ଅନ୍ତର୍ଜାତୀୟ

ବିଲ୍ଡିଂରେ ମାଡ଼ ହୋଇ କ୍ରାଶ୍‌ ହେଲା ବିମାନ: ୨ ମୃତ, ୧୮ ଆହତ

କାଲିଫର୍ନିଆ,୩।୧: ଆମେରିକାର ଦକ୍ଷିଣ କାଲିଫର୍ନିଆରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦକ୍ଷିଣ କାଲିଫର୍ନିଆର ଏକ ବ୍ୟବସାୟିକ ବିଲ୍ଡିଂରେ ବିମାନ ମାଡ଼ ହୋଇ କ୍ରାଶ୍‌ ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୧୮ଜଣ ଆହତ ହୋଇଥିବା କୁହାଯାଉଛି।…

ବିବାଦ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଭାରତ-ବାଂଲାଦେଶ, ଜଣେ ଅନ୍ୟଦେଶକୁ…

ଢାକା/ନୂଆଦିଲ୍ଲୀ,୩।୧: ଭାରତ ଗୁରୁବାର ୯୦ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି ଯେ ଭାରତ ୯୦ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ଏହି ପଦକ୍ଷେପ…

ହସ୍ପିଟାଲ୍‌ରେ ଭିଡ଼,ଶ୍ମଶାନଘାଟରେ ନାହିଁ ଜାଗା: କରୋନା ପରେ ଚାଇନାରେ ବ୍ୟାପୁଛି ଆଉ ଏକ ବିପଜ୍ଜନକ ଭାଇରସ୍‌

ବେଜିଂ,୩।୧:୨୦୨୦ରେ ବିଶ୍ୱକୁ ଆସିଥିବା କରୋନା ମହାମାରୀ ପରେ ଚାଇନାରେ ଆଉ ଏକ ବିପଜ୍ଜନକ ଭାଇରସ୍‌ ମାଡ଼ିବାରେ ଲାଗିଛି। ହ୍ୟୁମାନ୍‌ ମେଟାନ୍ୟୁମୋଭାଇରସ (ଏଚ୍‌ଏମ୍‌ପିଭି)ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ହସ୍ପିଟାଲରେ ବଢିବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି…

ନୂଆବର୍ଷ ଆରମ୍ଭରେ ଆମେରିକାରେ ଖେଳିଗଲା ଆତଙ୍କ

ନ୍ୟୁଅର୍ଲିନ୍ସ/ଲାସ୍‌ଭେଗାସ୍‌/ଓ୍ବାଶିଂଟନ୍‌,୩ା୧:୨୦୨୫ ଜାନୁଆରୀ ୧ ସମୟ ଭୋର ୩ଟା ୧୫। ନବବର୍ଷ ପାଳନରେ ଆମେରିକୀୟମାନେ ମସ୍‌ଗୁଲ ଥିବାବେଳେ ନ୍ୟୁଅର୍ଲିନ୍ସର ବରବୋନ୍‌ ରାସ୍ତା ଉପରେ ଦ୍ରୁତଗତିରେ ମାଡ଼ିଆସିଥିଲା ଏକ ଟ୍ରକ୍‌। ଚାହୁଁ ଚାହୁଁ ଭିଡ଼ ଉପରେ ଚଢ଼ିଯାଇଥିଲା ସେହି ମୃତ୍ୟୁର ଯାନ। ଫୋର୍ଡ ଏଫ୍‌-୧୫୦…

ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ: ଭୟଭୀତ ହୋଇ ଦୌଡିଲେ ଲୋକେ

ସାଣ୍ଟିଆଗୋ,୩।୧୨: ଚିଲିର କାଲାମା ନିକଟ ଆଣ୍ଟୋଫାଗାସ୍ତା ଅଞ୍ଚଳରେ ଆଜି ସକାଳୁ ବଡ଼ ଧରଣର ଭୂକମ୍ପ। ଏହାର ତିବ୍ରତା ରିକ୍ଟର ସ୍କେଲରେ ୬.୨ ରହିଛି। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (ଇଏମ୍‌ଏସ୍‌ସି) ସୂଚନା ଦେଇଛି। ଭୂକମ୍ପର କେନ୍ଦ୍ରସ୍ଥଳ କାଲାମା ୮୪ କିଲୋମିଟର ଉତ୍ତର-ପଶ୍ଚିମ ଏବଂ…

ଫେସବୁକ୍‌ ପ୍ରେମିକାଙ୍କୁ ଭେଟିବା ଲାଗି ପାକିସ୍ତାନ ସୀମା ଡେଇଁଥିଲେ ୟୁପିର ଯୁବକ, ଗିରଫ ହେବା ପରେ ଫସାଇଦେଲେ…

ଅଲିଗଡ଼/ଲାହୋର,୨।୧: ଫେସବୁକ୍‌ରୁ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ। ଦେଖୁଦେଖୁ ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ବିତିଯାଇଥିଲା ଅଢ଼େଇ ବର୍ଷ। ଏଣୁ ପ୍ରେମିକାକୁ ଥରେ ଆଖି ପୁରାଇ ଭେଟିବାକୁ ଇଚ୍ଛା କରିଥିଲେ ପ୍ରେମିକ। ହେଲେ ଏଥିରେ ବାଧା ସାଜିଥିଲା ଭାରତ-ପାକିସ୍ତାନ…

