ଇସ୍ରାଏଲ ଉପରେ ସବୁଠାରୁ ଭୟଙ୍କର ଆକ୍ରମଣ କଲା ହେଜବୋଲ୍ଲା, ୪ ସେନା ନିହତ, ୭୦ ଆହତ
ଜେରୁଜେଲମ,୧୪।୧୦: ଲେବାନନରେ ଇସ୍ରାଏଲ ଏବଂ ହେଜବୋଲ୍ଲା ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ହେଜବୋଲ୍ଲା ଇସ୍ରାଏଲ ଉପରେ ସବୁଠାରୁ ଭୟଙ୍କର ଆକ୍ରମଣ କରିଛି। କୁହାଯାଉଛି ଯେ ଏଥର ହେଜବୋଲ୍ଲା ଇସ୍ରାଏଲର ସାମରିକ ବେସକୁ ଟାର୍ଗେଟ କରିଛି। ଯେଉଁଥିରେ ୪ଜଣ ଇସ୍ରାଏଲ…
ପୁଣି ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ, ମିଡିଆ ପରିଚୟପତ୍ର ଦେଖାଇ ସୁରକ୍ଷାପଥରୁ ଖସି ଯାଇଥିଲେ ଦୁର୍ବୃତ୍ତ
ଓ୍ବାଶିଂଟନ,୧୪ା୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ କରାଯାଇଛି। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କମଲା ହାରିସ ଏବଂ ଡୋନାଲ୍ଡ ଟ୍ରମ୍ପ କ୍ରମାଗତ ଭାବେ ପ୍ରଚାର କରୁଛନ୍ତି। ଏହି ସମୟ ମଧ୍ୟରେ ତୃତୀୟ ଥର ପାଇଁ ରିପବ୍ଲିକାନ…
ଯୁଦ୍ଧ ମଧ୍ୟରେ ରତନ ଟାଟାଙ୍କୁ କାହିଁକି ମନେ ପକାଇଲେ ନେତାନ୍ୟାହୁ? ମୋଦିଙ୍କ ପାଇଁ ବି ଲେଖିଲେ ପୋଷ୍ଟ
ଇସ୍ରାଏଲ,୧୩।୧୦: ଭାରତର ଭେଟେରାନ ଶିଳ୍ପପତି ରତନ ଟାଟା ୯ ଅକ୍ଟୋବର ୨୦୨୪ରେ ୮୬ବର୍ଷ ବୟସରେ ଇହଲିଲା ସମ୍ବରଣ କରିଛନ୍ତି। ଭାରତ ସମେତ ବିଶ୍ୱର ଭେଟେରାନ ନେତାମାନେ ଏଥିରେ ଦୁଃଖ ପ୍ରକାଶ କରିଛନ୍ତି। ଏହି ସମୟରେ ମଧ୍ୟ ପୂର୍ବରେ ଚାଲିଥିବା ଯୁଦ୍ଧ ମଧ୍ୟରେ…
୨୦ ମିନିଟ୍ ପର୍ଯ୍ୟନ୍ତ ଝିଅପିଲାଙ୍କୁ ଦେଖି ଯଦି କିଛି ନ ହେଉଛି ତେବେ… କାହିଁକି ଏପରି କହିଲେ ଇସ୍ଲାମିକ୍ ପ୍ରବଚକ
ଇସଲାମାବାଦ,୧୩ା୧୦: ବିବାଦୀୟ ଇସଲାମ ପ୍ରଚାରକ ଜାକିର ନାଇକ ବର୍ତ୍ତମାନ ପାକିସ୍ତାନରେ ଅଛନ୍ତି। ଯେଉଁଠାରେ ସେ ପାକିସ୍ତାନର ସରକାରୀ ଅତିଥି ଭାବରେ ବୁଲୁଛନ୍ତି। ନିକଟରେ ଜାକିର ମହିଳାଙ୍କ ରୋଜଗାରକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ,…
୫୦ବର୍ଷରେ ପ୍ରଥମ: ସାହାରା ମରଭୂମିରେ ବନ୍ୟା
ମୋରୋକୋ,୧୨।୧୦: ମୋରୋକୋର ସାହାରା ମରୁଭୂମିରେ ଗ୍ରୀଷ୍ମ ଋତୁ ଶେଷ ହେବାକୁ ଯାଉଥିବା ବେଳେ ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ଦେଖାଦେଇଛି। ଯାହା ଫଳରେ ଶୁଷ୍କ ମରୁଭୂମି ମଧ୍ୟରେ ନୀଳ ଜଳର ହ୍ରଦ ସୃଷ୍ଟି ହୋଇଛି। ନାସା ପକ୍ଷରୁ ଏହାର ଫଟୋ…
କ’ଣ ସେହି ଅକ୍ଟୋପସ ଓ୍ବାର, ଯେଉଁଥିରେ ଇସ୍ରାଏଲକୁ ଫସାଇଲା ଇରାନ, ସବୁଠି ହେଉଛି ଚର୍ଚ୍ଚା
ଜେରୁଜେଲମ,୧୨।୧୦: ମଧ୍ୟ ପୂର୍ବ ଅଞ୍ଚଳ ବର୍ତ୍ତମାନ ସମଗ୍ର ବିଶ୍ୱରେ ଯୁଦ୍ଧର ଆଖଡା ସ୍ଥଳ ପାଲଟିଛି। ଗତ ବର୍ଷ ଅକ୍ଟୋବରରେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ବର୍ତ୍ତମାନ ଲେବାନନରେ ପହଞ୍ଚିଛି। ନିକଟରେ ଇରାନ ମଧ୍ୟ ଇସ୍ରାଏଲ ଉପରେ ବୋମା…
