇମିଗ୍ରେସନ ସିଷ୍ଟମକୁ କ୍ଷତି ପହଞ୍ଚାଇଛି ଏବଂ ବିମାନ ଚଳାଚଳକୁ ବାଧା ଦେଇଛି। ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (CAA)…
ଭାରତୀୟ ନିର୍ବାଚନକୁ ପ୍ରଶଂସା କଲା ଆମେରିକା
ଓ୍ବାଶିଂଟନ,୧୦ା୫: ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟି ଭାରତରେ ଗଣତନ୍ତ୍ରକୁ ନେଇ କିଛି ଅଞ୍ଚଳରେ ଉଠିଥିବା ଚିନ୍ତାକୁ ଖାରଜ କରି କହିଛନ୍ତି ଯେ, ଏକବିଂଶ ଶତାବ୍ଦୀରେ ଗଣତନ୍ତ୍ରର ଚାବି ହେବା ପାଇଁ ଓ୍ବାଶିଂଟନ ନୂଆଦିଲ୍ଲୀ ସହ ସମ୍ପର୍କ ଉପରେ ନିର୍ଭର କରିପାରିବ।…
ବହିଷ୍କାର ହେଲେ ଦୁଇ ମନ୍ତ୍ରୀ
କିଭ୍,୧୦ା୫: ୟୁକ୍ରେନ ଦୁଇ ବରିଷ୍ଠ ମନ୍ତ୍ରୀଙ୍କୁ ବରଖାସ୍ତ କରିଛି। ୟୁକ୍ରେନ ସଂସଦ ଗୁରୁବାର ଏହାକୁ ଅନୁମୋଦନ କରିଛି। ଉପ ପ୍ରଧାନମନ୍ତ୍ରୀ ଆଲେକ୍ଜାଣ୍ଡାର କୁବ୍ରାକୋଭ୍ ଏବଂ କୃଷିମନ୍ତ୍ରୀ ମାଇକୋଲା ସୋଲସ୍କିଙ୍କ ବହିଷ୍କାରକୁ ଏମ୍ପିମାନେ ସର୍ବସମ୍ମତି କ୍ରମେ ଅନୁମୋଦନ କରିଛନ୍ତି। ଏହା ସହିତ ଉପ…
ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଁଇଲା ଆମେରିକା
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୧୦।୫: : ଖଲିସ୍ତାନୀ ନେତା ଗୁରପତଓ୍ବନ୍ତ ସିଂ ପନ୍ନୁ ହତ୍ୟା ଉଦ୍ୟମ ପଛରେ ନୂଆଦିଲ୍ଲୀ ସମ୍ପୃକ୍ତ ଥିବା ଅଭିଯୋଗର ନିର୍ଭରଯୋଗ୍ୟ ପ୍ରମାଣ ଆମେରିକା ଏପର୍ଯ୍ୟନ୍ତ ଦେଇ ନ ଥିବାବେଳେ ଭାରତର ଧର୍ମୀୟ ସ୍ବାଧୀନତା ଉପରେ ୟୁକ୍ତରାଷ୍ଟ୍ରର ରିପୋର୍ଟ ନିରାଧାର ବୋଲି ରୁଷିଆ…
୫ ଭାରତୀୟଙ୍କୁ ମୁକ୍ତ କଲା ଇରାନ
ତେହରାନ,୧୦ା୫: କତାରରୁ ୮ ଜଣ ପୂର୍ବତନ ଭାରତୀୟ ନୌସେନା ସୈନିକଙ୍କୁ ନିରାପଦ ପ୍ରତ୍ୟାବର୍ତ୍ତନ ପରେ ଭାରତ ଆଉ ଏକ ପ୍ରମୁଖ କୂଟନୈତିକ ସଫଳତା ହାସଲ କରିଛି। ଇରାନ ଇସ୍ରାଏଲର ଏକ ପର୍ତ୍ତୁଗୀଜ କାର୍ଗୋ ଜାହାଜରେ ଥିବା ୫ ଭାରତୀୟଙ୍କୁ ମୁକ୍ତ କରିଛି।…
ବିମାନରେ ସିଗାରେଟ୍ ଟାଣି ଗିରଫ
ଓମାନର ମସ୍କଟରୁ ମୁମ୍ବାଇ ଯାତ୍ରା କରୁଥିବା ଏକ ଭିସ୍ତାରା ବିମାନର ଓ୍ବାଶ୍ରୁମରେ ସିଗାରେଟ ଟାଣୁଥିବାରୁ ତାମିଲନାଡ଼ୁ କନ୍ୟାକୁମାରୀର ବାଳକୃଷ୍ଣ ରାଜାୟନ (୫୧)ଙ୍କୁ ଗିରଫ କରାଯାଇଛି। ପାଇଲଟ ସ୍ମୋକ୍ ଡିଟେକ୍ଟରରେ ଏହା ଜାଣିପାରି ସାଥୀ କ୍ରିଉ ସଦସ୍ୟଙ୍କୁ ସତର୍କ କରାଇଥିଲେ। ପରେ କ୍ରିଉ…
ନେପାଳ ଜନସଂଖ୍ୟା ବୃଦ୍ଧିରେ ଲାଗିଲା ରୋକ, ଅବସ୍ଥା ଖରାପ