ଟ୍ରମ୍ପଙ୍କ ହୋଟେଲ ବାହାରେ ଜଳିଗଲା ମସ୍କଙ୍କ ସାଇବର ଟ୍ରକ୍‌, ଜଣେ ମୃତ ଦେଖନ୍ତୁ ଭିଡିଓ

ଓ୍ବାଶିଂଟନ,୨।୧: ଆମେରିକାରେ ପୁଣି ଥରେ ଏକ ଦୁର୍ଘଟଣା ଘଟିଛି। ପ୍ରଥମେ ନ୍ୟୁ ଆର୍ଲିନ୍ସରେ ଏକ ଟ୍ରକ ଅନେକ ଲୋକଙ୍କ ଉପର ମାଡି ଯାଇଥିବା ବେଳେ ଏବେ ଲସ ଭେଗାସରେ ଏକ ବିସ୍ଫୋରଣ ଘଟିଛି । ଟ୍ରମ୍ପ ଟାୱାର ବାହାରେ ଏହି ବିସ୍ଫୋରଣ…

ଗାଜାରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌: ୧୨ ପାଲେଷ୍ଟିନୀୟ ନିହତ

ଡେର୍‌ ଅଲ୍‌ ବଲାହ, ୨।୧:ନୂଆ ବର୍ଷରେ ମଧ୍ୟ ଗାଜାରେ ଇସ୍ରାଏଲ ଆକ୍ରମଣ କରିଛି। ଇସ୍ରାଏଲର ୩ ପୃଥକ୍‌ ଏୟାର ଷ୍ଟ୍ରାଇକ୍‌ରେ ବୁଧବାର ୧୨ ଜଣ ପାଲେଷ୍ଟିନୀୟଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି। ଗାଜାର ଜାବାଲିୟା ଅଞ୍ଚଳର…

ନୂଆବର୍ଷରେ ଉତ୍ସବ ପାଳନ କରୁଥିବା ଲୋକଙ୍କ ଉପରେ ଟ୍ରକ ଚଢ଼ାଇ ଆଖିବୁଜା ଗୁଳିମାଡ଼

ଓ୍ବାଶିଂଟନ, ୧।୧: ନୂଆବର୍ଷରେ ଆମେରିକାର ନ୍ୟୁ ଓରଲିୟନ୍ସସ୍ଥିତ ବୋରବନ୍‌ ଷ୍ଟ୍ରିଟଠାରେ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି। ଗୋଟିଏ ଟ୍ରକ୍‌ ଦ୍ରୁତ ଗତିରେ ଆସି ନୂଆ ବର୍ଷ ପାଳନ କରୁଥିବା ହଜାରରୁ ଅଧିକ ଲୋକଙ୍କ ଉପରେ ଚଢ଼ିଯାଇଥିଲା। ଏହାପରେ ଡ୍ରାଇଭର ଜଣକ…

ଭାରତ ସହିତ ଯୁଦ୍ଧ ହେଲେ କେତେଯାଏ ତିଷ୍ଠି ପାରିବ ତାଲିବାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧।୧: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତିକ୍ତତା ଜାରି ରହିଛି। ଏହାରି ଭିତରେ ତେହେରିକ-ଇ-ତାଲିବାନ ପାକିସ୍ତାନର ଆତଙ୍କବାଦୀମାନେ ଖାଇବର ପଖତୁନଖାରେ ବାଜୋର ଜିଲାର ସାଲାରଜାଇ ଅଞ୍ଚଳରେ ଏକ ପାକିସ୍ତାନୀ ସାମରିକ ଶିବିରକୁ କାବୁ କରିଛନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି…

୨୦୨୫ରେ ବିନାଶ ହୋଇଯିବ ମଣିଷ! ନୂଆ ବର୍ଷ ଆରମ୍ଭରୁ ଚମକାଇଲା ଭେଙ୍ଗା ବାବାଙ୍କ ଭବିଷ୍ୟବାଣୀ, ଘଟିବ ଏମିତି…

ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗା ୨୦୨୫ରେ ମନୁଷ୍ୟର ବିଲୁପ୍ତ ହେବାର ପୂର୍ବାନୁମାନ କରିଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାରେ ଅଛି। ଅତୀତରେ ତାଙ୍କ ଦ୍ୱାରା କରାଯାଇଥିବା ଅନେକ ଭବିଷ୍ୟବାଣୀ ସତ୍ୟ ହୋଇଛି। ନୂଆ ବର୍ଷ ଆରମ୍ଭ ହୋଇଛି। ଜ୍ୟୋତିଷ ଏବଂ ବିଶେଷଜ୍ଞଙ୍କ…

ଲକ୍ଷେ ଚେଷ୍ଟା କରିକି ବି ହାସିନାଙ୍କୁ ଅଟକାଇ ପାରିଲେନି ୟୁନୁସ୍‌, ବଡ଼ ଗେମ୍‌ ଖେଳିଲେ…

ଢାକା,୧।୧: ଗତ ବର୍ଷ ଅଗଷ୍ଟରେ ସରକାରୀ ବିରୋଧୀ ଆନ୍ଦୋଳନ ମଧ୍ୟରେ ଶେଖ ହାସିନା ବାଂଲାଦେଶ ଛାଡି ପଳାଇବା ପରେ ଲାଗୁଛି ଯେମିତି ତାଙ୍କର ରାଜନୈତିକ କ୍ୟାରିୟର ଶେଷ ହୋଇଛି। ଦେଶରେ ମହମ୍ମଦ ୟୁନୁସ୍‌ଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର କ୍ଷମତାକୁ ଆସିଥିଲେ। ମହମ୍ମଦ ୟୁନୁସଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?