ଅବୈଧ ପ୍ରବାସୀଙ୍କୁ ନେଇ କଡା କାର୍ଯ୍ୟାନୁଷ୍ଠାନ ଦାବି କଲେ ଟ୍ରମ୍ପ
ଓ୍ବାଶିଂଟନ,୧୨।୧୦: ଆମେରିକାର ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ପୁଣିଥରେ କହିଛନ୍ତି ଯେ ସେ ପ୍ରବାସୀମାନଙ୍କୁ ସ୍ବାଗତ କରୁଛନ୍ତି, କିନ୍ତୁ ସର୍ତ୍ତ ଅନୁଯାୟୀ ସେମାନେ ଆଇନଗତ ଭାବେ ଆସିବେ। ବେଆଇନ ପ୍ରବାସୀ ଭାରତୀୟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।…
ପାକିସ୍ତାନୀ ଭାଇମାନେ ମୋତେ କ୍ଷମା କରିଦିଅ, କାହିଁକି କ୍ଷମା ମାଗିଲେ ପଳାତକ ଜାକିର ନାଏକ
ଇସଲାମାବାଦ,୧୨।୧୦: ପଳାତକ ଇସଲାମ ପ୍ରଚାରକ ଜାକିର ନାଏକ ବର୍ତ୍ତମାନ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ) ଉପରେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି। ପାକିସ୍ତାନରେ ଜାକିରଙ୍କ ବିବୃତ୍ତିକୁ ସାରା ଦେଶରେ ତୀବ୍ର ସମାଲୋଚନା କରାଯାଉଛି। ଏହି ସପ୍ତାହ ପୂର୍ବରୁ ସୋସିଆଲ ମିଡିଆରେ…
୧୭,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଇଙ୍ଗ
ନ୍ୟୁୟର୍କ,୧୨।୧୦: ବିମାନ ଚଳାଚଳର ବିଶାଳ କମ୍ପାନୀ ବୋଇଙ୍ଗ ଏହାର କର୍ମଚାରୀଙ୍କୁ ଦଶ ପ୍ରତିଶତ ହ୍ରାସ କରିବାକୁ ଯୋଜନା କରିଛି ଯେଉଁଥିରେ ପ୍ରାୟ ୧୭,୦୦୦ କର୍ମଚାରୀଙ୍କୁ କମ୍ପାନୀରୁ ଛଟେଇ କରାଯାଇପାରେ। ବୋଇଙ୍ଗ ଶୁକ୍ରବାର ଏମିତି ଘୋଷଣା କରିଛି। ସିଆଟେଲ ଅଞ୍ଚଳରେ ହୋଇଥିବା ଧର୍ମଘଟକୁ…
ନୋବେଲ ଶାନ୍ତି ପୁରସ୍କାରରେ କ’ଣ ମିଳିଥାଏ, କେଉଁ କାମ ପାଇଁ ଦିଆଯାଇଥାଏ ଏହି ପୁରସ୍କାର
ଷ୍ଟକହୋମ,୧୧।୧୦: ଜାପାନର ସଂଗଠନ ନିହୋନ ହିଡାନକିୟୋକୁ ନୋବେଲ ଶାନ୍ତି ପୁରସ୍କାର ୨୦୨୪ ମିଳିବ ବୋଲି ଘୋଷଣା କରାଯାଇଛି। ଏହି ସଂଗଠନ ହିରୋସିମା ଏବଂ ନାଗାସାକି ଉପରେ ଆଣବିକ ଆକ୍ରମଣରେ ବଞ୍ଚିଥିବା ଲୋକଙ୍କ ଯତ୍ନ ନେବା ପାଇଁ ଦାୟୀ (ହିବାକୁଶା ନାମରେ ମଧ୍ୟ…
ଟ୍ରମ୍ପଙ୍କୁ ପସନ୍ଦ ଆସିଲା କେଜରିଓ୍ବାଲଙ୍କ ଫର୍ମୁଲା, ଆମେରିକାରେ ବି ମିଳିବ ଫ୍ରି…
ଓ୍ବାଶିଂଟନ,୧୧।୧୦: ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଭାରତ ପରି ଆମେରିକାର ନାଗରିକଙ୍କୁ ମଧ୍ୟ ବିଭିନ୍ନ ପ୍ରକାରର ନିର୍ବାଚନ ପ୍ରତିଶ୍ରୁତି ଦିଆଯାଉଛି। ବର୍ତ୍ତମାନ ଦିଲ୍ଲୀର ଲୋକଙ୍କ ପରି ଆମେରିକୀୟ ନାଗରିକମାନେ ମଧ୍ୟ ମାଗଣା ବିଜୁଳି ପାଇବେ। ମିଚିଗାନରେ ଏକ ନିର୍ବାଚନୀ…
ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର
ଟୋକିଓ,୧୧।୧୦: ଜାପାନର ସଂଗଠନ ନିହୋନ ହିଡାନକିୟୋକୁ ୨୦୨୪ର ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ଏହି ସଂଗଠନ ହିରୋସିମା ଏବଂ ନାଗାସାକି ଉପରେ ଆଣବିକ ଆକ୍ରମଣରେ ବଞ୍ଚିଥିବା ଲୋକଙ୍କ ଯତ୍ନ ସୁନିଶ୍ଚିତ କରେ (ହିବାକୁଶା ନାମରେ ମଧ୍ୟ ଜଣାଶୁଣା)। ଏହି ଜାପାନୀ…
Archives