ନୂଆଦିଲ୍ଲୀ,୯।୫: ନେପାଳର ଜନସଂଖ୍ୟା ବୃଦ୍ଧି କ୍ରମାଗତ ଭାବେ ହ୍ରାସ ପାଉଛି। ଗତ ଦଶନ୍ଧିରେ ନେପାଳର ଜନସଂଖ୍ୟା ଅଭିବୃଦ୍ଧି ହାର ପ୍ରତିବର୍ଷ ୦.୯୨ ପ୍ରତିଶତ ରହିଛି। ଗତ ୮ ଦଶନ୍ଧି ମଧ୍ୟରେ ଏହା ସର୍ବନିମ୍ନ ଅଟେ। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ଏକ…
ଶୋଇଥିଲେ ଶ୍ରମିକ, ଗୁଳିବର୍ଷଣ କଲେ ଆତଙ୍କବାଦୀ: ୭ ମୃତ
ନୂଆଦିଲ୍ଲୀ,୯।୫: ଆଜିକାଲି ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଘଟୁଛି। ପୁଣି ଥରେ ଆତଙ୍କବାଦୀମାନେ ଗ୍ବାଦ୍ରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀମାନେ ଗ୍ବାଦ୍ରର ସରବନ୍ଦର ଫିସ ହାରବର୍ ଜେଟି ନିକଟରେ ଥିବା…
ଭାରତ ପାଇଁ ଆମେରିକାକୁ ଗାଳି କଲା ରୁଷିଆ
ମସ୍କୋ/ନୂଆଦିଲ୍ଲୀ,୯।୫: ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ଗୁରୁପନ୍ତୱନ୍ତ ସିଂ ପନ୍ନୁ ମାମଲାରେ ରୁଷିଆ ଭାରତର ସପକ୍ଷରେ ଯୁକ୍ତି ବାଢିଛି। ପନ୍ନୁଙ୍କୁ ହତ୍ୟା ଉଦ୍ୟମ ଷଡଯନ୍ତ୍ରରେ ଭାରତ ବିରୋଧରେ ନିରନ୍ତର ଭିତ୍ତିହୀନ ଅଭିଯୋଗ କରିଥିବାରୁ ସେ ଆମେରିକାକୁ ନିନ୍ଦା କରିଛନ୍ତି। ରୁଷିଆର ବୈଦେଶିକ ମନ୍ତ୍ରଣାଳୟ…
ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଦୁଇ ବଡ଼ ପ୍ରତିଦ୍ୱନ୍ଦ୍ୱୀ, ଫଳାଫଳକୁ ଅପେକ୍ଷା
ଓ୍ବାଶିଂଟନ,୮ା୫: ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରିପବ୍ଲିକାନ ଏବଂ ଡେମୋକ୍ରାଟିକ୍ ଦଳ ମଧ୍ୟରେ ପ୍ରାର୍ଥୀ ଚୟନ କରିବାକୁ ପ୍ରାଥମିକ ନିର୍ବାଚନ ଚାଲିଛି। ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାଥମିକ ନିର୍ବାଚନରେ ଜିତିଛନ୍ତି।…
ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା କିଏ? ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ମୋଦି
ନୂଆଦିଲ୍ଲୀ/ମସ୍କୋ,୮।୫: ମେ ୭ରେ କ୍ରେମଲିନ ପ୍ୟାଲେସରେ ଭ୍ଲାଡିମର ପୁଟିନ ପଞ୍ଚମଥର ପାଇଁ ରୁଷିଆର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ୨୦୦୦ରେ ପୁଟିନ ପ୍ରଥମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହୋଇଥିଲେ। ୨୦୨୪ରେ ରାଷ୍ଟ୍ରପତି ହେବା ପରେ ପୁଟିନ ୨୦୩୦ ପର୍ଯ୍ୟନ୍ତ…
Archives


